Categories
ଆଜିର ଖବର ଜାତୀୟ ଖବର

ହେଲିକାପ୍ଟର ଦୁର୍ଘଟଣାରେ ଜେନରାଲ ବିପିନ ରାୱାତଙ୍କ ସହିତ ସହିଦ ହେଲେ ଜଣେ ଓଡିଆ ଯବାନ

ନୂଆଦିଲ୍ଲୀ: ତାମିଲନାଡୁର ନୀଳଗିରି ଜିଲ୍ଲାରେ ହୋଇଥିବା ସେନା ହେଲିକାପ୍ଟର ଦୁର୍ଘଟଣାରେ ଜଣେ ଓଡିଆ ଯବାନ ମଧ୍ୟ ମୃତ୍ୟୁବରଣ କରିଛନ୍ତି। ସେହି ଦୁର୍ଘଟଣାରେ ବିପିନ ରାୱାତଙ୍କ ସହିତ ମୃତ୍ୟୁବରଣ କରିଥିବା 13 ଜଣଙ୍କ ମଧ୍ୟରୁ ଜଣେ ଓଡିଆ ଥିବାର ସ୍ପଷ୍ଟ ହୋଇଛି। ସେ ହେଉଛନ୍ତି ତାଳଚେରର ରାଣାପ୍ରତାପ ଦାସ । ରାଣା ଜୁନିଅର ୱାରେଣ୍ଟ ଅଫିସର ଭାବେ କାର୍ଯ୍ୟ କରୁଥିଲେ।

ରାଣାପ୍ରତାପଙ୍କ ମୃତ୍ୟୁ ନେଇ ଦିଲ୍ଲୀରେ ରହୁଥିବା ତାଙ୍କ ପତ୍ନୀ ତାଳଚେରରେ ଥିବା ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ଆଜି ରାତିରେ ମୃତଦେହ ତାଳଚେରରେ ପହଞ୍ଚିବ ବୋଲି ଜଣାଯାଇଛି । ରାଣାପ୍ରତାପ ପତ୍ନୀ ଓ ଶିଶୁପୁତ୍ର ସହ ଦିଲ୍ଲୀରେ ରହୁଛନ୍ତି। ତାଙ୍କ ବାପାମାଆ ତାଳଚେରରେ ରହୁଛନ୍ତି। ତାଙ୍କର ମୃତ୍ୟୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି।