Categories
ବିଶେଷ ଖବର

ପ୍ରକାଶ ପାଇଲା ଏଡିଆର ରିପୋର୍ଟ: ଜାଣନ୍ତୁ ଧନୀ ତାଲିକାର କେତେ ନମ୍ବରରେ ଓଡିଶାର ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଏଡିଆର ରିପୋର୍ଟ ଜାରି ହୋଇଛି। ଦେଶର ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କର ଅପରାଧିକ ମାମଲା ଏବଂ ସମ୍ପତ୍ତି ବିଷୟରେ ଏଡିଆର ରିପୋର୍ଟ ଜାରି କରିଛି।

ରିପୋର୍ଟ ଅନୁଯାୟୀ, ଦେଶର ୧୩ ଜଣ ମୁଖ୍ୟମନ୍ତ୍ରୀଙ୍କ ନାମରେ ଅପରାଧିକ ମାମଲା ରହିଛି।ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ନାମରେ ସର୍ବାଧିକ ମାମଲା ରହିଛି। କେସିଆରଙ୍କ ନାମରେ ସର୍ବମୋଟ ମୋଟ ୬୪ଟି ଅପରାଧିକ ମାମଲା ଥିବାବେଳେ ତନ୍ମଧ୍ୟରୁ ୩୭ଟି ସଙ୍ଗୀନ ମାମଲା ରହିଛି। ତାପରେ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ନାମରେ ୪୭ଟି ମାମଲା ଏବଂ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ନାମରେ ୩୮ ମୋଟ ମାମଲା ରହିଛି। କିନ୍ତୁ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ନାମ ଏହି ତାଲିକାରେ ଅନ୍ତର୍ଭୁକ୍ତ ନାହିଁ।

ସେହିଭଳି ଏଡିଆର ରିପୋର୍ଟ ଅନୁଯାୟୀ, ୨୯ ଜଣ ମୁଖ୍ୟମନ୍ତ୍ରୀ କୋଟି ପତି ଅଟନ୍ତି। ଏମାନଙ୍କ ମଧ୍ୟରୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଦେଶର ସବୁଠୁ ଧନୀ ମୁଖ୍ୟମନ୍ତ୍ରୀ। ତାଙ୍କର ସମ୍ପତ୍ତିର ମୂଲ୍ୟ ୫୧୦ କୋଟି ଟଙ୍କା ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ଦ୍ଵିତୀୟ ସ୍ଥାନରେ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁଙ୍କ ନାମ ରହିଛି। ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୨୬୩ କୋଟି ଟଙ୍କା ବୋଲି ଜଣାପଡିଛି। ତେବେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ତାଲିକାର ତୃତୀୟ ସ୍ଥାନରେ ଅଛନ୍ତି। ନବୀନଙ୍କ ନିକଟରେ ୬୩ କୋଟି ଟଙ୍କାର ସମ୍ପତ୍ତି ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ମାଗଣାରେ ବୁଷ୍ଟର ଡୋଜ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପାଖେ ଦାବି ରଖନ୍ତୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନା ସଂକ୍ରମଣ ବୃଦ୍ଧିକୁ ଆଖିଆଗରେ ରଖି ଏହାକୁ ରୋକିବା ଦିଗରେ କି ପଦକ୍ଷେପ ନିଆଯାଇପାରିବ ସେ ନେଇ ଆଜି ପ୍ରଧାନମନ୍ତ୍ରୀ ଦେଶର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିବା ପାଇଁ ଯାଉଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ଆଲୋଚନାରେ ଅଂଶଗ୍ରହଣ କରିବେ।

ଆଲୋଚନାକାଳରେ ବୁଷ୍ଟର ଡ଼ୋଜ ଟୀକା ସମସ୍ତଙ୍କୁ ମାଗଣାରେ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପାଖରେ ଦାବି ରଖିବାକୁ ସମାଜବାଦୀ ପାର୍ଟି ପକ୍ଷରୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି। ପୂର୍ବରୁ ଦିଲ୍ଲୀ, ବିହାର ଓ ହରିୟାଣା ରାଜ୍ୟରେ ତାଙ୍କ ରାଜ୍ୟର ୧୮ରୁ ୫୯ ବର୍ଷ ବୟସ୍କ ସମସ୍ତଙ୍କୁ ମାଗଣା ବୁଷ୍ଟର ଡୋଜ ଦେବା ପାଇଁ ଘୋଷଣା କରିଛନ୍ତି। ସେ ଦିଗରେ ଓଡ଼ିଶା, ଆମ୍ଭମାନଙ୍କ ଅନୁରୋଧ ସତ୍ତ୍ୱେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଘୋଷଣା କରିନାହାଁନ୍ତି। ତେଣୁ ଦେଶବାସୀଙ୍କର ବୃହତର ସ୍ୱାର୍ଥକୁ ଆଖି ଆଗରେ ରଖି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆସନ୍ତା କାଲି ପ୍ରଧାନମନ୍ତ୍ରୀଙ୍କ ସହିତ ହେବାକୁ ଥିବା ବୈଠକରେ ସମସ୍ତଙ୍କୁ ବୁଷ୍ଟର ଡ଼ୋଜ ମାଗଣାରେ ଦେବା ପାଇଁ ଉପସ୍ଥାପିତ କରିବାକୁ ପାର୍ଟି ପକ୍ଷରୁ ଅନୁରୋଧ କରାଯାଇଛି।

ଏଠାରେ ଉଲ୍ଲେଖଯୋଗ୍ୟ କି, ଗତ ୧୦ ତାରିଖରୁ ଆରମ୍ଭ ହୋଇଥିବା ବୁଷ୍ଟର ଡ଼ୋଜ କାର୍ଯ୍ୟକ୍ରମ କେବଳ ଓଡ଼ିଶା ନୁହେଁ, ସମଗ୍ର ଭାରତବର୍ଷରେ ଏପର୍ଯ୍ୟନ୍ତ ଆଖିଦୃଶିଆ ସଫଳତା ହାସଲ କରିପାରି ନାହିଁ। ତାର କାରଣ ହେଉଛି ବୁଷ୍ଟର ଡ଼ୋଜ ପିଛା ଘରୋଇ ହସ୍ପିଟାଲ ଗୁଡ଼ିକରେ ୨୨୫ ଟଙ୍କା ଏବଂ ସେବାକର ବାବଦକୁ ୧୫୦ଟଙ୍କା ମୋଟରେ ୩୭୫ ଟଙ୍କା ଡ଼ୋଜ ପିଛା ଦେବାକୁ ପଡୁଛି। ଗୋଟିଏ ୫ ଜଣିଆ ପରିବାରର ବୁଷ୍ଟର ଡ଼ୋଜ ଖର୍ଚ୍ଚ ହେଉଛି ୧୮୭୫ ଟଙ୍କା । ମାସିକ ୫୧୧୨ ଟଙ୍କା ରୋଜଗାର କରୁଥିବା ଗୋଟିଏ ଚାଷୀ ପରିବାର ୧୮୭୫ ଟଙ୍କା ବୁଷ୍ଟର ଡ଼ୋଜ ପାଇଁ ଖର୍ଚ୍ଚ କରିବା ଅସମ୍ଭବ।

ତେଣୁ ଏହାକୁ ଆଖି ଆଗରେ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ ବୁଷ୍ଟର ଡ଼ୋଜ୍ ସମସ୍ତଙ୍କୁ ମାଗଣାରେ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପାଖରେ ଦାବି ଉପସ୍ଥାପନ ପାଇଁ ସମାଜବାଦୀ ପାର୍ଟି, ଓଡ଼ିଶା ପକ୍ଷରୁ ଅନୁରୋଧ କରୁଛୁ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥରେ ହେଲେ ଦେଶର ୧ ନମ୍ବର

ଭୁବନେଶ୍ବର: ପୁଣିଥରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ୧ ନମ୍ବର ମୁଖ୍ୟମନ୍ତ୍ରୀ ଭାବେ ବିବେଚିତ ହୋଇଛନ୍ତି। ଇଣ୍ଡିଆ ଟୁଡେ ଦ୍ଵାରା କରାଯାଇଥିବା ଏକ ସର୍ଭେରେ ନବୀନ ପଟ୍ଟନାୟକଙ୍କୁ ଦେଶର ୧ ନମ୍ବର ମୁଖ୍ୟମନ୍ତ୍ରୀ ଭାବେ ଲୋକେ ପସନ୍ଦ କରିଛନ୍ତି। କୋଭିଡ ପରିଚାଳନାକୁ ନେଇ ହୋଇଥିବା ଏହି ସର୍ଭେରେ ନବୀନ ପଟ୍ଟନାୟକଙ୍କୁ ଦେଶର ଅଧିକାଂଶ ଲୋକେ ପସନ୍ଦ କରିଛନ୍ତି। ନବୀନ ପଟ୍ଟନାୟକଙ୍କ ପରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମାଙ୍କୁ ଦ୍ଵିତୀୟ ସର୍ବାଧିକ ଲୋକ ପସନ୍ଦ କରିଛନ୍ତି। ତାଙ୍କ ପଛକୁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଲୋକେ ପସନ୍ଦ କରିଛନ୍ତି। ହେମନ୍ତ ସୋରେନ ଦେଶର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ଅଛନ୍ତି।