Categories
ଆଜିର ଖବର

୧୭ ତମ ଦେବଦାସୀ ଅନ୍ତଃରାଷ୍ଟ୍ରୀୟ ନୃତ୍ୟ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟା: ସମ୍ମାନିତ ହେଲେ ୫ ପ୍ରସିଦ୍ଧ ନୃତ୍ୟଶିଳ୍ପୀ

ଭୁବନେଶ୍ୱର: ଦେବଦାସୀ ନୃତ୍ୟମନ୍ଦିର ଦ୍ୱାରା ଆୟୋଜିତ ତିନି ଦିନିଆ ୧୭ ତମ ଦେବଦାସୀ ଅନ୍ତଃରାଷ୍ଟୀୟ ନୃତ୍ୟ ମହୋତ୍ସବ ଓ ନବ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମର ଦ୍ଵିତୀୟ ସନ୍ଧ୍ୟା ଆଜି ଭଂଜକଳlମଣ୍ଡପ ଠାରେ ଅନୁଷ୍ଠିତ ହୋଇ ଯାଇଛି। କୁଚିପୁଡ଼ି, ଛତ୍ରିଆ ଭାରତନାଟ୍ୟମ, ଓଡିଶୀ ର ପ୍ରଖ୍ୟାତ ଶାସ୍ତ୍ରୀୟ ନୃତ୍ୟ ର ପ୍ରତିଷ୍ଠିତ ନୃତ୍ୟଶିଳ୍ପୀ ଙ୍କୁ ଦେବଦାସୀ ରାଷ୍ଟ୍ରୀୟ ସମ୍ମାନ ରେ ସମ୍ମାନିତ କରାଯାଇଛି।

ଆଜି ସନ୍ଧ୍ୟାରେ କୁଚିପୁଡ଼ି, କଥାକ, ଓଡିଶୀ, ଛତ୍ରିଆ ଭାରତନାଟ୍ୟମ ଆଦି ଦେଶର ବିଭିନ୍ନ ଶାସ୍ତ୍ରୀୟ ନୃତ୍ୟରେ ପ୍ରସିଦ୍ଧି ଲlଭ କରିଥିବା ନୃତ୍ୟ ଶିଳ୍ପୀଙ୍କ ନୃତ୍ୟର ତାଳେ ତାଳେ ବିଭୋର ହୋଇଥିଲେ ଦର୍ଶକ। ଦୀର୍ଘ ୧୭ ବର୍ଷ ହେଲା ଦେବଦାସୀ ନୃତ୍ୟ ମନ୍ଦିର ନୃତ୍ୟ କଳା ଓ ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ପ୍ରଚାର ପ୍ରସାର ପାଇଁ ଅନେକ କାର୍ଯ୍ୟକ୍ରମ ବିଭିନ୍ନ ସମୟରେ ଆୟୋଜିତ କରିଆସୁଛି। ଦେବଦାସୀ ନୃତ୍ୟ ମନ୍ଦିରର ପ୍ରତିଷ୍ଠାତା ଜଗବନ୍ଧୁ ଜେନାଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଆଜି ସନ୍ଧ୍ୟାରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ତଥା ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ପ୍ରସନ୍ନ ପଟ୍ଟଶାଣୀ, ବିଧାୟକ ଶଶୀ ଭୂଷଣ ବେହେରା , ସଂସ୍କୃତି ଗବେଷକ ଡ଼ଃ ଗଦାଧର ମହାପାତ୍ର, ଓଡିଶା ଅଭିଭାବକ ମହାସଂଘ ସହ ଅଧକ୍ଷ ପ୍ରସନ୍ନ ବିଷୋୟୀ, ଡ୍ୟାନ୍ସ ଇଣ୍ଡିଆ ମାଗାଜିନ ସମ୍ପାଦକ ବିକ୍ରମ ଗୌଡ଼, ସାଇ ଭେଙ୍କଟେଶ, ବିଜୟ ନନ୍ଦ ଆଦି ଉପସ୍ଥିତ ରହି ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ନୃତ୍ୟ, କଳା ସଂସ୍କୃତି ର ପ୍ରଚାର ପ୍ରସାର ପାଇଁ ଜଗବନ୍ଧୁ ଜେନାଙ୍କ ପ୍ରଚେଷ୍ଟାକୁ ସମସ୍ତ ଅତିଥି ପ୍ରଶଂସା କରିଥିଲେ।

ପ୍ରତିଷ୍ଠିତ ସତ୍ରୀୟା ନୃତ୍ୟଶିଳ୍ପୀ ଭାନୁ ଡେକା, ଭାରତନାଟ୍ୟମରେ କୋଲକାତା ର ଦେବଶ୍ରୀ ମାଜିଲ୍ୟ, କୁଚିପୁଡ଼ି ରେ କ୍ରାନ୍ତି ନାରାୟଣ, ଦେଦୀପ୍ରିୟା ରାମଭକ୍ତ ଆଦି ନୃତ୍ୟ ପରିବେଷଣ କରିଥିଲେ। ଗୁରୁ ଦେବମିତା ସାହୁଙ୍କ ଅନୁଷ୍ଠାନର ଶିଳ୍ପୀମାନେ ଓଡିଶୀ ନୃତ୍ୟ ଦଳଗତ ପ୍ରଦର୍ଶନ କରିଥିଲେ।

କ୍ରାନ୍ତି ନାରାୟଣ (କୁଚିପୁଡ଼ି), ଦେବଶ୍ରୀ ମାଜିଲ୍ୟ( ଭାରତନାଟ୍ୟମ), ଦେବୀପ୍ୟା ରାମଭକ୍ତ (କୁଚିପୁଡ଼ି,) ମୋନଶ୍ରୀ ପାଠକ (ସତ୍ରୀୟା) ସତ୍ତ୍ରୀୟ ରେ ମୋନlଶ୍ରୀ ପାଠକ, ଆଦିଙ୍କୁ ଦେବଦାସୀ ରାଷ୍ଟ୍ରୀୟ ସମ୍ମାନ ରେ ସମ୍ମାନିତ କରାଯାଇଥିଲା। ଓଡିଶୀ ଗୁରୁ ଦେବମିତା ସାହୁ ଓ ନାୟିକା ନୀଳପଦ୍ମା,ସ୍ନେହାଞ୍ଜଳି ସୁଆର, ଅୟଶ୍ରୀ ରାଉତ,କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

୧୭ ତମ ଦେବଦାସୀ ଅନ୍ତଃରାଷ୍ଟ୍ରୀୟ ନୃତ୍ୟ ମହୋତ୍ସବର ପ୍ରଥମ ସନ୍ଧ୍ୟା: ସମ୍ମାନିତ ହେଲେ ସାତ ପ୍ରଖ୍ୟାତ ନୃତ୍ୟଶିଳ୍ପୀ

ଭୁବନେଶ୍ୱର: ଦେବଦାସୀ ନୃତ୍ୟମନ୍ଦିର ଦ୍ୱାରା ଆୟୋଜିତ ତିନି ଦିନିଆ ୧୭ ତମ ଦେବଦାସୀ ଅନ୍ତଃରାଷ୍ଟୀୟ ନୃତ୍ୟ ମହୋତ୍ସବ ଓ ନବ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଆଜି ଭଂଜକଳାମଣ୍ଡପ ଠାରେ ଆରମ୍ଭ ହୋଇଛି। କୁଚିପୁଡ଼ି, ଭାରତନାଟ୍ୟମ, ଓଡିଶୀ, କଥାକଲି ଭଳି ପ୍ରଖ୍ୟାତ ଶାସ୍ତ୍ରୀୟ ନୃତ୍ୟର ପ୍ରତିଷ୍ଠିତ ସାତଜଣ ନୃତ୍ୟଶିଳ୍ପୀଙ୍କୁ ଦେବଦାସୀ ରାଷ୍ଟ୍ରୀୟ ସମ୍ମାନରେ ସମ୍ମାନିତ କରାଯାଇଛି।

ଆଜି ସନ୍ଧ୍ୟାରେ କୁଚିପୁଡ଼ି, କଥାକ, କଥାକଲି, ଓଡିଶୀ, ଭାରତନାଟ୍ୟମ ଆଦି ଦେଶର ବିଭିନ୍ନ ଶାସ୍ତ୍ରୀୟ ନୃତ୍ୟରେ ପ୍ରସିଦ୍ଧି ଲlଭ କରିଥିବା ନୃତ୍ୟ ଶିଳ୍ପୀଙ୍କ ନୃତ୍ୟରେ ବିଭୋର ହୋଇଥିଲେ ଦର୍ଶକ। ଦୀର୍ଘ ୧୭ ବର୍ଷ ହେଲା ଦେବଦାସୀ ନୃତ୍ୟ ମନ୍ଦିର ନୃତ୍ୟ କଳା ଓ ଭାରତୀୟ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଅନେକ କାର୍ଯ୍ୟକ୍ରମ ବିଭିନ୍ନ ସମୟରେ ଆୟୋଜିତ କରିଆସୁଛି। ଦେବଦାସୀ ନୃତ୍ୟ ମନ୍ଦିରର ପ୍ରତିଷ୍ଠାତା ମନୋଜ ଜେନାଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଆଜି ସନ୍ଧ୍ୟାରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ତଥା ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ପ୍ରସନ୍ନ ପଟ୍ଟଶାଣୀ, ଜାତୀୟ ମାନବାଧିକାର କମିଶନ କୋର ସଦସ୍ୟ ମନୋଜ ଜେନା, ଓଡିଶା ଅଭିଭାବକ ମହାସଂଘ ଅଧକ୍ଷ ବାସୁଦେବ ଭଟ୍ଟ, ସହ ଅଧକ୍ଷ ପ୍ରସନ୍ନ ବିଷୋୟୀ, ଡ୍ୟାନ୍ସ ଇଣ୍ଡିଆ ମାଗାଜିନ ସମ୍ପାଦକ ବିକ୍ରମ ଗୌଡ଼, ସାଇ ଭେଙ୍କଟେଶ, ବିଜୟ ନନ୍ଦ ଆଦି ଉପସ୍ଥିତ ରହି ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ।

ନୃତ୍ୟ, କଳା ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଜଗବନ୍ଧୁ ଜେନାଙ୍କ ପ୍ରଚେଷ୍ଟାକୁ ସମସ୍ତ ଅତିଥି ପ୍ରଶଂସା କରିଥିଲେ। ପ୍ରତିଷ୍ଠିତ କଥାକ ନୃତ୍ୟଶିଳ୍ପୀ ପାରିମିତା ମୈତ୍ର, ମୋହିନୀ ଅର୍କାମ ନୃତ୍ୟ ଶିଳ୍ପୀ ଚିତ୍ରା ସୁକୁମାରାନ, ମାହାରୀ ନୃତ୍ୟ ଶିଳ୍ପୀ ରୂପଶ୍ରୀ ମହାପାତ୍ର, ଓଡିଶୀ ରେ ସୁଜାତା ନାୟକ ଆଦିଙ୍କୁ ଦେବଦାସୀ ରାଷ୍ଟ୍ରୀୟ ସମ୍ମାନ ରେ ସମ୍ମାନିତ କରାଯାଇଥିଲା। ଓଡିଶୀ ଗୁରୁ ଦେବମିତା ସାହୁ ଓ ନାୟିକା ନୀଳପଦ୍ମା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡିଶା ଦିବସ, ପରିବେଷଣ ହେଲା ଓଡିଶୀ ସହ ଲୋକନୃତ୍ୟ

ନୂଆଦିଲ୍ଲୀ/ଭୁବନେଶ୍ୱର: ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଏକାଦଶ ଦିବସରେ ଆଜି ଥିଲା ଓଡ଼ିଶା ରାଜ୍ୟ ଦିବସ। ସାଂସ୍କୃତିକ କାର୍ଯ୍ୟକ୍ରମର ଯଥେଷ୍ଟ ପୂର୍ବରୁ ମୁକ୍ତାକାଶ ରଙ୍ଗମଞ୍ଚ ଆମ୍ଫି ଥିଏଟର ବେଶ୍‌ ଲୋକାରଣ୍ୟ ହୋଇଯାଇଥିଲା। ସବୁ ବର୍ଗର ଲୋକଙ୍କୁ ଭରପୂର ମନୋରଞ୍ଜନର ଖୋରାକ ଯୋଗାଇବାର ପ୍ରୟାସ କରିଥିଲା ଓଡ଼ିଶା। ସମସ୍ତେ ପ୍ରତୀକ୍ଷା କରିଥିଲେ ଉପଭୋଗ କରିବା ପାଇଁ ଓଡ଼ିଶାର ଅନନ୍ୟ ଓଡିଶୀ, ସମ୍ବଲପୁରୀ, କଳାହାଣ୍ଡିର ବଜାଶାଲ ଲୋକନୃତ୍ୟ ଏବଂ ଆଧୁନିକ ଫ୍ୟୁଜନ ନୃତ୍ୟ।

ନିର୍ଦ୍ଧାରିତ ସମୟରେ ଓଡ଼ିଶାର ଗ୍ରାମ୍ୟ ଉନ୍ନୟନ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରୀତିରଞ୍ଜନ ଘଡେଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପଜ୍ୱଳନ କରିବା ପରେ, ଗୁରୁ ଶ୍ରୀ ବିଚିତ୍ରାନନ୍ଦ ସ୍ୱାଇଁଙ୍କ ସଂଯୋଜନା ଓ ନିର୍ଦ୍ଦେଶନାରେ ଭୁବନେଶ୍ୱରସ୍ଥିତ ରୁଦ୍ରାକ୍ଷ ଫାଉଣ୍ଡେସନର ଦ୍ୱାରା ପରିବେଷିତ ଓଡିଶୀ ନୃତ୍ୟ ମହାକାଳୀ ବନ୍ଦନା ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।

ପରେ ପରେ, ନିର୍ଦ୍ଦେଶକ ମୋହିତ କୁମାର ସ୍ୱାଇଁଙ୍କ ନିର୍ଦ୍ଦେଶନାରେ ସମ୍ବଲପୁରରୁ ଆସିଥିବା ଲହରୀ ଅନୁଷ୍ଠାନର କଳାକାରମାନଙ୍କ ସମ୍ବଲପୁରୀ ଡାଲଖାଇ ନୃତ୍ୟର ତାଳେତାଳେ ଝୁମି ଉଠିଥିଲା ଆମ୍ଫି ଥିଏଟର। ଦର୍ଶକମାନଙ୍କ ଏହି ଉତ୍ସାହକୁ ଦ୍ୱିଗୁଣିତ କରିଥିଲେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ଆସିଥିବା ମହାବୀର ସାଂସ୍କୃତିକ ଅନୁଷ୍ଠାନର କଳାକାରମାନେ। ପରିବେଷଣ କରିଥିଲେ ଲୋକପ୍ରିୟ ବଜାଶାଲ ନୃତ୍ୟ।

ଶେଷରେ, ଓଡ଼ିଶାର ଖ୍ୟାତନାମା କଣ୍ଠଶିଳ୍ପୀ ସୁସ୍ମିତା ଦାସଙ୍କ ସଙ୍ଗୀତ ମୂର୍ଚ୍ଛନାର ତାଳେତାଳେ ମୋକ୍ଷ ଡ୍ୟାନ୍ସ ଗ୍ରୁପର କଳାକାରମାନେ ଆଧୁନିକ ଫ୍ୟୁଜନ ଡ୍ୟାନ୍ସ ମାଧ୍ୟମରେ ଓଡ଼ିଶାର ବୈଭବମୟୀ ଚିତ୍ରକୁ ଦର୍ଶକଙ୍କ ନିକଟରେ ଉପସ୍ଥାପନ କରିଥିଲେ ।

ଏହି ଅବସରରେ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟìର ନଭେମ୍ବର ସଂସ୍କରଣକୁ ମଧ୍ୟ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରୀତିରଞ୍ଜନ ଘଡେଇ ଏବଂ ଉପସ୍ଥିତ ଅତିଥିଗଣ ଉନ୍ମୋଚନ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀଯୁକ୍ତ ଘଡେଇଙ୍କ ସମେତ ଭଦ୍ରକ ଲୋକସଭା ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ, ଓଡ଼ିଶା ପର୍ଯ୍ୟଟନ ନିଗମର ଅଧ୍ୟକ୍ଷ ଡଃ ଲେନିନ ମହାନ୍ତି, ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସମ୍ପାଦିକା ଶ୍ରୀମତୀ କସ୍ତୁରୀ ମହାପାତ୍ର ଯୋଗ ଦେଇଥିଲେ।

ସେହିପରି ଭାରତ ବାଣିଜ୍ୟ ପ୍ରୋତ୍ସାହନ ସଂସ୍ଥାର ସାଧାରଣ ପରିଚାଳକ ଶ୍ରୀ ଆର.ଏସ.ସାହୁ, ନୂଆଦିଲ୍ଲୀରେ ଅବସ୍ଥାପିତ ଓଡ଼ିଶାର ଆବାସିକ କମିଶନର ଶ୍ରୀ ରବିକାନ୍ତ ଓ ସ୍ୱତନ୍ତ୍ର ଆବାସିକ କମିଶନର ଶ୍ରୀମତୀ ଦେବଯାନୀ ଚକ୍ରବର୍ତ୍ତୀ, ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ, ଓଡ଼ିଶା ପାଭିଲିୟନର ନିର୍ଦ୍ଦେଶକ ଶ୍ରୀ ସୁବାଷ ନିଆଲ ପ୍ରମୁଖ ଉପସ୍ଥିତ ଥିଲେ। ସାଂସ୍କୃତିକ କାର୍ଯକ୍ରମକୁ ସୁପରିଚିତ ସଂଯୋଜିକା ଶ୍ରୀମତୀ ସଂହତି ପାଣି ସଂଯୋଜନା କରିଥିଲ।

Categories
ଜାତୀୟ ଖବର ବିଶେଷ ଖବର ସଂସ୍କୃତି

ଗୁରୁ କେଳୁଚରଣ ମହାପାତ୍ର ଉତ୍ସବର ତୃତୀୟ ସଂଧ୍ୟାରେ ଶୁଭିଲା ବାଦ୍ୟଯନ୍ତ୍ରର ସମଷ୍ଟି – ମ୍ୟୁଜିକାଲ୍‍ ମିଲେଙ୍ଗେ

ଭୁବନେଶ୍ୱର : ସେପ୍ଟେମ୍ବର ୬ ରେ ସୃଜନ ଦ୍ୱାରା ଆୟୋଜିତ ହୋଇଥିବା ୨୮ ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ୨୦୨୨ ର ଦ୍ୱିତୀୟ ସନ୍ଧ୍ୟାରେ ସ୍ମରଣୀୟ ତଥା ସୌନ୍ଦର୍ଯ୍ୟପୂର୍ଣ୍ଣ ଭାବରେ ନୃତ୍ୟ ଏବଂ ସଂଗୀତ ଉପସ୍ଥାପନା କରାଯାଇଥିଲା ଯାହା ସୁଶ୍ରୀ ସୃଷ୍ଟି ସୁରୂପା ମିଶ୍ରଙ୍କ ଦ୍ୱାରା ଆରମ୍ଭ ହୋଇଥିଲାଏବଂ ପରେ ବିଦୁସୀ ଗୀତାଚନ୍ଦ୍ରନ୍‍ଙ୍କ ଦ୍ୱାରା ଭରତନାଟ୍ୟମ୍ ପ୍ରଦର୍ଶନ ଦ୍ୱାରା ସମାପ୍ତ ହୋଇଥିଲା।

ନୃତ୍ୟ, ସଂଗୀତ ଏବଂ ସାଂଗଠନିକ ସଠିକତାର ଆଉ ଏକ ପ୍ରଶଂସନୀୟ ଦିନ ପରେ, ପୁରସ୍କାର ଉତ୍ସବର ତୃତୀୟ ସନ୍ଧ୍ୟାରେ ସମ୍ମାନିତ ଅତିଥି ଭାବେ ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତିର ନିର୍ଦ୍ଦେଶକ ଶ୍ରୀ ରଂଜନ କୁମାର ଦାସ, ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟର ସମ୍ପାଦକ ଶ୍ରୀ ତଥାଗତ ଶତପଥୀ; କାଦମ୍ବିନୀ ପତ୍ରୀକାର ସମ୍ପାଦିକା ଡ଼କ୍ଟର ଇତୀରାଣି ସାମନ୍ତ ଯୋଗଦେଇ ପ୍ରଦୀପ ପ୍ରଜ୍ୱୋଳନ ପରେ ସଂଧ୍ୟାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।

ସୃଜନ ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀ ରତିକାନ୍ତ ମହାପାତ୍ର ଓ ଶ୍ରୀ ଅଗ୍ନିମିତ୍ର ବେହେରାଙ୍କ ଦ୍ୱାରା ପ୍ରତିଷ୍ଠିତ ଶିବାଗ୍ନି ଓଡିଶାର ୧୦ ଜଣ ଶୀର୍ଷ ମାନ୍ୟତା ପ୍ରାପ୍ତ ସଂଗୀତଜ୍ଞଙ୍କ ପ୍ରତିଭା ଏବଂ ଅଭିଜ୍ଞତାର ଏକ ମିଶ୍ରଣ। ସେମାନେ ହେଲେ ବେହେଲାରେ ଶ୍ରୀ ଅଗ୍ନିମିତ୍ରା ବେହେରା, ବଂଶୀରେ ଶ୍ରୀ ଶ୍ରୀନିବାସ ଶତପଥୀ, ଗିଟାରରେ ଶ୍ରୀ ଦେବ ରଂଜନ ନାୟକ ଓ ଶ୍ରୀ ପ୍ରଣବ ପ୍ରଧାନ, କିବୋର୍ଡରେ ଶ୍ରୀରମେଶ ଚନ୍ଦ୍ର ବେହେରା, ତବଲାରେ ଶ୍ରୀ ବିଶ୍ୱ ରଞ୍ଜନ ନନ୍ଦ, ପରକ୍ୟୁସନରେ ଶ୍ରୀ ବୈଭବ କୁମାର ଦାସ ଓ ଶ୍ରୀ ସମୀର ରଂଜନ ପ୍ରଧାନ, ଡ୍ରମରେ ଶ୍ରୀ ବିକସିତ୍‌ ସାହୁ ଏବଂ କଣ୍ଠରେ ଶ୍ରୀ ମିଲନ୍‌ କୁମାର ପଣ୍ଡା।

ସେମାନେ ଜୀବନର ସମସ୍ତ ବାଧା ବିଘ୍ନ ଏବଂ ଅସୁବିଧାଗୁଡ଼ିକର ବିନାଶକାରୀ ଭଗବାନ ଗଣେଶଙ୍କୁ ପ୍ରଣାମ ପୂର୍ବକ ବକ୍ରତୁଣ୍ଡ ମହାକାୟ ସହିତ ସେମାନଙ୍କର ବାଦ୍ୟଯନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ସେମାନଙ୍କର ପରବର୍ତ୍ତୀ ପ୍ରସ୍ତୁତି ଯାହାର ନାମ ଇମ୍ପୋସିଆନ୍‌, ଏକ ଉଚ୍ଚକୋଟୀର ପରିବେଶଣ ଥିଲା ଯାହାକୁ କଳାକାରମାନଙ୍କ ଦ୍ୱାରା ତୀବ୍ରତା ଏବଂ ଉତ୍ସାହ ସହିତ ପରିବେସିତ ହୋଇଥିଲା। ରାଜ୍ୟର ସମୃଦ୍ଧ ସଂସ୍କୃତି ଓ ଐତିହ୍ୟର ମୂଳ ଦୁଆରେ ଓଡ଼ିଶାର ଗର୍ବ ପାଳନ କରି ଶିବାଗ୍ନିତା’ ପରେ ଓଡ଼ିଶୀ ଫ୍ୟୁଜନ୍‌ ପରିବେଶଣ କରିଥିଲେ।

ପରବର୍ତ୍ତୀ ଉପସ୍ଥାପନା ଥିଲା ବର୍ଷାର ଶାନ୍ତକାରୀ ଶବ୍ଦ ପ୍ରଦର୍ଶନ, ଯାହା ଦୂର ତଥା ନିକଟବର୍ତ୍ତୀ ସମସ୍ତଙ୍କ ହୃଦୟକୁ ସ୍ପର୍ଶ କରେ ପରେ ପରେ ସେମାନେ ସନ୍ଥ କବୀରଙ୍କ ଦୋହାକୁ ସଙ୍ଗୀତ ମାଧ୍ୟମରେ ଚିତ୍ରଣ କରିଥିଲେ ଏବଂ ଶେଷରେ ଭଗବାନ ଶିବଙ୍କ ଉପରେ ପର୍ଯ୍ୟବେସିତ ଶିବନାସ ପରିବେଶଣ କରିଥିଲେ। ଶିବାଗ୍ନିର ସଂଗୀତଜ୍ଞମାନଙ୍କ ଦ୍ୱାରା ପରିବେଶିତ ସମସ୍ତ କାର୍ଯ୍ୟକ୍ରମ ଦର୍ଶକଙ୍କୁ ବେଶ୍‍ ଆକର୍ଷିତ କରିଥିଲା।

ସୃଜନ ଅନୁଷ୍ଠାନର ଫେସବୁକ୍‌ପେଜ୍‌ ଏବଂ ୟୁଟ୍ୟୁବ୍‌ ଚ୍ୟାନେଲରେଏହି ପୁରସ୍କାର ଉତ୍ସବର ସିଧା ପ୍ରସାରଣ କରାଯାଉଛି। ଏହି ଉତ୍ସବର ପରିକଳ୍ପନା ସୃଜନ ନିର୍ଦ୍ଦେଶକ ଗୁରୁରତିକାନ୍ତ ମହାପାତ୍ରଙ୍କ ଦ୍ୱାରା କରାଯାଇଥିବା ବେଳେଏହାକୁ କାର୍ଯ୍ୟକାରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର କରିଛନ୍ତି। ଏହିକାର୍ଯ୍ୟକ୍ରମଟିକୁ ଡଃ. ମୃତ୍ୟୁଞ୍ଜୟ ରଥ ଓ ଅନୁଜାତାରିଣୀ ମିଶ୍ର ପରିଚାଳନା କରିଥିଲେ।