Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ୫ ହଜାର ଅଣ୍ଡର ଗ୍ରାଜୁଏଟ୍ (ସ୍ନାତକ) ଛାତ୍ରବୃତ୍ତି ତାଲିକା ପ୍ରକାଶ

ଭୁବନେଶ୍ୱର: ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ଅଣ୍ଡର ଗ୍ରାଜୁଏଟ (ସ୍ନାତକ) ଛାତ୍ରବୃତ୍ତି ପାଇଁ ସମଗ୍ର ଭାରତରୁ ୫,୦୦୦ ଅଣ୍ଡର ଗ୍ରାଜୁଏଟ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି। ଧୀରୁଭାଇ ଅମ୍ବାନୀଙ୍କ ୯୨ତମ ଜୟନ୍ତୀ ଅବସରରେ ମନୋନୀତ ଛାତ୍ରଛାତ୍ରୀଙ୍କ ତାଲିକା ପ୍ରକାଶ ପାଇଛି। ୨୦୨୪-୨୫ ଅଣ୍ଡର ଗ୍ରାଜୁଏଟ ବୃତ୍ତି ଅଧୀନରେ ପ୍ରତ୍ୟେକ ବିଦ୍ୟାର୍ଥୀଙ୍କୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ମିଳିବ। ଏହି ଛାତ୍ରବୃତ୍ତି ପାଇଁ ୧ ଲକ୍ଷରୁ ଅଧିକ ସ୍ନାତକ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରାୟ ୭୦ ପ୍ରତିଶତଙ୍କ ପାରିବାରିକ ବାର୍ଷିକ ଆୟ ୨.୫ ଲକ୍ଷ ଟଙ୍କାରୁ କମ୍‌।

ଛାତ୍ରବୃତ୍ତିର ପରିସର ବହୁତ ବ୍ୟାପକ ହୋଇଥିବା ବେଳେ ୨୯ଟି ରାଜ୍ୟର ୫୪୦ଟି ଜିଲ୍ଲାରୁ ବୃତ୍ତି ପାଇଥିବା ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି। ଏହି ୫ ହଜାର ଛାତ୍ରଛାତ୍ରୀ ପ୍ରାୟ ୧୩୦୦ ଶିକ୍ଷାନୁଷ୍ଠାନ ସହ ଜଡ଼ିତ ଅଛନ୍ତି। ଓଡ଼ିଶାର ୧୨୦ ଜଣ ଛାତ୍ରଛାତ୍ରୀ ୨୦୨୪-୨୫ ରିଲାଏନ୍ସ ଫାଉଣ୍ଡେସନ ଛାତ୍ରବୃତ୍ତି ପାଇବାରେ ସଫଳ ହୋଇଛନ୍ତି।

ଏକ ଲକ୍ଷ ଆବେଦନକୁ ନେଇ ଖୁସି ବ୍ୟକ୍ତ କରି ରିଲାଏନ୍ସ ଫାଉଣ୍ଡେସନର ମୁଖପାତ୍ର କହିଛନ୍ତି ଯେ, “ମନୋନୀତ ଛାତ୍ରଛାତ୍ରୀମାନେ ଦେଶର ସବୁଠାରୁ ମେଧାବୀ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଅନ୍ୟତମ। ଶିକ୍ଷା ହେଉଛି ଭବିଷ୍ୟତର ଚାବିକାଠି ଏବଂ ଆମେ ଏହି ଛାତ୍ରଛାତ୍ରୀଙ୍କ ଶିକ୍ଷା ଯାତ୍ରାର ଏକ ଅଂଶ ହୋଇ ଗର୍ବ ଅନୁଭବ କରୁଛୁ । ସମ୍ମାନଜନକ ରିଲାଏନ୍ସ ଫାଉଣ୍ଡେସନ ଅଣ୍ଡର ଗ୍ରାଜୁଏଟ ବୃତ୍ତି ମାଧ୍ୟମରେ ଆମର ଲକ୍ଷ୍ୟ ହେଉଛି ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପୂର୍ଣ୍ଣ କ୍ଷମତା ପର୍ଯ୍ୟନ୍ତ ପହଞ୍ଚିବାରେ ସାହାଯ୍ୟ କରିବା, ଯାହା ଫଳରେ ଭାରତର ବିକାଶରେ ସେମାନେ ନିଜର ଯୋଗଦାନ ଦେଇପାରିବେ।”

ଛାତ୍ରବୃତ୍ତିର ସମ୍ପୂର୍ଣ୍ଣ ତାଲିକା www.reliancefoundation.org ଦେଖିବାକୁ ମିଳିବ। ୧୭ ଅଙ୍କ ବିଶିଷ୍ଟ ଆବେଦନ ସଂଖ୍ୟା କିମ୍ବା ପଞ୍ଜୀକୃତ ଇମେଲ୍ ଆଇଡି ଦେଇ ଫଳାଫଳ ଜାଣିପାରିବେ। ୨୦୨୨ ଡିସେମ୍ବରରେ ରିଲାଏନ୍ସ ପ୍ରତିଷ୍ଠାତା ଅଧ୍ୟକ୍ଷ ଧୀରୁଭାଇ ଅମ୍ବାନୀଙ୍କ ୯୦ତମ ଜୟନ୍ତୀ ଅବସରରେ ରିଲାଏନ୍ସ ଫାଉଣ୍ଡେସନ୍ ଅଧ୍ୟକ୍ଷା ନୀତା ଅମ୍ବାନୀ ଆସନ୍ତା ୧୦ ବର୍ଷ ମଧ୍ୟରେ ୫୦,୦୦୦ ଛାତ୍ରବୃତ୍ତି ଘୋଷଣା କରିଥିଲେ। ସେବେଠାରୁ ପ୍ରତିବର୍ଷ ୫୧୦୦ ଛାତ୍ରଛାତ୍ରୀଙ୍କୁ ବୃତ୍ତି ଦିଆଯାଉଛି। ରିଲାଏନ୍ସ ଫାଉଣ୍ଡେସନର ଛାତ୍ରବୃତ୍ତିର ଭାରତର ସର୍ବବୃହତ ଘରୋଇ ଛାତ୍ରବୃତ୍ତି ଭାବରେ ରେକର୍ଡ ମଧ୍ୟ ରହିଛି।

Categories
ଆଜିର ଖବର

ଓଡ଼ିଶା ସମେତ ୧୦ଟି ରାଜ୍ୟର ସଫଳ ଚାଷୀ, ବିହନ ସଂରକ୍ଷକମାନେ ବଖାଣିଲେ ସଫଳତା 

ନୂଆଦିଲ୍ଲୀ: ନୂଆଦିଲ୍ଲୀଠାରେ “ଜଳବାୟୁ ସହନଶୀଳ କୃଷି ପାଇଁ ପାରମ୍ପରିକ କିସମ ମାଧ୍ୟମରେ ବର୍ଷା ଜଳସେଚିତ ଅଞ୍ଚଳରେ କୃଷି-ଜୈବ ବିବିଧତାର ପୁନରୁଦ୍ଧାର” ଶୀର୍ଷକ ବହୁ-ଅଂଶୀଦାର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମାବେଶକୁ ସମ୍ବୋଧିତ କରି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର କେନ୍ଦ୍ର ସଚିବ ଡ. ଦେବେଶ ଚତୁର୍ବେଦୀ ପାରମ୍ପରିକ କିସମର କୃଷି ଏବଂ ଉଦ୍ୟାନ କୃଷିକୁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ଯେ, ତାଙ୍କ ମନ୍ତ୍ରଣାଳୟ କୃଷି ଏବଂ ଉଦ୍ୟାନ କୃଷି ସମ୍ବନ୍ଧୀୟ ବିଭିନ୍ନ ଯୋଜନା ଯଥା ଏନଏମଏନଏଫ, କୃଷକ ଉତ୍ପାଦକ ସଂଗଠନ (ଏଫପିଓ), ବିହନ ବିକାଶ କାର୍ଯ୍ୟକ୍ରମ ଏବଂ ଏନଏଫଏସଏମ ମାଧ୍ୟମରେ ପାରମ୍ପରିକ କିସମର କୃଷିକୁ ପ୍ରୋତ୍ସାହିତ କରିବାକୁ ଆଗ୍ରହୀ। ପାରମ୍ପରିକ କିସମର ମହତ୍ତ୍ୱ ବର୍ଣ୍ଣନା କରି ସେ କହିଥିଲେ ଯେ ଏଥିରେ ଉନ୍ନତ ସ୍ୱାଦ, ସୁଗନ୍ଧ, ରଙ୍ଗ, ରୋଷେଇର ଗୁଣବତ୍ତା ଏବଂ ପୁଷ୍ଟିକର ସମୃଦ୍ଧି ଇତ୍ୟାଦି ଅନନ୍ୟ ଗୁଣ ରହିଛି। ସେ ପରାମର୍ଶ ଦେଇଥିଲେ ଯେ ଏହି କିସମଗୁଡ଼ିକୁ କ୍ଲଷ୍ଟରରେ ଚାଷ କରାଯିବା ଉଚିତ ଏବଂ ଉଚ୍ଚ ମୂଲ୍ୟ ପ୍ରାପ୍ତି ପାଇଁ ବିକ୍ରୟ କରାଯିବା ଉଚିତ କାରଣ ଏପରି ଗୁଣକୁ ଭଲ ପାଉଥିବା ଅନେକ କ୍ରେତା ଅଛନ୍ତି। ସେ ଏପରି କ୍ରେତାଙ୍କ ଉଦାହରଣ ମଧ୍ୟ ଦେଇଥିଲେ।

ଡକ୍ଟର ଫୈଜ ଅହମ୍ମଦ କିଦୱାଇ କହିଛନ୍ତି ଯେ ବିଭିନ୍ନ ରାଜ୍ୟ ଓ ଯୋଜନା ଦ୍ୱାରା ପୁଞ୍ଜିନିବେଶର ପ୍ରକାର ବିଶ୍ଳେଷଣ କରି ବର୍ଷା ଉପରେ ନିର୍ଭର କରୁଥିବା ଅଞ୍ଚଳକୁ ସମର୍ଥନ କରିବା ପାଇଁ ଜାତୀୟ ବର୍ଷା ସିଞ୍ଚିତ କ୍ଷେତ୍ର ପ୍ରାଧିକରଣ (ଏନଆରଏଏ) ପ୍ରତିଷ୍ଠା କରାଯାଇଥିଲା। ଏହାର ଉଦ୍ଦେଶ୍ୟ ହେଉଛି ରାଜ୍ୟମାନଙ୍କୁ ଏହି କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶ କରିବାକୁ ଉତ୍ସାହିତ କରିବା। ଏଥିସହିତ ସେମାନଙ୍କ ଆବଶ୍ୟକତା ଓ ଦୁର୍ବଳତା ତୁଳନାରେ ନିବେଶର ପରିମାଣ ଯେପରି କମ୍ ହେବ ତାହା ମଧ୍ୟ ସୁନିଶ୍ଚିତ କରିବା।

ଆଇସିଏଆର-ଆଇଆଇଓଆରର ପୂର୍ବତନ ନିର୍ଦ୍ଦେଶକ ଡ. କେଏସ୍ ବରପ୍ରସାଦଙ୍କ ସମେତ ବିଭିନ୍ନ ବିଶେଷଜ୍ଞ ପାରମ୍ପରିକ କିସମକୁ ସ୍ୱୀକୃତି ଦେବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ, ଦେଶରେ ପ୍ରାୟ ୫୦% ଅଞ୍ଚଳରେ ବର୍ଷା ଉପରେ ନିର୍ଭର କରାଯାଏ, ଯେଉଁଠାରେ କୃଷକମାନେ ଅନୌପଚାରିକ ବିହନ ପ୍ରଣାଳୀରୁ ପ୍ରାୟ ୬୦% ବିହନ ଆବଶ୍ୟକତା ପୂରଣ କରନ୍ତି। କୃଷକମାନଙ୍କୁ ଉପକୃତ କରିବା ପାଇଁ ମୁକ୍ତ କିସମ ଓ ପାରମ୍ପରିକ କିସମ ଏକାଠି ରହିପାରିବେ। ଆଇସିଏଆର-ଏନବିପିଜିଆରର ନିର୍ଦ୍ଦେଶକ ଡ. କେଏସ୍ ବରପ୍ରସାଦ ଓ ଜ୍ଞାନେନ୍ଦ୍ର ସିଂହ ମୂଳ ସ୍ଥାନରେ ସଂରକ୍ଷଣର ଉପରେ ଆଲୋଚନା କରିଥିଲେ । ଏହି କିସମର ବ୍ୟବହାର ମାଧ୍ୟମରେ ସଂରକ୍ଷଣ ପାଇଁ ସରକାରୀ ନୀତିର ଅଧିକ ସହଯୋଗ ପାଇଁ ଅନୁରୋଧ କରିଥିଲେ।

ଓଡ଼ିଶା ଓ ତାମିଲନାଡ଼ୁ ସମେତ ୧୦ଟି ରାଜ୍ୟର ସଫଳ ଚାଷୀ, ବିହନ ସଂରକ୍ଷକ ଓ ରାଜ୍ୟ ପ୍ରତିନିଧିମାନେ ଦେଶୀ ବିହନ ପ୍ରଦର୍ଶନ କରିବା ସହ ପାରମ୍ପରିକ କିସମର ସଂରକ୍ଷଣ କ୍ଷେତ୍ରରେ ସେମାନଙ୍କର ସଫଳତା ଓ ବିଫଳତାର କାହାଣୀ ବଖାଣିଥିଲେ। ଗୋଷ୍ଠୀ ଦ୍ୱାରା ପରିଚାଳିତ ବିହନ ବ୍ୟବସ୍ଥାକୁ ଆନୁଷ୍ଠାନିକ କରିବା, ଭିତ୍ତିଭୂମି ଓ ଏମଏସପିରେ ସରକାରୀ ସହାୟତାର ଆବଶ୍ୟକତା ଏବଂ ବିହନ ସଂରକ୍ଷଣ ପ୍ରୟାସରେ ତୃଣମୂଳ ସ୍ତରର ସଂଗଠନଗୁଡିକର ସମ୍ପୃକ୍ତି ଉପରେ ଆଲୋଚନାରେ ଗୁରୁତ୍ୱାରୋପ କରାଯାଇଥିଲା।

ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ କୃଷି ଅଧିକ ଅସୁରକ୍ଷିତ ହେଉଥିବା ବେଳେ ପାରମ୍ପରିକ କିସମ ଲୋପ ପାଉଥିବାରୁ ବର୍ଷା ଭିତ୍ତିକ ଅଞ୍ଚଳ ଉପରେ ଆଲୋଚନା ଓ ନୀତିଗତ ପ୍ରକ୍ରିୟାକୁ ପ୍ରୋତ୍ସାହିତ କରିବା ଏହି କର୍ମଶାଳାର ଉଦ୍ଦେଶ୍ୟ ଥିଲା। ବ୍ୟବହାର ମାଧ୍ୟମରେ ପାରମ୍ପରିକ କିସମର ସଂରକ୍ଷଣର ଗୁରୁତ୍ୱ ଉପରେ ସମସ୍ତ ଅଂଶୀଦାର ଏକମତ ହୋଇଥିଲେ। ବୈଠକରେ ମତପ୍ରକାଶ ପାଇଥିଲା ଯେ, ବିବିଧତାର ପୁନରୁଦ୍ଧାର ଏବଂ ଏହାକୁ ମୁଖ୍ୟସ୍ରୋତକୁ ଆଣିବାରେ ରାଜ୍ୟଗୁଡ଼ିକ କିପରି ସମର୍ଥନ କରୁଛନ୍ତି ତାହାର ଉଦାହରଣ ତାମିଲନାଡୁ, ପଶ୍ଚିମବଙ୍ଗ ଏବଂ ଓଡ଼ିଶାରୁ ମିଳିଛି। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ନିକଟରେ ଦାଖଲ କରିବା ପାଇଁ ଏକ ଆକ୍ସନ ପ୍ଲାନ୍ ଏବଂ ସୁପାରିସ ପ୍ରସ୍ତୁତ କରାଯାଇଥିଲା। ପାରମ୍ପରିକ କିସମକୁ ବଜାର ସହ ଯୋଡିବା ଏବଂ ପ୍ରାକୃତିକ କୃଷି ଯୋଜନାରେ ଏହାକୁ ପ୍ରୋତ୍ସାହିତ କରିବା ମଧ୍ୟ ସମ୍ଭବ। ଭାରତ ସରକାରଙ୍କ ଦ୍ୱାରା ଖଦଡ଼ ଶସ୍ୟ ବା ମିଲେଟର ପ୍ରୋତ୍ସାହନ ପାଇଁ ଆପଣାଯାଇଥିବା ରଣନୀତି ଉପରେ ନୀତି ନିର୍ଦ୍ଧାରଣ ବିଷୟରେ ଆଲୋଚନା ହୋଇଥିଲା। ଏହି ଉଦ୍ଦେଶ୍ୟ ପାଇଁ ଏନଆରଏଏ ଏହାର ବିଚାରବିମର୍ଶ ପ୍ରକ୍ରିୟା ଜାରି ରଖିବ।

ଭାରତର ୬୧% କୃଷକ ଦେଶର ୫୦% ଜମିରେ ବର୍ଷା ଭିତ୍ତିକ କୃଷି ଉପରେ ନିର୍ଭର କରୁଥିବାବେଳେ ଏହି ପ୍ରଣାଳୀକୁ ବଜାୟ ରଖିବାରେ ପାରମ୍ପରିକ କିସମର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ କର୍ମଶାଳା ଆଲୋକପାତ କରିଥିଲା। ମାଟିର ଉର୍ବରତା ଏବଂ ଜଳବାୟୁ ପରିବର୍ତ୍ତନ ଭଳି ଆହ୍ୱାନପୂର୍ଣ୍ଣ ପରିସ୍ଥିତି ଦ୍ୱାରା ପରିଚିତ ବୃଷ୍ଟିପାତ ଅଞ୍ଚଳଗୁଡିକ ଅନୌପଚାରିକ ବିହନ ପ୍ରଣାଳୀ – କୃଷକ-କୃଷକ ବିନିମୟ ଏବଂ ଗୋଷ୍ଠୀ-ପରିଚାଳିତ ବିହନ ବ୍ୟାଙ୍କ ଉପରେ ଅଧିକ ନିର୍ଭର କରିଥା’ନ୍ତି। ଭାରତର ପ୍ରାୟ ଅଧା ବିହନ ଆବଶ୍ୟକତା ଏଭଳି ବ୍ୟବସ୍ଥା ମାଧ୍ୟମରେ ପୂରଣ ହୋଇଥାଏ, ଯାହା ସେଗୁଡ଼ିକର ସଂରକ୍ଷଣ ଏବଂ ପ୍ରୋତ୍ସାହନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରେ।

ଜାତୀୟ ବର୍ଷା ସିଞ୍ଚିତ କ୍ଷେତ୍ର ପ୍ରାଧିକରଣ (ଏନଆରଏଏ) ପକ୍ଷରୁ ରିଭିଟାଲାଇଜିଂ ରେନଫେଡ୍ ଏଗ୍ରିକଲ୍ଚର ନେଟୱର୍କ (ଆରଆରଏଏନ୍) ଏବଂ ଜଳଛାୟା ସହାୟତା ସେବା ଓ କାର୍ଯ୍ୟକଳାପ ନେଟୱର୍କ (ୱାସାନ୍)ର ମିଳିତ ସହଯୋଗରେ ନୂଆଦିଲ୍ଲୀରେ ଏହି ବହୁ-ଅଂଶୀଦାର ସମ୍ମିଳନୀ ନୂଆଦିଲ୍ଲୀରେ ଆୟୋଜନ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପଞ୍ଚଦଶ ଅର୍ଥ ଆୟୋଗ ଅନୁଦାନ ଜାରି କଲା କେନ୍ଦ୍ର: ଓଡ଼ିଶା ପାଇଁ ୪୫୫ କୋଟି ଟଙ୍କା ଅନୁଦାନ

ଭୁବନେଶ୍ଵର: କେନ୍ଦ୍ର ସରକାର ଓଡ଼ିଶା ଓ ରାଜସ୍ଥାନର ଗ୍ରାମୀଣ ସ୍ଥାନୀୟ ସଂସ୍ଥା ଗୁଡ଼ିକ ପାଇଁ ୨୦୨୪-୨୫ ଆର୍ଥିକ ବର୍ଷରେ ପଞ୍ଚଦଶ ଅର୍ଥ ଆୟୋଗ (ଏକ୍ସଭି ଏଫସି) ଅନୁଦାନ ରାଶି ପ୍ରଦାନ କରିଛନ୍ତି। ଓଡ଼ିଶାର ଗ୍ରାମୀଣ ସ୍ଥାନୀୟ ସଂସ୍ଥା ଗୁଡ଼ିକ ପାଇଁ ୨୦୨୪-୨୫ ଆର୍ଥିକ ବର୍ଷର ଦ୍ବିତୀୟ କିସ୍ତି ଅର୍ଥାତ୍ ୩୭୦.୨୦ କୋଟି ଟଙ୍କା ଏବଂ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଅଣବନ୍ଧିତ ଅନୁଦାନର ପ୍ରଥମ କିସ୍ତିର ବକେୟା ରାଶି ୮୪.୫୦୮୬ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହି ପାଣ୍ଠି ରାଜ୍ୟର ସମସ୍ତ ଯୋଗ୍ୟ ୬୭୯୪ ଟି ଗ୍ରାମ ପଞ୍ଚାୟତ, ୩୧୪ ଟି ବ୍ଲକ ପଞ୍ଚାୟତ ଏବଂ ୩୦ ଟି ଜିଲ୍ଲା ପଞ୍ଚାୟତ ପାଇଁ ରହିଛି।

ରାଜସ୍ଥାନ ପାଇଁ ୨୦୨୪-୨୫ ଆର୍ଥିକ ବର୍ଷର ଅଣବନ୍ଧିତ ଅନୁଦାନର ଦ୍ବିତୀୟ କିସ୍ତି ଅର୍ଥାତ୍ ୫୬୦.୬୩ କୋଟି ଟଙ୍କା ଏବଂ ୧ମ କିସ୍ତିର ଅଟକି ରହିଥିବା ରାଶି ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୫୩.୪୧୨୩ କୋଟି ଟଙ୍କାର ଅଣବନ୍ଧିତ ଅନୁଦାନର କିସ୍ତି ପ୍ରଦାନ କରାଯାଇଛି। ଏହି ପାଣ୍ଠି ରାଜ୍ୟର ୧୦୧୦୫ ଯୋଗ୍ୟ ଗ୍ରାମ ପଞ୍ଚାୟତ, ୩୧୫ ଯୋଗ୍ୟ ବ୍ଲକ ପଞ୍ଚାୟତ ଓ ୨୦ ଜଣ ଯୋଗ୍ୟ ଜିଲ୍ଲା ପଞ୍ଚାୟତ ପାଇଁ ରହିଛି।

ବେତନ ଏବଂ ଅନ୍ୟାନ୍ୟ ପ୍ରତିଷ୍ଠା ଖର୍ଚ୍ଚ ବ୍ୟତୀତ ସମ୍ବିଧାନର ଏକାଦଶ ଅନୁସୂଚୀରେ ଥିବା ଅଣତିରିଶ (୨୯) ବିଷୟ ଅଧୀନରେ ପଞ୍ଚାୟତିରାଜ ଅନୁଷ୍ଠାନ (ପିଆରଆଇ)/ ଗ୍ରାମୀଣ ସ୍ଥାନୀୟ ସଂସ୍ଥା (ଆରଏଲବି) ଦ୍ୱାରା  ସ୍ଥାନ-ନିର୍ଦ୍ଦିଷ୍ଟ ଆବଶ୍ୟକତା ପାଇଁ ଅଣବନ୍ଧିତ ଅନୁଦାନ ବ୍ୟବହାର କରାଯିବ। (କ) ଓଡିଏଫ ସ୍ଥିତିର ପରିମଳ ଏବଂ ରକ୍ଷଣାବେକ୍ଷଣର ମୌଳିକ ସେବା ପାଇଁ ଅନୁଦାନ ବ୍ୟବହାର କରାଯାଇପାରିବ, ଏବଂ ଏଥିରେ ଘରୋଇ ବର୍ଜ୍ୟବସ୍ତୁର ପରିଚାଳନା ଏବଂ ବିଶୋଧନ, ବିଶେଷକରି ମାନବ ମଳ ଏବଂ ବର୍ଜ୍ୟ  ପରିଚାଳନା ଏବଂ (ଖ) ପାନୀୟ ଜଳ ଯୋଗାଣ, ବର୍ଷା ଜଳ ସଂରକ୍ଷଣ ଏବଂ ଜଳ ପୁନଃବ୍ୟବହାର ଅନ୍ତର୍ଭୁକ୍ତ ହେବ।

ଭାରତ ସରକାର ପଞ୍ଚାୟତିରାଜ ମନ୍ତ୍ରଣାଳୟ ଏବଂ ଜଳଶକ୍ତି ମନ୍ତ୍ରଣାଳୟ (ପାନୀୟ ଜଳ ଓ ପରିମଳ ବିଭାଗ) ମାଧ୍ୟମରେ ଗ୍ରାମୀଣ ସ୍ଥାନୀୟ ସଂସ୍ଥା ପାଇଁ ରାଜ୍ୟମାନଙ୍କୁ ପଞ୍ଚଦଶ ଅର୍ଥ ଆୟୋଗ (ଏକ୍ସଭି ଏଫସି) ଅନୁଦାନ ପ୍ରଦାନ କରିବାକୁ ସୁପାରିସ କରିଛନ୍ତି ଯାହା ପରେ ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ପ୍ରଦାନ କରାଯାଇଥାଏ। ଆବଣ୍ଟିତ ଅନୁଦାନଗୁଡିକ ଏକ ଆର୍ଥିକ ବର୍ଷରେ 2 ଟି କିସ୍ତିରେ ସୁପାରିଶ ଏବଂ ପ୍ରଦାନ କରାଯାଏ ।

ପଂଚାୟତିରାଜ ଅନୁଷ୍ଠାନ(ପିଆରଆଇ)/ଗ୍ରାମୀଣ ସ୍ଥାନୀୟ ସଂସ୍ଥା(ଆରଏଲବି)କୁ ପ୍ରଦାନ କରାଯାଉଥିବା ପଞ୍ଚଦଶ ଅର୍ଥ ଆୟୋଗ ଅନୁଦାନ ତୃଣମୂଳ ସ୍ତରର ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହି ଆର୍ଥିକ ସହାୟତା ଗ୍ରାମୀଣ ସ୍ଥାନୀୟ ଶାସନରେ ଉନ୍ନତି ଆଣିବା, ଉତ୍ତରଦାୟିତ୍ୱ ବୃଦ୍ଧି କରିବା ଏବଂ ଗ୍ରାମରେ ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହିତ କରୁଛି।

Categories
ଆଜିର ଖବର ରାଜ୍ୟ ଖବର

ରଘୁବର ଦାସଙ୍କ ସ୍ଥାନରେ ଡାଃ ହରିବାବୁ କମ୍ଭମପତି ହେଲେ ଓଡିଶାର ନୂଆ ରାଜ୍ୟପାଳ

ଭୁବନେଶ୍ୱର: ଓଡ଼ିଶାରେ ରାଜ୍ୟପାଳଙ୍କ ବଦଳି ହୋଇଛି। ଏବେ ଓଡିଶାର ନୂଆ ରାଜ୍ୟପାଳ ଭାବେ ଡାଃ ହରିବାବୁ କମ୍ଭମପତିଙ୍କୁ ନିଯୁକ୍ତି ମିଳିଛି। ରଘୁବର ଦାସଙ୍କ ସ୍ଥାନରେ ଓଡିଶାର ରାଜ୍ୟପାଳ ଭାବେ ଡାଃ କମ୍ଭମପତିଙ୍କୁ ନିଯୁକ୍ତି ମିଳିଛି।

ହରିବାବୁ ଏବେ ମିଜୋରାମ ରାଜ୍ୟପାଳ ଅଛନ୍ତି। ୧୯୯୯ ମସିହାରେ ସେ ଆନ୍ଧ୍ରପ୍ରଦେଶ ବିଧାନସଭାକୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ସେ ୨୦୧୪ ରେ ବିଶାଖାପାଟଣାରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ସେ ପୂର୍ବରୁ ଆନ୍ଧ୍ରରେ ବିଜେପି ରଜ୍ୟ ସଭାପତି ଥିଲେ। ୨୦୧୪ ରୁ ୨୦୧୮ ପର୍ଯ୍ୟନ୍ତ ହରିବାବୁ ଆନ୍ଧ୍ରରେ ବିଜେପି ରଜ୍ୟ ସଭାପତି ଥିଲେ। ଏବଂ ଏହା ପରେ ୨୦୧୮ରୁ ୨୦୨୧ ପର୍ଯ୍ୟନ୍ତ ବିଜେପି ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କଟକ ରାଧାନାଥ ଉଚ୍ଚତର ଶିକ୍ଷା ଅନୁଧ୍ୟାନ ପ୍ରତିଷ୍ଠାନର ଶତବାର୍ଷିକୀ ସମାରୋହରେ କେନ୍ଦ୍ରମନ୍ତ୍ରୀ

କଟକ: ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଓଡ଼ିଶାରେ ଶିକ୍ଷକ ଶିକ୍ଷାର ବିକାଶ ହେବ। ଶିକ୍ଷକମାନଙ୍କର ଆବଶ୍ୟକତା, ଯୁବକ ଯୁବତୀଙ୍କ ସ୍ୱାର୍ଥ ଓ ରାଜ୍ୟର ଉଜ୍ଜ୍ୱଳ ଭବିଷ୍ୟତକୁ ଦୃଷ୍ଟିରେ ରଖି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଦାୟିତ୍ୱ ନିଆଯିବ ବୋଲି ମଙ୍ଗଳବାର କଟକ ସ୍ଥିତ ରାଧାନାଥ ଉଚ୍ଚତର ଶିକ୍ଷା ଅନୁଧ୍ୟାନ ପ୍ରତିଷ୍ଠାନ (ଆର୍‌ଏନ୍‌ଆଇଏଏସ୍‌ଇ)ର ଶତବାର୍ଷିକୀ ସମାରୋହରେ ଯୋଗଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ପ୍ରତିଷ୍ଠାନର ଶତବାର୍ଷିକୀ ପୂରଣ ହେବା ଅବସରରେ ଶୁଭେଚ୍ଛା ଜଣାଇବା ସହ  ଶ୍ରୀ ପ୍ରଧାନ କହିଛନ୍ତି ଯେ  ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରି ରାଜ୍ୟରେ ଗୁଣାତ୍ମକ ଶିକ୍ଷାର ବିକାଶ କରିବା ଲକ୍ଷ୍ୟରେ ୧୮୬୯ରେ କଟକ ନର୍ମାଲ ସ୍କୁଲ୍‌ ପ୍ରତିଷ୍ଠା ହେଲା। ପରେ ଏହାର ନାମ ବଦଳି କଟକ ଟ୍ରେନିଂ ସ୍କୁଲ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ କଟକ ଟ୍ରେନିଂ କଲେଜ୍ ହୋଇଥିଲା। ତେବେ ୧୯୨୩ରୁ ଏହି କଲେଜ ରାଧାନାଥ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଆଡ୍‌ଭାନ୍‌ସଡ୍‌ ଷ୍ଟଡି ଇନ୍ ଏଜୁକେସନ ନାମରେ ଦୀର୍ଘ ୧୦୦ ବ‌ର୍ଷ ଧରି ଅନେକ ଦକ୍ଷ ତଥା ପ୍ରଶିକ୍ଷିତ ଶିକ୍ଷକ ସୃଷ୍ଟି କରି ରାଜ୍ୟରେ ଗୁଣାତ୍ମକ ଶିକ୍ଷାର ବିକାଶରେ ପ୍ରମୁଖ ଭୂମିକା ନିର୍ବାହ କରିଆସୁଛି । ରେଭେନ୍ସା ବିଶ୍ୱବିଦ୍ୟାଳୟର କନିକା ଲାଇବ୍ରେରୀ ପରେ ଏହି ପ୍ରତିଷ୍ଠାନରେ ଥିବା ଲାଇବ୍ରେରୀ ଉଚ୍ଚକୋଟୀର । ଏହି ଅନୁଷ୍ଠାନରେ ବିଇଡି, ଏମଇଡି, ଏମଫିଲ୍ ଆଦି ପାଠ୍ୟକ୍ରମ ରହିଥିବା ବେଳେ ଏଠାରୁ ଉତ୍ତୀର୍ଣ୍ଣ ହୋଇଥିବା ଶିକ୍ଷକ ଶିକ୍ଷୟିତ୍ରୀମାନେ ରାଜ୍ୟ, ଦେଶ ତଥା ‌ଦେଶ ବାହାରେ କାର୍ଯ୍ୟ କରି ସୁନାମ ଆଣିଛନ୍ତି । ଏହି ଅନୁଷ୍ଠାନକୁ ଶହେ ବର୍ଷ ପୂରଣ ହେବା ଆମ ରାଜ୍ୟ ପାଇଁ ଏକ ଗୌରବମୟ ଉପଲବ୍ଧି ।

ଏହି ସମାରୋହରେ ଶ୍ରୀ ପ୍ରଧାନ ନାକ୍ ଅଧିସ୍ୱୀକୃତି ପାଇଁ ଆବେଦନ କରିବାକୁ ପ୍ରତିଷ୍ଠାନର କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେବା ସହ କହିଛନ୍ତି, ଏହି ଅନୁଷ୍ଠାନ ନାକ୍ ମାନ୍ୟତା ପାଇପାରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ଜାତୀୟ ଶିକ୍ଷା ନୀତିର ପରାମର୍ଶ ଅନୁସାରେ ଏଠାରେ ଶିକ୍ଷକଙ୍କ ତାଲିମ ପାଇଁ ନୂଆ ପାଠ୍ୟକ୍ରମ ସହ ଚାରିବର୍ଷିଆ ଇଣ୍ଟିଗ୍ରଟେଡ୍ ଟିଚର୍ ଏଜ୍ୟୁକେସନ ପ୍ରୋଗ୍ରାମ(ଆଇଟିଇପି) ବା ସମନ୍ୱିତ ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହୋଇପାରିବ । ଅନ୍ତଃ-ବିଭାଗୀୟ ପାଠ୍ୟକ୍ରମ ପ୍ରଚଳନ ହୋଇପାରିବ ।

ପୂର୍ବ ସରକାର ଦାୟିତ୍ୱହୀନ କାରଣରୁ ଶିକ୍ଷକ ଅଭାବ ଓ ନିଯୁକ୍ତିର ବାହାନା ଦେଖାଇ ଏହି ପ୍ରତିଷ୍ଠାନକୁ ବନ୍ଦ କରି ଅନ୍ୟ କଲେଜ ସହ ମିଶାଇ ଦେବା ପାଇଁ ଯୋଜନା କରିଥିଲେ । ମାତ୍ର ପ୍ରତିବାଦ ହେବାରୁ ସରକାର ତାଙ୍କ ନିଷ୍ପତି ବଦଳାଇବା ପାଇଁ ବାଧ୍ୟ ହୋଇଥିଲେ । ଆମ ପିଲାମାନଙ୍କ ପାଖରେ ଦକ୍ଷତା ଅଛି, ଯାହା ଏକବିଂଶ ଶତାବ୍ଦୀର ଆବଶ୍ୟକତାକୁ ପୂରଣ କରିବ । ଓଡ଼ିଆ ଛାତ୍ରଛାତ୍ରୀମାନେ କର୍ଣ୍ଣାଟକ, ଝାଡଖଣ୍ଡ ଓ ଛତିଶଗଡକୁ ଯାଇ ସେଠାରେ ବିଇଡି ପାଠ ପଢୁଥିବା ବେଳେ ଏଠାରେ କାହିଁକି ପୂର୍ବ ସରକାର ବିଇଡି ପାଠ୍ୟକ୍ରମକୁ ପ୍ରତ୍ସାହିତ କରିପାରିଲେ ନାହିଁ ? ବର୍ତ୍ତମାନ ରାଜ୍ୟରେ ବିଜେପିର ଡବଲ ଇଞ୍ଜିନ ସରକାର ଅଛି । ଆଗାମୀ ଦିନରେ ଦୁଇବର୍ଷିଆ କିମ୍ବା ଚାରିବର୍ଷିଆ ବିଇଡି ପାଠ ପଢିବା ପାଇଁ ଅଧିକ ଅନୁଷ୍ଠାନ ଖୋଲିବା ନିମନ୍ତେ ରାଜ୍ୟ ସରକାରଙ୍କ ସହ ଆଲୋଚନା ହେବ। ଓଡ଼ିଶାର ଭବିଷ୍ୟତ ସୁରକ୍ଷା ଓ ଯୁବକ ଯୁବତୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏକ ନୀତି ପ୍ରଣୟନ କରିବା ନେଇ ମଧ୍ୟ ଆଲୋଚନା ହେବ ।

ଏକବିଂଶ ଶତାବ୍ଦୀରେ ଶିକ୍ଷାର ମହତ୍ତ୍ୱ ଯେତିକି ବଢ଼ିଛି, ଶିକ୍ଷକମାନଙ୍କର ଗୁରୁଦାୟିତ୍ୱ ତା’ ଠାରୁ ଯଥେଷ୍ଟ ବେଶି ବୃଦ୍ଧି ପାଇଛି । ଶିକ୍ଷକଙ୍କ ଆବଶ୍ୟକତା ପୂରଣ ନହେଲେ ସେମାନେ ସମ୍ଭବତଃ ଭଲ ଶିକ୍ଷାଦାନ କରିପାରିବେ ନାହିଁ । ଯେତେବେଳେ ଆମେ ‘ବିକଶିତ ଓଡ଼ିଶା’ ଓ ‘ବିକଶିତ ଭାରତ’ର ଲକ୍ଷ୍ୟ ପୂରଣ କରିବା ଦିଗରେ ଅଗ୍ରସର ହେଉଛେ, ସେ ସମୟରେ ଶିକ୍ଷାର ବିକାଶ ଏବଂ ଶିକ୍ଷାନୁଷ୍ଠାନର ଉନ୍ନତିକରଣକୁ ଆମକୁ ଗୁରୁତ୍ୱ ଦେବାକୁ ହେବ । ରାଜ୍ୟରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ସହ ସମସ୍ତ ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ଆମର ଲକ୍ଷ୍ୟ ଓ ଦାୟିତ୍ୱ ।

ସ୍କୁଲରେ ଡ୍ରପ ଆଉଟ ହାର ପ୍ରସଙ୍ଗରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ଡ୍ରପ ଆଉଟ ହାରକୁ ହ୍ରାସ କରିବା ପାଇଁ ଡବଲ ଇଞ୍ଜିନ ସରକାର ପ୍ରୟାସ କରୁଛନ୍ତି । ପରୀକ୍ଷାକୁ ଚାପମୁକ୍ତ କରିବା ପାଇଁ ପଡିବ। ଏହି ଲକ୍ଷ୍ୟରେ ‘ପରୀକ୍ଷା ପେ ଚର୍ଚ୍ଚା’ ମାଧ୍ୟମରେ  ପ୍ରଧାନମନ୍ତ୍ରୀ  ପରୀକ୍ଷା ସହ ଜଡ଼ିତ ଚାପକୁ ଦୂର କରିବା ଏବଂ ‘ଏଗଜାମ୍ ଓ୍ୱାରିୟର୍ସ’ଙ୍କ ପ୍ରସ୍ତୁତିକୁ ପ୍ରୋତ୍ସାହିତ କରିବା ପାଇଁ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକଙ୍କ ସହ ଆଲୋଚନା କରୁଛନ୍ତି। ଶ୍ରେଣୀଗୃହ, ଆବଶ୍ୟକ ଶିକ୍ଷକ ଓ ଆନୁଷଙ୍ଗିକ ବ୍ୟବସ୍ଥା ଏବଂ ଭିତ୍ତିଭୂମିକୁ ସୁବ୍ୟବସ୍ଥିତ କରି ଡ୍ରପ୍ ଆଉଟ କମାଇବା ପାଇଁ ଆମ ସରକାରଙ୍କ ପ୍ରଚେଷ୍ଟା ରହିବ।

ଏହି ଶତବାର୍ଷିକୀ ସମାରୋହରେ ରାଜ୍ୟ ଉଚ୍ଚ ଶିକ୍ଷା, କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ, ସାଂସଦ ଭର୍ତ୍ତୃହରି ମହତାବ ଏବଂ ବିଧାୟକମାନେ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବୃଦ୍ଧି ହେଲା ରାଜ୍ୟ ଆଇନଜୀବୀ କଲ୍ୟାଣ ପାଣ୍ଠି, ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କଲା ବାଣପୁର ଓକିଲ ସଂଘ

ବାଣପୁର: ଓଡିଶା ଆଇନଜୀବୀ କଲ୍ୟାଣ ପାଣ୍ଠି ୧୦ କୋଟିକୁ ବଢିଛି। ପୂର୍ବରୁ ଆଇନଜୀବୀ କଲ୍ୟାଣ ପାଣ୍ଠି ୫ କୋଟି ଥିଲା। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିକଟରେ ମଞ୍ଜୁରୀ ମିଳିଛି। ଆଇନଜୀବୀଙ୍କ ମୃତ୍ୟୁ ଓ ଅବସରକାଳୀନ ସହାୟତା ରାଶି ୨ ଗୁଣ ବଢିଛି। ପୁର୍ବରୁ ତାହା ସାଢେ ୪ ଲକ୍ଷ ଟଙ୍କା ଥିବାବେଳେ ଏବେ ତାହା ୯ ଲକ୍ଷ ହୋଇଛି। ଏଥି ନିମନ୍ତେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ସମ୍ବର୍ଦ୍ଧିତ କରିଛି ବାଣପୁର ଓକିଲ ସଂଘ।

ଆଜି ଓକିଲ ସଂଘ ସମ୍ପାଦକ ରଞ୍ଜନ କୁମାର ବେଦମତ୍ତାଙ୍କ ନେତୃତ୍ୱରେ ଉପସଭାପତି ରାମଚନ୍ଦ୍ର ପଲାଇ, କାର୍ଯ୍ୟକାରୀ ସମିତି ସଭ୍ୟ ସନ୍ତୋଷ କୁମାର ମହାପାତ୍ର, ବରିଷ୍ଠ ଆଇନଜୀବୀ ବିନୋଦ ବିହାରୀ ସ୍ୱାଇଁ, ସୀତାରାମ ଅଗ୍ରୱାଲ, ପଦ୍ମଜା ପଟ୍ଟନାୟକ, ପ୍ରଦୋଷ ପ୍ରଧାନ, କାମେଶ୍ୱର ଆଚାରୀ ଆଦି ମନ୍ତ୍ରୀ ଶ୍ରୀ ହରିଚନ୍ଦନଙ୍କୁ ଭେଟି ସମ୍ବର୍ଦ୍ଧିତ କରିବା ସହ ଧନ୍ୟବାଦ ଜ୍ଞାପନ କରିଥିଲେ।

ଆଇନଜୀବୀ କଲ୍ୟାଣ ପାଣ୍ଠି ୧୦ କୋଟିକୁ ବଢିଥିବାରୁ ଏହା ନିଶ୍ଚିତ ଏକ ବଳିଷ୍ଠ ଓ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଓକିଲମାନେ କହିଥିଲେ। ଏଥି ନିମନ୍ତେ ବାଣପୁର ଓକିଲ ସଂଘ କର୍ମକର୍ତ୍ତା ମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଆଡଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି।

ଏହି ଅବସରରେ ଖୁବଶୀଘ୍ର ବାଣପୁରରେ ବହୁ ପ୍ରତିକ୍ଷିତ ଏଡ଼ିଜେ କୋର୍ଟ ଖୋଲିବାକୁ ଯାଉଅଛି ବୋଲି ମନ୍ତ୍ରୀ ଉପସ୍ଥିତ ଓକିଲମାନଙ୍କୁ ସୂଚନା ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶା ସୌର ନିବେଶକ ସମ୍ମିଳନୀ: ୩ ହଜାର କୋଟିରୁ ଅଧିକ ମଞ୍ଜୁର କରିଛି ଇରେଡା

ନୂଆଦିଲ୍ଲୀ: ଗ୍ରିଡକୋ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ଓଡ଼ିଶା ସୌର ନିବେଶକ ସମ୍ମିଳନୀରେ ଇଣ୍ଡିଆନ୍ ରିନିୱେବଲ୍ ଏନର୍ଜି ଏଜେନ୍ସି ଲିମିଟେଡ୍ (ଇରେଡା)ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ କୁମାର ଦାସ ଏକ ସ୍ୱତନ୍ତ୍ର ଅଭିଭାଷଣ ଦେଇଥିଲେ। ଅକ୍ଷୟ ଶକ୍ତି (ଆରଇ) ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରିବା ରେ ଉପଲବ୍ଧ ଆର୍ଥିକ ସହାୟତାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଶ୍ରୀ ଦାସ ଗୁରୁତ୍ୱାରୋପ କରିଥିଲେ। ସମ୍ପୂର୍ଣ୍ଣ କାଗଜବିହୀନ, ଡିଜିଟାଲ ଏବଂ ଋଣ-ଅନୁକୂଳ କାର୍ଯ୍ୟ ସହିତ ଏକ ପ୍ରତିଯୋଗିତାମୂଳକ ଫାଇନାନ୍ସର ଭାବରେ ଇରେଡାର ଅନନ୍ୟ ସ୍ଥିତି ଉପରେ ସେ ଆଲୋକପାତ କରିଥିଲେ, ଯାହା ସବୁଜ ଶକ୍ତି ପ୍ରକଳ୍ପ ପାଇଁ ନିରବଚ୍ଛିନ୍ନ ସମର୍ଥନକୁ ପ୍ରୋତ୍ସାହିତ କରିଥାଏ।

୨୦୩୦ ସୁଦ୍ଧା ୧୦ ଗିଗାଓ୍ଵାଟ କ୍ଷମତା ହାସଲ କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେଳେ ଇରେଡାର ସିଏମଡି ଓଡ଼ିଶାର ଉଚ୍ଚାକାଂକ୍ଷୀ ଅକ୍ଷୟ ଶକ୍ତି ଲକ୍ଷ୍ୟ ପ୍ରତି ନିଜର ପ୍ରତିବଦ୍ଧତା ଦୋହରାଇଛନ୍ତି। ସୌର, ଜଳ, ଇଥାନଲ ଏବଂ ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଅନ୍ତର୍ଭୁକ୍ତ ସମଗ୍ର ଓଡ଼ିଶାରେ ସବୁଜ ଶକ୍ତି ପ୍ରକଳ୍ପ ପାଇଁ ଇରେଡା ୩,୦୦୦ କୋଟି ଟଙ୍କାରୁ ଅଧିକ ମଞ୍ଜୁର କରିସାରିଛି।

ଏକ ଅଗ୍ରଣୀ ସୌର ଶକ୍ତି ଉତ୍ପାଦନକାରୀ ଏବଂ ସୌର ଉପକରଣ ଉତ୍ପାଦନର ହବ୍ ଭାବେ ଉଭା ହେବା ପାଇଁ ଓଡ଼ିଶାର ସମ୍ଭାବନା ଉପରେ ଶ୍ରୀ ଦାସ ଆଲୋକପାତ କରିଥିଲେ। ଇରେଡାର ରାଷ୍ଟ୍ରୀୟ ଅବଦାନକୁ ପ୍ରକାଶ କରି ସେ ଉଲ୍ଲେଖ କରିଛନ୍ତି ଯେ କମ୍ପାନୀ ୨.୦୮ ଲକ୍ଷ କୋଟିରୁ ଅଧିକ ମଞ୍ଜୁର କରିଛି ଏବଂ ଅକ୍ଷୟ ଶକ୍ତି ପ୍ରକଳ୍ପଗୁଡ଼ିକ ପାଇଁ ୧.୩୬ ଲକ୍ଷ କୋଟି ଟଙ୍କା ପ୍ରଦାନ କରିଛି, ଯାହା ଇଥାନଲ, ଇଭି ଫ୍ଲିଟ୍ ଫାଇନାନ୍ସିଂ, ପମ୍ପଡ ଷ୍ଟୋରେଜ୍ ଜଳବିଦ୍ୟୁତ୍ ଏବଂ ସବୁଜ ଆମୋନିଆ ଇତ୍ୟାଦି ଉଦୀୟମାନ ଆରଇ ପ୍ରଯୁକ୍ତିରେ ବଜାର ଗଠନ ପାଇଁ ଉତପ୍ରେରକ ଭାବରେ ନିଜକୁ ଅବସ୍ଥାପିତ କରିଛି।

ଅକ୍ଷୟ ଶକ୍ତି ଋଣ ଅର୍ଥ ଯୋଗାଣ କ୍ଷେତ୍ରରେ ୧୦-୧୫% ଅବଦାନ ସହିତ ଭାରତର ସବୁଜ ଶକ୍ତି ଲକ୍ଷ୍ୟକୁ ଆଗକୁ ବଢ଼ାଇବା ପାଇଁ ଇରେଡାର ପ୍ରତିବଦ୍ଧତାକୁ ସିଏମଡି ଦୋହରାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

‘ଓସା’ ପକ୍ଷରୁ ଓଡ଼ିଶା ସର୍ବସାଧାରଣ ପାଠାଗାର ସମ୍ମିଳନୀ

ଭୁବନେଶ୍ୱର: ବର୍ତ୍ତମାନ ସମୟରେ ସାରା ପୃଥିବୀରେ ପାଠାଗାରର ପରିଭାଷା ବଦଳିଛି। ଏହା ଆଉ କେବଳ ଗ୍ରନ୍ଥାଗାର ଭାବେ ସୀମିତ ହୋଇ ରହିନାହିଁ। ସେଠାରେ କମ୍ପ୍ୟୁଟର ଓ ଇଣ୍ଟରନେଟ୍ ବ୍ୟବସ୍ଥା ହେବା ସହ ଯୁବପିଢ଼ିଙ୍କ ନିଯୁକ୍ତି ସମ୍ଭାବନା ବୃଦ୍ଧି, ବିଭିନ୍ନ ବର୍ଗଙ୍କ ପାଇଁ ଦକ୍ଷତା ବିକାଶ, ଡିଜିଟାଲ ଓ ଆର୍ଥିକ ସାକ୍ଷରତା ଆଦି କ୍ଷେତ୍ରରେ ବିକାଶ ଲାଗି ଏହାକୁ ଏକ ଆଧୁନିକ ଗୋଷ୍ଠୀ ସାଧନ କେନ୍ଦ୍ର ଭାବେ ବ୍ୟବହାର କରାଯାଉଛି। ଏହି ମଡେଲକୁ ଓଡ଼ିଶାରେ କିପରି ପ୍ରୟୋଗ କରାଯାଇ ପାରିବ ସେନେଇ ଭୁବନେଶ୍ୱରରେ ଆୟୋଜିତ ‘ଓଡ଼ିଶା ସର୍ବସାଧାରଣ ପାଠାଗାର ସମ୍ମିଳନୀ-୨୦୨୪’ରେ ମାନସ ମନ୍ଥନ କରାଯାଇଥିଲା।

ଆମେରିକାରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ସଙ୍ଗଠନ ଦ ‘ଓଡ଼ିଶା ସୋସାଇଟି ଅଫ୍ ଦ ଆମେରିକାସ୍’ (ଓସା) ପକ୍ଷରୁ ଭଞ୍ଜକଳା ମଣ୍ଡପଠାରେ ରବିବାର ଦିନ ଏହି ଦିନିକିଆ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ ଓସାର ଏହି ଅଭିନବ ଉଦ୍ୟମକୁ ପ୍ରଶଂସା କରିଥିଲେ।

‘‘ଛାତ୍ରଛାତ୍ରୀ, ଯୁବପିଢ଼ି ଏବଂ ବିଭିନ୍ନ ବର୍ଗଙ୍କ ଜ୍ଞାନର ପରିସୀମାକୁ ବୃଦ୍ଧି କରିବା ଦିଗରେ ପାଠାଗାରର ଏକ ପ୍ରମୁଖ ଭୂମିକା ରହିଛି। ତେଣୁ ବର୍ତ୍ତମାନ ସମୟରେ ପାଠାଗାରଗୁଡ଼ିକର ଆଧୁନିକୀକରଣ ସହ ସମସ୍ତଙ୍କ ଭିତରେ ପଠନ ଅଭ୍ୟାସକୁ ପୁଣିଥରେ ଫେରାଇ ଆଣିବାକୁ ହେବ। ଲୋକଙ୍କ ଭିତରେ ପଢ଼ିବାର ଅଭ୍ୟାସ ବୃଦ୍ଧି ପାଇଲେ ସର୍ବସାଧାରଣ ପାଠାଗାରଗୁଡ଼ିକର ଉପଯୁକ୍ତ ବ୍ୟବହାର ହୋଇପାରିବ। ଏଥିପାଇଁ ସମସ୍ତଙ୍କର ସହଯୋଗ ଆବଶ୍ୟକ,’’ କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

ଏହି ସ୍ୱତନ୍ତ୍ର ଅଧିବେଶନରେ ଭାଗନେଇ ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ ଯେ, ‘‘ଓଡ଼ିଶାର ଗ୍ରାମୀଣ ସ୍ତରରେ ଆଧୁନିକ ସର୍ବସାଧାରଣ ପାଠାଗାର ସ୍ଥାପନ ପାଇଁ ଓସା ପକ୍ଷରୁ ଯେଉଁ ପ୍ରସ୍ତାବ ଦିଆଯାଇଛି ତାହା ସ୍ୱାଗତଯୋଗ୍ୟ। ଏ ଦିଗରେ ରାଜ୍ୟ ସରକାର ଆବଶ୍ୟକ ସହଯୋଗ ଯୋଗାଇଦେବା ପାଇଁ ପ୍ରସ୍ତୁତ ଅଛନ୍ତି। ଦଳ ମତ ନିର୍ବିଶେଷରେ ବିଧାୟକମାନଙ୍କ ହାତ ପାଣ୍ଠିର ବିନିଯୋଗ କରାଯାଇ ପାରିଲେ ରାଜ୍ୟର ସମସ୍ତ ବ୍ଲକ ସ୍ତରରେ ପାଠାଗାର ସ୍ଥାପନ ସମ୍ଭବ ହୋଇପାରିବ।’’ ତେଣୁ ଆଧୁନିକ ପାଠାଗାରର ରୂପରେଖ କିପରି ହେବା ଦରାକର ସେନେଇ ଏକ ବିସ୍ତୃତ ରୋଡମ୍ୟାପ୍ ପ୍ରସ୍ତୁତ କରିବା ପାଇଁ ସେ ‘ଓସା’ର କର୍ମକର୍ତ୍ତାମାନଙ୍କୁ ପରାମର୍ଶ ଦେଇଥିଲେ।

‘ଓସା’ର ସଭାପତି ଲିନା ମିଶ୍ର କାର୍ଯ୍ୟକ୍ରମର ବିଭିନ୍ନ ଅଧିବେଶନରେ ଭାଗ ନେଇଥିଲେ। ରାଜ୍ୟରେ ପ୍ରତି ପଞ୍ଚାୟତ ସ୍ତରରେ ଗ୍ରାମୀଣ ଅତ୍ୟାଧୁନିକ ପାଠାଗାର ସ୍ଥାପନ କରାଗଲେ ତାହା କିପରି ସାମାଜିକ ଓ ଆର୍ଥିକ ବିକାଶ ଦିଗରେ ବିଶେଷ ସହାୟକ ହେବ ତା’ ଉପରେ ସେ ଗୁରୁତ୍ୱ ଦେଇଥିଲେ। ଏ ଦିଗରେ ଓସା ପକ୍ଷରୁ କରାଯାଉଥିବା ଉଦ୍ୟମ ସମ୍ପର୍କରେ ସୂଚନା ଦେବା ସହ ସେ ଏହି ଆକାଂକ୍ଷାକୁ ସାକାର କରିବାରେ ଆଗେଇ ଆସିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ।

ଏହି ଅବସରରେ ‘ଆଧୁନିକ ସର୍ବସାଧାରଣ ପାଠାଗାର ଓଡ଼ିଶା ବିକାଶର ଚାବିକାଠି’ ଏବଂ ‘ନଲେଜ ସୋସାଇଟି ଗଠନରେ ଆଧୁନିକ ପାଠାଗାରର ଭୂମିକା’ ଶୀର୍ଷକରେ ଦୁଇଟି ସ୍ୱତନ୍ତ୍ର ଅଧିବେଶନ ହୋଇଥିଲା। ଏଥିରେ ଓସା ପକ୍ଷରୁ ଓଡ଼ିଶା ସର୍ବସାଧାରଣ ପାଠାଗାର ଅଭିଯାନର ଅଧ୍ୟକ୍ଷ ନିଶିକାନ୍ତ ସାହୁ ଏବଂ ସହ-ଅଧ୍ୟକ୍ଷ ଡକ୍ଟର ଅଜୟ ମହାନ୍ତି ଯୋଗଦେଇ ଏହି ବିଷୟରେ ବିଭିନ୍ନ ଦିଗରୁ ତଥ୍ୟ ଏବଂ ପ୍ରସ୍ତାବ ଉପସ୍ଥାପନ କରିଥିଲେ।

ଭାରତର ବିଭିନ୍ନ ରାଜ୍ୟ ଗ୍ରାମୀଣ ସ୍ତରରେ ଆଧୁନିକ ସର୍ବସାଧାରଣ ପାଠାଗାର ସ୍ଥାପନ କରିବାରେ ସଫଳ ହୋଇଛନ୍ତି। ଏହି ସମ୍ମିଳନୀ ଅବସରରେ କର୍ଣ୍ଣାଟକ କିପରି ୬ ହଜାରରୁ ଅଧିକ ପାଠାଗାର ପ୍ରତିଷ୍ଠା କରିପାରିଛି ‘ଓସା’ର କର୍ମକର୍ତ୍ତାମାନେ ତା’ର ଉଦାହରଣ ଦେଇଥିଲେ।

ବିଭିନ୍ନ ଅଧିବେଶନରେ ଯୋଗ ଦେଇଥିବା ବିଶିଷ୍ଟ ବ୍ୟକ୍ତିଙ୍କ ଭିତରେ ଥିଲେ ଦିବ୍ୟାଙ୍ଗଙ୍କ ପାଇଁ କାମ କରୁଥିବା ‘ସ୍ୱାଭିମାନ’ର ପ୍ରତିଷ୍ଠାତା ଓ ସିଇଓ ଡକ୍ଟର ଶ୍ରୁତି ମହାପାତ୍ର, ଓଡ଼ିଶାଲାଇଭର ସମ୍ପାଦକ ଓ ସିଇଓ ନୀଳାମ୍ବର ରଥ, ରେଭେନ୍ସା ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଅଧ୍ୟାପକ ଡକ୍ଟର ଦେବୀଲାଲ ମିଶ୍ର, ପ୍ରଫୁଲ୍ଲ ପାଠାଗାରର ପ୍ରତିଷ୍ଠାତା ପ୍ରସନ୍ନ କୁମାର ଦାଶ, ବକୁଳ ଫାଉଣ୍ଡେସନର ପ୍ରତିଷ୍ଠାତା ଡକ୍ଟର ସୁଜିତ କୁମାର ମହାପାତ୍ର ଏବଂ ଓସା ପକ୍ଷରୁ ଓଡ଼ିଶା ସର୍ବସାଧାରଣ ପାଠାଗାର ଅଭିଯାନର ସଦସ୍ୟ ନଳିନୀ ପଟ୍ଟନାୟକ।

ଓସା ଓଡ଼ିଶା ଲାଇବ୍ରେରି ନେଟୱର୍କର ସଦସ୍ୟ ପ୍ରଣବ ପାଣି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଆଇଆଇଟି ଖଡ଼ଗପୁରର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଦାମୋଦର ଆଚାର୍ଯ୍ୟ ଏବଂ ଲାଇବ୍ରେରି ସାଇନ୍ସ ବିଭାଗର ପୂର୍ବତନ ବିଭାଗୀୟ ମୁଖ୍ୟ ପ୍ରଫେସର ବାମନ ପରିଡ଼ା ପ୍ରମୁଖ ଏଥିରେ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ‘ଓସା’ର କର୍ମକର୍ତ୍ତାଙ୍କ ସହିତ ଶିକ୍ଷାବିତ, ପାଠାଗାର ଆନ୍ଦୋଳନ ସହ ସଂପୃକ୍ତ ବ୍ୟକ୍ତିତ୍ୱ, ଲାଇବ୍ରେରି ସାଇନ୍ସ ବିଭାଗର ଅଧ୍ୟାପକ ଏବଂ ବିଭିନ୍ନ ପାଠାଗାର ପରିଚାଳକ ଏଥିରେ ଅଂଶ ଗ୍ରହଣ କରି ଏହି ପୂରା ଦିନ ବ୍ୟାପୀ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଭାଗ ନେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶାରେ ହେବ ବସୁନ୍ଧରା ଯୋଜନାରେ ପରିବର୍ତ୍ତନ: ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ

ସମ୍ବଲପୁର: ଆଜି ସମ୍ବଲପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଧାନ କିଣାବିକା, ଇନପୁଟ ସବସିଡି ପ୍ରଦାନ ଓ ରାଜସ୍ବବିଭାଗ ବିଭିନ୍ନ ସେବାର ଅଗ୍ରଗତି ନେଇ ଆଜି ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଚାଷୀମାନେ କେମିତି ସୁରୁଖୁରୁରେ ଧାନ ବିକ୍ରି କରିପାରିବେ ସେନେଇ ସମୀକ୍ଷା ହୋଇଥିଲା। ଏହା ସହ କେମିତି ଇନପୁଟ ସବସିଡି ଠିକରେ ପାଇ ପାରିବେ ସେନେଇ ମଧ୍ୟ ସମୀକ୍ଷା ହୋଇଛି। ଏହା ବାଦ୍ ରାଜସ୍ବ ବିଭାଗର ସେବା କେମିତି ଜନସାଧାରଣ ଭଲ ଭାବରେ ପାଇବେ ଓ ଭୂମି ହୀନ ଜମି ପାଇବେ ସେନେଇ ସମୀକ୍ଷା ହୋଇଛି।

ତେବେ ଓଡିଶାରେ ବସୁନ୍ଧରା ଯୋଜନାରେ ପରିବର୍ତ୍ତନ ହେବା ନେଇ ମନ୍ତ୍ରୀ କହିଛନ୍ତି। ଆଉ ଆଗକୁ ବସୁନ୍ଧରା ଯୋଜନାରେ ପାଇଥିବା ଜମି ବିକ୍ରି ହୋଇ ପାରିବନି। ରାଜସ୍ବ ଆଇନ ଓ ରାଜସ୍ବ ସେବାରେ ହେବ ପରିବର୍ତ୍ତନ ହେବ ବୋଲି ମନ୍ତ୍ରୀ କହିଛନ୍ତି। ସେପଟେ ୪ ଡିସିମିଲରୁ କମ ଜମି ଥିବା ଲୋକେ ହେବେ ଭୂମିହୀନରେ ଗଣତି ହେବେ। ୪ ଡିସମିଲ ହେବା ଯାଏଁ ଜମି ପ୍ରଦାନ କରାଯିବ। ରାଜସ୍ବ ବିଭାଗ ଦ୍ବାରା ଆରଆଇ ଓ ଅମିନଙ୍କୁ ଦିିଆଯିବ ଲାପଟପ୍। ବିଭାଗ ଆଧୁନିକିକରଣ ଉପରେ ଦିଆଯାଉଛି ଗୁରୁତ୍ବ। ରିଲିଫ୍ ଶବ୍ଦ ଉଚ୍ଛେଦ ହେବା ନେଇ ମଧ୍ଯ ମନ୍ତ୍ରୀ ସୁରେଶ ପୂଜାରୀ ଆଜି ସମ୍ବଲପୁରରେ ସମୀକ୍ଷା ପରେ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଜାନୁଆରୀ ୮ ରୁ ଓଡିଶାରେ ଅନୁଷ୍ଠିତ ହେବ ପ୍ରବାସୀ ଭାରତୀୟ ଦିବସ

ଭୁବନେଶ୍ଵର: ଆସନ୍ତା ଜାନୁଆରୀ ୮ ରୁ ୧୦ ତାରିଖ ତିନି ଦିନ ଧରି ଅନୁଷ୍ଠିତ ହେବ ପ୍ରବାସୀ ଭାରତୀୟ ଦିବସ। ଏହି ତିନି ଦିନିଆ କାର୍ଯ୍ୟକ୍ରମରେ ବିଭିନ୍ନ ଦେଶରୁ ଆସୁଥିବା ପ୍ରବାସୀ ଭାରତୀୟ ମାନେ ପୁରୀରେ ରହିବାର ଅଛି। ତେବେ ଆତିଥେୟତା ନେଇ ପୁରୀ ପ୍ରଶାସନ ତରଫରୁ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଥିବା ବେଳେ ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସମସ୍ତ ବିଭାଗକୁ ନେଇ ଏକ ବୈଠକ ହୋଇଥିଲା।

ପୁରୀରେ ଅତିଥି ମାନେ ଶ୍ରୀମନ୍ଦିର, କୋଣାର୍କ ସୂର୍ଯ୍ୟମନ୍ଦିର, ରଘୁରାଜପୁର, ସାତପଡା ଇକୋରିଟ୍ରିଟ ଆଦି ଅଂଚଳ ବୁଲିବା ପାଇଁ ପ୍ରସ୍ତୁତି ରହିଅଛି। ସେହିପରି ପୁରୀରେ ମଧ୍ୟ ପଲ୍ଲୀଶ୍ରୀ ମେଳା ଭଳି ଇଭେଣ୍ଟ ଆୟୋଜନ କରିବା ନେଇ ଯୋଜନା ରହିଅଛି। ପ୍ରତିନିଧିଙ୍କ ପାଇଁ ୫୧ ଟି ଭିନ୍ନ ଭିନ୍ନ ହୋଟେଲରେ ସ୍ଲଟ ବୁକିଁ ପାଇଁ ବ୍ୟବସ୍ଥା କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ୧୫୦୦ ରୁ ଉର୍ଦ୍ଧ୍ଵ ସ୍ଲଟ ଖୋଲା ରଖାଯାଇଥିବା ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡ଼ିଶାରେ ନାଇପର୍ ପ୍ରତିଷ୍ଠା ପାଇଁ କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାରେ ଏକ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ଏଜୁକେସନ୍ ଆଣ୍ଡ୍ ରିସର୍ଚ୍ଚ (NIPER) ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ, ରସାୟନ ଓ ସାର ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଓଡ଼ିଶାରେ ନାଇପର୍ ପ୍ରତିଷ୍ଠାର ଆବଶ୍ୟକତା ରହିଛି। ଏହି ପଦକ୍ଷେପ ପୂର୍ବ ଭାରତରେ ଔଷଧ ଏବଂ ବାୟୋଟେକ୍ କ୍ଷେତ୍ରର ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ। ସେ ଆହୁରି କହିଛନ୍ତି ଯେ ଭୁବନେଶ୍ୱର ସ୍ଥିତ ଓଡ଼ିଶା ବାୟୋଟେକ୍ ପାର୍କ ହେଉଛି ପୂର୍ବ ଭାରତରେ ପ୍ରଥମ ପାର୍କ, ଯେଉଁଠାରେ ବାୟୋଟେକ୍ନୋଲୋଜି ଇଣ୍ଡଷ୍ଟ୍ରିଜ୍ ଏବଂ ଆନୁଷଙ୍ଗିକ ସେବା କ୍ଷେତ୍ର ପ୍ରତିଷ୍ଠା ପାଇଁ ଆବଶ୍ୟକ ପାଣି, ବିଜୁଳି, ପ୍ରବାହିତ ଚିକିତ୍ସା ଏବଂ ଅନ୍ୟାନ୍ୟ ସମସ୍ତ ସୁବିଧାମାନ ଉପଲବ୍ଧ ରହିଛି। ଏହି ବାୟୋଟେକ୍ ପାର୍କ ନାଇପର୍ ପ୍ରତିଷ୍ଠା ପାଇଁ ଏକ ଅନୁକୂଳ ପରିବେଶ ପ୍ରଦାନ କରୁଛି। ଏହା କେବଳ ଔଷଧ ବିଷୟରେ ଶିକ୍ଷାଗତ ଏବଂ ଗବେଷଣା ବ୍ୟବଧାନକୁ ଦୂର କରିବ ନାହିଁ ବରଂ ଉଦ୍ଭାବନ ଏବଂ କୁଶଳୀ କର୍ମଚାରୀଙ୍କ ବିକାଶକୁ ପ୍ରୋତ୍ସାହିତ କରିବ। ଫଳସ୍ୱରୂପ ଔଷଧ କ୍ଷେତ୍ରରେ ଭାରତର ବିଶ୍ୱସ୍ତରୀୟ ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବ।

ଓଡ଼ିଶାରେ ନାଇପର ପ୍ରତିଷ୍ଠା ଆତ୍ମନିର୍ଭର ଭାରତର ଲକ୍ଷ୍ୟକୁ ସାକାର କରି ଔଷଧ କ୍ଷେତ୍ରରେ ପିଏଲଆଇ ଯୋଜନାର ଲକ୍ଷ୍ୟ ହାସଲ କରିବାରେ ସହାୟକ ହେବ। ଏହି ପରିପ୍ରେକ୍ଷୀରେ ଏହି ବିଷୟକୁ ଦୃଷ୍ଟିରେ ରଖି ଓଡ଼ିଶାରେ ନାଇପର୍ ସ୍ଥାପନା କରିବା ପାଇଁ ବ୍ୟକ୍ତିଗତ ସ୍ତରରେ ବିଚାର କରିବା ପାଇଁ ଶ୍ରୀ ପ୍ରଧାନ କେନ୍ଦ୍ରମନ୍ତ୍ରୀ ଜେ.ପି ନଡ୍ଡାଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

‘ଓଡ଼ିଶାର ପ୍ରାଚୀନ ଓ ମଧ୍ୟଯୁଗୀୟ ପ୍ରତ୍ନତତ୍ତ୍ୱ: ଏକ ଅନୁଶୀଳନ’ ଶୀର୍ଷକ ଜାତୀୟ ଆଲୋଚନାଚକ୍ର

ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟର ଇତିହାସ ବିଭାଗ ଓ ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପ୍ରାଚୀନ ଭାରତୀୟ ଇତିହାସ, ସଂସ୍କୃତି ଓ ପ୍ରତ୍ନତତ୍ତ୍ୱ ବିଭାଗର ମିଳିତ ଆୟୋଜନରେ ଆଜି ମହାବିଦ୍ୟାଳୟର ପ୍ରଜ୍ଞା ଭବନରେ ଏକ ଜାତୀୟ ସମ୍ପାନ ଅନୁଷ୍ଠିତ ହୋଇଯାଇଛି। “ଓଡ଼ିଶାର ପ୍ରାଚୀନ ଓ ମଧ୍ୟଯୁଗୀୟ ସ୍ଥାପତ୍ୟ କଳା: ଏକ ଅନୁଶୀଳନ” ଶୀର୍ଷକ ଏହି ଜାତୀୟ ଆଲୋଚନା ଚକ୍ରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଲଷ୍ମୀଧର ସୁବୁଦ୍ଧି ସଭାପତିତ୍ୱ କରିଥିଲେ।

ପ୍ରାରମ୍ଭରେ ବିଶ୍ୱର ମହାନ ସ୍ଥପତି ଜଗତରନାଥ ଜଗନ୍ନାଥଙ୍କ ମୂର୍ତ୍ତି ନିକଟରେ ନିମନ୍ତ୍ରିତ ଅତିଥିମାନେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏହାପରେ ଅଧ୍ୟକ୍ଷ ଡକ୍ଟର ସୁବୁଦ୍ଧି ଆଲୋଚନା ଚକ୍ରର ଅତିଥି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ବିଭାଗୀୟ ମୁଖ୍ୟ ଅଧ୍ୟାପକ ମୃଡ଼ାଣି ଶଙ୍କର ପ୍ରସାଦ ମିଶ୍ର ଅତିଥି ମାନଙ୍କର ପରିଚୟ ପ୍ରଦାନ ଓ ସମ୍ପlନର ପ୍ରସଙ୍ଗ ଉପସ୍ଥାପନ କରିଥିଲେ।

ଅଧ୍ୟକ୍ଷ ଡକ୍ଟର ସୁବୁଦ୍ଧି ଅତିଥିମାନଙ୍କୁ ସ୍ୱାଗତ କରିବା ସହ ଓଡ଼ିଶାର ପ୍ରାଚୀନ ଓ ମଧ୍ୟଯୁଗୀୟ ସ୍ଥାପତ୍ୟ କଳା ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ। ଯୁକ୍ତ ଦୁଇ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ ପ୍ରାଚୀନ କଳିଙ୍ଗର ସାଂସ୍କୃତିକ ଐତିହ୍ୟ ଓ ଭାସ୍କର୍ଯ୍ୟ କଳା ସମ୍ପର୍କରେ ଆଲୋଚନା କରିଥିଲେ।

ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍କଳ ବିଶ୍ୱବିଦ୍ୟାଳୟର ଭାରତୀୟ ଇତିହାସ, ସଂସ୍କୃତି ଓ ପ୍ରତ୍ନତତ୍ତ୍ୱବିଭାଗର ପ୍ରାକ୍ତନ ବିଭାଗୀୟ ମୁଖ୍ୟ ପ୍ରଫେସର ସଞ୍ଜୟ ଆଚାର୍ଯ୍ୟ କହିଲେଯେ ଆମ ଜାତିର ଇତିହାସ, ସଂସ୍କୃତି ଓ ପ୍ରତ୍ନତତ୍ତ୍ୱ ହେଉଛି ଆମର ଅସଲ ପରିଚୟ। ଏହାର ସଂରକ୍ଷଣ ଓ ରକ୍ଷଣା ବେକ୍ଷଣ ଦାୟିତ୍ୱ ଆମ ସମସ୍ତଙ୍କର ଉତ୍ତର ଦାୟିତ୍ୱ।

ଆମ ପ୍ରାଚୀନ କୀର୍ତ୍ତି କାଚ ଭଳି ସ୍ଵଛ, ଏହାକୁ ଅବହେଳା କଲେ ଆମ ଭବିଷ୍ୟତ ସଂକୀର୍ଣ୍ଣ ହୋଇଯିବ। ଏହାକୁ ପ୍ରସଙ୍ଗ କରି ପ୍ରଫେସର ଆଚାର୍ଯ୍ୟ ଓଡ଼ିଶାର ଶହ ଶହ ପ୍ରାଚୀନ ମନ୍ଦିର ସହ ଜଡିତ ସ୍ଥାପତ୍ୟ କଳାର ବୈଜ୍ଞାନିକ ଭିତ୍ତିଭୂମି ଓ ଧର୍ମୀୟ ପ୍ରଭାବ ସମ୍ପର୍କରେ ଆଲୋଚନା କରିଥିଲେ। ଜାତୀୟ ଆଲୋଚନାଚକ୍ରର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣର ବିଶିଷ୍ଟ ପ୍ରତ୍ନତତ୍ତ୍ୱବିତ୍ ଡକ୍ଟର ଜୀବନ କୁମାର ପଟ୍ଟନାୟକ ତାଙ୍କ ଉପସ୍ଥିତିରେ ଲଳିତଗିରି, ଧଉଳିଗିରି ଓ ରତ୍ନଗିରିରେ କରାଯାଇଥିବା ଭୂଖନନ ଓ ପ୍ରତ୍ନତାତ୍ତ୍ୱିକ ସଂରକ୍ଷଣ ଓ ରକ୍ଷଣାବେକ୍ଷଣର ଅନେକ ଅନାଲୋଚିତ ଦୃଶ୍ୟ ଶ୍ରାବ୍ୟ ତଥ୍ୟ ଉପସ୍ଥାପନକରିଥିଲେ।

ମୁଖ୍ୟ ଆଲୋଚକ ଭାବେ ଯୋଗଦେଇ ଉତ୍କଳ ବିଶ୍ଵବିଦ୍ୟାଳୟର ପ୍ରାଚୀନ ଭାରତୀୟ ଇତିହାସ, ସଂସ୍କୃତି ଓ ପ୍ରତ୍ନତତ୍ତ୍ୱ ବିଭାଗର ସଂଯୋଜକ ଡକ୍ଟର ଅନାମ ବେହେରା ଉତ୍କଳୀୟ ମନ୍ଦିର ସ୍ଥାପତ୍ୟ କିପରି ଭାରତ ବର୍ଷର ଅନ୍ୟ ମନ୍ଦିର ଗଠନ ଠାରୁ ସ୍ୱତନ୍ତ୍ର ସେସମ୍ପର୍କରେ ବିଷଦ ବିବରଣୀ ରଖିଥିଲେ। ସମ୍ମାନିତ ଅତିଥି ଡକ୍ଟର ଅକ୍ଷୟ କୁମାର ମିଶ୍ର ପ୍ରାଚୀନ ଓଡ଼ିଶାରେ ଜୈନ ସ୍ଥାପତ୍ୟ, ପରମ୍ପରା, ସଂସ୍କୃତି କିପରି ସମୃଦ୍ଧ ଥିଲା ସେ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ।

ଆଲୋଚନାରେ ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟର ଗବେଷକମାନଙ୍କ ମଧ୍ୟରେ ଅଧ୍ୟାପକ ବିଜୟ କୁମାର ଶତପଥୀ, ରମାକାନ୍ତ ପ୍ରଧାନ, କଲ୍ୟାଣ କୁମାର ରାଉତ, ଅକ୍ଷୟ କୁମାର ପ୍ରଧାନ ଉପସ୍ଥିତ ରହି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।

କାର୍ଯ୍ୟକ୍ରମକୁ ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ସଂଯୋଜନା କରିଥିବାବେଳେ ଇତିହାସ ଅଧ୍ୟାପକ ଡକ୍ଟର ସନ୍ତୋଷ କୁମାର ରଥ ଅନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ। ପରିଚାଳନାରେ ସହଯୋଗ କରିଥିଲେ ଅଧ୍ୟାପକ ହିମାଂଶୁ କୁମାର ଦାଶ, ଅଧ୍ୟାପିକା ମନସ୍ବିନୀ ପଟ୍ଟନାୟକ, ସ୍ୱାତୀ ସ୍ଵାଗତିକା ସାହୁ, କୀର୍ତ୍ତିମୟୀ ବାରିକ ଓ ପ୍ରିୟମ୍ବଦା ମହାପାତ୍ର।

Categories
ଆଜିର ଖବର ରାଜ୍ୟ ଖବର

ବିଏସଏନଏଲ ମହିଳା କଲ୍ୟାଣ ସଂଗଠନ, ଓଡ଼ିଶା ପକ୍ଷରୁ ବାର୍ଷିକୋତ୍ସବ

ଭୁବନେଶ୍ବର: ବିଏସଏନଏଲ ମହିଳା କଲ୍ୟାଣ ସଂଗଠନ (ଟିଡବ୍ଲୁଡବ୍ଲୁଓ), ଓଡ଼ିଶା ପକ୍ଷରୁ ଗତ ୭ ଡିସେମ୍ବର ୨୦୨୪ ଅପରାହ୍ନ ୫ଟା ସମୟରେ ନିଜର ବାର୍ଷିକୋତ୍ସବ ଭୁବନେଶ୍ବରସ୍ଥିତ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ହୋଇଯାଇଛି। ଏହି ସମାରୋହରେ ‘ସ୍ବାଭିମାନ’ର ପ୍ରତିଷ୍ଠାତା ତଥା ସିଇଓ ଡ.ଶ୍ରୁତି ମହାପାତ୍ର ମୁଖ୍ୟ ଅତିଥିଭାବେ ଓ ବିଏସଏନଏଲ ଓଡ଼ିଶାର ମୁଖ୍ୟ ମହାପ୍ରବନ୍ଧକ ରୁଦ୍ର ନାରାୟଣ ପଲେଇ ସମ୍ମାନୀତ ଅତିଥିଭାବେ ଯୋଗ ଦେଇଥିଲେ।

ଏହି ଅବସରରେ ଉଦବୋଧନ ଦେଇ ଡ.ଶ୍ରୁତି ମହାପାତ୍ର ମହିଳା ସଶକ୍ତିକରଣ ଓ ଦିବ୍ୟାଙ୍ଗ ଲୋକମାନଙ୍କ ସେବା ସଂପର୍କର ନିଜର ସୁଚିନ୍ତିତ ମତାମତ ରଖିଥିଲେ। ଏହି ସମାରୋହରେ ମାନ୍ୟଗଣ୍ୟ ବ୍ୟକ୍ତି ଓ ବିଏସଏନଏଲ ଓ ଦୂରସଂଚାର ବିଭାଗ କର୍ମଚାରୀଙ୍କ ପରିବାର ବର୍ଗ ଯୋଗଦେଇଥିଲେ।

ଏହି ଅବସରରେ ଟିଡବ୍ଲୁଡବ୍ଲୁଓ ସଦସ୍ୟ ଓ ପିଲାମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି ସମାରୋହରେ ନିଟ୍, ଜେଇଇ ପରି ସର୍ବଭାରତୀୟ ପ୍ରବେଶିକା ପରୀକ୍ଷାରେ ଯୋଗ୍ୟତା ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଟିଡବ୍ଲୁଡବ୍ଲୁଓ ଓଡ଼ିଶାର ସଭାପତି ରାଜଲକ୍ଷ୍ମୀ ପଲାଇ ଏହି କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କଟକ ଏବଂ ରାୟଗଡା ଜିଲ୍ଲାରେ ରେଳ ଫ୍ଲାଏଓଭର ନିର୍ମାଣ ପାଇଁ 509 କୋଟି ଅନୁମୋଦନ

ଭୁବନେଶ୍ବର: ଭାରତୀୟ ରେଳବାଇର କାର୍ଯ୍ୟକ୍ଷମତା ବୃଦ୍ଧି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପରେ ରେଳ ମନ୍ତ୍ରଣାଳୟ ଓଡିଶାର କଟକ ଏବଂ ରାୟଗଡା ଜିଲ୍ଲାରେ ଦୁଇଟି ପ୍ରମୁଖ ରେଳ ଫ୍ଲାଏଓଭର ନିର୍ମାଣ ପାଇଁ 509 କୋଟି ଟଙ୍କା ମଞ୍ଜୁର କରିଛି। ଏହି ପଦକ୍ଷେପ ଭାରତୀୟ ରେଳବାଇର ବ୍ୟାପକ ଶକ୍ତି, ଖଣିଜ ଏବଂ ସିମେଣ୍ଟ (ଏନର୍ଜି, ମିନେରାଲ, ସିମେଣ୍ଟ) କରିଡର ଯୋଜନାର ଏକ ଅଂଶ, ଯାହା ରେଳ ଚଳାଚଳର ଉନ୍ନତି ତଥା ପ୍ରମୁଖ ରେଳ ଲାଇନଗୁଡିକରେ ଯାତାୟାତରେ ସମସ୍ୟା ଦୂର କରିବାକୁ ଲକ୍ଷ୍ୟ ରଖିଛି।

ମାନ୍ୟବର ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତାଙ୍କର ଗତ ଓଡିଶା ଗସ୍ତ ସମୟରେ ଓଡିଶାରେ ଏହି ରେଳ ଭିତ୍ତିଭୂମି ପ୍ରକଳ୍ପର ମଞ୍ଜୁରୀ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ।

ପ୍ରକଳ୍ପର ମୁଖ୍ୟ ଆକର୍ଷଣ:

1- କଟକ ଜିଲ୍ଲାରେ 10.89 କିମି ଦୈର୍ଘ୍ୟ ରେଳ ଫ୍ଲାଏଓଭର:

ଏହି ପ୍ରକଳ୍ପରେ କଟକ ଜିଲ୍ଲାର ରାଜଆଠଗଡ଼, ରାଧାକିଶୋରପୁର ଏବଂ ମାଛପୁର ରେଳ ଷ୍ଟେସନକୁ ସଂଯୋଗ କରୁଥିବା 10.89 କିଲୋମିଟର ରେଳ ଫ୍ଲାଏ ଓଭର ନିର୍ମାଣ ଅନ୍ତର୍ଭୁକ୍ତ। ଏହି ଭିତ୍ତିଭୂମି କ୍ରସ୍ ଟ୍ରାଫିକ୍ ଜନିତ ସମସ୍ୟାକୁ ଦୂରକାରୀ ଏକକାଳୀନ ଟ୍ରେନ୍ ଚଳାଚଳକୁ ସୁଗମ କରି କାର୍ଯ୍ୟକ୍ଷମ ସହ କ୍ଷମତା ବୃଦ୍ଧି କରିବ।  ଏହି ପ୍ରକଳ୍ପ ପାଇଁ ମୋଟ ମୂଲ୍ୟ ₹268.92 କୋଟି ଟଙ୍କା ମଂଜୁର କରାଯାଇଅଛି।

2- ରାୟାଗଡା ଜିଲ୍ଲାର 5.50 କିଲୋମିଟର ଦୈର୍ଘ୍ୟ ରେଳ ଫ୍ଲାଏଓଭର:

ରାୟଗଡା ଜିଲ୍ଲାର ସିଙ୍ଗାପୁର ରୋଡ ଷ୍ଟେସନରେ 5.50 କିଲୋମିଟର ଦୈର୍ଘ୍ୟ ରେଳ ଫ୍ଲାଏ ଓଭର ନିର୍ମାଣ ହେବ, ଯାହା ରାୟପୁର-ବିଜୟନଗରମ ରେଳ ଲାଇନରେ ଟ୍ରାଫିକ ସମସ୍ୟାକୁ ଦୂର କରିବ। ଏହି ବିକାଶ ସିଙ୍ଗାପୁର ରୋଡ଼ ଷ୍ଟେସନ ସହ ପାର୍ଶ୍ଵବର୍ତ୍ତୀ ଷ୍ଟେସନରେ ନିରବଚ୍ଛିନ୍ନ ଟ୍ରେନ୍ ଚଳାଚଳ ପାଇଁ ଅନୁମତି ଦେବ, କ୍ରସ୍ ଟ୍ରାଫିକ୍ କାରଣରୁ ସୃଷ୍ଟି ହେଉଥିବା ବିଳମ୍ବକୁ ଏଡାଇବ। ଏହି ପ୍ରକଳ୍ପର ଆନୁମାନିକ ମୂଲ୍ୟ 239.83 କୋଟି ଟଙ୍କା ଅଟେ।

ରେଳ ଫ୍ଲାଏଓଭରର ଲାଭ:

ଏକକାଳୀନ ଟ୍ରେନ୍ ଚଳାଚଳ:

ନୂତନ ଫ୍ଲାଏଓଭରଗୁଡ଼ିକ ଏକାଧିକ ଦିଗରୁ ଟ୍ରେନର ଏକକାଳୀନ ଚଳାଚଳ ପାଇଁ ଅନୁମତି ଦେବ, ସମଗ୍ର ଅଞ୍ଚଳରେ ଟ୍ରେନ୍ କାର୍ଯ୍ୟର ଦକ୍ଷତାକୁ ଉନ୍ନତ କରିବ |

ପରିଚାଳନାଗତ ସମସ୍ୟା ଦୂର କରିବ:

କ୍ରସ୍-ଟ୍ରାଫିକ୍ ଜନିତ ସମସ୍ୟାକୁ ଦୂର କରି ଏହି ରେଳ ଫ୍ଲାଏଓଭରଗୁଡିକ କାର୍ଯ୍ୟକ୍ଷମ ଚ୍ୟାଲେଞ୍ଜଗୁଡିକୁ ସମାଧାନ କରିବ, ଯାହା ବର୍ତ୍ତମାନ ସିଙ୍ଗାପୁର ରୋଡ୍ ଷ୍ଟେସନ୍ ସହିତ ରାଜଆଠଗଡ଼, ରାଧାକିଶୋରପୁର, ଏବଂ ମାଛପୁର ଭଳି ପ୍ରମୁଖ ମିଳନସ୍ଥଳରେ ଉଲ୍ଲେଖନୀୟ ବିଳମ୍ବ ଏବଂ ଚଳାଚଳ ସମସ୍ୟା ଗୁଡିକୁ ଏଡାଇ ପାରିବ।

ଚଳାଚଳ ଜନିତ ସମସ୍ୟା ହ୍ରାସ:

ଏହି ପ୍ରକଳ୍ପଗୁଡ଼ିକ କଟକ ଜିଲ୍ଲାର ନିର୍ଗୁଣ୍ଡି-କଟକ-ବାରଙ୍ଗ-ରାଜଆଠଗଡ଼ ଅଞ୍ଚଳରେ ଏବଂ ରାୟଗଡା ଜିଲ୍ଲାର ରାୟଗଡା-ସିଙ୍ଗାପୁର ରୋଡ୍ ରେଳ ମାର୍ଗରେ ଯାତାୟାତକୁ ସହଜ କରିବ, ଟ୍ରେନ୍ ଚଳାଚଳ ଏବଂ ଦ୍ରୁତ ଗତିରେ ଯାତ୍ରା ସମୟ ସୁନିଶ୍ଚିତ କରିବ |

ଉନ୍ନତ ଯାତ୍ରୀ ଅଭିଜ୍ଞତା:

ବିଳମ୍ବ ଜନିତ ସମସ୍ୟାକୁ ଦୂରକାରୀ ଟ୍ରେନ ଚଳାଚଳ କ୍ଷେତ୍ରରେ ଉନ୍ନତି ଆଣିବା ସହିତ ପରିଚାଳନାଗତ ସମସ୍ୟାକୁ ଏଡାଇ ଏହି ନୂତନ ରେଳ ଫ୍ଲାଏଓଭର ଏହି ଅଞ୍ଚଳ ଦେଇ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ସାମଗ୍ରିକ ଟ୍ରେନ ଯାତ୍ରା ଅଭିଜ୍ଞତାକୁ ଉନ୍ନତ କରିବ।

ବିଦ୍ୟମାନ ଟ୍ରାଫିକ ସମସ୍ୟାକୁ ସୁଗମ କରିବା :

ବର୍ତ୍ତମାନ, ୱାଲଟିୟର ଏବଂ ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳର ପ୍ରମୁଖ ଜଙ୍କସନ୍ ସିଙ୍ଗାପୁର ରୋଡ୍ ଏବଂ ରାଜଆଠଗଡ଼-ରାଧାକିଶୋରପୁର-ମାଧପୁର ଷ୍ଟେସନରେ ଟ୍ରେନ ଚଳାଚଳ କ୍ଷେତ୍ରରେ କ୍ରସ ଜନିତ ସମସ୍ୟା ଯୋଗୁଁ ଟ୍ରାଫିକ୍ ପରିଚାଳନାରେ ବ୍ୟାପକ ଅସୁବିଧା ପରିଲକ୍ଷିତ ହେଉଅଛି। ଏହି ପ୍ରତିବନ୍ଧକଗୁଡିକ ଗୁରୁତ୍ୱପୂର୍ଣ୍ଣ ରେଳ ମାର୍ଗରେ ବିଳମ୍ବ ଘଟାଇଥାଏ, ଯେହେତୁ ବିଭିନ୍ନ ମାର୍ଗରୁ ଟ୍ରେନ୍ ଗୁଡିକ କ୍ରସ୍-ଟ୍ରାଫିକ୍ କ୍ଲିୟରାନ୍ସ ପାଇଁ ବିଭିନ୍ନ ଷ୍ଟେସନ ଠାରେ ଅପେକ୍ଷା କରିବାକୁ ପଡିଥାଏ। ରେଳ ଫ୍ଲାଏଓଭର ବିଭିନ୍ନ ଦିଗରୁ ଟ୍ରେନ୍ ପାଇଁ ଉତ୍ସର୍ଗୀକୃତ ପଥ ସୃଷ୍ଟି କରି ଏହି ବାଧାଗୁଡ଼ିକୁ ହଟାଇବ, ନିରବଚ୍ଛିନ୍ନ ଟ୍ରେନ ଚଳାଚଳ ସୁନିଶ୍ଚିତ କରିବ।

ଫ୍ଲାଏଓଭର ପ୍ରୋଜେକ୍ଟଗୁଡିକ:

କଟକ ଜିଲ୍ଲା: ରାଜଆଠଗଡ଼, ରାଧାକିଶୋରପୁର ଏବଂ ମାଛପୁର ମଧ୍ୟରେ 10.89 କିଲୋମିଟର ଦୈର୍ଘ୍ୟ ରେଳ ଫ୍ଲାଏ ଓଭର।

ରାୟାଗଡା ଜିଲ୍ଲା: ସିଙ୍ଗାପୁର ରୋଡ୍ ଷ୍ଟେସନରେ 5.50 କିଲୋମିଟର ଦୈର୍ଘ୍ୟ ରେଳ ଫ୍ଲାଏ ଓଭର।

ଏହି ବିକାଶଗୁଡିକ, ମିଳିତ ମୂଲ୍ୟ 508.75 କୋଟି ଟଙ୍କା ସହିତ, ଭାରତୀୟ ରେଳର କାର୍ଯ୍ୟଦକ୍ଷତା ବୃଦ୍ଧି, ଟ୍ରେନ୍ ଚଳାଚଳର କ୍ଷମତା ବୃଦ୍ଧି ଏବଂ କ୍ରସ ସମସ୍ୟା ଜନିତ ବିଳମ୍ବ ହ୍ରାସ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ।

ଉତ୍ତମ ଭିତ୍ତିଭୂମି ଦିଗରେ ଏକ ପଦକ୍ଷେପ:

ଟ୍ରେନ୍ ଚଳାଚଳର ବୃଦ୍ଧିପାଉଥିବା ଚାହିଦାକୁ ପୂରଣ କରିବା ପାଇଁ ଭାରତୀୟ ରେଳ ଦେଶରେ ଭିତ୍ତିଭୂମି ଉନ୍ନତିକୁ ପ୍ରାଥମିକତା ଦେବା ଜାରି ରଖିଛି। କଟକ ଏବଂ ରାୟଗଡା ରେଳ ଫ୍ଲାଏଓଭର ଯାତାୟାତ ସୁଗମ କରିବାରେ, ଟ୍ରେନର ଗତିଶୀଳତାକୁ ଉନ୍ନତ କରିବାରେ ଏବଂ ଯାତ୍ରୀମାନଙ୍କ ପାଇଁ ଏକ ସୁଗମ, ଅଧିକ ଦକ୍ଷ ଯାତ୍ରା ଅଭିଜ୍ଞତା ପ୍ରଦାନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ।

ଏହି ପ୍ରକଳ୍ପଗୁଡିକ ପରିବହନ ପାଇଁ କ୍ରମାଗତ ଚାହିଦା ସହିତ ଟ୍ରେନ ଚଳାଚଳ ବୃଦ୍ଧି କରିବା ପାଇଁ ରେଳ ନେଟୱାର୍କର ଆଧୁନିକୀକରଣ ଏବଂ ବିସ୍ତାର ପାଇଁ ମନ୍ତ୍ରଣାଳୟର ପ୍ରତିବଦ୍ଧତାକୁ ମଧ୍ୟ ସୂଚିତ କରିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆସନ୍ତା ୧୧ରେ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି: ଓଡ଼ିଶାକୁ ମିଳିବ ମୋଟ୍‌ ୭ଟି ପୁରସ୍କାର

ନୂଆଦିଲ୍ଲୀ: କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ମୂଲ୍ୟାଙ୍କନ ବର୍ଷ ୨୦୨୨-୨୦୨୩ ପାଇଁ ସମ୍ମାନଜନକ ଜାତୀୟ ପଞ୍ଚାୟତ ପୁରସ୍କାରର ବିଜେତାଙ୍କ ନାମ ଘୋଷଣା କରିଛି। ତୃଣମୂଳ ସ୍ତରରେ ସମାବେଶୀ ଏବଂ ନିରନ୍ତର ବିକାଶକୁ ଆଗେଇ ନେବାରେ ସାରା ଦେଶରେ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକର ଉଲ୍ଲେଖନୀୟ ପ୍ରୟାସକୁ ସ୍ୱୀକୃତି ଦେଇ ଏହି ପୁରସ୍କାର ଉତ୍କର୍ଷତାର ଏକ ମାନଦଣ୍ଡ ଭାବରେ କାର୍ଯ୍ୟ କରେ। ୨୦୨୪ ମସିହା ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ ସମାରୋହ ଆସନ୍ତା ୧୧ ଡିସେମ୍ବରରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରସ୍କାର ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରିବେ।

ଚଳିତ ବର୍ଷ, ବିଭିନ୍ନ ବର୍ଗରେ ୪୫ ଜଣ ପୁରସ୍କାର ବିଜେତାଙ୍କୁ ଚୟନ କରାଯାଇଛି, ଯାହା ତୃଣମୂଳ ପ୍ରଶାସନ ଏବଂ ଗୋଷ୍ଠୀ ବିକାଶରେ ବ୍ୟାପକ ସଫଳତାକୁ ପ୍ରତିଫଳିତ କରୁଛି। ଏହି ବର୍ଗଗୁଡ଼ିକ ମଧ୍ୟରେ ରହିଛି ଦୀନ ଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର, ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର, ଗ୍ରାମ ଉର୍ଜା ସ୍ୱରାଜ ବିଶେଷ ପଞ୍ଚାୟତ ପୁରସ୍କାର, କାର୍ବନ ମୁକ୍ତ ବିଶେଷ ପଞ୍ଚାୟତ ପୁରସ୍କାର ଏବଂ ପଞ୍ଚାୟତ କ୍ଷମତା ନିର୍ମାଣ ସର୍ବୋତ୍ତମ ସଂସ୍ଥାନ ପୁରସ୍କାର। ଏହି ପୁରସ୍କାର ଦାରିଦ୍ର୍ୟ ଦୂରୀକରଣ, ସ୍ୱାସ୍ଥ୍ୟ, ଶିଶୁ କଲ୍ୟାଣ, ଜଳ ପର୍ଯ୍ୟାପ୍ତତା, ପରିମଳ, ଭିତ୍ତିଭୂମି ବିକାଶ, ସାମାଜିକ ନ୍ୟାୟ, ମହିଳା ସଶକ୍ତିକରଣ ଏବଂ ଜଳବାୟୁ ସ୍ଥିରତା ଭଳି ପ୍ରମୁଖ କ୍ଷେତ୍ରରେ ସଫଳତାକୁ ସ୍ୱୀକୃତି ଦେଇଥାଏ।

ଜାତୀୟ ପଞ୍ଚାୟତ ପୁରସ୍କାରରେ ଓଡ଼ିଶା ମୋଟ୍‌ ୭ଟି ପୁରସ୍କାର ପାଇବାକୁ ମନୋନୀତ ହୋଇଛି । ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ୍‌ କେଳୁଆପଲ୍ଲିକୁ ସୁସ୍ଥ ପଞ୍ଚାୟତ ଭାବେ ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ଦେବାକୁ ଚୟନ କରାଯାଇଛି। ସେହିପରି ଆତ୍ମନିର୍ଭରଶୀଳ ଭିତ୍ତିଭୂମି ନିର୍ମାଣ ପାଇଁ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁର ସାହାପୁର ପଞ୍ଚାୟତକୁ ଏହି ବର୍ଗରେ ପୁରସ୍କୃତ କରାଯିବ। ଏହି ଜିଲ୍ଲାର ଛତ୍ରପୁରକୁ ଶ୍ରେଷ୍ଠ ବ୍ଲକ୍‌ ପଞ୍ଚାୟତ ରୂପେ ନାନାଜି ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ପାଇଁ ମନୋନୀତ କରାଯାଇଛି।

ସେହିପରି କୋରାପୁଟକୁ ଶ୍ରେଷ୍ଠ ଜିଲ୍ଲା ପଞ୍ଚାୟତ ରୂପେ ଏହି ବର୍ଗରେ ପୁରସ୍କୃତ କରାଯିବ। ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ବ୍ଲକ କାସିରା ପଞ୍ଚାୟତକୁ ଗ୍ରାମ ଉର୍ଜା ସ୍ୱରାଜ ବିଶେଷ ପଞ୍ଚାୟତ ପୁରସ୍କାର ଦିଆଯିବ। ଏହି ଜିଲ୍ଲାର ବଣାଇଗଡ଼ ବ୍ଲକ କେନ୍ଦ୍ରିକେଲା ପଞ୍ଚାୟତକୁ ଅଙ୍ଗାରକାମ୍ଳ ମୁକ୍ତ ବିଶେଷ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯିବ। ଓଡ଼ିଶାର ରାଜ୍ୟ ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନକୁ ପଞ୍ଚାୟତ କ୍ଷମତା ନିର୍ମାଣ ସର୍ବୋତ୍ତମ ସଂସ୍ଥାନ ପୁରସ୍କାର ପ୍ରଦାନ କରିବା ଲାଗି ମନୋନୀତ କରାଯାଇଛି।

ସୂଚନାଯୋଗ୍ୟ ଚଳିତ ବର୍ଷ ଏହି ପ୍ରତିଯୋଗିତାରେ ୧ ଲକ୍ଷ ୯୪ ହଜାର ଗ୍ରାମ ପଞ୍ଚାୟତ ଅଂଶଗ୍ରହଣ କରିଥିଲେ। ୪୨ଟି ପୁରସ୍କାର ବିଜେତା ପଞ୍ଚାୟତ ମଧ୍ୟରୁ ୪୨ ପ୍ରତିଶତ ମହିଳାଙ୍କ ଦ୍ୱାରା ପରିଚାଳିତ ପଞ୍ଚାୟତ ରହିଛି। ସୂକ୍ଷ୍ମ ଚୟନ ପ୍ରକ୍ରିୟାରେ ବ୍ଲକ ସ୍ତରରୁ ଆରମ୍ଭ କରି ଜାତୀୟ ସ୍ତର ପର୍ଯ୍ୟନ୍ତ ୫ଟି ବିଭିନ୍ନ କମିଟି ଦ୍ୱାରା ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ (ଏଲଏସଡିଜି)ର ସ୍ଥାନୀୟ କାର୍ଯ୍ୟକାରିତା ସହିତ ଯୋଡ଼ି ହୋଇଥିବା ବିଭିନ୍ନ ବିଷୟଗତ କ୍ଷେତ୍ରରେ ପଞ୍ଚାୟତଗୁଡ଼ିକର ପ୍ରଦର୍ଶନର ଏକ ଗଭୀର ମୂଲ୍ୟାଙ୍କନ ଅନ୍ତର୍ଭୁକ୍ତ ଥିଲା। ଏହି ପ୍ରକ୍ରିୟା ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରିବା ଏବଂ ପଞ୍ଚାୟତିରାଜ ଅନୁଷ୍ଠାନ (ପିଆରଆଇ)/ଗ୍ରାମୀଣ ସ୍ଥାନୀୟ ସଂସ୍ଥା (ଆରଏଲବି) ମଧ୍ୟରେ ଏକ ପ୍ରତିଦ୍ୱନ୍ଦ୍ୱିତାମୂଳକ ଭାବନାକୁ ପ୍ରୋତ୍ସାହିତ କରିବା ପାଇଁ ମନ୍ତ୍ରଣାଳୟର ଅତୁଟ ପ୍ରତିବଦ୍ଧତାକୁ ଦର୍ଶାଉଛି।

ଏହି ଘୋଷଣା ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକର ପ୍ରଶଂସନୀୟ ସଫଳତାକୁ ପାଳନ କରିବା ପାଇଁ ମଞ୍ଚ ପ୍ରସ୍ତୁତ କରିଛି। ଏହି ଘୋଷଣା ଦୃଢ଼ ଏବଂ ସକ୍ରିୟ ଗ୍ରାମୀଣ ସମ୍ପ୍ରଦାୟ ଗଠନରେ ପଞ୍ଚାୟତଗୁଡ଼ିକର ପରିବର୍ତ୍ତନଶୀଳ ଭୂମିକା ଉପରେ ମଧ୍ୟ ଗୁରୁତ୍ୱ ଦେଇଥାଏ। ଏହି ସ୍ୱୀକୃତି କେବଳ ଏହି ଅନୁଷ୍ଠାନଗୁଡ଼ିକ ଦ୍ୱାରା ନିଆଯାଇଥିବା ଅସାଧାରଣ କାର୍ଯ୍ୟର ସ୍ୱୀକୃତି ଭାବରେ କାର୍ଯ୍ୟ କରେ ନାହିଁ, ବରଂ ଅନ୍ୟ ପଞ୍ଚାୟତଗୁଡ଼ିକୁ ସେମାନଙ୍କ ଅଞ୍ଚଳରେ ଏହି ସର୍ବୋତ୍ତମ ଅଭ୍ୟାସକୁ ଅନୁକରଣ କରିବାକୁ ପ୍ରେରଣା ଦେବା ମଧ୍ୟ ଲକ୍ଷ୍ୟ ରଖିଛି।

Categories
ବିଶେଷ ଖବର ରାଜ୍ୟ ଖବର

ଓଡ଼ିଶାରେ ଖୋଲିବ ୮ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି(ସିସିଇଏ) ବୈଠକରେ ଓଡ଼ିଶାରେ ୮ଟି ଏବଂ ସମଗ୍ର ଦେଶରେ ୮୫ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ଏବଂ ୨୮ଟି ନୂଆ ନବୋଦୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ମଞ୍ଜୁର କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ଜାତୀୟ ଶିକ୍ଷା ନୀତିର ପରାମର୍ଶ ଅନୁସାରେ ଓଡ଼ିଶା ସମେତ ସମଗ୍ର ଦେଶରେ ଉତ୍ତମ ଗୁଣାତ୍ମକ ମାନର ଶିକ୍ଷା ପ୍ରଦାନ କରିବା ଲକ୍ଷ୍ୟରେ ଏହି ନୂଆ ବିଦ୍ୟାଳୟ ମଞ୍ଜୁର ପ୍ରଦାନ କରାଯାଇଛି। ଆଗାମୀ ଦିନରେ ଭାରତ ସରକାର ୮୫ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ଓ ଗୋଟିଏ କେନ୍ଦ୍ରୀୟ ବିଦ୍ୟାଳୟର ସମ୍ପ୍ରସାରଣ ପାଇଁ ପ୍ରାୟ ୫୮୭୨ କୋଟି ଟଙ୍କା ଏବଂ ୨୮ଟି ନୂଆ ନବୋଦୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ପ୍ରାୟ ୨୩୫୯ କୋଟି ଟଙ୍କା ଖର୍ଚ୍ଚ କରିବେ।  ଏହା ଦ୍ୱାରା ଏକବିଂଶ ଶତାବ୍ଦୀର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହେବ। ପ୍ରତିଷ୍ଠା ହେବାକୁ ଥିବା ସ୍ଥାନରେ ଶିକ୍ଷାର ଭିତ୍ତିଭୂମିର ବିକାଶ ହେବ। ଛାତ୍ରଛାତ୍ରୀ ବିଶେଷ ଭାବରେ ଏସସି, ଏସଟି ଓ ଓବିସି ବର୍ଗର ଛାତ୍ରଛାତ୍ରୀମାନେ ଉପକୃତ ହୋଇପାରିବେ। ବିଦ୍ୟାଳୟ ସ୍ତରରେ ଶିକ୍ଷାର ମାନରେ ଉନ୍ନତି ହେବ। ଛାତ୍ରଛାତ୍ରୀଙ୍କ ମାନସିକ, ଶାରିରୀକ, କ୍ରିଟିକାଲ ଥିଙ୍କିଂ ସହ ବୌଦ୍ଧିକ କ୍ଷମତା ବିକଶିତ ହେବ। ସ୍ଥାନୀୟ ଅଞ୍ଚଳରେ ଅନେକ ନିଯୁକ୍ତି ସୃଷ୍ଟି ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଓଡ଼ିଶାର ସମ୍ବଲପୁର ଜିଲ୍ଲାର କୁଚିଣ୍ଡା, ଅନୁଗୋଳ ଜିଲ୍ଲାର ତାଳଚେର ଓ ଆଠମଲ୍ଲିକ, ଢେଙ୍କାନାଳର କାମାକ୍ଷାନଗର, ଖୋର୍ଦ୍ଧା ଜିଲ୍ଲାର ଆଇଟିବିପି ଖୋର୍ଦ୍ଧା, କୋରାପୁଟ ଜିଲ୍ଲାର ଜୟପୁର, ବଲାଙ୍ଗୀର ଜିଲ୍ଲାର ରେଲଓ୍ୱେ ଟିଟିଲାଗଡ଼ ଓ ପାଟଣାଗଡ଼ରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନା ହେବାର ନିଷ୍ପତି ଦ୍ୱାରା ସ୍ଥାନୀୟ ଲୋକମାନଙ୍କର ଥିବା ଦୀର୍ଘ ଦିନର ଆଶା ଓ ଆପେକ୍ଷା ପୂରଣ ହେବାକୁ ଯାଉଛି। ଓଡ଼ିଶାରେ ଶିକ୍ଷାର ବିକାଶ ଓ  ଛାତ୍ରଛାତ୍ରୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବା ଦିଗରେ ଏହି ନିର୍ଣ୍ଣୟ ନେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଶ୍ରୀ ପ୍ରଧାନ କୃତଜ୍ଞତା ଜଣାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡ଼ିଶାରେ ରେଳ ବିକାଶ ପାଇଁ 73,723 କୋଟି ମଞ୍ଜୁର: ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ରେଳମନ୍ତ୍ରୀ

ଭୁବନେଶ୍ଵର: ଓଡ଼ିଶାରେ ରେଳ ବିକାଶ ପାଇଁ 73,723 କୋଟି ଟଙ୍କା ମଞ୍ଜୁର ହୋଇଛି। ଯାହାକୁ ନେଇ ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଖୁସିବ୍ୟକ୍ତ କରିଛନ୍ତି। ଏହା ପରେ ପ୍ରଧାନମନ୍ତ୍ରୀଙ୍କୁ ରେଳ ମନ୍ତ୍ରୀ କୃତଜ୍ଞତା ଜଣାଇଛନ୍ତି।

ସେ ଆଜି ‘ଏକ୍ସ’ ରେ ଲେଖିଛନ୍ତି ଯେ, ”ଓଡ଼ିଶାରେ ରେଳ ବିକାଶ ପାଇଁ 73,723 କୋଟି ଟଙ୍କା ମଞ୍ଜୁର କରିଥିବାରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି। ଓଡ଼ିଶାର ଅର୍ଥନୈତିକ ହିତକୁ ବଜାୟ ରଖାଯିବ। ପ୍ରସ୍ତାବିତ ରାୟଗଡା ରେଳ ମଣ୍ଡଳକୁ ମଞ୍ଜୁର କରାଯାଇଛି। ରେଳ ମଣ୍ଡଳ କାର୍ଯ୍ୟାଳୟ ନିର୍ମାଣ ପାଇଁ 107 କୋଟି ଟଙ୍କାର ଟେଣ୍ଡର ଆହ୍ୱାନ କରାଯାଇଛି। ପୂର୍ବତଟ ରେଳପଥ ମଧ୍ୟରେ ପୂର୍ବପରି ତିନିଟି ରେଳ ମଣ୍ଡଳ ରହିବ। ଅମୃତ ଷ୍ଟେସନ ଯୋଜନାରେ ଓଡ଼ିଶାର 59 ଟି ଷ୍ଟେସନକୁ ପୁନର୍ବିକାଶ କରାଯାଉଅଛି।

ମୋଦୀ 3.0 ସମୟରେ 19,289 କୋଟି ଟଙ୍କା ବ୍ୟୟ ଅଟକଳରେ 8 ଟି ନୂତନ ରେଳ ପ୍ରକଳ୍ପକୁ କ୍ୟାବିନେଟ ଅନୁମୋଦନ କରାଯାଇଛି।

୧. ଗୁଣୁପୁର-ଥେରୁବାଲି ନୂତନ ରେଳ ଲାଇନ

୨. ଜୁନାଗଡ଼ ରୋଡ଼-ନବରଙ୍ଗପୁର ନୂତନ ରେଳ ଲାଇନ

୩. ମାଲକାନଗିରି-ପଣ୍ଡୁରଙ୍ଗାପୁରମ ଭାୟା ଭଦ୍ରାଚଳମ ନୂତନ ରେଳ ଲାଇନ

୪. ବାଦାମପାହାଡ଼-କେନ୍ଦୁଝରଗଡ଼ ନୂତନ ରେଳ ଲାଇନ

୫. ବାଙ୍ଗିରିପୋଷି-ଗୋରୁମହିଷାଣୀ ନୂତନ ରେଳ ଲାଇନ

୬. ବୁଡ଼ାମରା-ଚାକୁଳିଆ ନୂତନ ରେଳ ଲାଇନ

୭. ସରଡ଼େଗା-ଭାଲୁମୁଡା ନୂତନ ଦୋହରୀକରଣ ରେଳ ଲାଇନ

୮. ବରଗଡ଼ ରୋଡ଼-ନୂଆପଡା ରୋଡ଼ ନୂତନ ରେଳ ଲାଇନ

Categories
ଆଜିର ଖବର ରାଜ୍ୟ ଖବର

ଚଳିତ ବର୍ଷ ନକ୍ସଲ ମୁକାବିଲାରେ ବିଏସଏଫର ସଫଳତା

ଭୁବନେଶ୍ୱର: ଓଡ଼ିଶାର ନକ୍ସଲ ପ୍ରବଣ ଅଞ୍ଚଳରେ ସୀମା ସୁରକ୍ଷା ବଳ (ବିଏସଏଫ) ଧନଜୀବନ ସୁରକ୍ଷା ପାଇଁ ସମର୍ପିତ ହୋଇ କାର୍ଯ୍ୟ କରୁଛି । ବିଏସଏଫର ସଫଳତାକୁ ନେଇ ଆଜି ମହାନିରୀକ୍ଷକ ସିଡି ଅଗ୍ରୱାଲ ଏକ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ବିଏସଏଫ ଚଳିତ ବର୍ଷ ୩ଜଣ କୁଖ୍ୟାତ ନକ୍ସଲଙ୍କୁ ନିପାତ କରିଛି। ସେହିପରି ୨୪ ଜଣ ହାର୍ଡକୋର ନକ୍ସଲଙ୍କୁ ଆତ୍ମସମର୍ପଣ କରିବା ପାଇଁ ବାଧ୍ୟ କରିଛି । ବିଏସଏଫର ସର୍ଚ୍ଚ ଅପରେସନରେ ୩୪ଟି ଆଇଡିଡି, ୧୧୭ଟି ଗ୍ରେନେଡ୍‌ ଏବଂ ବହୁ ପରିମାଣରେ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ କରାଯାଇଛି । ବିଏସଏଫର ସହଯୋଗରେ ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳ ଏବେ ରାଜ୍ୟର ମୁଖ୍ୟଧାରା ସହ ଯୋଡ଼ି ହୋଇଛି ।

ଗୁରୁପ୍ରିୟା ସେତୁ ଦ୍ୱାରା ୧୫୧ଟି ଗାଁର ୩୧ ହଜାର ବାସିନ୍ଦା ଉପକୃତ ହୋଇଛନ୍ତି । କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଆହ୍ୱାନକ୍ରମେ ୨୦୨୬ ସୁଦ୍ଧା ଓଡ଼ିଶାରୁ ନକ୍ସଲବାଦର ବିଲୋପ ପାଇଁ ବିଏସଏଫ ସଂକଳ୍ପବଦ୍ଧ ବୋଲି ଆଇଜି ଶ୍ରୀ ଅଗ୍ରୱାଲ କହିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଇନ୍ଦ୍ରାବତୀ ନଦୀରୁ ଦୁଇଟି ମହାଶିର ପ୍ରଜାତିର ମାଛ ଆବିଷ୍କୃତ

ଭୁବନେଶ୍ଵର: ଓଡିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଜୈବ ବିବିଧତା ଏବଂ ପ୍ରାକୃତିକ ସମ୍ପଦ ସଂରକ୍ଷଣ ବିଭାଗର ଗବେଷକମାନେ ଦକ୍ଷିଣ ଓଡିଶାର ଇନ୍ଦ୍ରାବତୀ ନଦୀରୁ ଦୁଇଟି ମହାଶିର ପ୍ରଜାତିର ମାଛ ଆବିଷ୍କାର କରିଛନ୍ତି। ଏହି ମାଛ ସାୟପ୍ରିନୟଡ୍ ପ୍ରଜାତିର ଏବଂ ଏମାନଙ୍କ ଶରୀର ଅପେକ୍ଷାକୃତ ବଡ। ଏମାନଙ୍କ ଦେହର କାତି ମଧ୍ୟ ବଡ ବଡ। ସାଧାରଣତଃ ଏହି ମାଛମାନଙ୍କୁ ଭାରତୀୟ ନଦୀର ରାଜା କୁହାଯାଏ। ଏମାନେ ବିଶ୍ବର ୨୦ଟି ବୃହତ ମାଛ ପରିବାରର ସଦସ୍ୟ। ପ୍ରଫେସର ଶରତ କୁମାର ପଲିତାଙ୍କ ନେତୃତ୍ବରେ ଗବେଷକ ଦଳ ଏହି ମାଛର ସନ୍ଧାନ ପାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱର ଠାରେ ନବମ ଓଡ଼ିଶା କଳା ଓ ସାହିତ୍ୟ ମହୋତ୍ସବ ଆରମ୍ଭ

ଭୁବନେଶ୍ଵର: ନବମ ଓଡ଼ିଶା କଳା ଓ ସାହିତ୍ୟ ମହୋତ୍ସବ ଭୁବନେଶ୍ୱର ଠାରେ ଆରମ୍ଭ ହୋଇଛି। ଏହି ୪ ଦିନ ବ୍ୟାପୀ ମହୋତ୍ସବ ରେ ପ୍ରଥମ ତିନି ଦିନ ଦେଶ ବିଦେଶରୁ ଆସିଥିବା ସାହିତ୍ୟିକ ମାନେ କବିତା, ଉପ ନ୍ୟାସ, ନାଟକ, ଅନୁବାଦ ଓ ଅନ୍ୟାନ୍ୟ ସୃଜନତ୍ମକ କଳା ଉପରେ ଆଲୋଚନା କରିବେ।

୪ର୍ଥ ଦିବସରେ କୋଣାର୍କ ବେଳା ଭୂମିରେ କବିତା ପାଠ ଉତ୍ସବ ” କବିତା ଜନ୍ତାଳ” ସହ ଏହି ଉତ୍ସବ ଉଦଯାପିତ ହେବ। ଚଳିତ ବର୍ଷ ଏହି ଉତ୍ସବରେ ୬ ଟି ଦେଶରୁ ସାହିତ୍ୟିକ ଓ ସମାଲୋଚକ ମାନେ ଯୋଗଦେଇଛନ୍ତି।

ଶୁକ୍ରବାର ଉଦ୍ଘାଟନୀ ଉତ୍ସବରେ ଉଦ୍ଘଟକ ଭାବରେ ଜ୍ଞାନପୀଠ ବିଜେତା ବିଶିଷ୍ଟ ସାହିତ୍ୟିକ ଦାମୋଦର ମଉଜ ଯୋଗ ଦେଇ ଓଡ଼ିଆ ଭାଷା ଓ ସାହିତ୍ୟର ବିଭିନ୍ନ ଦିଗ ତଥା ଏହାକୁ ଲୋକାଭିମୁଖୀ କରିବାରେ ଏହି ଭଳି ମହୋତ୍ସବର ପ୍ରାସଙ୍ଗିକତା ରହିଛି ବୋଲି କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସାହିତ୍ୟିକ ବନଜ ଦେବୀ, ଏମ କେ ଅଜୟ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ଅବସରରେ ଡକ୍ଟର ସତ୍ୟ ମହାନ୍ତିଙ୍କ ରାଜନୀତି ଓ ଅର୍ଥନୀତି ପରିଚାଳନା ପୁସ୍ତକ ଓ ଅନ୍ୟାନ୍ୟ ପୁସ୍ତକକୁ ଅତିଥି ବୃନ୍ଦ ଉନ୍ମୋଚନ କରିଥିଲେ। ଏହି କାର୍ଯ୍ୟ କ୍ରମରେ ମହୋତ୍ସବର ନିର୍ଦ୍ଦେଶକ ମନୁ ଦାସ ଅଧ୍ୟକ୍ଷତା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଓଡ଼ିଶାରେ ସାମୁଦ୍ରିକ ମତ୍ସ୍ୟ ବିକାଶ ପାଇଁ ଦୀର୍ଘ ୪୮୦ କିମି ଉପକୂଳରେ ନିଷେଧାଦେଶ

ଭୁବନେଶ୍ଵର: ଭାରତ ସରକାରଙ୍କ ମତ୍ସ୍ୟଚାଷ, ପ୍ରାଣୀସମ୍ପଦ ଏବଂ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟ ଅଧୀନ ମତ୍ସ୍ୟ ବିଭାଗ ମତ୍ସ୍ୟ ସମ୍ପଦ ସଂରକ୍ଷଣ ଏବଂ ସାମୁଦ୍ରିକ ମତ୍ସ୍ୟଚାଷର ସ୍ଥିରତା ପାଇଁ ପୂର୍ବ ଉପକୂଳ ସହିତ ଓଡ଼ିଶାର ୪୮୦ କିଲୋମିଟର ଦୀର୍ଘ ଉପକୂଳରେ ଏପ୍ରିଲ ୧୫ ରୁ ଜୁନ୍ ୧୪ ପର୍ଯ୍ୟନ୍ତ ବାର୍ଷିକ ମାଛଧରା କାର୍ଯ୍ୟକଳାପ ଉପରେ ଏକସମାନ ନିଷେଧାଦେଶ ଲାଗୁ କରୁଛି। ଏହାବ୍ୟତୀତ, ଓଡ଼ିଶା ସରକାର ପ୍ରତିବର୍ଷ ନଭେମ୍ବର ୧ ରୁ ମେ ୩୧ ମଧ୍ୟରେ ଅଲିଭ୍ ରିଡଲେ କଇଁଛ ସଂରକ୍ଷଣ ପାଇଁ ଓଡ଼ିଶା ଉପକୂଳର ୧୨୦ କିଲୋମିଟର ଅଞ୍ଚଳରେ (ଗହିରମଥା ସାମୁଦ୍ରିକ ବନ୍ୟପ୍ରାଣୀ ଅଭୟାରଣ୍ୟ, ଦେବୀ ନଦୀ ମୁହାଣ, ଋଷିକୁଲ୍ୟା ନଦୀ ମୁହାଣ ଏବଂ ଧାମରା ନଦୀ ମୁହାଣ) ମାଛ ଧରିବା ଉପରେ ପ୍ରତିବନ୍ଧକ ଲଗାଇଥାନ୍ତି। ଓଡ଼ିଶା ସରକାର ଏହା ମଧ୍ୟ ଦର୍ଶାଇଛନ୍ତି ଯେ ଅତ୍ୟଧିକ ମାଛଧରା ଘଟଣା ହ୍ରାସ କରିବା ପାଇଁ ଗତ ଦୁଇ ଦଶନ୍ଧି ଧରି ଯାନ୍ତ୍ରିକ ମାଛଧରା ଜାହାଜର ଫ୍ଲିଟ୍ ଆକାର ବୃଦ୍ଧି କରାଯାଇ ନାହିଁ।

ମତ୍ସ୍ୟଚାଷ, ପ୍ରାଣୀସମ୍ପଦ ଏବଂ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟ ଅଧୀନ ମତ୍ସ୍ୟ ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦା ଯୋଜନା (ପିଏମଏମଏସୱାଇ) ଅଧୀନରେ ରାଜ୍ୟରେ ସାମୁଦ୍ରିକ ମତ୍ସ୍ୟଚାଷ ସମେତ ମାଛଚାଷ ଏବଂ ଜଳଚର ଚାଷର ବିକାଶ ପାଇଁ ଓଡ଼ିଶା ସରକାର ଏବଂ ଅନ୍ୟାନ୍ୟ କାର୍ଯ୍ୟକାରୀ ସଂସ୍ଥାଗୁଡ଼ିକୁ ପ୍ରକଳ୍ପ ପ୍ରସ୍ତାବକୁ ମଞ୍ଜୁର କରାଯାଇଛି।

ପିଏମଏମଏସୱାଇ ଅଧୀନରେ ଓଡ଼ିଶାର ମତ୍ସ୍ୟ ସମ୍ପଦର ସଂରକ୍ଷଣକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ମତ୍ସ୍ୟଚାଷ କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ/ବିପଦ ଥିବା ଅବଧିରେ ଜୀବିକା ଏବଂ ପୁଷ୍ଟିକର ସହାୟତା ପାଇଁ ଓଡ଼ିଶାର ସକ୍ରିୟ ପାରମ୍ପରିକ ମତ୍ସ୍ୟଜୀବୀଙ୍କ ସାମାଜିକ-ଆର୍ଥିକ ଦୃଷ୍ଟିରୁ ପଛୁଆ ୨୪ ହଜାର ପରିବାରକୁ ବାର୍ଷିକ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଇଥାଏ। ଏହାବ୍ୟତୀତ ଓଡ଼ିଶା ଉପକୂଳରେ ଷ୍ଟକ୍‌ ବୃଦ୍ଧି ଏବଂ ଦୀର୍ଘସ୍ଥା ସାମୁଦ୍ରିକ ମାଛ ଧରାକୁ ପ୍ରୋତ୍ସାହନ ଦେବା ଲାଗି ଓଡ଼ିଶା ସରକାରଙ୍କୁ ୯୩ ୟୁନିଟ୍ ଆର୍ଟିଫିସିଆଲ୍‌ ରିଫ୍‌ ମଞ୍ଜୁର କରାଯାଇଛି।

ବିଗତ ପାଞ୍ଚ ବର୍ଷ ମଧ୍ୟରେ ପିଏମଏମଏସୱାଇ ଅଧୀନରେ ପାରମ୍ପରିକ ମତ୍ସ୍ୟଜୀବୀମାନଙ୍କୁ ଡଙ୍ଗା (ବଦଳି) ଏବଂ ଜାଲ ପାଇଁ ଆର୍ଥିକ ସହାୟତା ପାଇଁ ପ୍ରସ୍ତାବକୁ ଓଡ଼ିଶା ସରକାରଙ୍କୁ ୫.୨୩ କୋଟି ଟଙ୍କାର କେନ୍ଦ୍ରୀୟ ଅଂଶ ସହିତ ୧୭.୨୮ କୋଟି ଟଙ୍କାର ମୋଟ ପ୍ରକଳ୍ପ ଖର୍ଚ୍ଚ ଉପରେ ୫୬୦ ୟୁନିଟ୍‌ ପାଇଁ ଆର୍ଥିକ ସହାୟତା ପ୍ରସ୍ତାବକୁ ମଞ୍ଜୁରି ଦିଆଯାଇଛି ଏବଂ ରାଜ୍ୟ ସରକାରଙ୍କ ଠାରୁ ମିଳିଥିବା ଦାବି ଆଧାରରେ କେନ୍ଦ୍ରୀୟ ଅଂଶ ଜାରି କରାଯାଇଛି। ଓଡ଼ିଶା ସରକାର ସୂଚନା ଦେଇଛନ୍ତି ଯେ ବିଗତ ପାଞ୍ଚ ବର୍ଷ ମଧ୍ୟରେ ୨୦୧ ଜଣ ମତ୍ସ୍ୟଜୀବୀଙ୍କୁ ଡଙ୍ଗା ଏବଂ ଜାଲ ବଦଳାଇବା ପାଇଁ ୧ କୋଟି ଟଙ୍କା ପ୍ରଦାନ କରାଯାଇଛି।

ଭାରତ ସରକାରଙ୍କ ମତ୍ସ୍ୟଚାଷ, ପ୍ରାଣୀସମ୍ପଦ ଏବଂ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟ ଅଧୀନ ମତ୍ସ୍ୟ ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦା ଯୋଜନା (ପିଏମଏମଏସୱାଇ) ଅଧୀନରେ ୪୯.୭୧୬ କୋଟି ଟଙ୍କାର କେନ୍ଦ୍ରୀୟ ଅଂଶ ସହିତ ୮୨.୮୬ କୋଟି ଟଙ୍କାର ଖର୍ଚ୍ଚରେ ଓଡ଼ିଶାର ପୁରୀ ଜିଲ୍ଲା ନୂଆଗଡ଼ (ଅସ୍ତରଙ୍ଗ)ରେ ମାଛଧରା ବନ୍ଦର ନିର୍ମାଣ ପାଇଁ ଓଡ଼ିଶା ସରକାରଙ୍କ ପ୍ରସ୍ତାବକୁ ମଞ୍ଜୁର କରାଯାଇଛି। ମତ୍ସ୍ୟଚାଷ, ପ୍ରାଣୀସମ୍ପଦ ଏବଂ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟ ଅଧୀନ ମତ୍ସ୍ୟ ବିଭାଗ ପିଏମଏମଏସୱାଇର କେନ୍ଦ୍ରୀୟ କ୍ଷେତ୍ର ଉପାଦାନ ଅନ୍ତର୍ଗତ ୧୦୦% କେନ୍ଦ୍ରୀୟ ଅଂଶଧନ ସହିତ ୯୯.୭୫ କୋଟି ଟଙ୍କାର ବ୍ୟୟରେ ପାରାଦୀପ ମାଛଧରା ବନ୍ଦରର ଆଧୁନିକୀକରଣ ଏବଂ ଉନ୍ନତିକରଣ ପାଇଁ ପାରାଦୀପ ପୋର୍ଟ ଟ୍ରଷ୍ଟର ପ୍ରସ୍ତାବକୁ ମଞ୍ଜୁର କରାଯାଇଛି।

ଆଜି କେନ୍ଦ୍ର ମତ୍ସ୍ୟଚାଷ, ପ୍ରାଣୀସମ୍ପଦ ଏବଂ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ରାଜୀବ ରଞ୍ଜନ ସିଂ ଓରଫ ଲଲନ ସିଂ ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି।