Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଜ୍ୟପାଳଙ୍କୁ ଭେଟିଲେ ଓଡ଼ିଶା ଅର୍ଥସେବା-୨୦୨୦ ବ୍ୟାଚ୍‌ର ୪୯ ଜଣ ପ୍ରଶିକ୍ଷାର୍ଥୀ

ଭୁବନେଶ୍ବର: ଯେକୌଣସି ରାଜ୍ୟ ପାଇଁ ଅର୍ଥ ଯଥେଷ୍ଟ ମହତ୍ତ୍ୱ ରଖିଥାଏ। ଆର୍ଥିକ ସ୍ତରରେ ରାଜ୍ୟ ଯେତେ ସ୍ୱଚ୍ଛଳ ଓ ସଶକ୍ତ ହେବ ରାଜ୍ୟର ବିକାଶ ସେତେ ତ୍ୱରାନ୍ୱିତ ହେବ। ତେଣୁ ଅର୍ଥ (ସମ୍ବଳ) ସଂଗ୍ରହ ଓ ଏହାର ଉପଯୁକ୍ତ ବିନିଯୋଗ ଦିଗରେ ରାଜ୍ୟ ଅର୍ଥସେବା ଅଧିକାରୀଙ୍କ ଗୁରୁଦାୟିତ୍ୱ ରହିଛି ବୋଲି ରାଜ୍ୟପାଳ ଶ୍ରୀ ରଘୁବର ଦାସ କହିଛନ୍ତି।

ଗତକାଲି ରାଜଭବନର ଅଭିଷେକ ହଲ୍‌ରେ ଓଡ଼ିଶା ଅର୍ଥସେବା-୨୦୨୦ ବ୍ୟାଚ୍‌ର ୪୯ ଜଣ ପ୍ରୋବେସନରଙ୍କୁ ଉଦ୍‌ବୋଧନ ଦେବା ଅବସରରେ ରାଜ୍ୟପାଳ ଯୋଜନା ପ୍ରଣୟନ ସମୟରେ ଅର୍ଥର ଯେପରି ଅଭାବ ନ ରହେ ଓ ଆବଣ୍ଟିତ ଅର୍ଥ ଯୋଜନାର ଉଦ୍ଦେଶ୍ୟ ସାଧନ ଦିଗରେ ଏହାର କାର୍ଯ୍ୟକାରିତାରେ କୌଣସି ବ୍ୟତିକ୍ରମ ନରହେ ତାହା ସୁନିଶ୍ଚିତ କରିବା ଅର୍ଥସେବା ଅଧିକାରୀଙ୍କ ପାଇଁ ପ୍ରାଥମିକତା ରହିବ ବୋଲି କହିଥିଲେ।

ଦାୟିତ୍ୱ ନିର୍ବାହ ସମୟରେ ଅଧିକାରୀମାନେ ସମ୍ମୁଖୀନ ହେଉଥିବା ଚାପ ସଂପର୍କରେ ଉଲ୍ଲେଖ କରି ରାଜ୍ୟପାଳ ସେମାନଙ୍କୁ ନିୟମ କାନୁନ୍‌ ଓ ବ୍ୟବସ୍ଥା ସଂପର୍କରେ ଅଭ୍ୟସ୍ତ ରହିବା ସହିତ ନିର୍ଭୀକ ଭାବେ ତଥ୍ୟ ଉପସ୍ଥାପନ କରିବାକୁ କହିଥିଲେ। ସାଧୁତା, ନିଷ୍ଠା, ଦାୟିତ୍ୱ ପ୍ରତି ସଚେତନ, ଜନସାଧାରଣଙ୍କ ପ୍ରତି ସକାରାତ୍ମକ ମନୋଭବ ଓ ନିଜ ଉପରେ ଗଭୀର ବିଶ୍ୱାସ ରଖି କାର୍ଯ୍ୟ କରିବାକୁ ସେ ପ୍ରଶିକ୍ଷାର୍ଥୀମାନଙ୍କୁ ପରାମର୍ଶ ଦେଇଥିଲେ।

ରାଜ୍ୟପାଳ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ରହିଥିବା ସମୟରେ ବଜେଟ୍‌ ପ୍ରସ୍ତୁତି ଓ ଉପସ୍ଥାପନର ଅନୁଭବ ଓ ଅଭିଜ୍ଞତା ବର୍ଣ୍ଣନା କରିବା ସହିତ ଅର୍ଥର ସଠିକ୍‌ ଆବଣ୍ଟନକୁ ସେ ସର୍ବଦା ଗୁରୁତ୍ୱ ଦେଇଆସିଛନ୍ତି ବୋଲି କହିଥିଲେ। ଉଭୟ ଆଭ୍ୟନ୍ତରୀଣ ଅଡ଼ିଟ୍‌ ଓ ସିଏଜି ଅଡ଼ିଟ୍‌ ନିୟମିତ ଭାବେ କରାଗଲେ ଅର୍ଥର ଅପବ୍ୟୟ ରୋକାଯାଇ ପାରିବ ଏବଂ ଖିଲାପକାରୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସମ୍ଭବ ହୋଇପାରିବ ବୋଲି ରାଜ୍ୟପାଳ କହିଥିଲେ ଓ ରାଜ୍ୟର ଅର୍ଥସେବାର ଅଧିକାରୀ ଭାବେ ପ୍ରଶିକ୍ଷାର୍ଥୀମାନେ ଏ ଦିଗରେ ଉଚିତ ପଦକ୍ଷେପ ଗ୍ରହଣ କରିବାକୁ କହିଥିଲେ।

ଖଣିଜ ସଂପଦ ରାଜ୍ୟ ପାଇଁ ପ୍ରକୃତିର ଆଶୀର୍ବାଦ। ଏହାର ଉପଯୁକ୍ତ ବିନିଯୋଗ ଦ୍ୱାରା ରାଜ୍ୟର ସମ୍ବଳ ବୃଦ୍ଧି ହୋଇପାରିବ। କିନ୍ତୁ ଆର୍ଥିକ ଅବ୍ୟବସ୍ଥା କଦାପି ଗ୍ରହଣୀୟ ନୁହେଁ, ଯାହା ରାଜ୍ୟର ହିତର ବିପରୀତ। ତେଣୁ ଏ ଦିଗରେ ଅଧିକ ସତର୍କତା ଅବଲମ୍ବନ ଜରୁରୀ ବୋଲି ରାଜ୍ୟପାଳ ପ୍ରଶିକ୍ଷାର୍ଥୀମାନଙ୍କୁ କହିଥିଲେ। ପ୍ରଧାନମନ୍ତ୍ରୀଙ୍କ ‘ବିକଶିତ ଭାରତ-୨୦୪୭’ରେ ଯୁବଗୋଷ୍ଠୀଙ୍କର ସକି୍ରୟ ଅଂଶଗ୍ରହଣ ଏହାକୁ ସାକାର କରିବ ବୋଲି ରାଜ୍ୟପାଳ କହିଥିଲେ ଓ ଓଡ଼ିଶା ଅର୍ଥସେବାର ପ୍ରଶିକ୍ଷାର୍ଥୀମାନେ ନିଜର ଆଚରଣ ଓ କାର୍ଯ୍ୟ ଦ୍ୱାରା ଅନ୍ୟଙ୍କ ପାଇଁ ପ୍ରେରଣା ହେବାକୁ ସେ ଆହୁରି କହିଥିଲେ। ରାଜ୍ୟପାଳ ପ୍ରଶିକ୍ଷାର୍ଥୀମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।

ପ୍ରୋବେସନରମାନଙ୍କୁ ନିଜର ସ୍ୱାଗତ ଅଭିଭାଷଣରେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶ୍ରୀ ଶାଶ୍ୱତ ମିଶ୍ର ସେମାନଙ୍କୁ ନିଜର ବୁଦ୍ଧି ଓ ବିବେକ ଅନୁମୋଦିତ କାର୍ଯ୍ୟ କରିବାକୁ ଓ ପ୍ରତ୍ୟେକ ଆହ୍ୱାନର ଉଚିତ ମୁକାବିଲା କରିବାକୁ କହିଥିଲେ। ଜଣେ ଦକ୍ଷ ଓ ସଚ୍ଚୋଟ ଅଧିକାରୀ ସହିତ ଜଣେ ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ। ରାଜ୍ୟ ଅର୍ଥସେବାର ଅଧିକାରୀମାନେ ସର୍ବଦା ଦାୟିତ୍ୱ ଓ କର୍ତ୍ତବ୍ୟ ସଂପର୍କରେ ସଚେତନ ରହିବାକୁ ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଏମ୍‌ଡି, ଆର୍‌ଏଏଫ୍‌ଏମ୍‌ର ଅଧିକାରୀମାନେ ଉପସ୍ଥିତ ଥିଲେ।

ଏଠାରେ ସୂଚନାଯୋଗ୍ୟ ଯେ ଓଡ଼ିଶା ଅର୍ଥସେବା-୨୦୨୦ ବ୍ୟାଚ୍‌ର ସମୁଦାୟ ୯୮ ଜଣ ପ୍ରୋବେସନର୍‌ଙ୍କ ମଧ୍ୟରୁ ୪୯ ଜଣ ଭୁବନେଶ୍ୱରସ୍ଥିତ ମଧୁସୂଦନ ରିଜିଓନାଲ୍‌ ଏକାଡେମୀ ଅଫ୍‌ ଫାଇନାନ୍‌ସିଆଲ୍‌ ମ୍ୟାନେଜ୍‌ମେଣ୍ଟରେ ଗତ ଜାନୁଆରୀ ମାସରୁ

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶା ଅର୍ଥସେବାର ପନ୍ଦର ଅଧିକାରୀ ସ୍ୱତନ୍ତ୍ର ସଚିବ ପଦବୀକୁ ହେଲେ ଉନ୍ନୀତ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଅଧୀନରେ କାର୍ଯ୍ୟରତ ୧୫ଜଣ ଅର୍ଥସେବା ଅଧକାରୀଙ୍କ ସ୍ୱତନ୍ତ୍ର ସଚିବ ପଦକୁ ଉନ୍ନିତ ହୋଇଛନ୍ତି। ଅର୍ଥ ବିଭାଗର ନୋଟିଫିକେଶନ ନଂ-୨୦୦୮୭/ଏଫ୍ ତା ୨୯.୭.୨୧ ଅନୁସାରେ ନିହାର ରଞ୍ଜନ ସ୍ୱାଇଁ, ମଧୁସୂଦନ ଏକାଡ଼େମୀର ନିର୍ଦ୍ଦେଶକ ଅଶୋକ କୁମାର ମହାନ୍ତି, କଣ୍ଟ୍ରୋଲର ଅଫ୍ ଆକାଉଣ୍ଟସ୍ ଦିଲ୍ଲୀପ କୁମାର ଶତପଥୀ, ସ୍ଥାନୀୟ ପାଣ୍ଠିର ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି।

ଏଠାରେ ସ୍ମରଣ କରାଇ ଦିଆଯାଇପାରେ ଯେ ନିକଟରେ ଓଡ଼ିଶା ଅର୍ଥ ସେବା କ୍ୟାଡ଼ର ପୁର୍ନଗଠିତ କରାଯାଇ ୧୦୪ଟି ନୂତନ ପଦବୀ ସୃଷ୍ଟି କରାଯାଇଥିଲା। ଏହି ପୁର୍ନଗଠନ ଦ୍ୱାରା ସ୍ଥାନୀୟ ପାଣ୍ଠି କ୍ଷେତ୍ରରେ ଅଧିକ ସ୍ୱଚ୍ଛତା, ଦ୍ରବ୍ୟକର ଓ ସେବା କର ଆଦାୟ ଏବଂ ତଦାରଖ ସହିତ ଟ୍ରେନିଂ ଏବଂ ଆର୍ଥିକ ସଂସ୍କାର କ୍ଷେତ୍ରରେ ଅଧିକ ଅଗ୍ରଗତି କରାଯାଇ ପାରିବ।

ଏହି ପୁନର୍ଗଠନ ଦ୍ୱାରା ଅର୍ଥ ସେବା ଅଧିକାରୀ ମାନଙ୍କର ବହୁତ ଦିନର ଦାବି ପୂରଣ କରିବା ସହିତ ସରକାରଙ୍କର ବିଭିନ୍ନ ବିଭାଗରେ ଆର୍ଥିକ ସୁପରିଚାଳନା ସଠିକ୍ ଭାବରେ କରାଯାଇ ପାରିବ।