Categories
ଆଜିର ଖବର ରାଜ୍ୟ ଖବର

ଜୁନ ୧୨ରୁ ୨୦ ମଧ୍ୟରେ ପ୍ରତ୍ୟେକ ଜିଲ୍ଲାରେ ଓଡ଼ିଶା ସରକାରଙ୍କ ସେବା ପ୍ରସାର କାର୍ଯ୍ୟକ୍ରମ

ଖୋର୍ଦ୍ଧା: ବୁଧବାର ଅପରାହ୍ନରେ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଖୋର୍ଦ୍ଧା ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଚଞ୍ଚଳ ରାଣା ଏବଂ ସମସ୍ତ ଜିଲ୍ଲାପାଳ ମାନଙ୍କ ସହ ଆଭାଷିରେ ରାଜ୍ୟ ସରକାରଙ୍କ ସେବା ପ୍ରସାର କାର୍ଯ୍ୟକ୍ରମ ଜୁନ ମାସ ୧୨ରୁ ୨୦ତାରିଖ ମଧ୍ୟରେ ପାଳନ କରାଯିବା ନିମନ୍ତେ ଆଲୋଚନା କରାଯାଇଅଛି। ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଚଞ୍ଚଳ ରାଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓସ୍ଵାନ ସମ୍ମିଳନୀ କକ୍ଷରେ ଉକ୍ତ ବୈଠକରେ ଯୋଗଦେଇଥିଲେ।

ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ, ଡେପୁଟି କଲେକ୍ଟର ପ୍ରଧାନ ଟୁଲିଆମା, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ଯୋଗଦେଇଥିଲେ। ରାଜ୍ୟ ସ୍ତରରେ ମୁଖ୍ୟ ଶାସନ ସଚିବଙ୍କ ସହ କୋର୍ କମିଟି ର ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ରହି ବିଭିନ୍ନ ପ୍ରସଙ୍ଗ ଓ କାର୍ଯ୍ୟକ୍ରମକୁ ସଫଳ କରିବା ଦିଗରେ ମୁଖ୍ୟ ଶାସନ ସଚିବ ଙ୍କ ନିର୍ଦ୍ଦେଶରେ କାର୍ଯ୍ୟକ୍ରମ ରୂପରେଖ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।

ଜନସାଧାରଣଙ୍କୁ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଲୋକ କଲ୍ୟାଣ ଯୋଜନାର ସୁଫଳ, ପ୍ରତିଫଳନ କୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରି ବିକଶିତ ଓଡ଼ିଶା ଗଠନ ଓ ଓଡ଼ିଶାର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ କରି ରଖିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟବୋଲି ସୂଚନା ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

ପୁରୀ ବଡଦାଣ୍ଡ ମାର୍କେଟ ଛକ ଠାରେ ମକ ଡ୍ରିଲ ଅନୁଷ୍ଠିତ

ପୁରୀ: ପୁରୀ ଜିଲ୍ଲାରେ ସମ୍ଭାଵ୍ୟ ଆକ୍ରମଣକୁ ନେଇ ସ୍ୱତନ୍ତ୍ର ମକ ଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି। ପୁରୀ ବଡଦାଣ୍ଡ ମାର୍କେଟ ଛକ ଠାରେ ହଟାତ ଅପରାହ୍ନ ଚାରି ଟା ରେ ସାଇରନ ବାଜି ଉଠିବା କ୍ଷଣି ପୋଲିସ ସମେତ ଏନସିସି ଓ ବିଭିନ୍ନ ସ୍ଵେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ମାନେ ସାଧାରଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେଉଥିବା ଦେଖିବାକୁ ମିଳିଥିଲା। ବିଭିନ୍ନ ଦୋକାନ ଗୁଡିକ ମଧ୍ୟ ସାଇରନ ଶବ୍ଦ ଶୁଣିକରି ବନ୍ଦ କରି ଦେଇଥିଲେ।

ବଡଦାଣ୍ଡ ସମ୍ପୂର୍ଣ୍ଣା ଭାବେ ଲୋକ ଶୂନ୍ୟ ହୋଇପଡ଼ିଥିଲା। ପରେ ଦ୍ଵିତୀୟ ବାର ସାଇରନ ବାଜିଥିବା ବେଳେ ସମସ୍ତେ ସ୍ୱାଭାବିକ ଭାବେ ଚଳପ୍ରଚଳ କରିଥିଲେ। ଏହି ସମୟ ମଧ୍ୟରେ ବୋମା ପଡ଼ିଥିବା କାରଣରୁ ନିଆଁ ଲାଗିଯାଇଥିବା ବେଳେ ତାହାକୁ ନିୟନ୍ତ୍ରଣ ନେଇ ଅଗ୍ନିଶମ ବିଭାଗ କାର୍ଯ୍ୟ କରିଥିଲା।

ସେହିପରି ଆହତ ମାନଙ୍କୁ ସ୍ଵେଚ୍ଛାସେବୀ ମାନେ ଆମ୍ବୁଲାନ୍ସରେ ଚିକିତ୍ସା ପାଇଁ ପଠାଇଥିବା ବେଳେ ଏହି ମକ ଡ୍ରିଲ ସଫଳ ତାର ସହ ଶେଷ ହୋଇଥିଲା। ଏପରି ମକ ଡ୍ରିଲ ସାଧାରଣ ଲୋକ ମାନଙ୍କ ମଧ୍ୟରେ ସମ୍ଭାଵ୍ୟ ଯୁଦ୍ଧ ସମୟରେ କିପରି ନିଜକୁ ନିଜେ ସୁରକ୍ଷା ଦେଇପାରିବେ ସେନେଇ ସଚେତନ ହେବା ସହ ଅନ୍ୟକୁ ମଧ୍ୟ ସାହାଯ୍ୟ କରିପାରିବେ।

ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି ମୋକ ଡ୍ରିଲ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଏସପି ଭିନୀତ ଅଗ୍ରୱାଲ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗଦାନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାରେ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଭୂମିକା ଆଲୋଚନା ଚକ୍ର ଓ ଋଣ ମେଳା ଅନୁଷ୍ଠିତ

ଖୋର୍ଦ୍ଧା: ଆନ୍ତର୍ଜାତିକ ସମବାୟ ବର୍ଷ -୨୦୨୫ ଉପଲକ୍ଷେ ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ତରଫରୁ ଓଡ଼ିଶାରେ ସମବାୟ ଆନ୍ଦୋଳନରେ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଭୂମିକା ଆଲୋଚନା ଚକ୍ର ଓ ଋଣ ମେଳା ଅନୁଷ୍ଠିତ ହୋଇଯାଇଅଛି। ଓଡିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ମଧୁବାବୁଙ୍କଙ୍କ ଜନ୍ମ ଜୟନ୍ତୀକୁ ପ୍ରତି ଜିଲ୍ଲାରେ ପାଳନ କରିବାକୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ସଭାରେ ମହାପ୍ରଭୁ ଜଗନ୍ନାଥ ଓ ମଧୁବାବୁଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରି ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା।

ଉକ୍ତ ସଭାରେ ଅଲକାନନ୍ଦା ଜେନା ଉପନିବନ୍ଧକ ସମବାୟ ସମିତି ସମୂହ ଖୋର୍ଦ୍ଧା ବିଭାଜନ ଙ୍କ ସଭାପତିତ୍ତ୍ୱରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ଆଲୋଚନା ଚକ୍ରରେ ସ୍ୱୟଂ ପ୍ରଭା ପଟ୍ଟନାୟକ, ଅବସରପ୍ରାପ୍ତ ଅଧକ୍ଷ, ପ୍ରାଣନାଥ ସ୍ୱୟଂ ଶାସିତ ମହାବିଦ୍ୟାଳୟ, ଖୋର୍ଦ୍ଧା, ଗୋପାଳକୃଷ୍ଣ ଦାସ ଅବସରପ୍ରାପ୍ତ ବିଭାଗୀୟ ମୁଖ୍ୟ, ଓଡ଼ିଆ ବିଭାଗ, ପ୍ରାଣନାଥ ସ୍ୱୟଂ ଶାସିତ ମହାବିଦ୍ୟାଳୟ, ଖୋର୍ଦ୍ଧା ତଥା ସଭାପତି ଖୋର୍ଦ୍ଧା ସାହିତ୍ୟ ସଂସଦ ଭୀମସେନ ପ୍ରଧାନ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ, ବକ୍ସି ଜଗବନ୍ଧୁ ବିଦ୍ୟାଧର ଉଚ୍ଚ ବିଦ୍ୟାଳୟ, ଖୋର୍ଦ୍ଧା ଓ ଶ୍ରୀଯୁକ୍ତ ସାରଥୀ ଶତପଥୀ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ଲିଃ. ଉତ୍କଳ ଗୌରବ ମଧୁସୂଦନଙ୍କ ଜୀବନ ଆଦର୍ଶ ତଥା ଓଡିଶା ସମବାୟ ଆନ୍ଦୋଳନରେ ତାଙ୍କର ଯୋଗଦାନ ଏହି ଜାତିକୁ କିପରି ସର୍ବାଗ୍ରେ ରଖିଅଛି ତାହା ଉପରେ ବକ୍ତାମାନେ ନିଜ ନିଜର ଅଭିଭାଷଣ ରଖିଥିଲେ।

ମଧୁବାବୁଙ୍କ ଜୀବନ ଚର୍ଚ୍ଚା ହେବାସହ ଖୋର୍ଦ୍ଧା ବ୍ୟାଙ୍କ ପରିସର ଅନ୍ତର୍ଭୁକ୍ତ ୨୧ ଜଣ ଋଣୀ, ସ୍ଵୟଂସହାୟକ ଗୋଷ୍ଠୀ ଓ ଯୁଗ୍ମଦେୟ ଗୋଷ୍ଠୀକୁ କୃଷି ଓ ଆନୁସଙ୍ଗିକ କୃଷି ଭିତ୍ତିକ ଋଣ ସମସ୍ତ ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା।

ଏହି ଋଣ ମେଳାରେ ସମସ୍ତ ଶାଖାର କର୍ମଚାରୀ, ସମିତିର କର୍ମଚାରୀ ତଥା ବିଭିନ୍ନ ଋଣୀ ମାନେ ଉପସ୍ଥିତ ଥିଲେ।

ଏହି ଶିବିରକୁ ବ୍ୟାଙ୍କର ସହପ୍ରବନ୍ଧକ ସନ୍ଦୀପ ପଟ୍ଟନାୟକ, ଭବାନୀ ମୋହନ ସିହ୍ନା, ତପନ କୁମାର ଚୌଧୁରୀ, ରଶ୍ମିତା ମଲ୍ଲିକ, ପ୍ରଭୁ ପ୍ରସାଦ ପଟ୍ଟନାୟକ ଓ ସମିତିର ବରିଷ୍ଠ ସମ୍ପାଦକ ଝଜ ସାମନ୍ତରାୟ, ବିଶ୍ୱନାଥ ମହାରଣା ଓ ନିତ୍ୟାନନ୍ଦ ଦାସ ସମେତ ପାଖାପାଖି ୨୦୦ ଜଣ ଉପସ୍ଥିତ ରହିଥିଲେ।

ଉପସ୍ଥାପକ ଭାବେ ଜ୍ୟୋତିରଞ୍ଜନ ରାଉତରାୟ ସଭାକୁ ପରିଚାଳନା କରିଥିବା ବେଳେ ସହପ୍ରବନ୍ଧକ ସନ୍ଦୀପ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱରରେ ଏପିଡା ଏବଂ ଓଡ଼ିଶା ସରକାରଙ୍କ ପକ୍ଷରୁ ମିଳିତ କ୍ଷମତା ବିକାଶ କାର୍ଯ୍ୟକ୍ରମ

ଭୁବନେଶ୍ଵର: କୃଷି ଏବଂ ପ୍ରକ୍ରିୟାକୃତ ଖାଦ୍ୟ ଉତ୍ପାଦ ରପ୍ତାନୀ ବିକାଶ ପ୍ରାଧିକରଣ (ଏପିଡା) ଏବଂ ଓଡ଼ିଶା ସରକାରଙ୍କ ପକ୍ଷରୁ ମିଳିତ ଭାବେ ଭୁବନେଶ୍ୱରର ଓଡ଼ିଶା କୃଷି ଏବଂ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ର ଡ. ଏମ୍. ଏସ୍. ସ୍ୱାମୀନାଥନ କକ୍ଷରେ ଓଡ଼ିଶାର କୃଷି ଉତ୍ପାଦ ରପ୍ତାନୀକୁ ପ୍ରୋତ୍ସାହନ ଦେବା ଲାଗି ଏକ କର୍ମଶାଳା ଆୟୋଜିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ କୃଷକ ଉତ୍ପାଦକ ସଂଗଠନ (ଏଫପିଓ)/କୃଷକ ଉତ୍ପାଦକ କମ୍ପାନୀ, ମହିଳା କୃଷି ଉଦ୍ୟୋଗୀ, ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗ ଏବଂ ସମଗ୍ର ଓଡ଼ିଶାର ରପ୍ତାନିକାରୀଙ୍କ ପ୍ରତିନିଧିତ୍ୱରେ ୧୦ରୁ ଅଧିକ ଷ୍ଟଲ ପ୍ରଦର୍ଶିତ ହୋଇଥିଲା। ଏହି ବିଶ୍ୱବିଦ୍ୟାଳୟରେ କୋରାପୁଟ କଳାଜିରା ଚାଉଳ, ନୟାଗଡ କଣ୍ଟେଇମୁଣ୍ଡି ବାଇଗଣ, ଗଞ୍ଜାମ କିଆ ଫୁଲ ଉତ୍ପାଦ, କୋରାପୁଟ କଫି ଏବଂ କନ୍ଧମାଳ ହଳଦୀ ଭଳି ଜିଆଇ ଉତ୍ପାଦ, କେନ୍ଦ୍ରାପଡ଼ା ରସାବଳୀ, ସାଲେପୁର ରସଗୋଲା, ଖଜୁରୀ ଗୁଡ, ଢେଙ୍କାନାଳ ମଗଜୀ ଲଡ଼ୁ ଏବଂ ମୟୂରଭଞ୍ଜ କାଇ ଚଟଣୀ ଭଳି ରାଜ୍ୟର ଅନେକ ଜିଆଇ ଟ୍ୟାଗ୍ ଏବଂ କୃଷି ଉତ୍ପାଦ ପ୍ରଦର୍ଶିତ ହୋଇଥିଲା।

ମୁଖ୍ୟ ଅତିଥି ଭାବେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ତାଙ୍କ ଅଭିଭାଷଣରେ ରାଜ୍ୟରୁ କୃଷି ରପ୍ତାନୀ, ବିଶେଷ କରି ଜୈବିକ ସାମଗ୍ରୀର ରପ୍ତାନୀ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ। ବିଶ୍ୱ ବଜାରରେ ପ୍ରୋତ୍ସାହନ ପାଇଁ ରାଜ୍ୟରୁ ଜିଆଇ ଉତ୍ପାଦ ସମେତ ଉତ୍ପାଦଗୁଡ଼ିକର ଅନୁସନ୍ଧାନ କରିବାକୁ ସେ ରପ୍ତାନିକାରୀମାନଙ୍କୁ ଉତ୍ସାହିତ କରିଥିଲେ। ରାଜ୍ୟରୁ କୃଷି ରପ୍ତାନୀ ବୃଦ୍ଧି ଦିଗରେ ରାଜ୍ୟ ସରକାରଙ୍କ ସହ ଏପିଡାର ସକ୍ରିୟ ସହଯୋଗକୁ ସେ ପ୍ରଶଂସା କରିଥିଲେ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶାର କୃଷି ରପ୍ତାନୀ ବୃଦ୍ଧି ପାଇଁ ପ୍ରମୁଖ କ୍ଷେତ୍ର ଉପରେ ଧ୍ୟାନ କେନ୍ଦ୍ରିତ କରି ତିନୋଟି ବୈଷୟିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ପ୍ରଥମ ଅଧିବେଶନରେ ସଂଶୋଧିତ ଜାତୀୟ ଜୈବିକ ଉତ୍ପାଦନ କାର୍ଯ୍ୟକ୍ରମ (ଏନପିଓପି) ଅଧୀନରେ ଜୈବିକ ରପ୍ତାନୀର ପ୍ରୋତ୍ସାହନ, ଜୈବିକ ପ୍ରମାଣୀକରଣ, ମୂଲ୍ୟ ଶୃଙ୍ଖଳା ବିକାଶ ଏବଂ ବଜାର ପ୍ରବେଶ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଦ୍ୱିତୀୟ ଅଧିବେଶନରେ ଅନନ୍ୟ କିସମର ଲାଭ ଉଠାଇବା, ଲଜିଷ୍ଟିକ୍ସରେ ଉନ୍ନତି ଆଣିବା ଏବଂ ରପ୍ତାନି ଆହ୍ୱାନର ମୁକାବିଲା କରି ଓଡ଼ିଶାରୁ ଚାଉଳ ରପ୍ତାନୀ ବୃଦ୍ଧି କରିବାର ରଣନୀତି ଉପରେ ଆଲୋଚନା କରାଯାଇଥିଲା। ତୃତୀୟ ଅଧିବେଶନରେ ଲଜିଷ୍ଟିକ୍ସ, କୋଲ୍ଡ ଚେନ୍ ଭିତ୍ତିଭୂମି ଏବଂ ବଜାର ସଂଯୋଗକୁ ମଜବୁତ କରିବା ଉପରେ ଧ୍ୟାନ ଦେଇ କୃଷି-ପ୍ରକ୍ରିୟାକୃତ ଏବଂ ଜିଆଇ-ଟ୍ୟାଗ୍ ହୋଇଥିବା ଉତ୍ପାଦଗୁଡ଼ିକର ମୂଲ୍ୟ ବୃଦ୍ଧି ଏବଂ ରପ୍ତାନି ପ୍ରୋତ୍ସାହନ ପାଇଁ ସୁଯୋଗ ଉପରେ ଆଲୋକପାତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ, ଓଡ଼ିଶା କୃଷି ଏବଂ ବୈଷୟିକ ବିଶ୍ୱବିଦ୍ୟାଳୟ, ଏଫପିଓ, ଏଫପିସି ଏବଂ ପ୍ରଗତିଶୀଳ କୃଷକଙ୍କ ସମେତ ୪୦୦ରୁ ଅଧିକ ଅଂଶୀଦାର ଅଂଶଗ୍ରହଣ କରିଥିଲେ।

କାର୍ଯ୍ୟକ୍ରମ ଅବସରରେ, ଜାତୀୟ ଜୈବିକ ଉତ୍ପାଦନ କାର୍ଯ୍ୟକ୍ରମ (ଏନପିଓପି) ର ସଚିବାଳୟ ଭାବେ ଏପିଡା ରାଜ୍ୟର ୩୦ରୁ ଅଧିକ ଜୈବିକ ଉତ୍ପାଦକ ଗୋଷ୍ଠୀ ଏବଂ ଓଡ଼ିଶାରେ କାର୍ଯ୍ୟ କରୁଥିବା ଜୈବିକ ପ୍ରମାଣନ ସଂସ୍ଥାଗୁଡ଼ିକ ସହିତ ଏକ ସହଭାଗୀ ବାର୍ତ୍ତାଳାପ ଆୟୋଜନ କରିଥିଲା। ନିକଟରେ ୯ ଜାନୁଆରୀ, ୨୦୨୫ରେ ଆରମ୍ଭ ହୋଇଥିବା ଏନପିଓପି (ଅଷ୍ଟମ ସଂସ୍କରଣ)ର ସଂଶୋଧନ ଏବଂ ନୂତନ ବ୍ୟବସ୍ଥା ସମ୍ବନ୍ଧରେ କୃଷକମାନଙ୍କ ସନ୍ଦେହ ଓ ପ୍ରଶ୍ନଗୁଡ଼ିକର ସମାଧାନ ଉପରେ ଆଲୋଚନା ହୋଇଥିଲା।

ସାଂସଦ ତଥା କୃଷି, ପ୍ରାଣୀସମ୍ପଦ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ସଂସଦୀୟ ସ୍ଥାୟୀ କମିଟିର ସଦସ୍ୟ ଶ୍ରୀ ସୁକାନ୍ତ କୁମାର ପାଣିଗ୍ରହୀ ତାଙ୍କ ଅଭିଭାଷଣରେ ଓଡ଼ିଶାରୁ କୃଷି ରପ୍ତାନୀକୁ ସହାୟତା କରିବା ପାଇଁ ଏଗ୍ରୀ-ଇନଫ୍ରା ପାଣ୍ଠିର ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଆହୁରି କହିଥିଲେ, ୨୦୪୭ ମସିହା ସୁଦ୍ଧା ସମଗ୍ର କୃଷି ରପ୍ତାନୀ ଇକୋସିଷ୍ଟମର ବିକାଶ ଦ୍ୱାରା ‘ବିକଶିତ ଭାରତ’ର ସ୍ୱପ୍ନ ସାକାର ହୋଇପାରିବ । ଏହା ପ୍ରତିଦ୍ୱନ୍ଦ୍ୱିତାମୂଳକ ଲାଭ ହାସଲ କରିବାରେ, ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବାରେ, ଉନ୍ନତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ଏବଂ ବୈଦେଶିକ ମୁଦ୍ରା ଆୟ ସୃଷ୍ଟି କରିବାରେ ସହାୟକ ହେବ।

ଏପିଡାର ଅଧ୍ୟକ୍ଷ ଶ୍ରୀ ଅଭିଷେକ ଦେବ ତାଙ୍କ ସ୍ୱାଗତ ଭାଷଣରେ ଜୈବିକ ଉତ୍ପାଦ ଉପରେ ବିଶେଷ ଗୁରୁତ୍ୱ ଦେଇ କୃଷି ଉତ୍ପାଦ ପାଇଁ ରପ୍ତାନୀ ଭିତ୍ତିକ ରଣନୀତି ଉପରେ ଆଲୋକପାତ କରିଥିଲେ। ବିପୁଳ ବିବିଧତା ଏବଂ ଉତ୍ପାଦନର ପରିମାଣ କାରଣରୁ କୃଷି ରପ୍ତାନୀ କ୍ଷେତ୍ରରେ, ବିଶେଷ କରି ଜୈବିକ ଉତ୍ପାଦ କ୍ଷେତ୍ରରେ, ରାଜ୍ୟର ଅବ୍ୟବହୃତ ସମ୍ଭାବନା ଉପରେ ସେ ଜୋର ଦେଇଥିଲେ। ଭବିଷ୍ୟତରେ ଏହିପରି ଅଧିକ କାର୍ଯ୍ୟକ୍ରମ ଏବଂ ରପ୍ତାନି ସମ୍ମିଳନୀ ଆୟୋଜନ କରାଯିବ ଯାହା କୃଷି ରପ୍ତାନୀ ବୃଦ୍ଧି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ । ସେ ରାଜ୍ୟର ଏଫପିଓ ଏବଂ ଏଫପିସିଗୁଡ଼ିକୁ ପ୍ରମୁଖ ଜାତୀୟ ଏବଂ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଭାଗ ନେବା ପାଇଁ ପ୍ରୋତ୍ସାହିତ କରିଥିଲେ, ଯାହାଫଳରେ ବଜାର ପ୍ରବେଶ, ପ୍ରୋତ୍ସାହନ ଏବଂ ପ୍ରସାର ହୋଇପାରିବ।

ଏହି କର୍ମଶାଳା ତଥା କ୍ଷମତା ନିର୍ମାଣ କାର୍ଯ୍ୟକ୍ରମ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପ୍ରମୁଖ ନୀତି ନିର୍ଦ୍ଧାରକ ଏବଂ ବିଶେଷଜ୍ଞମାନଙ୍କୁ ଏକାଠି କରିଥିଲା। ଶିଳ୍ପ ଏବଂ ଶିକ୍ଷା କ୍ଷେତ୍ରର ନୀତି ନିର୍ଦ୍ଧାରକମାନେ ଆଗାମୀ ଦିନରେ ରାଜ୍ୟରେ ଏକ ଦୃଢ ରପ୍ତାନି ଇକୋସିଷ୍ଟମ ନିର୍ମାଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ହେବ ପ୍ରଦୂଷଣମୁକ୍ତ ଏବଂ ଚାଷୀଙ୍କୁ ମିଳିବ ରୋଜଗାର: ରାଜ୍ୟ ସରକାର ନେଲେ ଏହି ନିଷ୍ପତ୍ତି

ଭୁବନେଶ୍ଵର: ପରିବେଶକୁ ସୁରକ୍ଷା ଦେବା ସହ ପ୍ରଦୂଷଣମୁକ୍ତ କରିବା ଦିଗରେ ଅଗ୍ରସର ହେଉଛନ୍ତି ଓଡ଼ିଶା ସରକାର। ରାଜ୍ୟରେ ୨ଜି ଇଥାନଲର ବ୍ୟବହାରକୁ ଗୁରୁତ୍ୱ ଦିଆଯାଉଛି।

ଏହି ପରିପ୍ରେକ୍ଷୀରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ମିଡ଼ୱେଷ୍ଟ ଏନର୍ଜି କମ୍ପାନୀ ତରଫରୁ ଏକ ଉପସ୍ଥାପନା ପ୍ରଦର୍ଶନରେ‌ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ, ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ସ୍ବାଇଁ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀ, ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ, ପର୍ଯ୍ୟଟନ କମିଶନର ତଥା ଶାସନ ସଚିବ ବଲୱନ୍ତ ସିଂ, ଏମ.ଡି ଇପିକଲ ଭୂପେନ୍ଦ୍ର ସିଂ ପୁନିଆ ପ୍ରମୁଖ ଉପସ୍ଥିତ ଥିଲେ।

ଉକ୍ତ ବୈଠକରେ ଓଡ଼ିଶାର ଚିଲିକା ହ୍ରଦରେ ଚାଲୁଥିବା ବୋଟ ଗୁଡ଼ିକରେ ଇଥାନଲ ବ୍ଲେଣ୍ଡିଂ ଇନ୍ଧନ ବ୍ୟବହାର କରିବା ବିଷୟରେ ଆଲୋଚନା ହୋଇଥିଲା। ଯଦ୍ୱାରା ପରିବେଶକୁ ପ୍ରଦୂଷଣରୁ ମୁକ୍ତ ରଖିବ ଏବଂ ଚାଷୀଙ୍କୁ ପରୋକ୍ଷରେ ରୋଜଗାର ମଧ୍ୟ ପ୍ରଦାନ କରିବ।ଗ୍ରାମୀଣ ଅର୍ଥନୀତି ସୁଦୃଢ଼ ହେବା ସହ ଦାଦନ ଶ୍ରମିକ ସଂଖ୍ୟା ମଧ୍ୟ କମିବ।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଆ ପକ୍ଷ ପାଳନ ଅବସରରେ ”ଆସ ବହିଟିଏ କିଣିବା ଅଭିଯାନ”

କଳାହାଣ୍ଡି: ଓଡ଼ିଆ ପକ୍ଷ ପାଳନ ଅବସରରେ “ଆସ ବହିଟିଏ କିଣିବା ଅଭିଯାନ” ଆଜି କଳାହାଣ୍ଡି ଜିଲ୍ଲାରେ ଅନୁଷ୍ଠିତ ହୋଇଯାଇଛି। ଓଡିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଆହ୍ୱାନ କ୍ରମେ ଜିଲ୍ଲା ପ୍ରଶାସନ ତଥା ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଆଜି ଅନେକ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ତଥା ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ବହି କିଣିଛନ୍ତି। ଏଥିରେ ଜିଲ୍ଲା ର ରାଜ୍ୟର ଅନେକ ପ୍ରସିଦ୍ଧ ଲେଖକଙ୍କ ପୁସ୍ତକଏଥିରେ ସ୍ଥାନିତ କରାଯାଇଥିଲା।

ବର୍ତ୍ତମାନର ମୋବାଇଲ ଓ ଇଣ୍ଟରନେଟ ଯୁଗରେ ପୁସ୍ତକର ଗୁରୁତ୍ୱ ରହିଛି। ଏହା ଅଧିକ ରୁ ଅଧିକ ପାଠକ ସୃଷ୍ଟି ହେବା ସହ ପାଠକ ଓ ଲେଖକ ମଧ୍ୟରେ ଏକ ସମ୍ପର୍କ ସ୍ଥାପନ ହୋଇପାରିବ ବୋଲି ମା ମାଣିକେଶ୍ୱରୀ ବିଶ୍ୱ ବିଦ୍ୟାଳୟର ଉପ କୂଳସଚିବ ଜୟଦେବ ସାହୁ, ବିଶିଷ୍ଠ ଲେଖକ ଉମାଶଙ୍କର କର ଓ ଛାତ୍ରୀ ତନୁଶ୍ରୀ ବେହେରା ମତ ପ୍ରକାଶ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର: ସାହିତ୍ୟସିନ୍ଦୁରାର “ବର୍ଣ୍ଣବୋଧ” ଦିବସ ପାଳନ

ବାଣପୁର: ଓଡ଼ିଶା ସରକାରଙ୍କ ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜିଥିଲା “ବର୍ଣ୍ଣବୋଧ” ଦିବସ। ଏହି ପ୍ରାୟୋଜିତ କାର୍ଯ୍ୟକ୍ରମ ବାଣପୁରର ସାହିତ୍ୟସିନ୍ଦୁରା ଅନୁଷ୍ଠାନ ତରଫରୁ ବିଧାରପୁରର ପରୀଡ଼ା ପାଠଗାର ପରିସରରେ ଶିକ୍ଷାବିତ୍ ଗୋଲକ ବିହାରୀ ପରୀଡ଼ାଙ୍କ ନିମନ୍ତ୍ରଣ କ୍ରମେ ମହାସମାରୋହ ପାଳିତ ହୋଇଥିଲା। ଓଡ଼ିଆଭାଷାର ମୌଳିକତା ରକ୍ଷା କରିବାରେ “ମଧୁ ବର୍ଣ୍ଣବୋଧ “ର ଭୂମିକା ସଂପର୍କୀତ ଏକ ଆଲୋଚନାଚକ୍ରରେ ଚିଲିକା ସାହିତ୍ୟ ସମାଜର ସଭାପତି କବି ବାଳମୁକୁନ୍ଦ ଦାସ ସଭାପତିତ୍ୱ କରିଥିବା ବେଳେ ଓଡ଼ିଆ ଭାଷାତତ୍ବବିତ୍ ଗୋକୁଳାନନ୍ଦ ଦାସ ମୁଖ୍ୟ ଅତିଥି, ଓଡ଼ିଆ ଭାଷା ସୁରକ୍ଷା ସମିତି ବାଲୁଗାଁର ସଭାପତି କବି ରଙ୍କନାଥ ସେଠୀ ମୁଖ୍ୟବକ୍ତା ଭାବରେ ଯୋଗଦେବା ସହିତ କବି ପୁରୁଷୋତ୍ତମ ମହାପାତ୍ର, ଅଧ୍ୟାପକ ସଂଗ୍ରାମ କେଶରୀ ସାହୁ, ଅଧ୍ୟାପକ ଭବାନୀପ୍ରସାଦ ହୋତା, ଶିକ୍ଷାବିତ୍ ଆନନ୍ଦଚନ୍ଦ୍ର ସେନାପତି, ଲକ୍ଷ୍ମୀଚରଣ ପ୍ରଧାନ, ଶିଶିର କୁମାର ଦାସ, ଶେଷଦେବ ମହାରଣା, ରବୀନ୍ଦ୍ରନାଥ ମାନସିଂ, ନୀଳମଣି ସାହୁ, ଅମରେଶ୍ଵର ଘଡ଼ାଇ,ଏକତା ପରିଷଦର ଆବାହିକା ସଂଧ୍ୟାଦେବୀ, କବୟତ୍ରୀ ସ୍ମୃତି ପଟ୍ଟନାୟକ, ଓଡ଼ିଶୀ ନୃତ୍ୟଗୁରୁ ମାଧବଚ଼ନ୍ଦ୍ର ପଲାଇ, ବିଷ୍ଣୁପ୍ରିୟା ବାରିକ, ନବକିଶୋର ପ୍ରଧାନ, ଗୋବିନ୍ଦ ଚନ୍ଦ୍ର ପାତ୍ର ପ୍ରମୁଖ ବହୁ ସାହିତ୍ୟିକ, ବୁଦ୍ଧିଜୀବି ଆଲୋଚ଼ନାରେ ଯୋଗ ଦେଇ ମାତୃଭାଷା ଓଡ଼ିଆର ସୁରକ୍ଷା ଓ ପ୍ରଚାର ପ୍ରସାର ସହିତ ମୌଳିକତା ରକ୍ଷା କରିବାରେ “ମଧୁବର୍ଣ୍ଣବୋଧ” ହିଁ ଏକ ମାତ୍ର ପାଠ୍ୟପୁସ୍ତକ ଭାବରେ ପ୍ରେରଣା ଯୋଗାଇଦେବ ବୋଲି ମତପ୍ରକାଶ କରି ବହୁ ବର୍ଷ ପରେ ଓଡ଼ିଶା ସରକାର ଏହି ପୁସ୍ତକକୁ ଗୁରୁତ୍ୱ ଦେଇ ପ୍ରାଥମିକ ବିଦ୍ୟାଳୟରେ ପୁଣି ପ୍ରଚଳନ କରିବାକୁ ପଦକ୍ଷେପ ଗ୍ରହଣ କରିଥିବାରୁ ସରକାରଙ୍କ ଏହି ନିଷ୍ପତିକୁ ସାଧୁବାଦ ଜଣାଇଥିଲେ।

ଭକ୍ତକବି ମଧୁସୂଦନ ରାଓଙ୍କ ଅଦମ୍ୟ ପ୍ରଚେଷ୍ଠାରେ୧୮୮୫ ରେ ମୁଦ୍ରିତ ଏହି ପୁସ୍ତକଟି ବିଟ୍ରିଶ ଶାସିତ ଓଡ଼ିଶାର ଘରେ ଘରେ ଓଡ଼ିଆ ଭାଷା ପଠନ, ଲିଖନର ଏକମାତ୍ର ନିର୍ଭରଯୋଗ୍ୟ ପାଠ୍ୟପୁସ୍ତକ ଭାବରେ ପ୍ରଚଳିତ ଥିଲା ଯାହାକି ମାତୃଭାଷା ଓଡ଼ିଆର ମୌଳିକତା
ରକ୍ଷା କରିବାରେ ସହାୟକ ହୋଇପାରିଥିଲା। ବୈଦେଶିକ ଭାଷାର ପ୍ରଭାବରେ ବର୍ତ୍ତମାନ ମାତୃଭାଷା ଓଡ଼ିଆରେ ଲିଖନ ପଠନ, କଥନ ଅତିବିକୃତ ଅବସ୍ଥାକୁ ଆସିଯାଇଥିବା ବେଳେ ଏହାର ସୁରକ୍ଷା ଓପୁନଃରୁଦ୍ଧାର ପାଇଁ ସରକାର ଆନ୍ତରିକତାର ସହିତ ବିହିତ ପଦକ୍ଷେପ ଗ୍ରହଣ କଲେ ପୁଣି ମାତୃଭାଷା ଓଡ଼ିଆ ପଠନ ପ୍ରତିଯୁବସମାଜ ଆଗ୍ରହ ପ୍ରକାଶ କରିବେ ବୋଲି ମତପ୍ରକାଶ ପାଇଥିଲା। ଶେଷରେ ଶ୍ରୀଯୁକ୍ତ ପରୀଡ଼ା ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶାରେ କେମିକାଲ୍ସ ଏବଂ ପେଟ୍ରେକେମିକାଲ୍ସ କ୍ଷେତ୍ରକୁ ମଜଭୂତ୍ କରିବା ପାଇଁ ତିନୋଟି ଏମଓୟୁ ସ୍ୱାକ୍ଷରିତ

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ନୂଆଦିଲ୍ଲୀ ଠାରେ ଆୟୋଜିତ ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗ ଦେଇଥିଲେ। ଏହି ବୈଠକରେ ଓଡ଼ିଶା ସରକାର ଏବଂ ଉର୍ଜା କ୍ଷେତ୍ରରେ ଶିଳ୍ପ ସଂସ୍ଥାଗୁଡ଼ିକ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଥିବା ବେଳେ ଏହି ବୁଝାମଣା ଦ୍ୱାରା ଓଡ଼ିଶା ବିଶ୍ୱ ପାଇଁ ପ୍ରମୁଖ ଶକ୍ତି କେନ୍ଦ୍ରରେ ପରିଣତ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ପାରାଦୀପ ଠାରେ ୫୮,୦୪୨ କୋଟି ଟଙ୍କାର ମେଗା ଡୁଆଲ ଫିଡ୍ କ୍ରାକର(ଡିଏଫସି) ଏବଂ ଏହାର ଡାଉନଷ୍ଟ୍ରିମ ୟୁନିଟ୍ ପାଇଁ  ଓଡ଼ିଶା ସରକାର ଏବଂ ଆଇଓସିଏଲ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ହୋଇଥିବା ବେଳେ ଯାଜପୁର ଚଣ୍ଡିଖୋଲ ଠାରେ ୮,୭୪୩ କୋଟି ଟଙ୍କା ବ୍ୟୟରେ କ୍ରୁଡ ଅଏଲ ଷ୍ଟୋରେଜ୍ ଫାସିଲିଟି ପାଇଁ ଓଡ଼ିଶା ସରକାର ଏବଂ ଇଣ୍ଡିଆନ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ରିଜର୍ଭ ଲିମିଟେଡ୍ ଏବଂ ଗୋପାଳପୁର ଠାରେ ୨୩୦୬ କୋଟି ଟଙ୍କା ବ୍ୟୟରେ ଏଲଏନଜି ଟର୍ମିନାଲ ପାଇଁ ଓଡ଼ିଶା ଏବଂ ପେଟ୍ରୋନେଟ୍ ଏଲଏନଜି ଟର୍ମିନାଲ ସହ ଏମଓୟୁ ସ୍ୱାକ୍ଷରିତ ହୋଇଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଇଣ୍ଡିଆନ ଅଏଲର ପାରାଦୀପ ତୈଳ ବିଶୋଧନାଗାର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଓଡ଼ିଶା ପାଇଁ ଅବଦାନ। ଏହାକୁ ବାଜପେୟୀଜୀ ଶୁଭ ଦେଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିଥିଲେ। ସେହି ସମୟରେ ଏଠାରେ ପେଟ୍ରୋଲିୟମ ଉତ୍ପାଦ ସହ ପେଟ୍ରୋକେମିକାଲ ଉତ୍ପାଦ ବାହାର କରିବା ପାଇଁ ଯୋଜନା ହୋଇଥିଲା। ଓଡ଼ିଶା ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗ୍ୟାରେଣ୍ଟିରେ ଏକ ନୂଆ ଆଶା ଓ ଦିଗ ସୃଷ୍ଟି କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶାର ସମ୍ଭାବନା ବିଷୟରେ ସ୍ପଷ୍ଟ ଭାବେ ଅବଗତ ଅଛନ୍ତି ଏବଂ ଏହି ସମ୍ଭାବନାକୁ ଉପଲବ୍ଧ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ଏକ ବହୁ-ଅଂଶୀଦାର ସମବାୟ ଆଭିମୁଖ୍ୟ ଓଡ଼ିଶାର ବିକାଶକୁ ନୂଆ ଶିଖରରେ ପହଞ୍ଚାଇବ।

ଆଜିର ଏମଓୟୁ ନେଇ ଶ୍ରୀ ପ୍ରଧାନ କହିଛନ୍ତି, ଯୋଜନା କରାଯାଇଥିବା ମେଗା ପୁଞ୍ଜିନିବେଶ ଓଡ଼ିଶାର ଅଭିବୃଦ୍ଧି ଯାତ୍ରାରେ ଏକ ନୂଆ ଯୁଗର ଶୁଭାରମ୍ଭ କରିବ। ଓଡ଼ିଶା ବିଶ୍ୱ ପାଇଁ ଏକ ପ୍ରମୁଖ ଶକ୍ତି କେନ୍ଦ୍ରରେ ପରିଣତ ହେବ। ଏହି ନୂତନ ପୁଞ୍ଜିନିବେଶ ରାଜ୍ୟର ଉଦ୍ୟୋଗୀ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବ ଏବଂ ଅଧିକରୁ ଅଧିକ ଓଡ଼ିଆ ଯୁବକ ଉଦ୍ୟୋଗୀ ହେବାରେ ସକ୍ଷମ ହେବେ। ଏସବୁ ପଦକ୍ଷେପ ଡବଲ ଇଞ୍ଜିନ ସରକାରର ଇସ୍ତାହାରର ଏକ ସ୍ପଷ୍ଟ ପ୍ରତିଫଳନ। ମେଗା ଡୁଆଲ ଫିଡ୍ କ୍ରାକର ଏବଂ ଏହାର ଡାଉନଷ୍ଟ୍ରିମ ୟୁନିଟ୍ ପେଟ୍ରୋକେମିକାଲ୍ସର ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବ ଏବଂ ଭାରତର ପେଟ୍ରୋକେମିକାଲ୍ସ ଉଦ୍ୟୋଗକୁ ସୁଦୃଢ କରିବ।

ଏହି ପ୍ରକଳ୍ପ ପାରାଦୀପ ପେଟ୍ରୋଲିୟମ, କେମିକାଲ୍ସ ଏବଂ ପେଟ୍ରୋକେମିକାଲ୍ସ ନିବେଶ କ୍ଷେତ୍ରର ପ୍ରଗତିକୁ ତ୍ୱରାନ୍ୱିତ କରିବ। ବର୍ତ୍ତମାନ ୫.୩୩ ଏମଏମଟି (ମିଲିୟନ ମେଟ୍ରିକ୍ ଟନ୍) କ୍ଷମତା ବିଶିଷ୍ଟ ଏସପିଆର ସହିତ ଆମେ ଭାରତର ୯.୫ ଦିନର ଅଶୋଧିତ ତୈଳ ଆବଶ୍ୟକତା ପୂରଣ କରିବାକୁ ସକ୍ଷମ। ଚଣ୍ଡିଖୋଲ ଠାରେ ୪ ଏମଏମଟି ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ରିଜର୍ଭ ପ୍ରତିଷ୍ଠା ହେଲେ ଦେଶର ଅଶୋଧିତ ତୈଳ ଆବଶ୍ୟକତା ଅତିରିକ୍ତ ୭ ଦିନ ବୃଦ୍ଧି ପାଇବ। ଫଳରେ ଭାରତରେ ମୋଟ ପ୍ରାୟ ୧୭ ଦିନର କ୍ରୁଡ୍ ଅଏଲ୍ ଆବଶ୍ୟକତା ପୂରଣ କରିବ।  ସେହିପରି ବର୍ତମାନ ଭାରତରେ ୭ଟି କାର୍ଯ୍ୟକ୍ଷମ ଏଲଏନଜି ଟର୍ମିନାଲ ରହିଛି, ଯାହାର କାର୍ଯ୍ୟକ୍ଷମ ପୁନଃ ଗ୍ୟାସିଫିକେସନ୍ କ୍ଷମତା ପ୍ରାୟ ୪୭.୭ ଏମଏମଟିପିଏ ରହିଛି। ପୂର୍ବ ଉପକୂଳରେ ତାମିଲନାଡୁ ଏନ୍ନୋର ପରେ ଓଡ଼ିଶାର ଧାମରା ଏବଂ ଏବେ ଗୋପାଳପୁର ତୃତୀୟ ଏଲଏନଜି ଟର୍ମିନାଲ ହେବ। ଏଲଏନଜି ଟର୍ମିନାଲ ପ୍ରତିଷ୍ଠା ସମଗ୍ର ପୂର୍ବ ଭାରତକୁ ଶକ୍ତି ଉପଲବ୍ଧତା ପାଇଁ ସେବା ଯୋଗାଇବ ଏବଂ ଶକ୍ତି ନିରାପତ୍ତା ବୃଦ୍ଧି କରିବ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ୨୦୧୭ରେ  ତାଙ୍କ ହସ୍ତକ୍ଷେପ କାରଣରୁ ଓଡ଼ିଶା ସରକାର ନଭେମ୍ବର ୨୦୧୫ରୁ ଜୁଲାଇ ୨୦୧୭ ମଧ୍ୟରେ ଆଇଓସିଏଲ୍ ଠାରୁ ଭାଟ୍ ବା ବିକ୍ରୟ ଟିକସ ବାବଦରେ ପ୍ରାୟ ୩୦୦୦ କୋଟି ଟଙ୍କା ରାଜକୋଷକୁ ପାଇଛନ୍ତି। ତାଙ୍କର ଏହି ଉଦ୍ୟମ କାରଣରୁ ଆଇଓସିଏଲ ପାରାଦୀପ ରିଫାଇନାରୀ ପ୍ରତିବର୍ଷ କେବଳ ଓଡ଼ିଶାର ରାଜକୋଷକୁ ପ୍ରାୟ ୬,୦୦୦ କୋଟି ଟଙ୍କା ଏବଂ ଓଡ଼ିଶା ଓ ଭାରତ ସରକାରଙ୍କ ରାଜକୋଷକୁ ପ୍ରାୟ ୨୭,୦୦୦ କୋଟି ଟଙ୍କା ପ୍ରଦାନ କରୁଛି।  ଓଡ଼ିଶାରେ ଏଲପିଜି ସଂଯୋଗ ୨୦୧୪ ପୂର୍ବରୁ ୨୧ ଲକ୍ଷ ଥିବା ବେଳେ  ଏବେ ରାଜ୍ୟରେ ଏଲପିଜି ସଂଯୋଗ ବଢି ୧ କୋଟି ୪ ହଜାରରେ ପହଞ୍ଚିଛି ଏବଂ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ହିତାଧିକାରୀଙ୍କ ସଂଖ୍ୟା ୫୫ ଲକ୍ଷରେ ପହଞ୍ଚିଛି।

ଓଡ଼ିଶାର ଅର୍ଥନୀତିକୁ ସୁଦୃଢ଼ କରିବା, ସମ୍ପତ୍ତି ସୃଷ୍ଟି, ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ଓଡ଼ିଶାରେ ନୂତନ ପିଢ଼ିର ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ଆମର ପ୍ରାଥମିକତା। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗ୍ୟାରେଣ୍ଟି ଏବଂ ସିଏମ୍ ମୋହନ ମାଝୀଙ୍କ ନେତୃତ୍ୱ ସମସ୍ତ ନିବେଶକଙ୍କୁ ସମର୍ଥନ କରିବ। ଗତ ଦଶନ୍ଧିରେ ପେଟ୍ରୋଲିୟମ କ୍ଷେତ୍ରରେ ୨ ଲକ୍ଷ ୪ ହଜାର କୋଟିରୁ ଅଧିକ ଟଙ୍କା ପୁଞ୍ଜିନିବେଶ ସହ ଓଡ଼ିଶା ବିଶ୍ୱର ଶକ୍ତି ପରିବର୍ତ୍ତନର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରରେ ପରିଣତ ହେବାକୁ ଯାଉଛି। ସ୍ୱଚ୍ଛ ଭାରତ ଆନ୍ଦୋଳନକୁ ତ୍ୱରାନ୍ୱିତ କରିବା ପାଇଁ ଏକ ନୂଆ ବାୟୋ ଗ୍ୟାସ ପଲିସି ଆଣିବା ପାଇଁ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀ ମାଝୀଙ୍କୁ ଅନୁରୋଧ କରିଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଭୁବନେଶ୍ୱରର ନେଟ ଜିରୋ ଟ୍ରାଞ୍ଜିସନ ଲକ୍ଷ୍ୟ ନେଇ ୟୁକେ ସରକାରଙ୍କ ସହିତ ହାତ ମିଳାଇଲା ଗ୍ରୀଡିକୋ

ଭୁବନେଶ୍ୱର: ଯୁକ୍ତରାଜ୍ୟ ସରକାର ଏବଂ  ଓଡିଶା ସରକାରଙ୍କ ଶକ୍ତି ବିଭାଗ ଓ ଗ୍ରୀଡ଼କା ର ମିଳିତ ଆନୁକୂଲ୍ୟରେ ‘ନେଟ୍-ଜିରୋ ଭିଜନ୍ ଫର୍ ଭୁବନେଶ୍ୱର’ ବିଷୟରେ ଏକ ଉଚ୍ଚ-ସ୍ତରୀୟ କର୍ମଶାଳାର ଆୟୋଜନ କରାଯାଇଥିଲା । ଜ୍ଞାନ ଆଦାନ-ପ୍ରଦାନ ସହ ବହୁ-ପକ୍ଷୀୟ ସହଯୋଗକୁ ଉତ୍ସାହିତ କରିବା, ଏବଂ ଭୁବନେଶ୍ୱର ସହରରେ କିଭଳି ପ୍ରଦୂଷଣକୁ ପ୍ରତିହତ କରାଯାଇପାରିବ ସେ ଉପରେ ଏହି କର୍ମଶାଳାରେ ବିଷଦ ଆଲୋଚନା ହୋଇଥିଲା। ଦ ଏନର୍ଜି ଆଣ୍ଡ ରିସୋର୍ସ ଇନଷ୍ଟିଚ୍ୟୁଟ ‘(TERI)’ ପକ୍ଷରୁ ଏହି କାର୍ଯ୍ୟକ୍ରମ ର ସଂଯୋଜନା କରାଯାଇଥିଲା।

ଏହି କର୍ମଶାଳାରେ ବିଭିନ୍ନ ବିଭାଗର ସରକାରୀ ଅଧିକାରୀ ତଥା ଶିଳ୍ପ ଓ ଶିକ୍ଷା ଜଗତ ସହିତ ଜଡିତ ବିଶେଷଜ୍ଞମାନେ ଅଂଶଗ୍ରହଣ କରିଥିଲେ। ଭୁବନେଶ୍ୱରର ନେଟ୍-ଜିରୋ ଯାତ୍ରା ପାଇଁ ଏକ ସଂପୂର୍ଣ୍ଣ ରୋଡମ୍ୟାପ୍ ବିକଶିତ କରିବା ଉଦ୍ଦେଶ୍ୟରେ ଏହା ଆୟୋଜିତ ହୋଇଥିଲା। 2070 ସୁଦ୍ଧା ନେଟ୍-ଜିରୋ ଲକ୍ଷ୍ୟ ପୁରଣ କରିବା ପାଇଁ ଭାରତ ସରକାରଙ୍କ ପ୍ରତିବଦ୍ଧତା ଏବଂ  2029-30 ମଧ୍ୟରେ ଓଡ଼ିଶାର ଅକ୍ଷୟ ଶକ୍ତି କ୍ଷମତା କୁ 10.9 ଗିଗାୱାଟ କୁ ବୃଦ୍ଧି କରିବା ପାଇଁ ସ୍ଥିର ହୋଇଥିବା ଲକ୍ଷ୍ୟ ଆଧାରରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଦ ଏନର୍ଜି ଆଣ୍ଡ ରିସୋର୍ସ ଇନଷ୍ଟିଚ୍ୟୁଟ ‘(TERI) ର ମହାନିର୍ଦ୍ଦେଶକ ଡ. ବିଭା ଧବନ ସ୍ୱାଗତ ଭାଷଣ ପ୍ରଦାନ କରି ଅକ୍ଷୟ ଶକ୍ତି ବିକାଶ କ୍ଷେତ୍ରରେ ଏକ ସ୍ଥାୟୀ ସମାଧାନ ପାଇଁ ମିଳିତ ପ୍ରଚେଷ୍ଟା ର ଆବଶ୍ୟକତା ଥିବା ମତବ୍ୟକ୍ତ କରିଥିଲେ।

ପ୍ରଗତିକୁ ତ୍ୱରାନ୍ୱିତ କରିବା ପାଇଁ, ଆମକୁ ପ୍ରଯୁକ୍ତିବିଦ୍ୟାର ଅଭାବ ପୂରଣ କରିବାକୁ ପଡିବ, ନୀତିଗତ ଢାଞ୍ଚାକୁ ସୁଦୃଢ଼ କରିବାକୁ ପଡିବ ଏବଂ ସ୍ୱଚ୍ଛ ଯାନବାହାନ ଚଳାଚଳ କ୍ଷେତ୍ରରେ ଅଧିକ ପୁଞ୍ଜି ବିନିଯୋଗ କରିବାକୁ ପଡିବ। ପରିବହନର ବିଦ୍ୟୁତୀକରଣ, ଗ୍ରୀଡ୍ ଆଧୁନିକୀକରଣ ଏବଂ ଅକ୍ଷୟ ଶକ୍ତି ର ସମନ୍ୱୟ ମାଧ୍ୟମରେ ନେଟ୍-ଜିରୋ ଭବିଷ୍ୟତର ଲକ୍ଷ ଶୀଘ୍ର ସାଧିତ ହେବ ବୋଲି ସେ କହିଥିଲେ। ଏଥିସହ ରାଜ୍ୟସରକାର ଙ୍କ ପକ୍ଷରୁ ବର୍ତ୍ତମାନ ବ୍ୟାଟେରୀ ଚାଳିତ ବସ ର ପ୍ରଚଳନ ଏବଂ ଆଗକୁ ପରୀକ୍ଷାମୂଳକ ଭାବେ ହାଇଡ୍ରୋଜେନ ବସ ର ପ୍ରଚଳନ ପାଇଁ ଥିବା ଯୋଜନା କୁ ସେ ଭୁୟସୀ ପ୍ରଶଂସା କରିଥିଲେ।

ଏହି ଅବସରରେ ଗ୍ରୀଡକୋର ପରିଚାଳନା ନିର୍ଦ୍ଦେଶକ ତ୍ରିଲୋଚନ ପଣ୍ଡା ତାଙ୍କ ସ୍ୱତନ୍ତ୍ର ଭାଷଣରେ ଅକ୍ଷୟ ଶକ୍ତି ର ବିକାଶ ପ୍ରତି ରାଜ୍ୟର ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ, “ଦେଶର ନେଟ୍-ଜିରୋ ପ୍ରତିବଦ୍ଧତା ସହିତ, ଓଡ଼ିଶା 2036 (ଓଡିଶା ରାଜ୍ୟ ମାନ୍ୟତା ପାଇବାର ଶତବାର୍ଷିକୀ ବର୍ଷ) ଏବଂ 2047 (ଭାରତ ସ୍ୱାଧୀନତାର 100 ବର୍ଷ) ସୁଦ୍ଧା ପାରମ୍ପରିକ ଶକ୍ତି ରୁ ଅକ୍ଷୟ ଶକ୍ତି ଆଡକୁ ପରିବର୍ତ୍ତନ ପାଇଁ ନିଜସ୍ୱ ଲକ୍ଷ୍ୟ ସ୍ଥିର କରିଛି”। ସେ ଆହୁରି ଗୁରୁତ୍ୱାରୋପ କରିଥିଲେ ଯେ, ପରିବହନ କ୍ଷେତ୍ର ରେ ଅକ୍ଷୟ ଶକ୍ତି ର ପ୍ରଚଳନ ପାଇଁ  ଅଭିନଵ ଉପାୟ ଅବଲମ୍ବନ କରାଯିବା ସହିତ EV ଚାର୍ଜିଂ ଷ୍ଟେସନଗୁଡ଼ିକୁ 100% ସବୁଜ ଶକ୍ତି ଯୋଗାଇ ଦିଆଯିବା ଆବଶ୍ୟକ।”

ଏହି ଅବସରରେ ପୂର୍ବ ଏବଂ ଉତ୍ତର-ପୂର୍ବ ଭାରତ ପାଇଁ ନିଯୁକ୍ତ ବ୍ରିଟିଶ ଡେପୁଟି ହାଇକମିଶନର ଡକ୍ଟର ଆଣ୍ଡ୍ରୁ ଫ୍ଲେମିଂ ନିଜ ମତ ରଖିଥିଲେ। ସେ କହିଥିଲେ ଯେ, କୋଇଲା ସମୃଦ୍ଧ ରାଜ୍ୟ ହେବା ସତ୍ତ୍ୱେ, ଓଡ଼ିଶା ସରକାର  ଅକ୍ଷୟ ଶକ୍ତି କ୍ଷେତ୍ରରେ ଯେଉଁଭଳି ଭାବେ ଅଗ୍ରସର ହୋଇଛନ୍ତି, ତାହା ପ୍ରଶଂସାଯୋଗ୍ୟ। କୋଭେଣ୍ଟ୍ରି ଭଳି ୟୁକେ ର କିଛି ସହର କୁ ଭୁବନେଶ୍ୱର ସହ ତୁଳନା କରି ସେ କହିଥିଲେ ଯେ, ସମୟୋଚିତ ସଂଶୋଧନମୂଳକ ପଦକ୍ଷେପ ଏବଂ ଦୃଢ଼ ଇଛାଶକ୍ତି ବଳରେ ଏହି ସହର ଠିକ ସମୟରେ ଶକ୍ତି ପରିବର୍ତ୍ତନ ଲକ୍ଷ ହାସଲ କରିପାରିବ। ”

ଏହି କର୍ମଶାଳାରେ ଶକ୍ତି ଏବଂ ପରିବହନ ଭଳି ପ୍ରମୁଖ କ୍ଷେତ୍ର ଉପରେ ଗୁରୁତ୍ୱାରୋପ କରାଯାଇଥିଲା , ଯେଉଁଥିରେ ଭୁବନେଶ୍ୱର ପାଇଁ ସବୁଜ ପରିବହନ କ୍ଷେତ୍ର ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଅଂଶଗ୍ରହଣକାରୀମାନେ ଭୁବନେଶ୍ୱର ପରିପ୍ରେକ୍ଷୀରେ ସହରସ୍ତରୀୟ ନେଟ୍-ଜିରୋ ରୋଡମ୍ୟାପ୍ ବିକାଶ ପାଇଁ ଥିବା ଚ୍ୟାଲେଞ୍ଜ ଏବଂ ସୁଯୋଗ ଉପରେ ଆଲୋଚନା କରିଥିଲେ।

କର୍ମଶାଳାର ପ୍ରମୁଖ ବିଷୟ ଗୁଡିକ ମଧ୍ୟରେ ଥିଲା ସହରାଞ୍ଚଳ ପାଇଁ ନୀତି ପ୍ରସ୍ତୁତି ଓ ପ୍ରଯୁକ୍ତିବିଦ୍ୟା ଗ୍ରହଣରେ ୟୁକେର ସର୍ବୋତ୍ତମ ଅଭ୍ୟାସଗୁଡ଼ିକର ଆଦାନ ପ୍ରଦାନ। ଭୁବନେଶ୍ୱରର ନେଟ୍-ଜିରୋ ପରିବର୍ତ୍ତନକୁ ସମର୍ଥନ କରିବା ପାଇଁ ଅଭିନବ ଆର୍ଥିକ ବ୍ୟବସ୍ଥା ଉପରେ ମଧ୍ୟ ଏଠାରେ ଆଲୋଚନା ହୋଇଥିଲା।

ଶିଳ୍ପ ଡିକାର୍ବୋନାଇଜେସନ୍ ଏବଂ ସବୁଜ ହାଇଡ୍ରୋଜେନ୍ ପ୍ରୋତ୍ସାହନ ପାଇଁ ରଣନୀତି, ପ୍ରମୁଖ କ୍ଷେତ୍ରଗୁଡ଼ିକରେ ଶକ୍ତି ଦକ୍ଷତା ବୃଦ୍ଧି ଏବଂ ଜଳବାୟୁ ସ୍ଥିରତାକୁ ସୁଦୃଢ଼ କରିବା ଉପରେ ମଧ୍ୟ ଆଲୋଚନା ହେବା ସହ ସହରରେ କାର୍ବନ ନିର୍ଗମନ ହ୍ରାସ କରିବା ପାଇଁ ସ୍ଥାୟୀ ସମାଧାନ ଉପରେ ଗୁରୁତ୍ୱ ଦିଆଯାଇଥିଲା । କୋଭେଣ୍ଟ୍ରି ସିଟି କାଉନସିଲର ଶାମଲା ଗାଡଗିଲ୍ ଏବଂ ସେନେକ୍ସର ରବର୍ଟସ୍ ୟୁକେର ଆନ୍ତର୍ଜାତୀୟ ବିଶେଷଜ୍ଞଙ୍କ ଭାବରେ ଏଥିରେ ଅଂଶଗ୍ରହଣ କରିଥିଲେ।

ଏହି ଅବସରରେ , TERIର ମହାନିର୍ଦ୍ଦେଶକ ଡ. ବିଭା ଧାୱନ ଏବଂ ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ର ଅର୍ଥ ପରାମର୍ଶଦାତା ତଥା ଅତିରିକ୍ତ ସଚିବ ଡକ୍ଟର ଦେବୀ ଦତ୍ତ ତ୍ରିପାଠୀଙ୍କ ମଧ୍ୟରେ ଏକ ବୁଝାମଣାପତ୍ର (MoU) ସ୍ୱାକ୍ଷରିତ ହୋଇଥିଲା। ଏହି ବୁଝାମଣାପତ୍ର ଅକ୍ଷୟ ଶକ୍ତି, ଶିଳ୍ପ ଡିକାର୍ବନାଇଜେସନ୍ ଏବଂ ସ୍ଥାୟୀ ସହରାଞ୍ଚଳ ବିକାଶରେ ବିଶେଷ ଭାବେ ସହାୟକ ହେବ।

Categories
ଆଜିର ଖବର ରାଜ୍ୟ ଖବର

ବରିଷ୍ଠ ନାଗରିକ ତୀର୍ଥଯାତ୍ରାର ଶୁଭାରମ୍ଭ

କେନ୍ଦ୍ରାପଡା: ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଅଧିନସ୍ଥ “ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା”ରେ ୧୦୫ ଜଣ ବରିଷ୍ଠ ତୀର୍ଥଯାତ୍ରୀ କେନ୍ଦ୍ରାପଡା ଟାଉନ ହଲ ଠାରୁ ଅଯୋଧ୍ୟା – ବାରଣାସୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଏହି ଉପଲକ୍ଷେ ମଙ୍ଗଳବାର ଅପରାହ୍ଣ ୦୩.୦୦ ଘଟିକା ସମୟରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନୀଲୁ ମହାପାତ୍ର ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ।

ଟାଉନ ହଲଠାରେ ବରିଷ୍ଠ ନାଗରିକଙ୍କ ପଞ୍ଜୀକରଣ ଓ ସ୍ଵାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସ୍ଵାସ୍ଥ୍ୟ ଯାଞ୍ଚରେ ଯୋଗ୍ୟ ବିବେଚିତ ହୋଇଥିବା ବରିଷ୍ଠ ନାଗରିକମାନେ ତୀର୍ଥଯାତ୍ରା ପାଇଁ ଉଦ୍ଧିଷ୍ଟ ବସ୍ ଯୋଗେ ଯାତ୍ରା ଆରମ୍ଭ ପାଇଁ ବସିଥିଲେ। ଏମାନଙ୍କ ମଧ୍ୟରେ ୨୭ ବରିଷ୍ଠ ଦମ୍ପତି ଓ ୫୧ ଜଣ ବରିଷ୍ଠ ନାଗରିକ ରହିଥିବା ବେଳେ ପୁରୁଷଙ୍କ ସଂଖ୍ୟା ୫୬ ଓ ମହିଳାଙ୍କ ସଂଖ୍ୟା ୪୯ ରହିଛି।

ସୂଚନାଯୋଗ୍ୟ ଯେ, ସେମାନେ ଏଠାରୁ ଯାଇ ଭୁବନେଶ୍ଵର ୟୁନିଟ – ୯ ସ୍ଥିତ ବାଳକ ଉଚ୍ଚ ବିଦ୍ୟାଳୟଠାରେ ରାତ୍ରି ବିଶ୍ରାମ କରିବାର ଆୟୋଜନ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଛି। ଆଜି ପୂର୍ବାହ୍ଣ ୧୧.୪୫ ଘଟିକା ସମୟରେ ଭୁବନେଶ୍ଵର ରେଳ ଷ୍ଟେସନଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ଶୁଭ ଉଦ୍ଘାଟନ ପରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଟ୍ରେନ ଯୋଗେ ସମସ୍ତ ତୀର୍ଥଯାତ୍ରୀ ଅଯୋଧ୍ୟା – ବାରଣାସୀ ଅଭିମୁଖେ ଯାତ୍ରା ଆରମ୍ଭ କରିବେ।

ଏହି ଯାତ୍ରାର ସମୟସୀମା ମାର୍ଚ୍ଚ ୧୯ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨୪ ତାରିଖରେ ଶେଷ ହେବ। କେନ୍ଦ୍ରାପଡାରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଶୁଭାରମ୍ଭ ସମୟରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରୂପାଲୀ ପ୍ରିୟଦର୍ଶିନୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ, ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅଧିକାରୀ ତ୍ରିଭୁବନ ଜୟସିଂହ, ବରିଷ୍ଠ ତୀର୍ଥଯାତ୍ରୀ ଓ ତାଙ୍କ ପରିବାର ସଦସ୍ୟ, କର୍ମକର୍ତ୍ତା ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଯୁକ୍ତ ୪ ଜଣ ଏସ୍କର୍ଟ କର୍ମଚାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କେନ୍ଦ୍ରାପଡ଼ାରେ ନାନୋ ୟୁନିକର୍ନ୍ ଯୋଜନାର ଉଦଯାପନ ସମାରୋହ ଅନୁଷ୍ଠିତ

କେନ୍ଦ୍ରାପଡ଼ା: ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ଦ୍ଵାରା ନାନୋ ୟୁନିକର୍ନ୍ ଯୋଜନାର ସଫଳତା ନିମନ୍ତେ ଜିଲ୍ଲା ପ୍ରଶାସନ, କେନ୍ଦ୍ରାପଡ଼ା ଓ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟ ନାନୋ ୟୁନିକର୍ନ୍ ଯୋଜନା ମାଧ୍ୟମରେ ଦକ୍ଷତା ବିକାଶ ତାଲିମ ପ୍ରଦାନ ପାଇଥିବା ପ୍ରାର୍ଥୀ ଓ ପ୍ରାର୍ଥୀନୀ ମାନଙ୍କୁ ଉଦ୍ୟୋଗତା ରୂପେ ଆତ୍ମ ନିର୍ଭରଶୀଳ ହେବା ନିମନ୍ତେ ଏକ ଦଶ ଦିନିଆ ତାଲିମ ପ୍ରଦାନ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଅଛି।

ଏହି ଯୋଜନା ନିମନ୍ତେ ଅନଲାଇନ ମାଧ୍ୟମରେ ପ୍ରାର୍ଥୀ ଓ ପ୍ରାର୍ଥୀନୀ ମାନେ ଆବେଦନ କରିଥିଲେ ଏବଂ ଅଧିକୃତ କମିଟି ଦ୍ଵାରା ଉପଯୁକ୍ତ ପ୍ରାର୍ଥୀ ଓ ପ୍ରାର୍ଥୀନୀ ଚୟନ କରାଯାଇ ତା ୦୪.୦୩.୨୦୨୫ ରିଖ ଠାରୁ ତା ୧୩.୦୩.୨୦୨୫ ରିଖ ପର୍ଯ୍ୟନ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ବୃନ୍ଦ ଏବଂ ଟାଟା ଷ୍ଟ୍ରାଇଭ୍ ଅଧିକାରୀ ମାନଙ୍କ ଦ୍ଵାରା ତାଲିମ ପ୍ରଦାନ କରାଯାଇଥିଲା। ଏହି ତାଲିମ ଟାଟା ଷ୍ଟ୍ରାଇଭର ଉଦ୍ୟୋଗୀକରଣ ତାଲିମ ପ୍ରଦାନ ଅଧିକାରୀ ଡେନିଶ୍ ରାଜ୍ ନାୟକ,ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟର କର୍ମଚାରୀ ବିଜୟ କୁମାର ପତି, ଶ୍ରଦ୍ଧାଞ୍ଜଳୀ ପ୍ରଧାନ, ରିଚା ବିଶ୍ଵାଳ, ଜିତେନ୍ଦ୍ର କୁମାର ସେଠୀ, ଆଶୁତୋଷ ତ୍ରିପାଠୀ, ହରିଚନ୍ଦନ ରାଉତଙ୍କ ସହଯୋଗରେ ସମାପନ କରାଯାଇଥିଲା।

ଉଦଯାପନ ଦିବସରେ ଲିଡ୍ ବ୍ୟାଙ୍କ୍ ମ୍ୟାନେଜର ମନୋଜ ପ୍ରଧାନୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ  ବିଜୟ କେତନ ସାହୁ ତାଲିମ ପ୍ରାପ୍ତ ଯୁବକ ଓ ଯୁବତୀ ମାନଙ୍କୁ ଉଦବୋଧନ ଦେଇ କହିଥିଲେ ଯେ “ନିଜର ଆର୍ଥିକ ଓ ସାମାଜିକ ଅବସ୍ତାର ଉନ୍ନତି ନିମନ୍ତେ ଦକ୍ଷତା ବିକାଶ ତାଲିମ ମାଧ୍ୟମରେ ଆତ୍ମ ନିର୍ଭରଶୀଳତା ଏକ ମାଧ୍ୟମ”।

ଏହି ଉଦଯାପନ ଦିବାସର ଶେଷ ପର୍ଯ୍ୟାୟରେ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ଏବଂ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଘନଶ୍ୟାମ ସା ତାଲିମ ପ୍ରାପ୍ତ ଯୁବକ ଓ ଯୁବତୀ ମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ। ଏହି ଯୋଜନା ମାଧ୍ୟମରେ ତାଲିମ ପ୍ରାପ୍ତ ଯୁବକ ଓ ଯୁବତୀ ମାନଙ୍କୁ ଏକ ଲକ୍ଷ ଟଙ୍କାର ଆର୍ଥିକ ରାଶି ପ୍ରଦାନ କରାଯିବାର ବ୍ୟବସ୍ତା କରାଯାଇଅଛି।

Categories
ଆଞ୍ଚଳିକ

ବାଣପୁର ବ୍ଲକରେ ଶିଶୁବାଟିକା ଶ୍ରେଣୀ ପାଇଁ ପାଞ୍ଚ ଦିବସୀୟ “ପ୍ରସ୍ତୁତି“ ପ୍ରଶିକ୍ଷଣ ଶିବିର ଉଦଯାପିତ

ବାଣପୁର: ବିଦ୍ୟାଳୟ ଶିକ୍ଷାକୁ ଗୁରୁତ୍ଵ ପ୍ରଦାନ କରି ଓଡ଼ିଶା ସରକାରଙ୍କ ଦ୍ବାରା ଜାତୀୟ ଶିକ୍ଷା ନୀତି – ୨୦୨୦ କୁ ଆଧାର କରି ଆସନ୍ତା ଶିକ୍ଷା ବର୍ଷରୁ ଆରମ୍ଭ ହେବାକୁ ଯାଉଥିବା ଶିଶୁ ବାଟିକା ଶ୍ରେଣୀର ୫ ରୁ ୬ ବର୍ଷର ଶିଶୁ ମାନଙ୍କୁ କିପରି ବିଦ୍ୟାଳୟ ଶିକ୍ଷାରେ ସାମିଲ କରାଯିବ ତାହାକୁ ଆଧାର କରି ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଓ ଗବେଷଣା ପରିଷଦ, ଓଡ଼ିଶା ଦ୍ବାରା ପ୍ରସ୍ତୁତ ଶିଶୁ ବାଟିକା ପ୍ରଶିକ୍ଷଣ ପେଟିକା “ପ୍ରସ୍ତୁତି” କୁ ଆଧାର କରି ବଣପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅଧିନସ୍ଥ ଗୋଦାବରୀଶ ସରକାରୀ ଉଚ୍ଚ ବିଦ୍ୟାଳୟ , ବାଣପୁର ଠାରେ ୧୧୧ ଜଣ ପ୍ରଶିକ୍ଷାର୍ଥୀ ଙ୍କୁ ନେଇ ତା ୦୭.୦୩.୨୦୨୫ ଠାରୁ ୧୨.୦୩.୨୦୨୫ ରିଖ ପର୍ଯନ୍ତ ପାଞ୍ଚଦିନ ବ୍ୟାପୀ ପ୍ରସ୍ତୁତି ତାଲିମ କାର୍ଯକ୍ରମ କୁ ଆନୁଷ୍ଠାନିକ ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସି. ଏଚ. ବିଜୟଲକ୍ଷ୍ମୀ ଙ୍କ ଦ୍ଵାରା ଦୁଇଟି ପ୍ରଶିକ୍ଷଣ ଶିବିରକୁ ଉଦ୍ଘାଟନ କରାଯାଇଥିଲା।

ଉକ୍ତ ଶିବିରକୁ ଆଠ ଜଣ ପ୍ରଶିକ୍ଷକ ସି. ଆର. ସି. ସି. ସୂର୍ଯ୍ୟକାନ୍ତ ବେହେରା , ତାପସ ମହାରଣା , ମନୋରଂଜନ ଖୁଣ୍ଟିଆ,ଅଭିମନ୍ୟୁ ସ୍ଵାଇଁ ,ନରେଶ କୁମାର ପଣ୍ଡା ,ଦିବାକର ମୁଦୁଲି, ଜଗନ୍ନାଥ ବାସ୍କେ , ସଞ୍ଜୟ କୁମାର ଭୋଇ ପରିଚାଳନା କରିଥିଲେ। ଜାତୀୟ ପାଠ୍ୟକ୍ରମ ଆଧାରରେ ପ୍ରାରମ୍ଭିକ ସ୍ତରରେ ଧାର୍ଯ୍ୟ କରାଯାଇଥିବା ୧୩ ଟି ପାଠ୍ୟକ୍ରମ ର ଲକ୍ଷକୁ ହାସଲ କରିବା ପାଇଁ ନାଚ , ଗୀତ ,ଖେଳ ମାଧ୍ୟମରେ ଶିଶୁ ବାଟିକା ଶ୍ରେଣୀର ଶିକ୍ଷଣ ଫଳାଫଳ କୁ ହାସଲ କରିବାରେ ସହାୟକ ହେବାର ଗୁରୁତ୍ବକୁ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ମଣ୍ଡଳ ସାଧନ କେନ୍ଦ୍ର ସଂଯୋଜକ ପ୍ରଭାତ କୁମାର ସେଠୀ ବର୍ଣ୍ଣନା କରି ଏହି କାର୍ଯ୍ୟକ୍ରମକୁ ସମାପନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପ୍ରଶାସନିକ ବ୍ୟବସ୍ଥାରେ ହ୍ଵାଟ୍ସଆପ୍ ବ୍ୟବହାର କରିବାରେ ଦେଶର ତୃତୀୟ ରାଜ୍ୟ ହେଲା ଓଡ଼ିଶା

ଭୁବନେଶ୍ୱର: ଓଡ଼ିଶା ସରକାର ଓ ମେଟା ଇଣ୍ଡିଆ ମିଳିତ ଭାବେ ଶୁକ୍ରବାର ଏକ ୟୁନିଫାଏଡ୍ ହ୍ଵାଟ୍ସଆପ୍ ଚାଟ୍‌ବଟ୍‌ ର ଶୁଭାରମ୍ଭ କରିଛନ୍ତି, ଯାହା ରାଜ୍ୟର ୪୫ ନିୟୁତରୁ ଅଧିକ ଲୋକଙ୍କୁ ସମୟ କ୍ରମେ ସମସ୍ତ ସରକାରୀ ସେବା  ପ୍ରଦାନ କରିବ। ଏହି ଚାଟ୍‌ବଟ୍‌  ଜରିଆରେ ନାଗରିକମାନେ ଗୋଟିଏ ହ୍ୱାଟ୍ସଆପ୍ ନମ୍ବର ଜରିଆରେ ଜନ୍ମ ଓ ଆୟ ପ୍ରମାଣପତ୍ର ପାଇବା, ଡ୍ରାଇଭିଂ ଓ ସାର ଲାଇସେନ୍ସ ପାଇଁ ଆବେଦନ କରିବା ଏବଂ ଜାତୀୟ ପରିବାର ମଙ୍ଗଳ ଯୋଜନା ଭଳି ବିଭିନ୍ନ  ଗୁରୁତ୍ୱପୂର୍ଣ୍ଣ ସରକାରୀ ସେବା ପାଇପାରିବେ।

ଆଜି ଲୋକସେବା ଭବନଠାରେ ଅନୁଷ୍ଠିତ ଏହି ବୁଝାମଣାପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମରେ ଓଡ଼ିଶା ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର, ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ମହା ନିର୍ଦ୍ଦେଶକ ଜି. ମାଥିଭାଥାନନ, ଉଚ୍ଚଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ ଏବଂ ପୂର୍ବତନ ସୂଚନା କମିଶନର ତଥା ସିୱାଇଏସଡିର ପରାମର୍ଶଦାତା ଶ୍ରୀ ଜଗଦାନନ୍ଦଙ୍କ ପ୍ରମୁଖଙ୍କ ଉପସ୍ଥିତିରେ ବିଭିନ୍ନ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଓଡ଼ିଶା ସରକାରଙ୍କ ତରଫରୁ ସେଣ୍ଟର ଫର ମଡର୍ଣ୍ଣାଇଜିଂ ଗଭର୍ଣ୍ଣମେଣ୍ଟ ଇନିସିଏଟିଭ୍ (ସିଏମଜିଆଇ),  ମେଟା ଇଣ୍ଡିଆ ସହ ବୁଝାମଣାପତ୍ରରେ  ସ୍ୱାକ୍ଷର କରିଛନ୍ତି । ୟୁନିଫାଏଡ୍ ହ୍ଵାଟ୍ସଆପ୍ ଚାଟ୍‌ବଟ୍‌  ୪୨୯ଟି ସରକାରୀ ସେବାକୁ ଗୋଟିଏ ହ୍ୱାଟ୍ସଆପ୍ ନମ୍ବରରେ ସମନ୍ୱିତ କରିବ, ଯାହା ଦ୍ୱାରା ନାଗରିକମାନେ ଜନ୍ମ, ମୃତ୍ୟୁ, ଆଇନଗତ ଉତ୍ତରାଧିକାରୀ, ବାସସ୍ଥାନ ଏବଂ ଆୟ ପ୍ରମାଣପତ୍ର, ଡ୍ରାଇଭିଂ ଲାଇସେନ୍ସ, ସାର ଲାଇସେନ୍ସ ଇତ୍ୟାଦି ଏବଂ ପ୍ରୋତ୍ସାହନ ଯୋଜନା ଭଳି ଗୁରୁତ୍ୱପୂର୍ଣ୍ଣ ସେବା ସହ ଆନ୍ତଃଜାତି ବିବାହ ସୁବିଧା, ଜାତୀୟ ପରିବାର ମଙ୍ଗଳ ଯୋଜନା ଏବଂ ଆହୁରି ଅନେକ ସୁବିଧା ପାଇପାରିବେ।

ଏହି ଅବସରରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଥିଲେ ଯେ, ପ୍ରତ୍ୟେକ ନାଗରିକଙ୍କୁ  ସୁବିଧାରେ ସରକାରୀ ସେବା ଯୋଗାଇଦେବା ପାଇଁ ଓଡ଼ିଶା ସରକାର ପ୍ରତିଶ୍ରୁତିବଦ୍ଧ। ବୈଷୟିକ ଜ୍ଞାନକୌଶଳ ଏବଂ ପ୍ରଶିକ୍ଷଣ କ୍ଷେତ୍ରରେ ଆମର ପୁଞ୍ଜିନିବେଶ ଦ୍ୱାରା ଏହି ବ୍ୟବସ୍ଥା ସହଜ ହୋଇଛି। ଅମଲାତାନ୍ତ୍ରିକ ବ୍ୟବସ୍ଥାରେ ରହିଥିବା କେତେକ ପ୍ରତିବନ୍ଧକକୁ ଦୂର କରି  ଜନସାଧାରଣଙ୍କୁ  ଉଦ୍ଦିଷ୍ଟ ସେବାର  ସାମଗ୍ରିକ ଉପଲବ୍ଧତା ବୃଦ୍ଧି କରିବା ଏହି ବୁଝାମଣା ପତ୍ରର ମୁଖ୍ୟ ଉଦ୍ଦେଶ୍ୟ।

ଉନ୍ନୟନ କମିଶନର ଶ୍ରୀମତୀ  ଗର୍ଗ  ସର୍ବସାଧାରଣ ସେବା ଯୋଗାଣ ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତା ବିଷୟରେ ଆଲୋକପାତ କରିବା ସହ ସେବା ପ୍ରଦାନରେ ଉତ୍ତରଦାୟିତ୍ୱ ଏବଂ ଏହାର ସରଳତା ବିଷୟରେ ପ୍ରକାଶ କରିଥିଲେ। ୟୁନିଫାଇଡ୍ ହ୍ୱାଟ୍ସଆପ୍ ବଟ୍  ମାଧ୍ୟମରେ ଲୋକମାନେ ସହଜରେ ସେବା ପାଇବେ ବୋଲି ସେ ଆସ୍ଥା ପ୍ରକଟ କରିଛନ୍ତି । ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ କୁମାର  ଅସୁବିଧାମୁକ୍ତ ସେବା ଯୋଗାଇବା ପାଇଁ ପ୍ରଶାସନିକ ସଂସ୍କାରର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ପ୍ରକ୍ରିୟାଗୁଡ଼ିକର ସରଳୀକରଣ ଏବଂ ସେବାକୁ ଅଧିକ ସୁଲଭ କରିବାରେ ପ୍ରଯୁକ୍ତିବିଦ୍ୟାର ସକାରାତ୍ମକ ଭୂମିକା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଜିଏଏର ମହା ନିର୍ଦ୍ଦେଶକ ଶ୍ରୀ  ମାଥିଭାଥାନନ ଶାସନ ବ୍ୟବସ୍ଥାରେ  ନାଗରିକ ସେବାକୁ  ଆଙ୍ଗୁଠିରେ ଆଣିବାରେ  ସିଏମଜିଆଇର ପ୍ରୟାସକୁ ପ୍ରଶଂସା କରିବା ସହ ଓଆରଟିପିଏସ୍ଏ ସେବାଗୁଡିକ ଠିକ୍ ସମୟରେ ପ୍ରଦାନ କରିବା ପାଇଁ ସରକାରୀ ଅଧିକାରୀଙ୍କ ପ୍ରଶିକ୍ଷଣ ଏବଂ ଦକ୍ଷତା ବିକାଶ ଦିଗରେ ଜିଏଏ ଆବଶ୍ୟକ ସମସ୍ତ  ସହଯୋଗ ପ୍ରଦାନ କରିବ ବୋଲି ସେ କହିଥିଲେ।

ସିଏମଜିଆଇର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବିନୀତ ଭରଦ୍ୱାଜ କହିଛନ୍ତି ଯେ  ଓଡ଼ିଶାରେ ସରକାରୀ ସେବା ସହଜରେ ଓ ଶୀଘ୍ର  ଉପଲବ୍ଧ ହେବା  ଆହ୍ୱାନ ରହିଛି । ସମ୍ପ୍ରତି ଓଡ଼ିଶାରେ ଯେ କୌଣସି ଜନସେବା ପାଇବାପାଇଁ ଚାରିଟି ଉପାୟ ରହିଛି। ସମ୍ପୃକ୍ତ କାର୍ଯ୍ୟାଳୟକୁ ଯିବା (ଅଫ ଲାଇନ୍ ମୋଡ୍ ), ସମ୍ପୃକ୍ତ କାର୍ଯ୍ୟାଳୟର  ୱେବ୍ ପୋର୍ଟାଲକୁ ଯିବା, ସେହି ନିର୍ଦ୍ଦିଷ୍ଟ ସେବାର ନିର୍ଦ୍ଦିଷ୍ଟ ମୋବାଇଲ୍ ଆପ୍ ଆକସେସ୍ କରିବା, କିମ୍ବା ସହାୟକ ସେବା ମାଧ୍ୟମରେ ଏକ ସାଧାରଣ ସେବା କେନ୍ଦ୍ର ବା କମନ ସର୍ଭିସ୍ ସେଣ୍ଟରକୁ ଯାଇ ଆମେ ସେବା ପାଇପାରୁଛୁ। ସାର୍ବଜନୀନ ସେବା ପ୍ରଦାନ ପାଇଁ ଅଧିକ ଉପଭୋକ୍ତା-ଅନୁକୂଳ ଏବଂ ଉପଲବ୍ଧ ମୋଡ୍ ର ଆବଶ୍ୟକତାକୁ ସ୍ୱୀକାର କରି, ଆମେ ବିଶ୍ୱାସ କରୁ ଯେ ହ୍ୱାଟ୍ସଆପ୍ ନାଗରିକମାନଙ୍କୁ ଗୋଟିଏ ନମ୍ବର ମାଧ୍ୟମରେ ଗୋଟିଏ ପ୍ଲାଟଫର୍ମରେ ଇପ୍ସିତ  ସେବା ଗୁଡିକ ହାସଲ କରିବାକୁ ସକ୍ଷମ କରିବ, ଯାହା ଦ୍ରୁତ ଏବଂ ସୁବିଧାଜନକ ସେବାକୁ ସକ୍ଷମ କରିବ। ୨୦୨୫ ଶେଷ ସୁଦ୍ଧା ଓଡ଼ିଶା ଲୋକସେବା ଅଧିକାର ଅଧିନିୟମ  ଅଧୀନରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ସମସ୍ତ ସାର୍ବଜନୀନ ସେବାକୁ ହ୍ଵାଟ୍ସଆପ୍ ମାଧ୍ୟମରେ ପ୍ରଦାନ କରିବାକୁ ଆମେ ଲକ୍ଷ୍ୟ ରଖିଛୁ, ଯାହା ଦ୍ୱାରା ନାଗରିକମାନେ ଟେକ୍ସଟ୍ ଏବଂ ଭଏସ୍ ମାଧ୍ୟମରେ ସେଗୁଡିକରେ ପ୍ରବେଶ କରିପାରିବେ ବୋଲି ସେ ପ୍ରକାଶ କରିଥିଲେ।

ମେଟା ଇନ୍ ଇଣ୍ଡିଆର ବିଜନେସ୍ ମେସେଜିଂ ନିର୍ଦ୍ଦେଶକ ରବି ଗର୍ଗ କହିଛନ୍ତି, ହ୍ୱାଟ୍ସଆପର ସହଜତା ଓ ସରଳତା ଯୋଗୁଁ ଲୋକମାନେ ବନ୍ଧୁ ଓ ପରିବାର ସହ ଯୋଗାଯୋଗ ଠାରୁ ଆରମ୍ଭ କରି ଟିକେଟ୍ ବୁକିଂ, ବିଲ୍ ପୈଠ କରିବା ଏବଂ ସର୍ବସାଧାରଣ ସେବା ପାଇବା ପର୍ଯ୍ୟନ୍ତ କାମ କରିବାକୁ  ପସନ୍ଦ କରୁଛନ୍ତି । ଓଡ଼ିଶା ସରକାରଙ୍କ ସହ ଭାଗିଦାରୀ କରି ରାଜ୍ୟର ଲକ୍ଷ ଲକ୍ଷ ଲୋକଙ୍କ ପାଖରେ ହ୍ଵାଟ୍ସଆପ୍ ର  ଦକ୍ଷତା  ପହଞ୍ଚାଇବା ସହ ସେମାନଙ୍କ ଆଙ୍ଗୁଠିରେ ନାଗରିକ ସେବା ସହଜରେ ଉପଲବ୍ଧ କରାଇବା ପାଇଁ ଆମେ ଆନନ୍ଦିତ ବୋଲି ସେ ପ୍ରକାଶ କରିଥିଲେ।

ଉପଲବ୍ଧତା ଏବଂ ଦକ୍ଷତା ବୃଦ୍ଧି ଉଦ୍ଦେଶ୍ୟରେ ହ୍ଵାଟ୍ସଆପ୍ ଆଧାରିତ ନାଗରିକ ସେବା ବିତରଣ ମଡେଲ୍ ପ୍ରଚଳନ କରିବା ପାଇଁ ମେଟା ଆନ୍ଧ୍ରପ୍ରଦେଶ ଏବଂ ମହାରାଷ୍ଟ୍ର ସରକାରଙ୍କ ସହ ଭାଗିଦାରିତା  କରିଛି। ନିକଟରେ ଆନ୍ଧ୍ରପ୍ରଦେଶ  ସରକାରୀ ଯୋଜନା, ବିଲ୍ ଦେୟ ଏବଂ ସାର୍ଟିଫିକେଟ୍ ପାଇଁ ହ୍ଵାଟ୍ସଆପ୍ ଚାଟ୍‌ବଟ୍‌ ଆରମ୍ଭ କରିଥିବା ବେଳେ ମହାରାଷ୍ଟ୍ରରେ ଇ-ପଞ୍ଚାୟତ ଏବଂ ଜମି ରେକର୍ଡ ଭଳି ସମନ୍ୱିତ ସେବା ରହିଛି, ଯାହା ନାଗରିକମାନଙ୍କ ପାଇଁ ଦ୍ରୁତ, କାଗଜବିହୀନ ଅନୁଭୂତିକୁ ସୁନିଶ୍ଚିତ କରୁଛି।

ଏହି ଅବସରରେ ରାଜ୍ୟରେ ଓଡ଼ିଶା ଲୋକସେବା ଅଧିକାର ଆଇନ (ଓଆରଟିପିଏସଏ)କୁ କାର୍ଯ୍ୟକାରୀ କରିବା ପାଇଁ ସମ୍ବଳ  ସହାୟକ ସଂସ୍ଥା ଭାବେ  ସିଏମଜିଆଇ ଏବଂ ସେଣ୍ଟର ଫର ୟୁଥ୍ ଆଣ୍ଡ ସୋସିଆଲ ଡେଭଲପମେଣ୍ଟ (ସିୱାଇଏସଡି) ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା।  ଏହାବ୍ୟତୀତ ସରକାରୀ କର୍ମଚାରୀଙ୍କ ପାଇଁ ଯୋଜନାଭିତ୍ତିକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ପାଇଁ ସିଏମଜିଆଇ, ସିୱାଇଏସଡି ଏବଂ ଗୋପବନ୍ଧୁ ପ୍ରଶାସନିକ  ଏକାଡେମୀ ମଧ୍ୟରେ, ଓଡ଼ିଶା ଲୋକସେବା ଅଧିକାର ଆଇନ କାର୍ଯ୍ୟକାରିତା ସଂପର୍କିତ ଅଭିଯାନ ଏବଂ ସଚେତନତା ପାଇଁ ଏନଏସଏସ ଛାତ୍ର ସ୍ୱେଚ୍ଛାସେବୀମାନଙ୍କୁ ସାମିଲ କରିବା ଦିଗରେ ସିଏମଜିଆଇ, ସିୱାଇଏସଡି,  ଉଚ୍ଚଶିକ୍ଷା ବିଭାଗ ମଧ୍ୟରେ ଏବଂ ପଂଚାୟତିରାଜ ନିର୍ବାଚିତ ସଦସ୍ୟ  ଏବଂ ଗୋଷ୍ଠୀ ପ୍ରତିନିଧିମାନଙ୍କ ଦକ୍ଷତା ବୃଦ୍ଧି  ପାଇଁ  ସିଏମଜିଆଇ, ସିୱାଇଏସଡି ଏବଂ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ (ଏସଆଇଆରଡି) ମଧ୍ୟରେ ତ୍ରିପାକ୍ଷିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା।

ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ଶାସନ ସଚିବ ଦେବବ୍ରତ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଶାସନ ସଚିବଙ୍କ ଅନୁ ଶାସନ ସଚିବ ଶ୍ରୀ ଅଂଶୁମାନ ରଥ ଏବଂ ସିଏମଜିଆଇର ପ୍ରକଳ୍ପ ସଂଯୋଜକ ଶ୍ରୀ ପିନାକୀ ମହାନ୍ତି ସଂଯୋଜନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

୧୦୦ କୋଟିରୁ ଅଧିକ ମୂଲ୍ୟ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

ଭୁବନେଶ୍ଵର: ଆଜି ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ପୂର୍ତ୍ତ ବିଭାଗ ଅଧୀନରେ ଥିବା ୧୦୦ କୋଟିରୁ ଅଧିକ ପ୍ରକଳ୍ପ ମୂଲ୍ୟର ରାସ୍ତାଘାଟ, ସେତୁ ତଥା କୋଠାବାଡ଼ି ଆଦି କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା ବୈଠକରେ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଅଧ୍ୟକ୍ଷତା କରିଥିଲେ।

ଓଡ଼ିଶାବାସୀଙ୍କୁ ଉନ୍ନତ ଭିତ୍ତିଭୂମି ଯୋଗାଇଦେବା‌ ପାଇଁ ଆମ ସରକାର ସଂକଳ୍ପବଦ୍ଧ। ଜଗତସିଂହପୁର, ଯାଜପୁର, ଜୟପୁର ବାଇପାସ୍ ରାସ୍ତା ସମେତ ବିଭିନ୍ନ ପ୍ରମୁଖ ରାସ୍ତା, କୋରାପୁଟ ହସ୍ପିଟାଲ, ଜୟପୁର ହସ୍ପିଟାଲ, ଯାଜପୁର ହସ୍ପିଟାଲ ଓ କ୍ୟାପିଟାଲ ହସ୍ପିଟାଲର ଭିତ୍ତିଭୂମି ଉନ୍ନତିକରଣ କାର୍ଯ୍ୟ ସମେତ ବିଭିନ୍ନ କୋଠାବାଡ଼ି ପ୍ରକଳ୍ପର ଅଗ୍ରଗତି ଏବଂ ବିଭିନ୍ନ ନଦୀ ଉପରେ ହାଇଲେବୁଲ ସେତୁର ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ମାନ୍ୟବର ମନ୍ତ୍ରୀ ବିଭାଗୀୟ ଅଧିକାରୀ, ଇଞ୍ଜିନିୟର ଓ ଠିକ୍ ସଂସ୍ଥାଙ୍କ ଠାରୁ ପଚ଼ାରି ବୁଝିଥିଲେ।

ଠିକା ସଂସ୍ଥାଙ୍କ ଆବଶ୍ୟକ ସମସ୍ୟାର ସମାଧାନ ସହ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ବିଭାଗୀୟ ଅଧିକାରୀ ଉଦ୍ୟମ ଜାରି ରଖିବା ସହ କାର୍ଯ୍ୟଭାର ନେଇଥିବା ଏଜେନ୍ସି ଅବା ଠିକା ସଂସ୍ଥା ନିଜର ମାନବସମ୍ବଳ ଓ ଜ୍ଞାନକୌଶଳକୁ ଉପଯୋଗ କରି ଧାର୍ଯ୍ୟ ସମୟସୀମା ମଧ୍ୟରେ କାର୍ଯ୍ୟ ଶେଷ କରିବା ପାଇଁ ଚେଷ୍ଟା କରିବେ।ପ୍ରକଳ୍ପ କାର୍ଯ୍ୟରେ ବିଳମ୍ବ କିମ୍ବା ଗୁଣବତ୍ତା ନେଇ କୌଣସି ସଂସ୍ଥା ବିରୋଧରେ ଅଭିଯୋଗ ଆସିଲେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେବେ ବି ପଛଘୁଞ୍ଚା ଦେବେ ନାହିଁ ଏବଂ ଆଗାମୀ ଦିନରେ ପ୍ରକଳ୍ପ କାର୍ଯ୍ୟାଦେଶ ପ୍ରଦାନ ସମୟରେ ପୂର୍ବ ପ୍ରଦର୍ଶନକୁ ଗୁରୁତ୍ୱ ଦିଆଯିବ ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀ ହରିଚ଼ନ୍ଦନ କହିଥିଲେ।

ପ୍ରକଳ୍ପ ଗୁଡ଼ିକର‌ ଅଗ୍ରଗତି ସମ୍ପର୍କରେ ବିଭାଗୀୟ ଅଧିକାରୀ,ମୁଖ୍ୟଯନ୍ତ୍ରୀ,ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ନିୟମିତ କାର୍ଯ୍ୟର ତଦାରଖ ସହ ପ୍ରତି ମାସରେ କାର୍ଯ୍ୟର ସମୀକ୍ଷା କରିବେ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଥିଲେ।

ଏହି ସମୀକ୍ଷା ବୈଠକରେ ପୂର୍ତ୍ତ ବିଭାଗ ଶାସନ ସଚିବ ବୀର ବିକ୍ରମ ଯାଦବ, ଇଆଇସି (ସିଭିଲ୍) ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ପୂର୍ଣ ବିଭାଗ ସ୍ଵତନ୍ତ୍ର ଶାସନ ସଚିବ ଏଲ୍.କେ. ପାଢ଼ୀ,ଓବିସିସିର ପରିଚାଳନା ନିର୍ଦ୍ଦେଶକ‌‌ ସମୀର ହୋତାଙ୍କ ସମେତ ବିଭିନ୍ନ ବିଭାଗୀୟ ବରିଷ୍ଠ ଅଧିକାରୀ ଓ ଠିକା ସଂସ୍ଥାର ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ସୁରେଶ ପୂଜାରୀ

ଭୁବନେଶ୍ଵର: ଓଡିଶା ସରକାରଙ୍କ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ଏକ ସମୀକ୍ଷା ବୈଠକରେ ଯୋଗ ଦେଇଛନ୍ତି। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଭୂମିହୀନଙ୍କୁ ଜମିପଟ୍ଟା ପ୍ରଦାନ, ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଜମିପଟ୍ଟା ସୁନିଶ୍ଚିତ କରିବା ଓ ସବୁ ଶିକ୍ଷା ଅନୁଷ୍ଠାନକୁ ଜମି ଓ ଖେଳ ପଡିଆ ଯୋଗାଇବା ସହ ହାଇଟେକ ସର୍ଭେର ଅଗ୍ରଗତି ଉପରେ ସମୀକ୍ଷା କରିଛନ୍ତି।

ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଏହି ସମୀକ୍ଷା ବୈଠକରେ ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂହଦେଓ, ବିଧାୟକ ରଘୁନାଥ ଜଗଦଳା,ଜିଲ୍ଲାପାଳ ଅନ୍ୟା ଦାସ, ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ ଓ ଅଞ୍ଜଳିନା ପ୍ରଧାନଙ୍କ ସହ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ରାଜସ୍ୱ ବିଭାଗର କାର୍ଯ୍ୟସବୁକୁ ଅଗ୍ରଗତି କରାଯିବା ସହ ଲୋକଙ୍କୁ ନ୍ୟାୟ ପ୍ରଦାନ ଓ ଜମିଜମା ସଂକ୍ରାନ୍ତୀୟ ସମସ୍ୟା ଗୁଡିକର ସମାଧାନ ପାଇଁ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବିକଶିତ ଭାରତ ପାଇଁ କେନ୍ଦ୍ର ଓ ରାଜ୍ୟ ବଜେଟ ଉପରେ ବିଜେପିର ବୁଦ୍ଧିଜୀବୀ ସମ୍ମିଳନୀ

ରାୟଗଡା: ବିକଶିତ ଭାରତ ପାଇଁ କେନ୍ଦ୍ର ଓ ରାଜ୍ୟ ବଜେଟ ନେଇ ରାୟଗଡା ସ୍ଥିତ ବିଜୁପଟ୍ଟନାୟ ଅଡିଟରୀୟମ ଠାରେ ଭାରତୀୟ ଜନତା ପାର୍ଟି ରାୟଗଡା ତରଫରୁ ଏକ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଓଡିଶା ସରକାରଙ୍କ ବାଣିଜ୍ୟ, ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାୟଗଡାର ବିଭିନ୍ନ ସଂଗଠନ ସହ କେନ୍ଦ୍ର ଓ ରାଜ୍ୟ ବଜେଟ ଉପରେ ଆଲୋଚନା କରିଛନ୍ତି। କେନ୍ଦ୍ର ବଜେଟ ଦେଶ ବଦଳରେ ଲୋକଙ୍କ ପାଇଁ ଓ ଗରିବ, ଅନ୍ନଦାତା, ମହିଳା, ଯୁବଶକ୍ତିଙ୍କୁ ଅଗ୍ରାଧିକାର ଦେଇଥିବା ମନ୍ତ୍ରୀ ନିଜ ବକ୍ତବ୍ୟରେ କହିଛନ୍ତି।

ଏହି ସମ୍ମିଳନୀରେ ରାଜ୍ୟ ବିଜେପି ପ୍ରବକ୍ତା ତେଜେଶ୍ୱର ପରିଡା, ଜିଲ୍ଲା ବିଜେପି ସଭାପତି ଗୋପୀ ଆନନ୍ଦ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡ଼ ରାମଚନ୍ଦ୍ର ବେହେରା, କାଳିରାମ ମାଝୀ ବସନ୍ତ ଉଲ୍ଲାକା ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ପ୍ରଫେସର, ଚାଟାର୍ଡ଼ ଏକାଉଣ୍ଟାଣ୍ଟ, ଓକିଲ, ଶିଳ୍ପଦ୍ୟୋଗୀ, ବରିଷ୍ଠ ନାଗରିକ, ଛାତ୍ର ଛାତ୍ରୀ ପ୍ରମୁଖ ଉପସ୍ଥିତ ରହି ବଜେଟ ବିଷୟରେ ଆଲୋଚନା କରିଛନ୍ତି। ଏହିଆବସରରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ରାମନାଗୁଡ଼ା ବ୍ଲକ ଚେୟାର ମେନ ରବି ଗମାଙ୍ଗ ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି। ତେବେ ସରକାରଙ୍କ ଚଳିତ ବର୍ଷର ଆର୍ଥିକ ବଜେଟକୁ ବୁଦ୍ଧିଜୀବୀ ମାନଙ୍କ ପାଖରେ ପହଞ୍ଚାଇବା ଲକ୍ଷରେ ଏ ବୁଦ୍ଧିଜୀବୀ ସମ୍ମିଳନୀ ଆୟୋଜନ ହୋଇଥିବା କହିଛନ୍ତି ମନ୍ତ୍ରୀ ବିଭୁତି ଭୂଷଣ ଜେନା।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲା ମହୋତ୍ସବ, ପଲ୍ଲୀଶ୍ରୀ ମେଳା ଓ ପୁସ୍ତକ ମେଳା ଉଦଘାଟିତ

ଖୋର୍ଦ୍ଧା: ଓରମାସ୍ (ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ), ଓଡ଼ିଶା ସରକାର ଓ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଖୋର୍ଦ୍ଧା ଜିଲା ମହୋତ୍ସବ, ପଲ୍ଲୀଶ୍ରୀ ମେଳା ଓ ପୁସ୍ତକ ମେଳା ଉଦଘାଟିତ ହୋଇଯାଇଛି। ହାବେଳୀ ପଡ଼ିଆରେ ଆୟୋଜିତ ଏହି ମହୋତ୍ସବ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଆଇନ,ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଉଦଘାଟନ କରିଥିଲେ।

ଜିଲାପାଳ ଚଞ୍ଚଳ ରାଣାଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ମେଳାରେ ବିଧାୟକ ପ୍ରଶାନ୍ତ ଜଗଦେବ, ଜିଲା ପରିଷଦ ଅଧ୍ଯକ୍ଷ ରୁପଶ୍ରୀରାଣୀ ଗୁମାନସିଂହ, ଉପାଧ୍ୟକ୍ଷ ଗୋପିନାଥ ମହାରଣା, ପୌରାଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି, ଏସପି ସାଗରିକା ନାଥ, ଅତିରିକ୍ତ ଜିଲାପାଳ ପ୍ରତାପଚନ୍ଦ୍ର ବେଉରା, ଉପ-ଜିଲ୍ଲାପାଳ କିଶୋର ଚନ୍ଦ୍ର ପଣ୍ଡା, ଓରମାସ ଉପ ନିର୍ଦ୍ଦେଶକ ରାଜକିଶୋର ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ଜିଲା ପରିଷଦ ଉନ୍ନୟନ ଅଧିକାରୀ ଜ୍ୟୋତିଶଙ୍କର ସାହୁ ସ୍ବାଗତ ଭାଷଣ, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ଧନ୍ୟବାଦ ଦେଇଥିଲେ।

ଏଥର ମେଳାରେ ଓଡ଼ିଶାର ୩୦ଟି ଜିଲ୍ଲା ସମତେ ଛତିଶଗଡ, ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ, ରାଜସ୍ଥାନ, ଗୁଜୁରାଟ, ଆସାମ ଦିଲ୍ଲୀ ପ୍ରମୁଖ ରାଜ୍ୟରୁ ସ୍ଵୟଂ ସହାୟକ ଗୋଷ୍ଠୀ, ଉତ୍ପାଦକାରୀ ଗୋଷ୍ଠୀ, ହସ୍ତଶିଳ୍ପ ଓ ହସ୍ତତନ୍ତ କାରିଗର ମାନେ ଅଂଶଗ୍ରହଣ କରିଛନ୍ତି।

ସେହିପରି ୨୦ ଟି ଷ୍ଟଲ୍‌କୁ ନେଇ ସ୍ୱତନ୍ତ୍ର ଫୁଡ୍ କୋର୍ଟ ସହ, ମୋ ଖୋର୍ଦ୍ଧା ସେଲ୍‌ଫି ପଏଣ୍ଡ୍ ଆଜିବୀକା ଓ ଦକ୍ଷତା ବିକାଶ ଆଦି କାର୍ଯ୍ୟକ୍ରମକୁ ନେଇ ସ୍ୱତନ୍ତ୍ର ଥୁମ୍ ଷ୍ଟଲ୍, ସୁନାମଧନ୍ୟ ପ୍ରକାଶକ ମାନଙ୍କ ଦ୍ୱାରା ପୁସ୍ତକ ମେଳା ଆୟୋଜନ କରାଯାଇଛି।

ସରକାରୀ ଯୋଜନା ଗୁଡ଼ିକର ପ୍ରଚାର ପ୍ରସାର ପାଇଁ କୃଷି ଉଦ୍ୟାନ, ବିଭାଗ, ହସ୍ତତନ୍ତ୍ର, ହସ୍ତଶିଳ୍ପ, ନାବାର୍ଡ଼, ପ୍ରଧାନମନ୍ତ୍ରୀ ଆବସ ଯୋଜନା, ସ୍ୱଚ୍ଛ ଭାରତ ମିଶନ, ଇତ୍ୟାଦି ବିଭାଗ ତରଫରୁ ଆ.ଇ.ସି. ଷ୍ଟଲ୍ ଗୁଡ଼ାକ ମଧ୍ୟ ଖୋଲା ଯାଉଅଛି । ମେଳାରେ ମନୋରଞ୍ଜନ ପାଇଁ ପ୍ରତ୍ୟେହ ସନ୍ଧ୍ୟା ୫ ଘଟିକାରୁ ସ୍ଥାନୀୟ କଳାକାର ଜିଲ୍ଲା ବାହାରୁ ସାଂସ୍କୃତିକ ଦଳ ତଥା ଷ୍ଟାର୍ ନାଇଟ୍ କାର୍ଯ୍ୟକ୍ରମ ପରିବେଷଣ କରିବେ ।

ମେଳା ସମୟରେ ମୁଖ୍ୟତଃ ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ୍ ସମସ୍ତ ପ୍ରକାର ସମସ୍ତ ପ୍ରକାର ବ୍ଯବସ୍ଥା କରାଯାଇଛି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଉକ୍ତ ମେଳାରେ ବିଭିନ୍ନ ପ୍ରକାର ଆଦିବାସୀ ଅଳଙ୍କାର ମାଟି ତିଆରୀ ଜିନିଷ, ଘର ସାଜସଜ୍ଜା ସାମଗ୍ରୀ, ଖାଦ୍ୟ ଓ ମସଲା, ହସ୍ତତନ୍ତ ଶାଢୀ, ଡ୍ରେସ୍, କପଡ଼ା, ଝୋଟରୁ ତିଆରୀ ଜିନିଷ, ପିତ୍ତଳ, ମୂର୍ତ୍ତି, ବେତରୁ ତିଆରି ଉପକରଣ ଡ଼ାଲି ଜାତୀୟ ଜିନିଷ, ପାମ୍ପଡ଼, ଆଚାର ଇତ୍ୟାଦି ଉପଲବ୍ଧ ହେଉଅଛି ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ସରକାରଙ୍କ ଦ୍ବାରା ଅନୁଷ୍ଠିତ ହେବ ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର ଫେଷ୍ଟିଭାଲ ଏବଂ ପ୍ରତିଯୋଗିତା

ଭୁବନେଶ୍ଵର: ସମ୍ବିଧାନର ଧାରା ୨୧ ଅନୁଯାୟୀ ପ୍ରତ୍ୟେକଙ୍କ ସମ୍ମାନର ସହିତ ବଂଚିବାର ଅଧିକାର ରହିଛି। ଏହି ଅନୁଯାୟୀ ଦିବ୍ୟାଙ୍ଗ ମାନଙ୍କୁ ଏଥିରୁ ବଂଚିତ କରାଯାଇ ପାରିବ ନାହିଁ। ଦିବ୍ୟାଙ୍ଗ ମାନଙ୍କ ସମସ୍ୟା ବିଷୟରେ ଆଲୋକପାତ କରି ସେମାନଙ୍କୁ ବିଭିନ୍ନ କ୍ଷେତ୍ରରେ ପ୍ରୋସାହିତ କରିବା ଏବଂ ସେମାନଙ୍କ ସମ୍ମାନ, ଅଧିକାର ଏବଂ କଲ୍ୟାଣ ପାଇଁ ସମର୍ଥନ ସଂଗ୍ରହ କରିବା ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର ମାଧ୍ୟମ ହଁ ଅନ୍ୟ ଏକ ସର୍ବୋତ୍ତମ ମାଧ୍ୟମ ବୋଲି ଓଡିଶା ରାଜ୍ୟ ସରକାର ମନେକରିବା ସହିତ ସଚେତନ‌ତା ସୃଷ୍ଟି କରିପାରିବା ପାଇଁ ରାଜ୍ୟ ସରକାରଙ୍କ ସମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏକ ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର ଫେଷ୍ଟିଭାଲ ଏବଂ ପ୍ରତିଯୋଗିତା କରିବାକୁ ମନସ୍ଥ କରିଛନ୍ତି।

ଯାହାର ଶୀର୍ଷକ ହେଲା “ସାମର୍ଥ୍ୟ”। RR EVENTS & CINE PRODUCTION ପକ୍ଷରୁ ଏହାର ମୁଖ୍ୟ ରମେଶ ବାରିକ ଏହି କାର୍ଯ୍ୟକ୍ରମ ପରିଚାଳନା କରୁଥିବାବେଳେ କ୍ରିଏଟିଭ ମୁଖ୍ୟ ଅଛନ୍ତି ଶ୍ୟାମା ପ୍ରସାଦ ମିଶ୍ର।

ପ୍ରତିଯୋଗୀ ମାନେ ଆସନ୍ତା 17 ତାରିଖ ଠାରୁ ମାର୍ଚ୍ଚ 10 ତାରିଖ ପର୍ଯ୍ୟନ୍ତ ନିଜର କ୍ଷୁଦ୍ର ଚଳଚ୍ଚିତ୍ର ସହିତ ଆବେଦନ କରିପାରିବେ। ମାର୍ଚ୍ଚ 13 ରୁ 16 ତାରିଖ ପର୍ଯ୍ୟନ୍ତ ଜୁରୀ ମାନଙ୍କ ଦ୍ବାରା ସ୍କ୍ରିନିଂ କରାଯାଇ ବିଭିନ୍ନ ବିଭାଗର ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ଚୟନ କରାଯିବ।

ଏହି ସିନେମାର ଅବଧି ଦୁଇରୁ ପାଞ୍ଚ ମିନିଟ ପର୍ଯ୍ୟନ୍ତ ରହିବ। ମାର୍ଚ୍ଚ 19 ତାରିଖ ଦିନ ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ବଲିଉଡ ଏବଂ ଓଲିଉଡ଼ ତାରକା ମାନଙ୍କ ସହିତ ପୁରସ୍କାର ବିତରଣ ଉତ୍ସବ କରାଯିବ । ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ବିଶେଷ ପାରଦର୍ଶିତା ପାଇଁ ବିଭିନ୍ନ କ୍ୟାଟେଗୋରିରେ 10 ଲକ୍ଷ ପର୍ଯ୍ୟନ୍ତ ପୁରସ୍କାର ଦିଆଯିବ।

ଏ ସମ୍ପର୍କରେ ୱେବ ସାଇଟ ସହିତ ବିଭିନ୍ନ ଗଣମାଧ୍ୟମରେ ପ୍ରଚାର କରାଯିବ।

15 ତାରିଖ ଦିନ ଭୁବନେଶ୍ବରର ଏକ ହୋଟେଲରେ ସାମ୍ବାଦିକ ସମ୍ମିଳନୀ ହୋଇଥିଲା।

ଏହି ସାମ୍ବାଦିକ ସମ୍ମିଳନୀରେ ସାମାଜିକ ସୁରକ୍ଷା ଓ ଭିନ୍ନ‌କ୍ଷମ ସଶକ୍ତିକରଣ ବିଭାଗ
ନିର୍ଦ୍ଦେଶିକା ଶ୍ରୀମତୀ ନିୟତୀ ପଟ୍ଟନାୟକ,ବିଭାଗୀୟ ବିତ୍ତ ଅଧିକାରୀ ଜୟଶ୍ରୀ ତ୍ରିପାଠୀ, ଅତିରିକ୍ତ ଶାସନ ସଚିବ ଶ୍ରୀ ଦୀପକ ରାଉତରାୟ, ଉପ ଶାସନ ସଚିବ ଶ୍ରୀ ସନ୍ୟାସୀ କୁମାର ବେହେରା,ଅତିରିକ୍ତ ଶାସନ ସଚିବ ସୋନିଆ ବେହେରା, ଚଳଚ୍ଚିତ୍ର ଜଗତର ସବ୍ୟସାଚୀ ମହାପାତ୍ର, ଗଦାଧର ପୁଟ୍ଟୀ, ଶ୍ରୀତମ ଦାସ, ପିଙ୍କି ପ୍ରଧାନ, ହରିହର ମହାପାତ୍ର, ଅଭିନେତ୍ରୀ ଅର୍ଚିତା ସାହୁ, RR ଇଭେଣ୍ଟ ଏବଂ ଆଉ ଆର ସିନେ ପ୍ରଡ଼କ୍ସନର MD ରମେଶ ବାରିକ,କ୍ରୀଏଟିଭ ମୁଖ୍ୟ ଶ୍ୟାମା ପ୍ରସାଦ ମିଶ୍ର, ଶାଶ୍ବତୀ ପତି,ଅମିତ ଘୋଷ,ପ୍ରଚାର ବିଭାଗ ମୁଖ୍ୟ ହର ପ୍ରସାଦ ମହାପାତ୍ର ପ୍ରମୁଖ ଯୋଗଦେଇ ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ରର ନିର୍ମାଣ ଓ ବୈଷୟିକ ଦିଗ ଉପରେ ଆଲୋକପାଚ କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଏହି ସାମ୍ବାଦିକ ସମ୍ମିଳନୀରେ ବିଭାଗୀୟ ଅଧିକାରୀ, ବିଭିନ୍ନ ଚଳଚ୍ଚିତ୍ର ପ୍ରଯୋଜକ, ନିର୍ଦ୍ଦେଶକ, ଅଭିନେତା, ଅଭିନେତ୍ରୀ ମାନଙ୍କ ସହିତ ଗଣ ମାଧ୍ୟମ ପ୍ରତିନିଧି ମାନେ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଜିଲ୍ଲାସ୍ତରୀୟ ଗ୍ରୀଷ୍ମ ପ୍ରବାହ ପ୍ରତିକାର ପାଇଁ ପ୍ରସ୍ତୁତି ବୈଠକ

ଖୋର୍ଦ୍ଧା: ଓଡ଼ିଶା ସରକାର, ସ୍ଵତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲାସ୍ତରୀୟ ଗ୍ରୀଷ୍ମ ପ୍ରବାହ ପ୍ରତିକାରପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ, ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଓସ୍ୱ।ନ ଭିଡିଓ ସମ୍ମିଳନୀ କକ୍ଷରେ ସକାଳ ୧୧.୦୦ଘଣ୍ଟା ସମୟରେ ଅନୁଷ୍ଠିତ ହୋଇଯାଇଅଛି।

ଅତ୍ୟାବଶ୍ୟକ ସ୍ଥଳେ ବିଡିଓ ଏବଂ ମୂଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦଙ୍କ ଅନୂମୋଦନ କ୍ରମେ ନିର୍ଦ୍ଦିଷ୍ଟ ସ୍ଥାନମାନଙ୍କରେ ପିଇବାପାଣି ଟାଙ୍କିର ବ୍ୟବସ୍ଥା କରାଯିବା, ଆର୍ଡଵ୍ଲୁଏସ‌ଏସ, ୱ।ଟକୋ,  କାର୍ଯ୍ୟ ନିର୍ବାହୀ ଅଧିକାରୀ, ବିଡ଼ିଓ ଏବଂ ବିଏମସି ର ଅଧିକାରୀମାନେ ଏଥି ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବେ। ଜନଗହଳୀ ପୂର୍ଣ୍ଣ ସ୍ଥାନ ମାନଙ୍କରେ ଜଳଛତ୍ର ଖୋଲିବା ସହ ବିଶୁଦ୍ଧ ପାନୀୟ ଜଳ ପ୍ରଦାନ କରିବାର ବ୍ୟବସ୍ଥା କରିବାକୁ /ନାଳ ତଥା କେନାଲରେ ଆବଶ୍ୟକ ସ୍ଥଳେ ପାଣି ଛାଡିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ନିୟମିତ ସ୍ୱଚ୍ଛ ତଥା ବିଶୁଦ୍ଧ ପାଣି ସ୍ୱୟଂ ସହାୟକ ଗୋଷ୍ଠୀ ତଥା ଏନଜିଓ ମାନ ଙ୍କ ସହ ପରାମର୍ଶ କରି ଯୋଗାଇଦେବାକୁ ନିର୍ଦେଶ ଦେଇଥିଲେ।

ବିଏମ୍ ସି ତଥା ସହରାଞ୍ଚଳ ରେ ଦିନ ସମୟରେ ଗୃହ ହିନ ଏବଂ ନିରାଶ୍ରୟ ଙ୍କୁ ଆଶ୍ରୟସ୍ଥଳ ଯୋଗାଇ ଦେବା ସହ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ କରିଥିଲେ। କାର୍ଯ୍ୟାଳୟ ମାନଙ୍କ ରେ ପାଣି ର ବ୍ୟବସ୍ଥା କରାଯିବାକୁ, ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ପିଲାମାନଙ୍କୁ ସାଙ୍ଗରେ ପାଣି ବୋତଲ ଆଣି ଆସିବାକୁ ପରାମର୍ଶ ଦେଇଥଲେ। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ଗର୍ଭବତୀ ମା ମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ/ ପରିବହନ ଅଧିକାରୀ ଯାତାୟତ ବସ ରେ ପାନୀୟ ଜଳ ର ବ୍ୟବସ୍ଥା କରିବାକୁ/ ଶ୍ରମ ଅଧିକାରୀଙ୍କୁ ପୁର୍ଵାହ୍ନ ୧୧.୦୦ ଘଣ୍ଟା ରୁ ଅପରାହ୍ନ ୩.୦୦ ଟା ପର୍ଯ୍ୟନ୍ତ ଶ୍ରମିକମାନେ ଖରାରେ କାମ ନ କରିବାକୁ ସୁଚିନ୍ତିତ ପରାମର୍ଶ ଦେଇଥିଲେ। ବିଦ୍ୟୁତ ବିଭାଗକୁ ନିରବିଛିନ୍ନ ବିଦ୍ୟୁତ ଯୋଗାଣ/ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଓ ଆର୍ ଏସ, ଆବଶ୍ୟକୀୟ ଔଷଧ, ସ୍ବତନ୍ତ୍ର ଅଂଶୁଘାତ ଜନିତ ୱାର୍ଡ ଏବଂ ଅଂଶୁଘାତଜନିତ ମୃତ୍ୟୁ କୁ ତହସିଲଦାର ଏଵଂ ମେଡିକାଲ ଅଫିସର ଙ୍କ ମିଳିତ ଅନୁସନ୍ଧାନ ପରେ ତୁରନ୍ତ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ।

ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟକୁ Do’s and Don’t ନିୟମ ଅନୁଯାଇ ସରକାରଙ୍କ ପ୍ରଦତ୍ତ ଗାଇଡ ଲାଇନ ଅନୁସାରେ ଗଣ ମାଧ୍ୟମର ସହାୟତାରେ ସଚେତନତା ସୃଷ୍ଟି କରିବା ନିମନ୍ତେ ପରାମର୍ଶ ଦେଇଥିଲେ।

ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ ସ୍ୱାଗତ ଭାଷଣ ରଖିଥିଲେ। ମୂଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଜ୍ୟୋତି ଶଙ୍କର ସାହୁ /ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଅନାଦି ଚରଣ ସେଠି/ ସି ଡି ଏମ ଓ ଡଃ ରାଜ ଲକ୍ଷ୍ମୀ ପଟ୍ଟନାୟକ,/ ଡେପୁଟି କଲେକ୍ଟର ଶ୍ରୀତପା ମିଶ୍ର/ଜିଲ୍ଲା ମଙ୍ଗଳ ଅଧିକାରୀ ଡ଼ଃ ଗିତାନଶୁ ମୋହନ ଦାସ/ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ,ମିରାଵାଈ ବେହେରା /ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଖୋର୍ଦ୍ଧା, ଜ୍ୟୋତ୍ସ୍ନା ମୟୀ ଆଚାର୍ଯ୍ୟ ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କମ୍ ଖର୍ଚ୍ଚରେ ଯକୃତ ପ୍ରତିରୋପଣର ଚିକିତ୍ସା ସୁବିଧା ଉପରେ ଆଲୋଚନା କଲେ ଆଇନ ମନ୍ତ୍ରୀ

ଭୁବନେଶ୍ଵର: ଆଜି ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ହାଇଦ୍ରାବାଦ୍‌ ସ୍ଥିତ ଏଆଇଜି ମେଡିକାଲର ଭାଇସ୍ ପ୍ରେସିଡେଣ୍ଟ ସନ୍ତୋଷ ସାହୁ, ମେଡିକାଲର ସହକାରୀ ସାଧାରଣ ପରିଚାଳକ ଚିତ୍ତରଞ୍ଜନ ମଲ୍ଲିକ ଓ ଅଜିତ୍ କୁମାର ନାୟକ, ରାଜ୍ୟ ସରକାରଙ୍କ ଲିଭର ଟ୍ରାନ୍ସପ୍ଲାଣ୍ଟର ନୋଡାଲ ଅଫିସର ପ୍ରଫେସର (ଡାଃ) ରାଜେଶ କୁମାର ଡୋରା, ଉତ୍କଳ ହସ୍ପିଟାଲର ଲିଭର ଟ୍ରାନ୍ସପ୍ଲାଣ୍ଟ ସର୍ଜନ ଡାଃ ସତ୍ୟ ପ୍ରକାଶ ରାୟ ଚୌଧୁରୀଙ୍କ ସହ ସୌଜନ୍ୟ ମୂଳକ ଭାବରେ ସାକ୍ଷାତ କରି ବିଭିନ୍ନ ସରକାରୀ ହସ୍ପିଟାଲରେ କମ୍ ଖର୍ଚ୍ଚରେ କିଭଳି ଯକୃତ ପ୍ରତିରୋପଣର ସମସ୍ତ ପ୍ରକାରର ଚିକିତ୍ସା ସୁବିଧା କରାଯାଇପାରିବ ସେ ଦିଗରେ ବିଭିନ୍ନ ପଦକ୍ଷେପ ବାବଦରେ ସବିଶେଷ ଆଲୋଚନା କରିଥିଲେ।

ଆଗମୀ ଦିନରେ ସମଗ୍ର ଓଡ଼ିଶା ପ୍ରଦେଶରେ ଉତ୍ତମ ସ୍ବାସ୍ଥ୍ୟ ସେବା ସହ ସହଜ ଓ ତୁରନ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ ଆମ ସରକାର ଯୋଜନାବଦ୍ଧ ଭାବେ କାମ କରୁଛନ୍ତି‌ ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀ ହରିଚ଼ନ୍ଦନ ମତବ୍ୟକ୍ତ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟସ୍ତରୀୟ ସଖୀ ସହେଲି ସମ୍ମିଳନୀ ଉଦଘାଟିତ

ପୁରୀ: ପୁରୀର ସାଗର ତରଙ୍ଗ ହୋଟେଲରେ ଓଡ଼ିଶା ସରକାର, ୟୁନିସେଫ୍ ଏବଂ ଆକ୍ସନଏଡ୍ ଆସୋସିଏସନ୍ ଦ୍ୱାରା ମିଳିତ ଭାବରେ ଆୟୋଜିତ ଦୁଇ ଦିନିଆ ରାଜ୍ୟସ୍ତରୀୟ ସଖୀ ସହେଲି ସମ୍ମିଳନୀ ଉଦ୍ଘାଟିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟରୁ ୫୦ ଜଣ କିଶୋରୀ ଝିଅଙ୍କୁ ଏକତ୍ରିତ କରାଯାଇଥିବା ବେଳେ ସେମାନଙ୍କୁ ସେମାନଙ୍କର ପ୍ରେରଣାଦାୟକ ଜୀବନ କାହାଣୀ, ଚ୍ୟାଲେଞ୍ଜ ଏବଂ ଆକାଂକ୍ଷା ବାଣ୍ଟିବା ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରାଯାଇଥିଲା।ସମ୍ମିଳନୀ

ଉଦଘାଟନୀ ଅଧିବେଶନରେ ଓଡ଼ିଶା ସରକାରଙ୍କ ମହିଳା ଏବଂ ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ଅନନ୍ତ ନାରାୟଣ ସିଂହ ଲାଗୁରୀ ଯୋଗ ଦେଇଥିଲେ। ସେ କାର୍ଯ୍ୟକ୍ରମର ଉଲ୍ଲେଖନୀୟ ଅଗ୍ରଗତିକୁ ପ୍ରଶଂସା କରିବା ସହ କିଶୋରୀ ଝିଅମାନଙ୍କ ଦ୍ୱାରା ପ୍ରଦର୍ଶିତ ସକାରାତ୍ମକ ପ୍ରତିକ୍ରିୟା ଏବଂ ନେତୃତ୍ୱ ଗ୍ରହଣ କରିବାର ଦକ୍ଷତା ଅଦ୍ଵିକ।

କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହାସଲ କରିପାରିଛି ଏହା ଉପରେ ଆଲୋକପାତ କରିବା ସହ ଏହି ସଫଳତା କାହାଣୀଗୁଡ଼ିକ ରାଜ୍ୟ ରଣନୈତିକ କାର୍ଯ୍ୟ ଯୋଜନା ସହିତ ଓଡ଼ିଶା ଏକ ବାଲ୍ୟବିବାହ ମୁକ୍ତ ରାଜ୍ୟ ହେବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିବ। ଓଡିଶାର ୟୁନିସେଫ୍ ମୁଖ୍ୟ କ୍ଷେତ୍ର ଅଧିକାରୀ ଶ୍ରୀ ୱିଲିୟମ୍ ହାନଲନ୍ ଜୁନିଅର, କିଶୋରୀ ଝିଅମାନଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର, ୟୁନିସେଫ୍ ଏବଂ ଆକ୍ସନଏଡ୍ ମଧ୍ୟରେ ସହଯୋଗ ପ୍ରୟାସକୁ ପ୍ରଶଂସା କରିଥିଲେ। ସେ ରାଜ୍ୟର ଅଙ୍ଗନୱାଡି କେନ୍ଦ୍ରଗୁଡ଼ିକରେ ପ୍ରତି ଶନିବାର ଆୟୋଜିତ ହେଉଥିବା ଅଦ୍ଵିକ କାର୍ଯ୍ୟକ୍ରମର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ, ଯାହା ନେତୃତ୍ୱ ଦକ୍ଷତା ବୃଦ୍ଧି କରିବା ଏବଂ ବାଲ୍ୟବିବାହକୁ ପ୍ରତ୍ୟାଖ୍ୟାନ କରିବା ପାଇଁ ଯୁବତୀମାନଙ୍କୁ ସଶକ୍ତ କରିବା ପାଇଁ ସହାୟକ ହୋଇଥାଏ।

ୟୁନିସେଫ୍ ର ଶିଶୁ ସୁରକ୍ଷା ବିଶେଷଜ୍ଞ ମାନ୍ନା ବିଶ୍ୱାସ, ସମ୍ପ୍ରଦାୟ ନେତା ଭାବରେ କିଶୋରୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଅଦ୍ଵିକ କାର୍ଯ୍ୟକ୍ରମ ଏହି କିଶୋରୀ ପ୍ରତିଭା ମାନଙ୍କୁ ସଶକ୍ତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସହ , କାର୍ଯ୍ୟକ୍ରମର ସଫଳତା ସୁନିଶ୍ଚିତ କରିବାରେ ତୃଣମୂଳ ସ୍ତରରେ କର୍ତ୍ତବ୍ୟନିଷ୍ଠାଙ୍କ ଗୁରୁତ୍ୱପୂର୍ଣ୍ଣ ସମର୍ଥନ ଉପରେ ଆଲୋକପାତ କରିଥିଲେ।

ଏହି କାର୍ଯ୍ୟକ୍ରମ ଓଡ଼ିଶାର କିଶୋରୀ ମାନଙ୍କୁ ସଶକ୍ତ ଓ ସେମାନଙ୍କ ସ୍ୱପ୍ନକୁ ସାକାର କରିବା ଏବଂ ସେମାନଙ୍କ ସମ୍ପ୍ରଦାୟ ପାଇଁ ଅର୍ଥପୂର୍ଣ୍ଣ ଯୋଗଦାନ ଦେବା ପାଇଁ ଉପକରଣ, ଜ୍ଞାନ ଏବଂ ଆତ୍ମବିଶ୍ୱାସ ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦିଏ। କାର୍ଯ୍ୟକ୍ରମର ନିରନ୍ତର ସଫଳତା ସମସ୍ତ ଝିଅଙ୍କ ପାଇଁ ଏକ ସୁରକ୍ଷିତ, ସମାନ ବାତାବରଣ ସୃଷ୍ଟି କରିବା ସହ ୨୦୩୦ ସୁଦ୍ଧା ଓଡ଼ିଶାକୁ ବାଲ୍ୟବିବାହ ମୁକ୍ତ କରିବାରେ ସହାୟକ ହେବ।