Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଜ୍ୟରେ ମନ୍ଦିର ଖୋଲିବା ନେଇ ଆସନ୍ତାକାଲି ହାଇକୋର୍ଟରେ ହେବ ଶୁଣାଣି

କଟକ, ରାଜ୍ୟରେ ମନ୍ଦିର ଖୋଲିବ କି ନାହିଁ ସେ ନେଇ ଆସନ୍ତକାଲି ଓଡିଶା ହାଇକୋର୍ଟରେ ହେବ ଶୁଣାଣି।  ପୂର୍ବରୁ ଏହି ମାମଲାର ଶୁଣାଣି କରି କୋର୍ଟ ରାଜ୍ୟ ସରକାରଙ୍କୁ ନୋଟିସ କରିଥିଲେ। ଓଡିଶାରେ କାହିଁକି ମନ୍ଦିର ଖୋଲିବ ନାହିଁ ସେ ନେଇ ଜବାବ ଦାଖଲ କରିବା ପାଇଁ କୁହାଯାଇଥିଲା। ଫଳରେ ରାଜ୍ୟ ସରକାର ପୁରୀ ଶ୍ରୀମନ୍ଦିର ପ୍ରଶାସନ ସହିତ ବିଭିନ୍ନ ମନ୍ଦିର କର୍ତ୍ତୁପକ୍ଷଙ୍କର ମତାମତ ନେଇଥିଲେ। ତେବେ ମନ୍ଦିର ଖୋଲିବା ସମ୍ଭବ ନୁହେଁ ବୋଲି ରାଜ୍ୟ ସରକାର ସେତେବେଳେ ମତ ରଖିଥିଲେ। ତେବେ ଏହି ମାମଲା ଆସନ୍ତାକାଲି ପୁଣି ଶୁଣାଣି ହେବ ବୋଲି ହାଇକୋର୍ଟ ଓକିଲ ବିଭୂତି ଚୌଧୁରୀ କହିଛନ୍ତି।