Categories
ଆଜିର ଖବର ଜାତୀୟ ଖବର

ପିସିସି ମୁଖପାତ୍ର ନିଯୁକ୍ତ: ଜାଣନ୍ତୁ ନାମ

ଭୁବନେଶ୍ୱର: ଅଖିଳ ଭାରତ କଂଗ୍ରେସ କମିଟିର ଅନୁମୋଦନ କ୍ରମେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତିଶରତ ପଟ୍ଟନାୟକ ପ୍ରଦେଶ କଂଗ୍ରେସ ଗଣମାଧ୍ୟମ ବିଭାଗର ରିଚାର୍ଜ ୱିଙ୍ଗ୍ ର ଅଧ୍ୟକ୍ଷ ଭାବରେ ରଜନୀ ମହାନ୍ତିଙ୍କୁ ନିଯୁକ୍ତି ଦେଇଛନ୍ତି।

ସେହିପରି ଭାବରେ ଏଆଇସିସିର ଅନୁମୋଦନକ୍ରମେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ନିମ୍ନଲିଖିତ କଂଗ୍ରେସ ନେତୃବୃନ୍ଦଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ଭାବରେ ନିଯୁକ୍ତି ଦେଇଛନ୍ତି। ଯେଉଁମାନେ ମୁଖପାତ୍ର ଭାବେ ନିଯୁକ୍ତି ପାଇଛନ୍ତି ସେମାନେ ହେଲେ ସର୍ବଶ୍ରୀ ପଂଚାନନ ଦାସ, ସିଦ୍ଧାର୍ଥ ରାଉତରାୟ, ହାରାବତୀ ଗଣ୍ଡ, ଜୟଶ୍ରୀ ପାତ୍ର, ଇଂ ଆକାଶ ଭୂୟାଁ, ଜେ. ପଟ୍ଟନାୟକ, ମଧୁସ୍ମିତା ଆଚର୍ଯ୍ୟ ବୋଲି ପ୍ରଦେଶ କଂଗ୍ରେସ ବରିଷ୍ଠ ଉପସଭାପତି ଶ୍ରୀ ଶିବାନନ୍ଦ ରାୟ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି। ଉପରୋକ୍ତ ନେତୃବୃନ୍ଦ ମାନେ ନିଜ ଦାୟୀତ୍ୱକୁ ସୂଚାରୁରୂପେ ସମ୍ପାଦନ କରିବେ ବୋଲି ଶ୍ରୀ ପଟ୍ଟନାୟକ ଆଶାପ୍ରକାଶ କରିଛନ୍ତି।