Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କୋଡିଏ ମହଲା ଉପରୁ ଖସିପଡି ଓଡିଆ ଶିଳ୍ପପତି ରିତେଶ ଅଗ୍ରୱାଲ ବାପାଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଆଜି ଓଡିଆ ଶିଳ୍ପପତି ତଥା ଓୟେ ହୋଟେଲ ମାଲିକ ରିତେଶ ଅଗ୍ରୱାଲଙ୍କ ବାପା ରମେଶ ଅଗ୍ରୱାଲଙ୍କ ମୃତ୍ୟୁ ହୋଇଛି। ସେ ଗୁରୁଗାଓଁ ର ଏକ ହୋଟେଲର କୋଡିଏ ମହଲାରୁ ଖସି ମୃତ୍ୟୁବରଣ କରିଥିବାର ଜଣାପଡିଛି। ଏହାକୁ ନେଇ ଦିଲ୍ଲୀରେ ଚାଞ୍ଚଲ୍ୟ ଖେଳିଯାଇଛି। ସେ କିପରି ଏତେ ଉପରୁ ଖସି ମୃତ୍ୟୁବରଣ କଲେ ତାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାର ଜଣାପଡିଛି।

ରିତେଶ ନିକଟରେ ବିବାହ କରିଛନ୍ତି। ଏହି ବିବାହରେ ଦେଶର ପ୍ରମୁଖ ଶିଳ୍ପପତି ତଥା ରାଜନେତା ଯୋଗ ଦେଇଥିଲେ। ଏହି ବିବାହ ଦିଲ୍ଲୀର ଏକ ତାରକା ହୋଟେଲରେ କରାଯାଇଥିଲା। ସେହି ବିବାହ ଉତ୍ସବରେ ଯୋଗଦେବା ପାଇଁ ତାଙ୍କର ବାପା ଦିଲ୍ଲୀରେ ଅବସ୍ଥାନ କରୁଥିଲେ। ରିତେଶ ହେଉଛନ୍ତି ଓଡିଶାର ରାୟଗଡା ବାସିନ୍ଦା।