Categories
ଆଜିର ଖବର ଖେଳ ରାଜ୍ୟ ଖବର

ଓସିଏ ସଭାପତି ପଦରୁ ଇସ୍ତଫା ଦେଲେ ପ୍ରଣବ ପ୍ରକାଶ ଦାସ, ଜାଣନ୍ତୁ କାରଣ

ଭୁବନେଶ୍ବର: ଓସିଏ ବା ଓଡିଶା କ୍ରିକେଟ ଆସୋସିଏସନ ସଭାପତି ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି ବିଜେଡିର ଟାଣୁଆ ନେତା ପ୍ରଣବ ପ୍ରକାଶ ଦାସ। ସେ ବ୍ୟକ୍ତିଗତ କାରଣ ତଥା ସମୟ ଦେଇ ପାରୁ ନ ଥିବାରୁ ସେ ଏହି ଇସ୍ତଫା ଦେଇଛନ୍ତି ବୋଲି କହିଛନ୍ତି ଓସିଏ ସଂପାଦକ ସଂଜୟ ବେହେରା। ତେବେ ନିୟମ ଅନୁସାରେ ଓସିଏ ଉପସଭାପତି ପଙ୍କଜ ଲୋଚନ ମହାନ୍ତି ଏହି ଦାୟିତ୍ବରେ ରହିବେ।

ତେବେ ଓସିଏର ନିୟମ ଅନୁସାରେ ଆସନ୍ତା 45 ଦିନ ମଧ୍ୟରେ ସଭାପତି ନିର୍ବାଚନ ଅନୁଷ୍ଠିତ ହେବ। ଏହାପରେ ନୂଆ ସଭାପତି ଦାୟିତ୍ବ ନେବା ପରେ ଓସିଏର ବିକାଶ ଦିଗରେ କାର୍ଯ୍ୟ ଆରମ୍ଭ ହେବ। ପ୍ରଣବ ପ୍ରକାଶ ବିଜେଡି ସରକାରରେ ଥିବା ବେଳେ ସେ ଏହି ବ୍ୟୟ ବହୁଳ ସଂସ୍ଥାର ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ହେଲେ ବିଜେଡି ସରକାରରୁ ଯିବା ପରେ ସେ ଏହି ପଦବୀରେ ଆଉ ବେଶୀ ଦିନ ରହିପାରିବେ ନାହିଁ ବୋଲି ଜଣାପଡିଥିଲା।

Categories
ଆଜିର ଖବର ଖେଳ ଜାତୀୟ ଖବର ରାଜ୍ୟ ଖବର

ଓସିଏ ସଭାପତି ଭାବେ ଦାୟିତ୍ବ ନେଲେ ପ୍ରଣବ ପ୍ରକାଶ, ଷ୍ଟାଣ୍ଡିୟମ ବୁଲି କଲେ ତଦାରଖ

କଟକ: ଆଜି ବିଧିବଧ ଭାବେ ଓସିଏର ସଭାପତି ଦାୟିତ୍ବ ଗ୍ରହଣ କଲେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ। ସେହିପରି ଓସିଏର ଉପସଭାପତି ଭାବେ ପଙ୍କଜ ଲୋଚନ ମହାନ୍ତି ମଧ୍ୟ ଦାୟିତ୍ବ ଗ୍ରହଣ କରିଛନ୍ତି।

ସେହିପରି ସମ୍ପାଦକ ଭାବେ ସଂଜୟ ବେହେରା, କୋଷାଧ୍ୟକ୍ଷ ଭାବେ ବିକାଶ ପ୍ରଧାନଙ୍କ ନାମ ଘୋଷଣା କରାଯାଇଛି । ଆଜି ଓସିଏ ନିର୍ବାଚନ ଅଧିକାରୀ ଏମ ଏଲ ମଜୁମଦାର ଏମାନଙ୍କୁ ବିଜେତା ଭାବେ ଘୋଷଣା କରିଛନ୍ତି। କୌଣସି ପଦ ପାଇଁ କେହି ପ୍ରତିପକ୍ଷ ପ୍ରାର୍ଥୀ ନ ଥିବାରୁ ସମସ୍ତେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି ।

ଆଦି ସଭାପତି ଭାବେ ଦାୟିତ୍ବ ନେବା ପରେ ପ୍ରଣବ ପ୍ରକାଶ ଦାସ ବାରବାଟୀ ଷ୍ଟାଣ୍ଡିୟମ ବୁଲି ଦେଖିଛନ୍ତି। ସେଠାରେ କଣ ଉନ୍ନୟନ କାର୍ଯ୍ୟ କରାଯାଇପାରିବ ସେ ନେଇ ନବ ନିର୍ବାଚିତ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ପ୍ରଣବ ପ୍ରକାଶ ଦାୟିତ୍ବ ନେବା ପରେ ଭବିଷ୍ୟତରେ ଏହି ଷ୍ଟାଣ୍ଡିୟମର ରୂପରେଖ ବଦଳିବ ବୋଲି ଆଶା କରାଯାଉଛି।

Categories
ଖେଳ ଜାତୀୟ ଖବର ବିଶେଷ ଖବର ବ୍ୟକ୍ତିତ୍ୱ

ଓଡିଶା କ୍ରିକେଟ ଆସୋସିଏସନର ସଭାପତି ହେଲେ ପ୍ରଣବ ପ୍ରକାଶ ଦାସ, ନିର୍ଦ୍ବନ୍ଦରେ ନିର୍ବାଚିତ

ଭୁବନେଶ୍ବର: ଓଡିଶା କ୍ରିକେଟ ଆସୋସିଏସନ ବା ଓସିଏ ର ସଭାପତି ହୋଇଛନ୍ତି ବିଜେଡିର ସାଂଗଠନିକ ସଂପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ। ଆଜି ସେ ଓସିଏ ନିର୍ବାଚନରେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି। ପ୍ରଣବ ସଭାପତି ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ହେଲେ ତାଙ୍କ ବିରୋଧରେ କେହି ପ୍ରାର୍ଥୀ ପତ୍ର ଦାଖଲ ନ କରିବାରୁ ତାଙ୍କୁ ଓସିଏ ସଭାପତି ହୋଇଛନ୍ତି।

ସେହିପରି ଉପସଭାପତି ଭାବେ ପଙ୍କଜ ଲୋଚନ ମହାନ୍ତି, ସାଧାରଣ ସଂପାଦକ ଭାବେ ସଂଜୟ ବେହେରା, କୋଷାଧ୍ୟକ୍ଷ ଭାବେ ବିକାଶ ପ୍ରଧାନ ନିର୍ବାଚିତ ହୋଇଛନ୍ତି। ଜଣେ ଲେଖାଏଁ ପ୍ରାର୍ଥୀ ଥିବାରୁ ସମସ୍ତେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ତେବେ ବିଧିବଧ ଭାବେ ଘୋଷଣା ବାକି ରହିଛି।

ନିର୍ବାଚିତ ହେବା ପରେ ପ୍ରଣବ ପ୍ରକାଶ ଦାସ ତାଙ୍କ ପ୍ରତିକ୍ରିୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାିଛନ୍ତି। ଏଥିସହ ସେ ସମସ୍ତ କର୍ମକର୍ତ୍ତା ଏବଂ ଓସିଏ ମେମ୍ବରକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । କ୍ରୀଡ଼ାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଏହି ଦାୟିତ୍ୱ ଦେଇଛନ୍ତି ।

ସେହିପରି ସେ କହିଛନ୍ତି ଯେ, ଓସିଏ ସଭାପତି ହେବା ନେଇ କେବେ ଭାବି ନଥିଲି। ଏବେ ଏହି ଗୁରୁ ଦାୟିତ୍ବ ମିଳିଛି। ରାଜ୍ୟ ସରକାର ଅନବରତ କ୍ରୀଡାର ଉନ୍ନତି ଏବଂ ପ୍ରଗତି ପାଇଁ କାର୍ଯ୍ୟ କରୁଛନ୍ତି। ଆଗାମୀ ଦିନରେ କ୍ରିକେଟର ବିକାଶ ପାଇଁ ସ୍ବତନ୍ତ୍ର ଧ୍ୟାନ ଦିଆଯିବ ବୋଲି ପ୍ରଣବ କହିଛନ୍ତି।