ଓଡିଶା କ୍ରିକେଟ ଆସୋସିଏସନର ସଭାପତି ହେଲେ ପ୍ରଣବ ପ୍ରକାଶ ଦାସ, ନିର୍ଦ୍ବନ୍ଦରେ ନିର୍ବାଚିତ

Published: Oct 21, 2022, 11:34 pm IST

ଭୁବନେଶ୍ବର: ଓଡିଶା କ୍ରିକେଟ ଆସୋସିଏସନ ବା ଓସିଏ ର ସଭାପତି ହୋଇଛନ୍ତି ବିଜେଡିର ସାଂଗଠନିକ ସଂପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ। ଆଜି ସେ ଓସିଏ ନିର୍ବାଚନରେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି। ପ୍ରଣବ ସଭାପତି ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ହେଲେ ତାଙ୍କ ବିରୋଧରେ କେହି ପ୍ରାର୍ଥୀ ପତ୍ର ଦାଖଲ ନ କରିବାରୁ ତାଙ୍କୁ ଓସିଏ ସଭାପତି ହୋଇଛନ୍ତି।

ସେହିପରି ଉପସଭାପତି ଭାବେ ପଙ୍କଜ ଲୋଚନ ମହାନ୍ତି, ସାଧାରଣ ସଂପାଦକ ଭାବେ ସଂଜୟ ବେହେରା, କୋଷାଧ୍ୟକ୍ଷ ଭାବେ ବିକାଶ ପ୍ରଧାନ ନିର୍ବାଚିତ ହୋଇଛନ୍ତି। ଜଣେ ଲେଖାଏଁ ପ୍ରାର୍ଥୀ ଥିବାରୁ ସମସ୍ତେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ତେବେ ବିଧିବଧ ଭାବେ ଘୋଷଣା ବାକି ରହିଛି।

ନିର୍ବାଚିତ ହେବା ପରେ ପ୍ରଣବ ପ୍ରକାଶ ଦାସ ତାଙ୍କ ପ୍ରତିକ୍ରିୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାିଛନ୍ତି। ଏଥିସହ ସେ ସମସ୍ତ କର୍ମକର୍ତ୍ତା ଏବଂ ଓସିଏ ମେମ୍ବରକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । କ୍ରୀଡ଼ାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଏହି ଦାୟିତ୍ୱ ଦେଇଛନ୍ତି ।

ସେହିପରି ସେ କହିଛନ୍ତି ଯେ, ଓସିଏ ସଭାପତି ହେବା ନେଇ କେବେ ଭାବି ନଥିଲି। ଏବେ ଏହି ଗୁରୁ ଦାୟିତ୍ବ ମିଳିଛି। ରାଜ୍ୟ ସରକାର ଅନବରତ କ୍ରୀଡାର ଉନ୍ନତି ଏବଂ ପ୍ରଗତି ପାଇଁ କାର୍ଯ୍ୟ କରୁଛନ୍ତି। ଆଗାମୀ ଦିନରେ କ୍ରିକେଟର ବିକାଶ ପାଇଁ ସ୍ବତନ୍ତ୍ର ଧ୍ୟାନ ଦିଆଯିବ ବୋଲି ପ୍ରଣବ କହିଛନ୍ତି।

Related posts