Categories
ଆଜିର ଖବର ରାଜ୍ୟ ଖବର ସିନେମା

ଇତିହାସ ରଚିଲା ଓଲିଉଡ଼: ଦୁବାଇରେ ପ୍ରଥମଥର ପାଇଁ ଆୟୋଜିତ ହେଲା ୫ ଷ୍ଟାର ଫିଲ୍ମ ଆୱାର୍ଡସ-୨୦୨୪

ଭୁବନେଶ୍ଵର: ଓଲିଉଡ଼ ଇଣ୍ଡଷ୍ଟ୍ରି ଇତିହାସ ରଚିଛି। ପ୍ରଥମଥର ପାଇଁ ଦୁବାଇରେ ୫ ଷ୍ଟାର ଫିଲ୍ମ ଆୱାର୍ଡସ-୨୦୨୪ ଆୟୋଜିତ ହୋଇଛି। ଆରଆର ଇଭେଣ୍ଟ୍ସ ଆଣ୍ଡ ସିନେ ପ୍ରଡ଼କ୍ସନ ପକ୍ଷରୁ ଦେଶ ବାହାରେ ତଥା ଦୁବାଇରେ ଏହି ଚଳଚ୍ଚିତ୍ର ମହୋତ୍ସବ ଆୟୋଜିତ ହୋଇଛି।

ଏହି ରଙ୍ଗରଙ୍ଗ କାର୍ଯ୍ୟକ୍ରମ ଦୁବାଇର ଶେଖ ରସିଦ ଅଡିଟୋରିଅମରେ ଜାନୁଆରୀ ତେର ତାରିଖ ସନ୍ଧ୍ୟାରେ ଆୟୋଜିତ ହୋଇଥିଲା।

ଓଡ଼ିଶାର ବର୍ଷିଆନ ଅଭିନେତା, ନିର୍ଦ୍ଦେଶକ, ସଂଗୀତ ନିର୍ଦେଶକ ଓ ସଂଳାପ ଲେଖକ ପ୍ରଶାନ୍ତ ନନ୍ଦଙ୍କୁ ଜୀବନବ୍ୟାପୀ ସାଧନା ପାଇଁ ପୁରସ୍କୃତ କରାଯାଇଥିଲା। ଶ୍ରେଷ୍ଠ ଫିଲ୍ମ ଭାବେ ପୁଷ୍କରା, ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ପୁଷ୍କରା ଫିଲ୍ମ ପାଇଁ ଶୁଭ୍ରାଂଶୁ, ଶ୍ରେଷ୍ଠ ପ୍ରଯୋଜକ ଭାବେ ପୁଷ୍କରା ଫିଲ୍ମ ପାଇଁ ରମେଶ ବାରିକଙ୍କୁ ସମ୍ମାନିତ କରାଯାଇଥିଲା।

ଏମରଜିଙ୍ଗ ଫିଲ୍ମ ମେକର ଭାବେ ପ୍ରିତମ ସାହୁଙ୍କୁ ବିଶେଷ ସମ୍ମାନିତ କରାଯାଇଥିଲା।

ଜୁରୀ ମନୋନୀତ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ତାପସ ସରଘରିଆ ଓ ପପୁଲାର ନିର୍ଦ୍ଦେଶକ ଭାବେ ଅଶୋକ ପତିଙ୍କୁ ପ୍ରଦାନ କରାଯାଇଥିଲା।

ଶ୍ରେଷ୍ଠ ଡେବ୍ୟୁଡାଣ୍ଟ ପ୍ରଯୋଜକ ଭାବେ ଜ୍ୟୋତି ରଞ୍ଜନ ମହାନ୍ତିଙ୍କୁ ଡେଲିଭେରୀ ବୟ ଫିଲ୍ମ ପାଇଁ ସମ୍ମାନିତ କରାଯାଇଥିଲା ବେଳେ ଶ୍ରେଷ୍ଠ ଡେବ୍ୟୁଡାଣ୍ଟ ନିର୍ଦ୍ଦେଶକ ଭାବେ ଅଶ୍ବିନୀ ତ୍ରିପାଠୀଙ୍କୁ ସେହି ଡେଲିଭେରୀ ବୟ ଫିଲ୍ମ ପାଇଁ ସମ୍ମାନିତ କରାଯାଇଥିଲା।

ଶ୍ରେଷ୍ଠ ଅଭିନେତା ଭାବରେ ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ପୁଷ୍କରା ଫିଲ୍ମ ପାଇଁ ପୁରସ୍କୃତ କରାଯାଇଥିଲା।

ପୁନମ ମିଶ୍ରଙ୍କୁ କଟକ -ଶେଷରୁ ଆରମ୍ଭ ଫିଲ୍ମ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ସମ୍ମାନିତ କରାଯାଇଥିଲା।

ଶିବାନୀ ସଂଗୀତାଙ୍କୁ ମାଲ୍ୟାଗିରି ଚଳଚ୍ଚିତ୍ର ପାଇଁ ଜୁରୀ ମନୋନୀତ ଶ୍ରେଷ୍ଠ ଅଭିନେତ୍ରୀ ରୂପେ ପୁରସ୍କୃତ କରାଯାଇଥିଲା।

ଅଭିନେତା ଦେବାଶିଷ ପାତ୍ର ଓ ଅଭିନେତ୍ରୀ ଶୀତଲ ପାତ୍ରଙ୍କୁ ବେଷ୍ଟ ପରଫରମର ଭାବେ ସମ୍ମାନିତ କରାଯାଇଥିଲା।

ଏଭରଗ୍ରୀନ ସୁପରଷ୍ଟାର ଭାବେ ଅର୍ଚ୍ଚିତାଙ୍କୁ ମିଳିଥିଲା ଭବ୍ୟ ସମ୍ମାନ।

ଅନ୍ୟତମ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଏଲିନା ସାମନ୍ତରାୟଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା।

ଡେବ୍ୟୁଡାଣ୍ଟ ଅଭିନେତ୍ରୀ ଭାବେ ସ୍ୱପ୍ନା ପ୍ରିୟଦର୍ଶିନୀଙ୍କୁ ଲଭ ଇନ ଲଣ୍ଡନ ଫିଲ୍ମ ପାଇଁ ସମ୍ମାନିତ କରାଯାଇଥିଲା ବେଳେ ଏମରଜିଙ୍ଗ ଅଭିନେତ୍ରୀ ଭାବରେ ଅନୁରାଧା ପାଣିଗ୍ରାହୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।

ଅନ୍ୟ ଶ୍ରେଷ୍ଠ ଅଭିନେତା ଓ ଅଭିନେତ୍ରୀ ଭାବେ ପୁରସ୍କୃତ ହୋଇଥିଲେ ପ୍ରଦ୍ୟୁମ୍ନ ଲେଙ୍କା, ଶ୍ରୀତମ ଦାସ, ସୁବାଶିଷ ଶର୍ମା, ପପୁ ପମ ପମ, ତ୍ରିଭୁବନ ପଣ୍ଡା, ରିୟା ଦେ, ଉଷାଶୀ ମିଶ୍ର, ପୁଷ୍ପା ପଣ୍ଡା, ନମ୍ରତା ଥାପ୍ପା, ପାର୍ଥ ସାରଥୀ ରାୟ ଓ ସମ୍ବିତ ଆଚାର୍ଯ୍ୟ।

ଅନ୍ୟ ବିଶେଷ କାଟେଗୋରୀ ମାନଙ୍କରେ ପ୍ରସିଦ୍ଧ ଲେଖକ ଶଙ୍କର ତ୍ରିପାଠୀ,
ଡି. ଓ. ପି. ଫଲଗୁ ଶତପଥୀଙ୍କୁ ଦିଆ ଯାଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଜୁରୀଙ୍କ ପସନ୍ଦ ଶ୍ରେଷ୍ଠ ଫିଲ୍ମ ପାଇଁ କଟକ -ଶେଷରୁ ଆରମ୍ଭ, ସତ୍ୟ ଘଟଣା ଉପରେ ଆଧାରିତ ସିନେମା ମାଇଣ୍ଡ ଗେମକୁ ଦିୟା ଯାଇଥିଲା।

ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ, ଅଭିଜିତ ମଜୁମଦାର, ଅସଦ ନିଜାମ ଙ୍କୁ ମଧ୍ୟ ଏହି ଅବସରରେ ସେମାନଙ୍କ ଶ୍ରେଷ୍ଠ ସଂଗୀତ ଗୁଡିକ ପାଇଁ ସମ୍ମାନିତ କରାଯାଇଥିଲା।

ଶ୍ରେଷ୍ଠ କଣ୍ଠଶିଳ୍ପୀ ଭାବେ କୁଲଦୀପ, ସ୍ୱୟଂ ପାଢ଼ୀ, ଅନ୍ତରା,ଜ୍ୟୋତିର୍ମୟୀ, ଦିପ୍ତୀରେଖା ଓ କ୍ରିଷ୍ଣା ବେଉରା ଙ୍କୁ ପୁରସ୍କୃତ କରାଯାଇଥିଲା।

ଶ୍ରେଷ୍ଠ ନୃତ୍ୟ ନିର୍ଦ୍ଦେଶନା ପାଇଁ ବିଦ୍ୟୁତ ସେଠିଙ୍କୁ ସମ୍ମାନିତ କରାଯାଇଥିବା ବେଳେ ବଲିଉଡ ଅଭିନେତ୍ରୀ ଅଲିଭ୍ୟା ମୁଖାର୍ଜୀ ଏବଂ ଭୋଜପୁରୀ ଅଭିନେତ୍ରୀ ଅନ୍ତରା ଗୁପ୍ତାଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା।

ଜୁରୀ ଦାଇତ୍ୱରେ ଥିଲେ ଓଡ଼ିଶାର ପ୍ରସିଦ୍ଧ ସିନେ ଲେଖକ ଡ଼. ରଜନୀ ରଞ୍ଜନ ଏବଂ ସଂଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀ।

ଦେଶ ବାହାରେ ଏପରି ଏକ ଓଡ଼ିଆ ଚଳଚ୍ଚିତ୍ର ମହୋତ୍ସବ ପ୍ରଥମ ଥର ପାଇଁ ହୋଇଛି ବୋଲି ପୁରସ୍କୃତ ହୋଇଥିବା କଳାକାର ମାନେ ମତବ୍ୟକ୍ତ କରିଥିଲେ।

ଉକ୍ତ ଚଳଚ୍ଚିତ୍ର ମହୋତ୍ସବ ପାଇଁ OSUAE ଓଡିଶା ସମାଜ ସହଯୋଗ କରିଥିଲେ। ଆରଆର ଇଭେଣ୍ଟ୍ସ ଆଣ୍ଡ ସିନେ ପ୍ରଡ଼କ୍ସନର ମୁଖ୍ୟ ରମେଶ ବାରିକ ଏହି କାର୍ଯ୍ୟକ୍ରମର ମୁଖ୍ୟ ଆୟୋଜକ ଥିଲେ।

ଓଡିଶା ଫିଲ୍ମ ଜଗତରୁ ଆୟୋଜକ ରମେଶ ବାରିକଙ୍କୁ ଏଥିପାଇଁ ମିଳିଛି ଅଜସ୍ର ଶୁଭେଚ୍ଛା ଓ ଶୁଭକାମନା।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର ସିନେମା

ଜୀ-ସାର୍ଥକ ନିବେଦିତ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତିଶୋଧ’ ର ଶୁଭ ମହୁରତ

ଭୁବନେଶ୍ବର: ଓଲିଉଡରେ ଓଡ଼ିଆ ସିନେମାର ବଜାର ଏବେ ସରଗରମ। ଏହି ଗରମାଗରମ ମାହୋଲରେ ମନୋରଞ୍ଜନର ତଡ଼କା ଲଗେଇ ଜୀ-ସାର୍ଥକ ଫିଲ୍ମସ ନିବେଦିତ ଏବଂ ଅଜୟ ରାଉତ ପ୍ରଯୋଜିତ ଆଉ ଏକ ନୂଆ ସିନେମା ‘ପ୍ରତିଶୋଧ’ ର ଶୁଭ ମହୁରତ ଜୀ-ସାର୍ଥକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।

ଅନେକ ସଫଳ ନନ୍ ଫିକ୍ସନ ମନୋରଞ୍ଜନ କାର୍ଯ୍ୟକ୍ରମ ର ନିର୍ଦ୍ଦେଶନା ସହିତ ଅନେକ ଚଳଚ୍ଚିତ୍ର ରେ ମୁଖ୍ୟ ସହଯୋଗୀ ନିର୍ଦ୍ଦେଶକ ଭାବେ କାମ କରିଥିବା ନିର୍ଦ୍ଦେଶକ ସାଇ ସ୍ଵରାଜ ମଙ୍ଗରାଜ (ପୁଚୁ) ଙ୍କ ନିର୍ଦ୍ଦେଶନାରେ ଚଳଚ୍ଚିତ୍ର “ପ୍ରତିଶୋଧ” ନିର୍ମାଣ ହେବାକୁ ଯାଉଛି। ଓଡ଼ିଆ ଚଳଚ୍ଚିତ୍ର ଜଗତର ଆଗଧାଡିର ନାୟିକା ତଥା ଅନେକ ଚଳଚ୍ଚିତ୍ରରେ ନିଜର ଅଭିନୟର ପାରଦର୍ଶିତା ଯୋଗୁଁ ବହୁ ପୁରସ୍କାର ସାଉଁଟିଥିବା ଚୁଲବୁଲି ନାୟିକା ଏଲିନା ସାମନ୍ତରାୟ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ଏଲିନା ଓଡ଼ିଆ ସିନେ ଇଣ୍ଡଷ୍ଟ୍ରି କୁ ଅନେକ ସଫଳ ଚଳଚ୍ଚିତ୍ର ଦେଇଥିବା ବେଳେ ପ୍ରତିଶୋଧ ଚଳଚ୍ଚିତ୍ର ମାଧ୍ୟମରେ ଚଳଚ୍ଚିତ୍ର ଇତିହାସ ରେ ଏକ ମାଇଲ ଖୁଣ୍ଟ ନିଶ୍ଚୟ ସ୍ଥାପନ କରିବ। ଚଳଚ୍ଚିତ୍ରର ଚିତ୍ରନାଟ୍ୟ ତଥା ସଂଳାପ ଭରଦ୍ବାଜ ପଣ୍ଡା ଲେଖିଛନ୍ତି l ସଙ୍ଗୀତ ନିର୍ଦ୍ଦେଶନା ଗୋଲଡି ରଥ ଦେଇଛନ୍ତି।

ଜୀବନରେ ଅନେକ ଦୁଃଖଦ ପରିସ୍ଥିତିକୁ ସାମନା କରିଥିବା ଗୋଟିଏ ସାଧାରଣ ଝିଅ ସମୟ ଅନୁସାରେ କିପରି ପ୍ରତିଶୋଧ ନେଉଛି ତା’ ଉପରେ ଆଧାରିତ ଏହି ଚଳଚ୍ଚିତ୍ରଟି ଜବରଦସ୍ତ ଆକ୍ସନ ଓ ଡ୍ରାମା ସହ ଦର୍ଶକଙ୍କୁ ଏକ ଭିନ୍ନ କାହାଣୀରେ ବାନ୍ଧି ରଖିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି। ଏଲିନା ସାମନ୍ତରାୟଙ୍କ ସମେତ ବରିଷ୍ଠ ଅଭିନେତା କୁନା ତ୍ରିପାଠୀ, ସମରେଶ ରାଉତରାୟ, ବବି ମିଶ୍ର ପ୍ରମୁଖ ଅଭିନୟ କରିଛନ୍ତି। ପ୍ରତିଶୋଧ ଖୁବ ଶୀଘ୍ର ସୁଟିଂ ଫ୍ଲୋର କୁ ଯିବ ବୋଲି ଜୀସାର୍ଥକ ତରଫରୁ ସୂଚନା ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ନୂଆ ଓଡିଆ ଚଳଚ୍ଚିତ୍ର ‘ବିଦ୍ୟାରାଣ’ ର‌ ଅଡିଓ ଲୋକାର୍ପିତ

ଭୁବନେଶ୍ବର: ରାଣ ପଡ଼ିଛି ଓଲିଉଡର ଚୁଲବୁଲି ଅଭିନେତ୍ରୀ ଶିବାନୀଙ୍କ ପାଇଁ ବାବୁଶାନ୍ ଙ୍କ ବିଦ୍ୟାରଣ। ଏଥର ରଥଯାତ୍ରାରେ ଆଉ ସେ ଏ ବିଦ୍ୟାରାଣ ଫିଟିବ। ତଥ୍ୟ ପ୍ରଡକ୍ସନ୍ ସିନେମା ‘ବିଦ୍ୟାରାଣ’ ପ୍ରସ୍ତୁତ କରିଛନ୍ତି। ରଜ ଅବସରରେ ଭୁବନେଶ୍ୱରସ୍ଥିତ ହୋଟେଲ ଏମ୍ପାୟାରସ ଠାରେ ଅଡିଓ ଧୁମ୍ ଧାମରେ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଲୋକାର୍ପିତ ହୋଇଯାଇଛି।

ରଥଯାତ୍ରା ଅବସରରେ” ବିଦ୍ୟାରାଣ” ମୁକ୍ତିଲାଭ କରିବ ବୋଲି ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଏହାର ପ୍ରଯୋଜନା ଭାର ସମ୍ଭାଳିଛନ୍ତି ନିରଞ୍ଜନ ନାୟକ। କାହାଣୀ ସାଙ୍ଗକୁ ନିର୍ଦ୍ଦେଶନା ଭାର ବହନ କରିଛନ୍ତି ଜ୍ୟୋତିଦାସ। ପୂର୍ବରୁ ଜ୍ୟୋତିଙ୍କ ସହିତ ଶିବାନୀ କାମ କରିସାରିଥିଲାବେଳେ ବାବୁସାନଙ୍କ ଏହା ପ୍ରଥମ ସିନେମା।

ଏହାର ସଂଳାପ ଲେଖିଛନ୍ତି ବାପୁ ଗୋସ୍ଵାମୀ। ଗୀତ ରଚନା ନିର୍ମଳ ନାୟକ ଓ ବାପୁ ଗୋସ୍ଵାମୀ କରିଥିଲାବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାଶ। ଗୀତଗୁଡ଼ିକୁ ଗାଇଛନ୍ତି ବାବୁସାନ୍, ଅସୀମା ପଣ୍ଡା, ସ୍ଵୟମ ପାଢ଼ୀ, ଅନନ୍ୟା ଏବଂ ହ୍ୟୁମାନ ସାଗର।

ଫିଲ୍ମରେ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାର ଅଭିନୟ କରୁଛନ୍ତି ଉତ୍ତମ ମହାନ୍ତି, ସାହେବ ସିଂହ, ରାଜା, ସୁଜିତ, ପୁପୁଲ ଭୂୟାଁ, ପ୍ରିୟଙ୍କା,ପିୟୁଷ, ବିଭୁ, ମାନ୍ୟତା ପ୍ରମୁଖ ଅଭିନୟ କରିଛନ୍ତି। ଆକ୍ସନ୍, ରୋମାନ୍ସ ଓ ପାରିବାରିକ ଆବେଗରେ ପରିପୂର୍ଣ ଏହି ସିନେମା ଦର୍ଶକଙ୍କ ମନୋରଞ୍ଜନ କରିବ ବୋଲି ନିର୍ଦ୍ଦେଶକ କହିଛନ୍ତି।

ଅଡିଓ ଲୋକାର୍ପିତ ଉତ୍ସବରେ “ବିଦ୍ୟାରାଣ” ର ସମସ୍ତ କଳାକାର ଓ ଗୀତିକାର,ଗାୟକ ଓ ଗାୟିକା ଉପସ୍ଥିତ ଥିଲେ। ବିଦ୍ଯାରାଣ ର ସମସ୍ତ ଗୀତ ଏବଂ ଭିଡିଓ ଆମର ମ୍ଯୁଜିକ୍ ୟୁଟ୍ଯୁବ ଚ୍ୟାନେଲରେ ଦେଖିବାକୁ ମିଳିବ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ମୁନ ଟିଭିର ନୂଆ ଚଳଚ୍ଚିତ୍ର ‘ପ୍ରେମ କେବେ ହାରେନା’

ଭୁବନେଶ୍ବର: କୋରୋନା ଛାଟ ଭିତରେ ମୁନ ଟିଭି କରି ଚାଲିଛି ରେକର୍ଡ ପରେ ରେକର୍ଡ। ଓଲିଉଡକୁ ଦେଉଛି ଗୋଟିଏ ପରେ ଗୋଟିଏ ଫିଲ୍ମ। ଆଜି ଏକ ବର୍ଣାଢ୍ୟ ପରିବେଶ ମଧ୍ୟରେ ଦେଇଛି ଅନେକ କିଛି ଭଲ ଖବର। ଭୁବନେଶ୍ଵର ଠାରେ ଏକ ଫିଲ୍ମ ର ସୁଟିଂ ଶେଷ ଘୋଷଣା ସହ, “ଲଭ ଫିବର”ର ପୋଷ୍ଟର ରିଲିଜ୍, “ଲଭ ଇମ୍ପସିବୁଲ”ର ଅଡିଓ ରିଲିଜ଼, “ଲଭ ୪୨୦ ” ଓ “ତୁ ସେଇ ନୀଳ ନୟାନା” ର ଫାଷ୍ଟ ଲୁକ ରିଲିଜ଼ କରିଛି। ଏହାସହ “ପ୍ରେମ କେବେ ହାରେନା” ର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି।

ଏହିଁ ଚଳଚ୍ଚିତ୍ରର ଶୁଭମହୁରତ କୁ ଶିଳ୍ପପତି ଶଶୀକୁମାର ସାହୁ କ୍ଲାପ ଦେଇ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ସମାଜସେବୀ ଓ କାହାଣୀକାର ଗଣେଶ ଅଗ୍ରୱାଲ, ଚଳଚ୍ଚିତ୍ରର ନିର୍ଦ୍ଦେଶନାରେ ବିନି ପଟ୍ଟନାୟକ, ପ୍ରଯୋଜକ ସଚ୍ଚିକାନ୍ତ ଜେନା, ଚଳଚ୍ଚିତ୍ର ଓ ସଂଳାପ ଲେଖକ ଡ଼ ରଜନୀ ରଞ୍ଜନ, ସଂଗୀତ ନିର୍ଦ୍ଦେଶକ ବିଜୟ କୁମାର ଓ କ୍ରିଏଟିଭ ହେଡ଼ ପ୍ରଣୟ ଜେଠୀ ଉପସ୍ଥିତ ଥିଲେ। ପ୍ରଥମଥର ପାଇଁ ଡେବ୍ୟୁରେ ଯୋଡ଼ି ଭାବେ ରୋହନ ଗର୍ଗ ଓ ସସ୍ମିତା‌ ସାହୁ‌ ଓଲିଉଡ଼ରେ ପଦାର୍ପଣ କରିବେ। ରୋହନ ଏଥିପୂର୍ବରୁ “ଲଭ ଇମ୍ପସିବୁଲ”, “ରିୟଲ ଲଭ ଷ୍ଟୋରୀ” ରେ ଅଭିନୟ କରି ସାରିଛନ୍ତି।

ସେହିପରି ସସ୍ମିତା “ହାପି ଲକି” ଓ “ଓମ ସ୍ୱାହା”ରେ ଅଭିନୟ କରିସାରିଛନ୍ତି। ଏକାଥରକେ ୧୦ ଟି ଚଳଚ୍ଚିତ୍ର ଘୋଷଣା କରି ମୁନ ଟିଭି ଇତିହାସ ସୃଷ୍ଟି କରିଥିବାବେଳେ ଏଭଳି ଆଉ ଏକ ଉତ୍ସବ ଚଳଚ୍ଚିତ୍ର ସମୀକ୍ଷକଙ୍କ ମଧ୍ୟରେ ଚର୍ଚ୍ଚାର ଖୋରାକ ଯୋଗାଇଛି। ଅନ୍ୟପକ୍ଷରେ ଅଭିନେତା ରୋହନ ମୁନ ଟିଭି ରେ ଦୁଇ ବର୍ଷ ପାଇଁ ଚଳଚ୍ଚିତ୍ର କରିବାକୁ ଚୁକ୍ତି କରାଯିବା ସହ ରୋହନଙ୍କୁ ଟାଟା ସଫାରୀ ଗୋଲଡ଼ ଉପହାର ଦିଆଯାଇଥିଲା।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଓଲିଉଡ଼ରେ ଏଣ୍ଟ୍ରି ମାରିଲା ବ୍ଲିସ ଏଣ୍ଟରଟେନମେଣ୍ଟ, “ମୁଁ ତ ନଥିଲେ କିଛି ହେବନି” ଚଳଚ୍ଚିତ୍ରର ଶୁଭାରମ୍ଭ

ଭୁବନେଶ୍ୱର: ମନୋରଞ୍ଜନ ଦୁନିଆରେ ଆଉ ଏକ ଫର୍ଦ୍ଦ ଯୋଡି ହୋଇଛି। ବଡଦିନରେ ଏକ ଶୁଭ କାର୍ଯ୍ୟରୁ ଆରମ୍ଭ ହୋଇଛି ବ୍ଲିସ ଏଣ୍ଟର୍ଟେନମେଣ୍ଟ। ଓଲିଉଡ଼ରେ ଆଜି ଏହି ପ୍ରଯୋଜନା ସଂସ୍ଥା ଏଣ୍ଟ୍ରି ମାରିଛି। ଏହି ସଂସ୍ଥା ପକ୍ଷରୁ ଭୁବନେଶ୍ୱରର ସତ୍ୟବିହାର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୁବ ପ୍ରଯୋଜକ ସୁବାଷ ସାହୁ ଏସମ୍ପର୍କରେ ସୂଚନା ଦେଇଛନ୍ତି।

ଏହି ପ୍ରଯୋଜନା ସଂସ୍ଥା ପକ୍ଷରୁ ୩ ଟି ଚଳଚ୍ଚିତ୍ରର ନାମ ଘୋଷଣା କରାଯାଇଥିଲା। ପ୍ରଥମଟି ‘ତୋ ଖୁସିରେ ମୋ ଖୁସି’। ଏହି ଚଳଚ୍ଚିତ୍ରର କାହାଣୀ ସୀମାନ୍ତ ଦାସ ରଚନା କରିଥିବାବେଳେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମାନନ୍ଦ। ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ସ୍ୱନାମଧନ୍ୟ ନିର୍ଦ୍ଦେଶକ ଚନ୍ଦନ ମହାପାତ୍ର।

ଦ୍ୱିତୀୟ ଚଳଚ୍ଚିତ୍ରଟି ହେଲା ‘ମୁଁ ତ ନଥିଲେ କିଛି ହେବନି ଆଉ’। ଚଳଚ୍ଚିତ୍ରର କାହାଣୀ, ଚିତ୍ରନାଟ୍ୟ, ସଂଳାପ ଓ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ନିରଞ୍ଜନ ବେହେରା, ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ଅଜୁମଦାର।

ତୃତୀୟ ଚଳଚ୍ଚିତ୍ରଟି ଥିଲା ‘ମିସକଲ’। କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ଦାୟିତ୍ୱରେ ଅଛନ୍ତି ଡ. ରଜନୀ ରଞ୍ଜନ। ସଂଗୀତ ନିର୍ଦ୍ଦେଶନାରେ ବୈଦ୍ୟନାଥ ଦାସ ରହିଥିବାବେଳେ ନିର୍ଦ୍ଦେଶନା ଭାର ଗ୍ରହଣ କରିଛନ୍ତି ସୁଧାକର ବସନ୍ତ।

ପ୍ରଥମ ପର୍ଯ୍ୟାୟରେ ‘ମୁଁ ତ ନଥିଲେ କିଛି ହେବନି ଆଉ’ ଚଳଚ୍ଚିତ୍ରର ଶୁଭ ମହୁରତ ହୋଇ ଜାନୁଆରୀ ମାସରୁ ସୁଟିଂ ଆରମ୍ଭ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କ୍ରିଏଟିଭ୍ ମୁଖ୍ୟ ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି। ଏହି ଚଳଚିତ୍ରରେ ସମ୍ବିତ, ରିୟା, ରାଇମୋହନ, ପ୍ରଜ୍ଞା, ପିଣ୍ଟୁ ନନ୍ଦ, ପ୍ରୀତିରାଜ, ସୁନିତା ପ୍ରମୁଖ ଅଭିନୟ କରୁଥିବା ଜଣାପଡିଛି।