Categories
ଆଜିର ଖବର ରାଜ୍ୟ ଖବର

ଲୋକସଭା ଆସନ ପାଇଁ ଜାରି ହେଲା ବିଜେଡ଼ି ର ପ୍ରାର୍ଥୀ ତାଲିକା: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ବିରୋଧରେ ଲଢିବେ ପ୍ରଣବ ପ୍ରକାଶ

ଭୁବନେଶ୍ଵର: ୨୦୨୪ ଲୋକସଭା ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ତେଣୁ ସମସ୍ତ ଦଳ ଏବେ ନିଜ ନିଜର ପ୍ରାର୍ଥୀ ଘୋଷଣା କରିବାରେ ବ୍ୟସ୍ତ ଅଛନ୍ତି। ଏହିକ୍ରମରେ ଓଡିଶାର ବିଜୁ ଜନତା ଦଳ ମଧ୍ୟ ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି। ୯ ଟି ଲୋକସଭା ଆସନ ପାଇଁ ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି।

ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ସମ୍ବଲପୁର ଆସନ ପାଇଁ ପ୍ରଣବ ପ୍ରକାଶ ଦାସଙ୍କୁ ବିଜେଡ଼ି ପ୍ରାର୍ଥୀ କରିଥିବା ବେଳେ ସୁନ୍ଦର ଗଡ ଆସନ ପାଇଁ ଦିଲ୍ଲୀପ ତିର୍କୀଙ୍କୁ ପ୍ରାର୍ଥୀ କରିଛି। ସେହିଭଳି ମୟୂରଭଞ୍ଜରୁ ସୁଦାମ ମାରଣ୍ଡୀ, କେନ୍ଦ୍ରାପଡାରୁ ଅଂଶୁମାନ ମହାନ୍ତି, ନବରଙ୍ଗପୁର ଆସନରୁ ପ୍ରଦୀପ ମାଝୀ, ଭୁବନେଶ୍ବର ଆସନ ପାଇଁ ମନ୍ମଥ ରାଉତରାୟଙ୍କୁ ପ୍ରାର୍ଥୀ କରିଛି। ସେହିଭଳି କୋରାପୁଟ ଲୋକସଭା ଆସନ ପାଇଁ କୌଶଲ୍ୟା ହିକ୍କକାଙ୍କୁ ଟିକେଟ ମିଳିଥିବା ବେଳେ ଆସ୍କା ଆସନ ପାଇଁ ରଞ୍ଜିତ ସାହୁଙ୍କୁ ବିଜେଡ଼ି ପ୍ରାର୍ଥୀ କରିଛି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ନା ପରିବାର, ନା ନିଜ ସ୍ବାର୍ଥ; କେବଳ ଦଳିୟ ସ୍ବାର୍ଥରେ ନିଜକୁ ସମର୍ପି ଦେଇଛନ୍ତି ବବି ଦାସ

ଭୁବନେଶ୍ବର: ଗତକାଲି ବିଜେପିରେ ସାମିଲ ହୋଇଛନ୍ତି ଅଭିନେତା ଅରିନ୍ଦମ ରାୟ। ତେବେ ଏଥିରେ କେହି କିଛି ଆଶ୍ଚର୍ଯ୍ୟ ହେବା କଥା ନୁହେଁ। ହେଲେ ସେ ଯେହେତୁ ବିଜେଡିର ତୃତୀୟ କ୍ଷମତା କେନ୍ଦ୍ର ବିଧାୟକ ପ୍ରଣବ ପ୍ରକାଶ ଦାସ ବା ବବି ଦାସଙ୍କ ଭିଣୋଇ ସେଥିପାଇଁ ତାହା ଚର୍ଚ୍ଚା ଚାଲିଛି। ବିଜେଡିର ଯିଏ ଟାଣୁଆ ନେତା ସିଏ କଣ ନିଜ ଭିଣୋଇଙ୍କୁ କେଉଁଠାରେ ହେଲେ ଥଇଥାନ କରିପାରିଲେ ନାହିଁ ? ଏହି ପ୍ରଶ୍ନ ବର୍ତ୍ତମାନ ଓଡିଶା ରାଜନୀତିରେ ଘୁରି ବୁଲୁଛି।

ଅରିନ୍ଦମ ଦୀର୍ଘ ବର୍ଷ ଧରି ବିଜେଡିରେ ସାମିଲ ହୋଇ ଦଳର ସାଧାରଣ ସଂପାଦକ ଥିଲେ। ଦଳ ବିଭିନ୍ନ ଉପନିର୍ବାଚନରେ ତାଙ୍କୁ ଷ୍ଟାର ପ୍ରଚାରକ ମଧ୍ୟ କରିଛି। ସେ 2019 ରେ ବିଧାୟକ ଟିକେଟ ପାଇବେ ବୋଲି ଆଶା କରିଥିଲେ। ହେଲେ ଶେଷ ମୂର୍ହୁର୍ତ୍ତରେ ତାହା ହେଲା ନାହିଁ।  ଯେଉଁ ବବି ଦାସ ଦଳରେ କିଏ କେଉଁ ପଦବୀରେ ରହିବ ଏବଂ କିଏ ମନ୍ତ୍ରୀ ହେବ ତାହା ନିର୍ଦ୍ଧାରଣ କରୁଛନ୍ତି ତାଙ୍କ ଭିଣୋଇଙ୍କ ପାଇଁ କାହିଁକି କିଛି କରିପାରିଲେ ନାହିଁ। ଅନ୍ୟପଟେ ଅରିନ୍ଦମ ଯେ ଜଣେ ଅନୁପଯୁକ୍ତ ପ୍ରାର୍ଥୀ ତାହା ମଧ୍ୟ ନୁହେଁ। ସେ ହେଉଛନ୍ତି ଜଣେ ବିଜୟୀ ସମ୍ଭାବନା ପ୍ରାର୍ଥୀ। ସେଥିରେ ତାଙ୍କୁ ଟିକେଟ ଦେଇଥିଲେ ଏମିତି କିଛି କେହି ନିନ୍ଦା କରିବାର ନ ଥିଲା। ହେଲେ ସେ କଲେ ନାହିଁ।

ସେତିକି ନୁହେଁ ଏହା ପୂର୍ବରୁ ବବିଙ୍କ ମାମୁଁ ଭବନୀ ଶଙ୍କର ଜଗଦ୍ଦେବ ମହାପାତ୍ରଙ୍କୁ ମଧ୍ୟ ବବି କୌଣସି ଥଇଥାନ କଲେ ନାହିଁ। ସେ ୧୯୯୦ ଓ ୧୯୯୫ରେ ବେଗୁନିଆରୁ ନିର୍ବାଚନ ଲଢ଼ିଥିଲେ। ସେ ମଧ୍ୟ ଏଥର ବଡ ଆଶା କରିଥିଲେ ବିଜେଡିରେ ନିଜ ଭଣଜା ବବି ଦାସଙ୍କ ଦବଦବା ଅଛି ମାନେ ଟିକେଟ ମିଳିବ। ଶେଷରେ ତାହା ମଧ୍ୟ ହୋଇପାରିଲା ନାହିଁ। ସେ ମଧ୍ୟ ରାଗରେ କହିଲେ ମୋ ଭଣଜା କିଛି କଲେ ନାହିଁ। ଫଳରେ ସେ ମଧ୍ୟ ବିଜେପିରେ ସାମିଲ ହେଲେ।

ତେବେ ପ୍ରଶ୍ନ ହେଲା ଯେ, ବବି ଦାସ ଏତେ କ୍ଷମତାର ଅଧିକାରୀ ଥାଇ ମଧ୍ୟ ସେ କାହିଁକି ନିଜ ପରିବାର ସଦସ୍ୟକୁ ରାଜନୀତିରେ ଥଇଥାନ କଲେ ନାହିଁ। ତେବେ ତାହାର ଉତ୍ତର ଜାଣିବା ଅପେକ୍ଷା ବବି ଦାସଙ୍କ ନିଜ କଥା ମଧ୍ୟ ଚିନ୍ତା କରାଯାଉ। ସେ ତିନି ଥର ବିଧାୟକ ହୋଇ ସାରିଲେଣି। ୨୦୧୪ ମସିହାରୁ ୨୦୧୭ ମସିହା ଯାଏଁ ସେ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ଏହା ପରେ ସେ ୭ ବର୍ଷ ଧରି ମନ୍ତ୍ରୀ ପଦରୁ ଦୂରେଇ ରହି ସଂଗଠନ କାର୍ଯ୍ୟରେ ଲିପ୍ତ ରହିଛନ୍ତି। ଯିଏ ମନ୍ତ୍ରୀ ତିଆରି କରୁଛନ୍ତି ସେ କାହିଁକି ନିଜେ ମନ୍ତ୍ରୀ ହେଲେ ନାହିଁ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଏଥିରୁ ସ୍ପଷ୍ଟ ଯେ, ବବି ଦାସଙ୍କର ନିଜ ପାଇଁ କିଛି ନାହିଁ କି ପରିବାର ପାଇଁ କିଛି ନାହିଁ, କେବଳ ଦଳ ପାଇଁ ସବୁକିଛି ନୀତିରେ ସେ ଚାଲୁଛନ୍ତି। ତାଙ୍କ ପାଖରେ କେବଳ ସଂଗଠନ ସବୁଠାରୁ ଗୁରୁତ୍ବ ପୂର୍ଣ୍ଣ, ତାକୁ ଛାଡି ଦେଲେ ବୋଧହୁଏ ତାଙ୍କ ପାଇଁ ଆଉ କିଛି ନାହିଁ। ସେଇଥି ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କାର୍ତ୍ତିକ ପାଣ୍ଡିଆନଙ୍କ ସେ ପ୍ରିୟପାତ୍ର ହୋଇ ରହି ଆସିଛନ୍ତି। ତାଙ୍କର ଏପରି ନିଃସ୍ବାର୍ଥପର କାର୍ଯ୍ୟକୁ କେବଳ ଦଳ କାହିଁକି ବିଭିନ୍ନ ମହଲରେ ମଧ୍ୟ ବେଶ ପ୍ରଶଂସା କରାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ବର୍ଷା ସିଂ ବରିହାଙ୍କୁ ଶୁଭେଚ୍ଛା ଜଣାଇଲେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ଦାସ

ଭୁବନେଶ୍ବର: ଆଜି ପଦମପୁର ଉପନିର୍ବାଚନରେ ବାଜିମାତ କରିଛି ବିଜେଡି। ଦଳର ପ୍ରାର୍ଥୀ ବର୍ଷା ସିଂ ବରିହା ବିପୁଳ ଭୋଟରେ ବିଜେପି ପ୍ରାର୍ଥୀଙ୍କୁ ପରାସ୍ତ କରିଛନ୍ତି। ବିଜେଡି ପ୍ରାର୍ଥୀଙ୍କୁ ଏକ ଲକ୍ଷ କୋଡିଏ ହଜାର ଆଠଶହ ସାତ ଖଣ୍ଡ ଭୋଟ ମିଳିଛି। ସେହିପରି ବିଜେପି ପ୍ରାର୍ଥୀଙ୍କୁ ମିଳିଛି ମାତ୍ର ତିନି ହଜାର ପାଞ୍ଚଶହ ଚଉରାନବେ।

ଏହି ବିଜୟରେ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ବର୍ଷାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ, ‘ ପଦମପୁର ବିଧାନସଭା ଉପନିର୍ବାଚନରେ ବିପୁଳ ଭୋଟ ବ୍ୟବଧାନରେ ଐତିହାସିକ ବିଜୟ ହାସଲ କରିଥିବାରୁ ଆମ ଦଳର ପ୍ରାର୍ଥୀ ଶ୍ରୀମତୀ ବର୍ଷା ସିଂ ବରିହାଙ୍କୁ ମୋର ଶୁଭେଚ୍ଛା। ଏହା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ ନେତୃତ୍ଵ ତଥା ପଦମପୁରବାସୀଙ୍କ ଅକୁଣ୍ଠ ଭଲପାଇବା ଓ ଆଶୀର୍ବାଦର ପ୍ରତିଫଳନ।’

Categories
ଆଜିର ଖବର ଖେଳ ଜାତୀୟ ଖବର ରାଜ୍ୟ ଖବର

ଓସିଏ ସଭାପତି ଭାବେ ଦାୟିତ୍ବ ନେଲେ ପ୍ରଣବ ପ୍ରକାଶ, ଷ୍ଟାଣ୍ଡିୟମ ବୁଲି କଲେ ତଦାରଖ

କଟକ: ଆଜି ବିଧିବଧ ଭାବେ ଓସିଏର ସଭାପତି ଦାୟିତ୍ବ ଗ୍ରହଣ କଲେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ। ସେହିପରି ଓସିଏର ଉପସଭାପତି ଭାବେ ପଙ୍କଜ ଲୋଚନ ମହାନ୍ତି ମଧ୍ୟ ଦାୟିତ୍ବ ଗ୍ରହଣ କରିଛନ୍ତି।

ସେହିପରି ସମ୍ପାଦକ ଭାବେ ସଂଜୟ ବେହେରା, କୋଷାଧ୍ୟକ୍ଷ ଭାବେ ବିକାଶ ପ୍ରଧାନଙ୍କ ନାମ ଘୋଷଣା କରାଯାଇଛି । ଆଜି ଓସିଏ ନିର୍ବାଚନ ଅଧିକାରୀ ଏମ ଏଲ ମଜୁମଦାର ଏମାନଙ୍କୁ ବିଜେତା ଭାବେ ଘୋଷଣା କରିଛନ୍ତି। କୌଣସି ପଦ ପାଇଁ କେହି ପ୍ରତିପକ୍ଷ ପ୍ରାର୍ଥୀ ନ ଥିବାରୁ ସମସ୍ତେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି ।

ଆଦି ସଭାପତି ଭାବେ ଦାୟିତ୍ବ ନେବା ପରେ ପ୍ରଣବ ପ୍ରକାଶ ଦାସ ବାରବାଟୀ ଷ୍ଟାଣ୍ଡିୟମ ବୁଲି ଦେଖିଛନ୍ତି। ସେଠାରେ କଣ ଉନ୍ନୟନ କାର୍ଯ୍ୟ କରାଯାଇପାରିବ ସେ ନେଇ ନବ ନିର୍ବାଚିତ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ପ୍ରଣବ ପ୍ରକାଶ ଦାୟିତ୍ବ ନେବା ପରେ ଭବିଷ୍ୟତରେ ଏହି ଷ୍ଟାଣ୍ଡିୟମର ରୂପରେଖ ବଦଳିବ ବୋଲି ଆଶା କରାଯାଉଛି।

Categories
ଖେଳ ଜାତୀୟ ଖବର ବିଶେଷ ଖବର ବ୍ୟକ୍ତିତ୍ୱ

ଓଡିଶା କ୍ରିକେଟ ଆସୋସିଏସନର ସଭାପତି ହେଲେ ପ୍ରଣବ ପ୍ରକାଶ ଦାସ, ନିର୍ଦ୍ବନ୍ଦରେ ନିର୍ବାଚିତ

ଭୁବନେଶ୍ବର: ଓଡିଶା କ୍ରିକେଟ ଆସୋସିଏସନ ବା ଓସିଏ ର ସଭାପତି ହୋଇଛନ୍ତି ବିଜେଡିର ସାଂଗଠନିକ ସଂପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ। ଆଜି ସେ ଓସିଏ ନିର୍ବାଚନରେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି। ପ୍ରଣବ ସଭାପତି ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ହେଲେ ତାଙ୍କ ବିରୋଧରେ କେହି ପ୍ରାର୍ଥୀ ପତ୍ର ଦାଖଲ ନ କରିବାରୁ ତାଙ୍କୁ ଓସିଏ ସଭାପତି ହୋଇଛନ୍ତି।

ସେହିପରି ଉପସଭାପତି ଭାବେ ପଙ୍କଜ ଲୋଚନ ମହାନ୍ତି, ସାଧାରଣ ସଂପାଦକ ଭାବେ ସଂଜୟ ବେହେରା, କୋଷାଧ୍ୟକ୍ଷ ଭାବେ ବିକାଶ ପ୍ରଧାନ ନିର୍ବାଚିତ ହୋଇଛନ୍ତି। ଜଣେ ଲେଖାଏଁ ପ୍ରାର୍ଥୀ ଥିବାରୁ ସମସ୍ତେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ତେବେ ବିଧିବଧ ଭାବେ ଘୋଷଣା ବାକି ରହିଛି।

ନିର୍ବାଚିତ ହେବା ପରେ ପ୍ରଣବ ପ୍ରକାଶ ଦାସ ତାଙ୍କ ପ୍ରତିକ୍ରିୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାିଛନ୍ତି। ଏଥିସହ ସେ ସମସ୍ତ କର୍ମକର୍ତ୍ତା ଏବଂ ଓସିଏ ମେମ୍ବରକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । କ୍ରୀଡ଼ାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଏହି ଦାୟିତ୍ୱ ଦେଇଛନ୍ତି ।

ସେହିପରି ସେ କହିଛନ୍ତି ଯେ, ଓସିଏ ସଭାପତି ହେବା ନେଇ କେବେ ଭାବି ନଥିଲି। ଏବେ ଏହି ଗୁରୁ ଦାୟିତ୍ବ ମିଳିଛି। ରାଜ୍ୟ ସରକାର ଅନବରତ କ୍ରୀଡାର ଉନ୍ନତି ଏବଂ ପ୍ରଗତି ପାଇଁ କାର୍ଯ୍ୟ କରୁଛନ୍ତି। ଆଗାମୀ ଦିନରେ କ୍ରିକେଟର ବିକାଶ ପାଇଁ ସ୍ବତନ୍ତ୍ର ଧ୍ୟାନ ଦିଆଯିବ ବୋଲି ପ୍ରଣବ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଫେମ୍ ଇଣ୍ଡିଆ ପତ୍ରିକାର ଶ୍ରେଷ୍ଠ ବିଧାୟକ ତାଲିକାରେ ଓଡିଶାର ଦୁଇ ବିଧାୟକ ସ୍ଥାନିତ

ନୂଆଦିଲ୍ଲୀ, ଦିଲ୍ଲୀରୁ ପ୍ରକାଶିତ ହେଉଥିବା ହିନ୍ଦି ପତ୍ରିକା ଫେମ ଇଣ୍ଡିଆ ତରଫରୁ ଭାରତର ବିଭିନ୍ନ ବର୍ଗର ଶ୍ରେଷ୍ଠ ବିଧାୟକ ଚୟନ କରାଯାଇଛି। ଏଥିରେ ଭାରତରୁ ବଛାଯାଇଥିବା 50 ଜଣ ବିଧାୟକଙ୍କ ମଧ୍ୟରୁ ଓଡିଶାର ଦୁଇଜଣ ବିଧାୟକ ସ୍ଥାନିତ ହୋଇଛନ୍ତି। ସେମାନେ ହେଲେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଏବଂ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି। ପ୍ରଣବ ପ୍ରକାଶ ଫେମ ଇଣ୍ଡିଆ ଶ୍ରେଷ୍ଠ ଅଭିଳାଷୀ ବିଧାୟକ ଭାବେ ମନୋନିତ ହୋଇଛନ୍ତି। ସେହିପରି କଂଗ୍ରେସ ବିଧାୟକ ତାରା ପ୍ରସାଦ ଶ୍ରେଷ୍ଠ ବାକ୍ ଦକ୍ଷତା ବିଧାୟକ ଭାବେ ମନୋନିତ କରାଯାଇଛି।