Categories
ଜାତୀୟ ଖବର ବିଶେଷ ଖବର

କଂଗ୍ରେସର ନୂଆ କମିଟ, କାହାକୁ ଏବଂ କାହିଁକି ମନୋନିତ କଲେ ସଭାପତି ଖାର୍ଗେ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମ ବାର୍ଷିକୀରେ କଂଗ୍ରେସ ଦଳ ଆଜି ତାହାର ସର୍ବୋଚ୍ଚ କର୍ମକର୍ତ୍ତା ସଦସ୍ୟଙ୍କ ନାମ ଘୋଷଣା କରିଛି। କଂଗ୍ରେସ ସଭାପତି ଭାବେ ମଲ୍ଲିକାର୍ଜୁନ ଖାର୍ଗେ ନିର୍ବାଚିତ ହେବା ପରେ ସେ ଏହି ନୂଆ କମିଟ ଗଠନ କରିଛନ୍ତି। ଏହି ବର୍ଷ ଶେଷରେ ପାଞ୍ଚୋଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅଛି। ତାପୂର୍ବରୁ କଂଗ୍ରେସ କାର୍ଯ୍ୟକାରୀ କମିଟି ସହ ଅନ୍ୟ କମିଟ ଘୋଷଣା କରାଯାଇଛି।

ତେବେ ଏହି କମିଟରେ କଂଗ୍ରେସ ରାଜସ୍ଥାନର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କୁ ସିଡବ୍ଲୁସିରେ ସ୍ଥାନିତ କରାଯାଇଛି। ସେହିପରି କଂଗ୍ରେସ ସଭାପତି ପାଇଁ ଖାର୍ଗେ ସହ ଲଢେଇ କରିଥିବା ଶଶି ଥରୁର ମଧ୍ୟ ଏଥିରେ ସ୍ଥାନ ପାଇଛନ୍ତି। ସେହିପରି ଦୀପା ଦାସ ମୁନ୍ସି ଏବଂ ସୟଦ ନାସିର ହୁସେନଙ୍କୁ ସିଡବ୍ଲୁସିରେ ପ୍ରଥମ ଥର ପାଇଁ ପ୍ରବେଶ କରିଛନ୍ତି।

ଶ୍ରୀମତୀ ଦାଶ ମୁନସି ପଶ୍ଚିମବଙ୍ଗର ପୂର୍ବତନ ସାଂସଦ ତଥା ଭେଟେରାନ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ପ୍ରିୟ ରଂଜନ ଦାସ ମୁନସିଙ୍କ ପତ୍ନୀ। ସେହିପରି ଶ୍ରୀମତୀ ହୁସେନ୍ ଜଣେ ରାଜ୍ୟସଭା ସଦସ୍ୟ ଯିଏକି ପୂର୍ବରୁ କଂଗ୍ରେସର ଜାତୀୟ ଗଣମାଧ୍ୟମ ପ୍ୟାନେଲିଷ୍ଟ ଭାବରେ କାର୍ଯ୍ୟ କରିଥିଲେ।

ଶଶି ଥରୁର ତାଙ୍କର ଟୁଇଟରରେ ଏକ ପୋଷ୍ଟରେ କହିଛନ୍ତି ଯେ ତାଙ୍କୁ ମନୋନୀତ କରାଯାଇଥିବାରୁ ଦଳର ସଭାପତିଙ୍କ ଏହି ନିଷ୍ପତ୍ତି ତାଙ୍କୁ ସମ୍ମାନିତ କରିଛି। ସେ କହିଛନ୍ତି ଯେ ଏହି କମିଟରେ ମୋତେ ସାମିଲ କରିଥିବାରୁ ସଭାପତିଙ୍କୁ ଧନ୍ୟବାଦ ଜଣାଉଛି।

ନୂଆ କମିଟକୁ ନେଇ ପୂର୍ବରୁ ଦଳର ସାଧାରଣ ସଂଗଠନ ସମ୍ପାଦକ କେ ସି ଭେନୁଗୋପାଲ କହିଥିଲେ ଯେ ଦଳର ନୂଆ କର୍ମକର୍ତ୍ତାଙ୍କ ବୟସ ପଚାଶ ବର୍ଷରୁ କମ୍ ହେବ। ହେଲେ ବର୍ତ୍ତମାନ ମୋଟ 39 ଜଣ ସିଡବ୍ଲ୍ୟୁସି ସଦସ୍ୟଙ୍କ ମଧ୍ୟରୁ କେବଳ ତିନିଜଣଙ୍କର ବୟସ ପଚାଶ ବର୍ଷରୁ କମ୍ ବୟସ ରହିଛି। ସେମାନେ ହେଲେ ସଚିନ୍ ପାଇଲଟ୍, ଗୋରଭ ଗୋଗୋଇ ଏବଂ କମଲେଶ୍ୱର ପଟେଲ।

ଏହି ନୂଆ କମିଟକୁ ଦଳର ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ମନୋନୀତ କରିଛନ୍ତି। ଏଥିପାଇଁ କୌଣସି ନିର୍ବାଚନ କରାଯାଇ ନାହିଁ। ଗତ ଫେବୃୟାରୀରେ ରାୟପୁରରେ ହୋଇଥିବା କଂଗ୍ରେସ ପରିଚାଳନା କମିଟ ବୌଠକରେ ସିଡବ୍ଲ୍ୟୁସି ସଦସ୍ୟ ମନୋନିତ ନେଇ ଆଲୋଚନା ହୋଇଥିଲେ। ଏଥିରେ ସଭାପତି ଖାର୍ଗେ ତାଙ୍କ ହିସାବରେ ନେତାଙ୍କୁ ମନୋନିତ କରିବା ପାଇଁ ସର୍ବ ସମ୍ମତି କ୍ରମେ ନିଷ୍ପତି ଗ୍ରହଣ କରାଯାଇଥିଲା।

ତେବେ ସେତେବେଳେ ସେହି ନିଷ୍ପତିକୁ ଅଜୟ ମାକେନ୍, ଅଭିଷେକ ମନୁ ସିଂହଭି ଏବଂ ଦିଗବିଜୟ ସିଂଙ୍କ ପରି ନେତାମାନେ ନିର୍ବାଚନ କରାଯାଇ ସଦସ୍ୟ ବଛାଯାଉ ବୋଲି ଦାବୀ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାର ନୂଆ କର୍ମକର୍ତ୍ତାଙ୍କ ନାମ ଘୋଷଣା କଲା ରାଜ୍ୟ କଂଗ୍ରେସ

ଭୁବନେଶ୍ବର: ପ୍ରଦେଶ କଂଗ୍ରେସ କମଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ସୁରେଶ କୁମାର ରାଉତରାୟ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ନୂତନ କମିଟି ଘୋଷଣା କରିଛନ୍ତି। ସେମାନେ ହେଲେ

ଉପଦେଷ୍ଟା
ସୁଧାଂଶୁ ଶେଖର ପଟ୍ଟନାୟକ, ପୃଥିବୀ ବଲ୍ଲଭ ପଟ୍ଟନାୟକ, ଶିଶିର କୁମାର ପରିଡ଼ା, ବିଶ୍ୱଭୂଷଣ ଛୋଟରାୟ, ଅମିତ କୁମାର ମହାନ୍ତି, ସ୍ୱାଗତିକା ପଟ୍ଟନାୟକ, କଳିଙ୍ଗ ସାହୁ, ପ୍ରମୋଦ ସାହାଣି, ନଗେନ ସିଂ, ପଦ୍ମଚରଣ ସୁବୁଦ୍ଧି, ଇନ୍ଦୁ ଭୂଷଣ ଭଞ୍ଜ, ସୁନିଲ କୁମାର ରାଉତରାୟ, ଯୋଗିନାଥ ବାହୁ ବଳେନ୍ଦ୍ର, ପ୍ରମୋଦ ହରିଚନ୍ଦନ।

ଉପ ସଭାପତି
ଅଶୋକ ପାତ୍ର, ସରଣେଶ୍ୱର ସାହୁ, ନୃସିଙ୍ଗ ନାଥ ମିଶ୍ର, ବିଜୟ କିଶୋର ଶିଶିର ଶେଖର ପଟ୍ଟନାୟକ, କୁମାର ଶିଲାଦିତ୍ୟ ପଟ୍ଟନାୟକ, ଧନେଶ୍ୱର ରାଉତରାୟ, ତ୍ରିଲୋଚନ ପ୍ରଧାନ, ମହମ୍ମଦ ଆକବର, ସୁଧାଂଶୁ ମୋହନ ପଟ୍ଟନାୟକ, ସୁବାଷ ପାତ୍ର, ପ୍ରଦୀପ କୁମାର ସ୍ୱାଇଁ, କାଳନ୍ଦୀ ମାଝୀ, ବେଣୁଧର ଭୋଇ, ପ୍ରଶାନ୍ତ ପରିଡ଼ା, ପ୍ରଦୀପ କୁମାର ସାହୁ, ଅଜିତ ଶ୍ରୀଚନ୍ଦନ

ସାଧାରଣ ସଂପାଦକ
ପୂର୍ଣ୍ଣ ଚନ୍ଦ୍ର ଜେନା, ଆଲୋକ ମହାନ୍ତି, ପ୍ରଦୋଷ ହରିଚନ୍ଦନ, ମୃତ୍ୟୁଞ୍ଜୟ ଛୋଟରାୟ, ବିଶ୍ୱଜିତ ରାଉତରାୟ, ରଘୁନାଥ ମଙ୍ଗରାଜ, ବିଭାଷ ଚନ୍ଦ୍ର ମହାପାତ୍ର, ପ୍ରଶାନ୍ତ ବଳିଆରସିଂ, ବିଶ୍ୱନାଥ ଭୋଇ, ଲୁସେନ ରାୟ, ଧୃବ ଚରଣ ମହାପାତ୍ର, ହରି ସୁବୁଦ୍ଧି, ତାପସ କୁମାର ସେଠୀ, ସମସର ଅଲ୍ଲି, ଫକୀର ମୋହନ ସାହୁ।

ସଂପାଦକ
ଇନା ହଲିମ ଖାନ, ଶ୍ରୀମତୀ ଜୟନ୍ତୀ ରାୟ, ବିଭୂତି ହରିଚନ୍ଦନ, ଦିଲ୍ଲୀପ ସେଠୀ, ବିଦ୍ୟୁତକାନ୍ତି ଦତ, ସୁଶାନ୍ତ କୁମାର ଜେନା, ଜିତେନ୍ଦ୍ର ବରାଳ, ଶରତ ଚନ୍ଦ୍ର ସାହୁ, ସୁଧାକର ଜେନା, ସଂଗ୍ରାମ ସାମଲ, ଗିତାଞ୍ଜଳି ସେଠୀ, ସିତା ରାଉତ, ଉଗ୍ରସେନ ବିଶ୍ୱାଳ, ସନ୍ତୋଷ କୁମାର ଷଡ଼ାଙ୍ଗୀ
ଏହି କମିଟିରେ ଖୋର୍ଦ୍ଧା ବ୍ଲକ କଂଗ୍ରେସ ସଭାପତି ଭାବରେ ପଦ୍ମଚରଣ ରାୟ, ଭୁବନେଶ୍ୱର ବ୍ଲକ କଂଗ୍ରେସ ସଭାପତି ଭାବରେ ବିଷ୍ଣୁ ପ୍ରସାଦ ବାହିନୀପତି, ଜଟଣୀ ବ୍ଲକ କଂଗ୍ରେସ ସଭାପତି ଭାବରେ ଧୃବ ଚରଣ ମହାପାତ୍ର ନିଯୁକ୍ତି ପାଇଛନ୍ତି ।

Categories
ଫଟୋ ଖବର

ବନ୍ୟା ପ୍ରଭାବିତ ଲୋକଙ୍କୁ ସାହାର୍ଯ୍ୟ କରିବା ପାଇଁ ବାଲେଶ୍ବରରେ ପ୍ରଦେଶ କଂଗ୍ରେସ କମିଟର ସଭ୍ୟ

ବାଲେଶ୍ବର, ଅଖିଳ ଭାରତୀୟ କଂଗ୍ରେସ କମିଟିର ନିର୍ଦେଶ କ୍ରମେ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ବନ୍ୟା ତଦାରଖ କମିଟି ଆଜି ବାଲେଶ୍ବରର ତଳସାହି, ଜଳେଶ୍ୱର ବନ୍ୟା ପ୍ରଭାବିତ ନାମ୍ପୋ, ଭୋଗ୍ରାଇ, ବିଷ୍ଣୁପୁର ଏବଂ ବାଲିଆପାଲ ବୁଲି ଦେଖିଲେ। ବନ୍ୟା ବାତ୍ୟାରେ ପ୍ରଭାବିତ ହୋଇଥିବା ଲୋକଙ୍କୁ ପାଲ ଓ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ବାଣ୍ଟିଲେ ।