Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁଣେରେ ସାଇକେଲ୍‌ ଚାଳନା କଲେ ୫୦ ହଜାର ଅଂଶଗ୍ରହଣକାରୀ
ଆଜିର ଖବର

ପୁଣେରେ ସାଇକେଲ୍‌ ଚାଳନା କଲେ ୫୦ ହଜାର ଅଂଶଗ୍ରହଣକାରୀ

November 29, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପୁଣେରେ ସାଇକେଲ୍‌ ଚାଳନା କଲେ ୫୦ ହଜାର ଅଂଶଗ୍ରହଣକାରୀ
ପୁଣେରେ ସାଇକେଲ୍‌ ଚାଳନା କଲେ ୫୦ ହଜାର ଅଂଶଗ୍ରହଣକାରୀ

ପୁଣେ: କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭୀୟ ରବିବାର ପୁଣେରେ ଐତିହାସିକ ୧୦୦ତମ “ଫିଟ୍ ଇଣ୍ଡିଆ ସଣ୍ଡେଜ୍ ଅନ୍ ସାଇକେଲ୍” କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏହି ଅବସରରେ ସେ ଭାରତର ପ୍ରଥମ ଅଲିମ୍ପିକ୍ ଚଳଚ୍ଚିତ୍ରର ଉନ୍ମୋଚନ କରିଛନ୍ତି। ଏହି ଚଳଚ୍ଚିତ୍ରରେ ଅଭିନେତା ଆୟୁଷ୍ମାନ ଖୁରାନା ଏବଂ କିମ୍ବଦନ୍ତୀ କ୍ରୀଡାବିତ ମୀରାବାଇ ଚାନୁ, ଶୀତଲ ଦେବୀ ଏବଂ ସ୍ମୃତି ମନ୍ଧାନା ଅଭିନୟ କରିଛନ୍ତି।

ଏହି ଚଳଚ୍ଚିତ୍ରଟି ଇଣ୍ଡିଆ ରେଡି ଫର୍‌ ଅଲିମ୍ପିକ୍ସ (#IndiaReady4Olympics) ବାର୍ତ୍ତା ଅନ୍ତର୍ଗତ ଭାରତର ଅଲିମ୍ପିକ୍ ଅଭିଯାନର ଶୁଭାରମ୍ଭକୁ ଦର୍ଶାଇଥାଏ। ଏହା ଦେଶର କ୍ରୀଡା କ୍ଷେତ୍ରରେ ଘଟୁଥିବା ପରିବର୍ତ୍ତନ ଏବଂ ୨୦୩୬ ଅଲିମ୍ପିକ୍ କ୍ରୀଡ଼ା ଆୟୋଜନ କରିବା ପାଇଁ ଭାରତର ମହତ୍ତ୍ୱାକାଂକ୍ଷାକୁ ପ୍ରଦର୍ଶିତ କରେ।

ଏହି ଅବସରରେ ଡକ୍ଟର ମାଣ୍ଡଭୀୟ କହିଥିଲେ, “ଫିଟ୍ ଇଣ୍ଡିଆ ସଣ୍ଡେଜ୍ ଅନ୍ ସାଇକେଲର ୧୦୦ତମ ସଂସ୍କରଣରେ ୫୦ ହଜାରରୁ ଅଧିକ ସାଇକେଲ ଚାଳକ ପୁଣେର ରାସ୍ତା ଦେଇ  ସାଇକେଲ ଚଲାଇଥିଲେ। ଏହି କାର୍ଯ୍ୟକ୍ରମ ଦେଶର ୪୦ ହଜାର ସ୍ଥାନରେ ଅନୁଷ୍ଠିତ ହୋଇଥିଲା। ୨୦୪୭ ସୁଦ୍ଧା ଏକ ବିକଶିତ ଭାରତ ଗଠନ ପାଇଁ ଏକ ସୁସ୍ଥ ଏବଂ ଫିଟ୍ ରାଷ୍ଟ୍ର ଅତ୍ୟାବଶ୍ୟକ ହୋଇଥିବାରୁ ଭାରତୀୟ ଯୁବପିଢ଼ି ଫିଟନେସକୁ ଗ୍ରହଣ କରୁଛନ୍ତି। ଏହି କାର୍ଯ୍ୟକ୍ରମରେ ରେକର୍ଡ ୫୬ ହଜାର ପଞ୍ଜୀକରଣ ହୋଇଥିଲା, ଯାହା ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫିଟ୍ ଇଣ୍ଡିଆ ଦୃଷ୍ଟିକୋଣକୁ ସାକାର କରିଛି।

ଡକ୍ଟର ମାଣ୍ଡଭିଆ କହିଛନ୍ତି, “୨୦୩୬ ଅଲିମ୍ପିକ୍ସ କ୍ରୀଡ଼ା ଆୟୋଜନ କରିବା ପାଇଁ ଭାରତର ଦାବି ପ୍ରତି ୧୦୦ତମ ରବିବାର ସାଇକେଲ ଚାଳନାକୁ ଉତ୍ସର୍ଗ କରାଯାଇଛି। ଆଜି, ଆମେ କେବଳ ସାଇକେଲ ଚଲାଉ ନାହୁଁ, ବରଂ ଛତ୍ରପତି ଶିବାଜୀ ମହାରାଜଙ୍କ ପବିତ୍ର ଭୂମିରୁ ସମଗ୍ର ଦେଶକୁ ଫିଟନେସର ଏକ ଶକ୍ତିଶାଳୀ ବାର୍ତ୍ତା ପ୍ରସାର କରୁଛୁ। ସାଇକେଲର ପ୍ରତ୍ୟେକ ପେଡାଲ୍ ଆମକୁ ଏକ ବିକଶିତ ଭାରତର ଲକ୍ଷ୍ୟ ନିକଟକୁ ନେଇଯାଏ।

ଏହି ଅବସରରେ, ‘ରିଭର୍‌ ସାଇକ୍ଲୋଥନ୍ ୨୦୨୬: ଜଳ ସଂରକ୍ଷଣ ଏବଂ ନଦୀ ସ୍ୱଚ୍ଛତା’ ବିଷୟବସ୍ତୁ ଉପରେ ପୁଣେରେ ୨୫ କିଲୋମିଟର ଏବଂ ୫ କିଲୋମିଟର ସାଇକେଲ ରାଲି ଆୟୋଜନ କରାଯାଇଥିଲା। ଅଂଶଗ୍ରହଣକାରୀମାନେ ଜଳ ସଂରକ୍ଷଣ, ନଦୀକୁ ସଫା କରିବା ଏବଂ ନିଶାମୁକ୍ତ ଭାରତ ଗଠନ କରିବା ପାଇଁ ମଧ୍ୟ ପ୍ରତିଶ୍ରୁତିବଦ୍ଧତା ଦୋହରାଇଥିଲେ। ଏହି କାର୍ଯ୍ୟକ୍ରମଗୁଡ଼ିକ ଦେଶର ୧୦୦ଟି ପ୍ରତିଷ୍ଠିତ ସ୍ଥାନରେ ଏବଂ ପ୍ରତ୍ୟେକ ଜିଲ୍ଲାରେ ଅନୁଷ୍ଠିତ ହୋଇଥିଲା। ୬୦୦ରୁ ଅଧିକ ଜିଲ୍ଲାରେ ଅନୁଷ୍ଠିତ ସାଇକେଲ ଶୋଭାଯାତ୍ରାରେ ଦେଢ଼ ଲକ୍ଷରୁ ଅଧିକ ମାଇ ଭାରତ ସ୍ୱେଚ୍ଛାସେବୀ ଅଂଶଗ୍ରହଣ କରିଥିଲେ। ଡକ୍ଟର ମାଣ୍ଡଭୀୟ ଏହି କାର୍ଯ୍ୟକ୍ରମରେ ଏକ ପୁସ୍ତକ ମଧ୍ୟ ଉନ୍ମୋଚନ କରିଥିଲେ। ଫିଟନେସକୁ ପ୍ରୋତ୍ସାହିତ କରିବା ଏବଂ ଗୋଷ୍ଠୀ ଅଂଶଗ୍ରହଣକୁ ସୁନିଶ୍ଚିତ କରିବା ପାଇଁ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା।

‘ପ୍ରଦୂଷଣର ନିରାକରଣ’ ବାର୍ତ୍ତା ସହିତ ୧୭ ଡିସେମ୍ବର ୨୦୨୪ରେ ଆରମ୍ଭ ହୋଇଥିବା “ସଣ୍ଡେଜ୍‌ ଅନ୍‌ ସାଇକେଲ୍‌ ଶୋଭାଯାତ୍ରା ଏବେ ଏକ ଦେଶବ୍ୟାପୀ ଫିଟନେସ୍ ଆନ୍ଦୋଳନରେ ପରିଣତ ହୋଇଛି। ଏହାର ୧୦୦ଟି କାର୍ଯ୍ୟକ୍ରମରେ ୪୦ ଲକ୍ଷରୁ ଅଧିକ ଲୋକ ଅଂଶଗ୍ରହଣ କରିଛନ୍ତି। ଏହି ପ୍ରୟାସ ଏବେ ୭,୫୦୦ ରୁ ଅଧିକ “ଫିଟ୍ ଇଣ୍ଡିଆ ନମୋ ସାଇକେଲିଂ କ୍ଲବ୍” ପ୍ରତିଷ୍ଠା କରିଛି। ପ୍ରତି ସପ୍ତାହରେ ପ୍ରାୟ ୧୦,୦୦୦ ସ୍ଥାନରେ ବିଭିନ୍ନ କାର୍ଯ୍ୟକଳାପ ଆୟୋଜନ କରାଯାଉଛି।

IndiaReady4Olympics ଡକ୍ଟର ମନସୁଖ ମାଣ୍ଡଭୀୟ ପ୍ରଧାନମନ୍ତ୍ରୀ ମୋଦୀ ଫିଟ୍ ଇଣ୍ଡିଆ ସଣ୍ଡେଜ୍‌ ଅନ୍‌ ସାଇକେଲ ସାଇକେଲ୍‌ ଚାଳନା
Share. Facebook Twitter LinkedIn Email WhatsApp Copy Link

Related Posts

ପରିସୀମନ ବିଲ୍ ପ୍ରସଙ୍ଗ: ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଲେ କଂଗ୍ରେସ ସାଂସଦ ଶଶି ଥରୁର

November 29, 2026

ପଞ୍ଜାବ ନିର୍ବାଚନ ପୂର୍ବରୁ ଆପକୁ ଝଟକା: ଅକାଳୀ ଦଳରେ ଯୋଗଦେଲେ ବିଧାୟକ ଚରଣଜିତ ସିଂହ

November 29, 2026

ବିଜେପିରେ ଯୋଗ ଦେବେ ମହମ୍ମଦ ଶମି!: ନୀତିନ ନବୀନଙ୍କ ସହ ସାକ୍ଷାତ ପରେ ଜୋର ଧରିଲା ଚର୍ଚ୍ଚା

November 29, 2026

ଷ୍ଟାଲିନଙ୍କୁ ମନାଇବାକୁ ଚେନ୍ନାଇରେ ଖଡ଼ଗେ, ସୋନିଆ ଓ ରାହୁଲ

November 29, 2026
Latest News

ପୁଣେରେ ସାଇକେଲ୍‌ ଚାଳନା କଲେ ୫୦ ହଜାର ଅଂଶଗ୍ରହଣକାରୀ

November 29, 2026

ପରିସୀମନ ବିଲ୍ ପ୍ରସଙ୍ଗ: ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଲେ କଂଗ୍ରେସ ସାଂସଦ ଶଶି ଥରୁର

November 29, 2026

ନାଚୁଣୀ ମହାବିଦ୍ୟାଳୟ ଏବିଭିପି ପକ୍ଷରୁ ସାଙ୍ଗଠନିକ ବୈଠକ

November 29, 2026

ପଞ୍ଜାବ ନିର୍ବାଚନ ପୂର୍ବରୁ ଆପକୁ ଝଟକା: ଅକାଳୀ ଦଳରେ ଯୋଗଦେଲେ ବିଧାୟକ ଚରଣଜିତ ସିଂହ

November 29, 2026

ବିଜେପିରେ ଯୋଗ ଦେବେ ମହମ୍ମଦ ଶମି!: ନୀତିନ ନବୀନଙ୍କ ସହ ସାକ୍ଷାତ ପରେ ଜୋର ଧରିଲା ଚର୍ଚ୍ଚା

November 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.