Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମାଗଣାରେ ବୁଷ୍ଟର ଡୋଜ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପାଖେ ଦାବି ରଖନ୍ତୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ
ଆଜିର ଖବର

ମାଗଣାରେ ବୁଷ୍ଟର ଡୋଜ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପାଖେ ଦାବି ରଖନ୍ତୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ

April 27, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: କରୋନା ସଂକ୍ରମଣ ବୃଦ୍ଧିକୁ ଆଖିଆଗରେ ରଖି ଏହାକୁ ରୋକିବା ଦିଗରେ କି ପଦକ୍ଷେପ ନିଆଯାଇପାରିବ ସେ ନେଇ ଆଜି ପ୍ରଧାନମନ୍ତ୍ରୀ ଦେଶର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିବା ପାଇଁ ଯାଉଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ଆଲୋଚନାରେ ଅଂଶଗ୍ରହଣ କରିବେ।

ଆଲୋଚନାକାଳରେ ବୁଷ୍ଟର ଡ଼ୋଜ ଟୀକା ସମସ୍ତଙ୍କୁ ମାଗଣାରେ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପାଖରେ ଦାବି ରଖିବାକୁ ସମାଜବାଦୀ ପାର୍ଟି ପକ୍ଷରୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି। ପୂର୍ବରୁ ଦିଲ୍ଲୀ, ବିହାର ଓ ହରିୟାଣା ରାଜ୍ୟରେ ତାଙ୍କ ରାଜ୍ୟର ୧୮ରୁ ୫୯ ବର୍ଷ ବୟସ୍କ ସମସ୍ତଙ୍କୁ ମାଗଣା ବୁଷ୍ଟର ଡୋଜ ଦେବା ପାଇଁ ଘୋଷଣା କରିଛନ୍ତି। ସେ ଦିଗରେ ଓଡ଼ିଶା, ଆମ୍ଭମାନଙ୍କ ଅନୁରୋଧ ସତ୍ତ୍ୱେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଘୋଷଣା କରିନାହାଁନ୍ତି। ତେଣୁ ଦେଶବାସୀଙ୍କର ବୃହତର ସ୍ୱାର୍ଥକୁ ଆଖି ଆଗରେ ରଖି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆସନ୍ତା କାଲି ପ୍ରଧାନମନ୍ତ୍ରୀଙ୍କ ସହିତ ହେବାକୁ ଥିବା ବୈଠକରେ ସମସ୍ତଙ୍କୁ ବୁଷ୍ଟର ଡ଼ୋଜ ମାଗଣାରେ ଦେବା ପାଇଁ ଉପସ୍ଥାପିତ କରିବାକୁ ପାର୍ଟି ପକ୍ଷରୁ ଅନୁରୋଧ କରାଯାଇଛି।

ଏଠାରେ ଉଲ୍ଲେଖଯୋଗ୍ୟ କି, ଗତ ୧୦ ତାରିଖରୁ ଆରମ୍ଭ ହୋଇଥିବା ବୁଷ୍ଟର ଡ଼ୋଜ କାର୍ଯ୍ୟକ୍ରମ କେବଳ ଓଡ଼ିଶା ନୁହେଁ, ସମଗ୍ର ଭାରତବର୍ଷରେ ଏପର୍ଯ୍ୟନ୍ତ ଆଖିଦୃଶିଆ ସଫଳତା ହାସଲ କରିପାରି ନାହିଁ। ତାର କାରଣ ହେଉଛି ବୁଷ୍ଟର ଡ଼ୋଜ ପିଛା ଘରୋଇ ହସ୍ପିଟାଲ ଗୁଡ଼ିକରେ ୨୨୫ ଟଙ୍କା ଏବଂ ସେବାକର ବାବଦକୁ ୧୫୦ଟଙ୍କା ମୋଟରେ ୩୭୫ ଟଙ୍କା ଡ଼ୋଜ ପିଛା ଦେବାକୁ ପଡୁଛି। ଗୋଟିଏ ୫ ଜଣିଆ ପରିବାରର ବୁଷ୍ଟର ଡ଼ୋଜ ଖର୍ଚ୍ଚ ହେଉଛି ୧୮୭୫ ଟଙ୍କା । ମାସିକ ୫୧୧୨ ଟଙ୍କା ରୋଜଗାର କରୁଥିବା ଗୋଟିଏ ଚାଷୀ ପରିବାର ୧୮୭୫ ଟଙ୍କା ବୁଷ୍ଟର ଡ଼ୋଜ ପାଇଁ ଖର୍ଚ୍ଚ କରିବା ଅସମ୍ଭବ।

ତେଣୁ ଏହାକୁ ଆଖି ଆଗରେ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ ବୁଷ୍ଟର ଡ଼ୋଜ୍ ସମସ୍ତଙ୍କୁ ମାଗଣାରେ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପାଖରେ ଦାବି ଉପସ୍ଥାପନ ପାଇଁ ସମାଜବାଦୀ ପାର୍ଟି, ଓଡ଼ିଶା ପକ୍ଷରୁ ଅନୁରୋଧ କରୁଛୁ।

ଓଡିଶାର ମୁଖ୍ୟମନ୍ତ୍ରୀ କରୋନା ସଂକ୍ରମଣ ନବୀନ ପଟ୍ଟନାୟକ ବୁଷ୍ଟର ଡୋଜ
Share. Facebook Twitter LinkedIn Email WhatsApp Copy Link

Related Posts

ଦ୍ରୁତଗାମୀ ଟ୍ରକ୍ ଏବଂ ଟାଟା ମ୍ୟାଜିକ୍ ଭ୍ୟାନ ମୁହାଁମୁହିଁ ଧକ୍କା : ୯ ମୃତ

May 18, 2026

ତେଲ ନେଲା ଜୀବନ

May 18, 2026

କୋର କମିଟି ବୈଠକରେ ନୀତିନ ନବୀନ

May 18, 2026

ଆଜି ଶପଥ ନେବେ ଭି.ଡି. ସତିସନ୍

May 18, 2026
Latest News

ଦ୍ରୁତଗାମୀ ଟ୍ରକ୍ ଏବଂ ଟାଟା ମ୍ୟାଜିକ୍ ଭ୍ୟାନ ମୁହାଁମୁହିଁ ଧକ୍କା : ୯ ମୃତ

May 18, 2026

ତେଲ ନେଲା ଜୀବନ

May 18, 2026

କୋର କମିଟି ବୈଠକରେ ନୀତିନ ନବୀନ

May 18, 2026

ଆଜି ଶପଥ ନେବେ ଭି.ଡି. ସତିସନ୍

May 18, 2026

ଜଗମରା ଫୁଡ କୋର୍ଟରେ ଅଗ୍ନିକାଣ୍ଡ

May 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.