Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରଣକ୍ଷେତ୍ର ପାଲଟିଲା ପିଏମଜି ଛକ, ପୋଲିସ ଉପରକୁ ଚ୍ୟାୟର ଫିଙ୍ଗା, ଆରମ୍ଭ ହେଲା ଲାଠିଚାର୍ଯ୍ୟ, ପାଣିମାଡ

ଭୁବନେଶ୍ବର: ରଣକ୍ଷେତ୍ର ପାଲଟିଛି ଭୁବନେଶ୍ବରର ପିଏମଜି ଛକ। କଂଗ୍ରେସ ଆନ୍ଦୋଳନ ବର୍ତ୍ତମାନ ପାଲଟିଛି ଯୁଦ୍ଧ। ପୋଲିସ ଏବଂ କଂଗ୍ରେସ କର୍ମିଙ୍କ ମଧ୍ୟରେ ଚାଲିଛି ଧସ୍ତାଧସ୍ତା। ଗୋଟିଏ ପରେ ଗୋଟିଏ ବାରିକେଟ ଭାଙ୍ଗିବା ପରେ କର୍ମିମାନେ ବିଧାନସଭାକୁ ପଶିବାକୁ ଉଦ୍ୟମ କରୁଥିଲେ। ହେଲେ ପୋଲିସ ପ୍ରଥମେ ଲାଠି ଚାର୍ଯ୍ୟ ଆରମ୍ଭ କରିଥିଲା। ଏହାକୁ ଦେଖି କଂଗ୍ରେସ କର୍ମୀମାନେ ସଭା ପାଇଁ ଆସିଥିବା ଚ୍ୟାୟର ପୋଲିସ ଉପରକୁ ଫିଙ୍ଗିଥିଲେ।

ତେବେ ପରିସ୍ଥିତି ଉତ୍ତେଜନା ସୃଷ୍ଟି ହେବା ପରେ କର୍ମିଙ୍କ ଉପରକୁ ପୋଲିସ ପାଣିମାଡ ଆରମ୍ଭ କରିଛନ୍ତି। ଫଳରେ ପରିସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣ ବାହାରେ ରହିଛି। ଶତାଧିକ କର୍ମି ଉତେକ୍ତ ହୋଇ ପୋଲିସ ଉପରେ ହିଂସ୍ର ହୋଇପଡିଛି। କଂଗ୍ରେସ କର୍ମିମାନେ ପ୍ରାୟ ଚାରିଟି ବ୍ୟାରିକେଟ ଭାଙ୍ଗି ଆଗକୁ ମାଡିବାରେ ଲାଗିଛନ୍ତି। ତେବେ ପରିସ୍ଥିତି ଦେଖି ପୋଲିସ ଅଧିକ ଫୋର୍ସ ମୁତୟନ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିଧାନସଭାକୁ ପଶିବା ବେଳେ କଂଗ୍ରେସ ନେତା ଓ ପୋଲିସ ଧସ୍ତାଧସ୍ତି, ଲାଗିରହିଛି ଉତ୍ତେଜନା

ଭୁବନେଶ୍ବର: ଆଜି ରାତିରେ କଂଗ୍ରେସ ନେତା ଏବଂ ପୋଲିସ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ବିଧାନସଭା ଭିତରେ ଧାରଣାରେ ବସିଥିବା କଂଗ୍ରେସ ସଦସ୍ୟଙ୍କୁ ଦେଖିବା ପାଇଁ କଂଗ୍ରେସର ପୂର୍ବତନ ବିଧାୟକ ପଶିବାକୁ ଉଦ୍ୟମ କରିଥିଲେ। ହେଲେ ପୋଲିସ ତାଙ୍କୁ ଭିତରକୁ ଛାଡି ନ ଥିଲା। ଫଳରେ ବିଧାନସଭା ଆଗରେ ପୋଲିସ ଓ କଂଗ୍ରେସ କର୍ମିଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲେ। ଯାହାକୁ ନେଇ ରାଜ୍ୟ ରାଜନୀତି ବେଶ ସରଗରମ ହୋଇପଡିଛି।

କଂଗ୍ରେସର ପୂର୍ବତନ ବିଧାୟକ ତଥା ପୂର୍ବତନ ବିରୋଧୀ ଦଳର ନେତା ନରସିଂହ ମିଶ୍ର, ଜୟଦେବ ଜେନା, ନିରଞ୍ଜନ ପଟ୍ଟନାୟକ ଏବଂ ସଭାପତି ଭକ୍ତ ଦାସ ବିଧାନସଭାକୁ ପ୍ରବେଶ କରିବା ପାଇଁ ଚାହିଁଥିଲେ। ହେଲେ ତାଙ୍କୁ ପୋଲିସ ଅଟକାଇଥିଲା। ସେମାନଙ୍କ ଅଭିଯୋଗ ହେଲା ଯେ, ଗୃହ ଭିତରେ କଂଗ୍ରେସ ସଦସ୍ୟ ଧାରଣ ଦେଇଛନ୍ତି। ସେମାନେ ଖାଇଲେ କି ନାହିଁ, କେମିତି ସ୍ବାସ୍ଥ୍ୟ ଅବସ୍ଥା ରହିଛି ତାହା ଜାଣିବା ପାଇଁ ଆମେ ବିଧାନସଭାକୁ ଯାଉଥିଲୁ। ହେଲେ ପୋଲିସ କଣ ପାଇଁ ଅଟକାଇଲା ବୋଲି ପ୍ରଶ୍ନ କରିଛନ୍ତି ଜୟଦେବ ଜେନା।

ଏପଟେ ପରିସ୍ଥିତି ଜଟିଳ ହେଉଥିବାରୁ ପୋଲିସ ବିଧାନସଭା ଚାରିପଟେ 163 ଧାରା ଲାଗୁ କରିଛନ୍ତି। ଫଳରେ ଧାରଣରେ ବସିରହିଥିବା କଂଗ୍ରେସ କର୍ମିଙ୍କୁ ପୋଲିସ ଉଠାଇ ନେଇଛି। ବର୍ତ୍ତମାନ ସୁଦ୍ଧା ବିଧାନସଭା ଆଗରେ ଉତ୍ତେଜନା ଲାଗି ରହିଥିବାର ଜଣାପଡିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆସନ୍ତା ୨୭ ତାରିଖରେ ବିଧାନସଭା ଘେରିବ କଂଗ୍ରେସ, ଜାଣନ୍ତୁ କଣ ରହିଛି କାରଣ

ଭୁବନେଶ୍ୱର: ରାଜ୍ୟ ସରକାର ମହିଳାମାନଙ୍କୁ ସୁରକ୍ଷା ଯୋଗାଇବାରେ ବିଫଳ ବିରୁଦ୍ଧରେ ପିସିସି  ଆସନ୍ତା ୨୭ ତାରିଖ ଦିନ ବିଧାନସଭା ଘେରାଉ କରିବ କଂଗ୍ରେସ। ଏହାର ନେତୃତ୍ବ ନେବେ ସଭାପତି ଶ୍ରୀ ଭକ୍ତ ଚରଣ ଦାସ। ତାଙ୍କ ଆହ୍ଵାନରେ ଏବଂ ନେତୃତ୍ୱରେ ରାଜ୍ୟର ସମସ୍ତ ଜିଲ୍ଲାରୁ ବହୁ କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ସାମିଲ ହେବେ।ଏଥିନେଇ ରାଜ୍ୟର ସମସ୍ତ ଜିଲ୍ଲା ପ୍ରସ୍ତୁତି ବୈଠକ କରାଯାଇଛି। ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ।

ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ ଦାଶ କହିଥିଲେ କି ବିଧାନସଭା ଘେରାଉ ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା ପ୍ରଭାରୀ ମହମ୍ମଦ ଇମଦାଦଙ୍କ ଉପସ୍ଥିତିରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକ ରେ ଭୁବନେଶ୍ଵରର ବହୁ କଂଗ୍ରେସ କର୍ମୀ,ନେତୃବୃନ୍ଦ,ଶୁଭେଚ୍ଛୁ ଯୋଗଦେଇ ବିଧାନସଭା ଘେରାଉ କାର୍ଯ୍ୟକ୍ରମ ବାବଦରେ ହୋଇଥିବା ଆଲୋଚନାରେ ଅଂଶ ଗ୍ରହଣ କରି ସୁଚିନ୍ତିତ ମତାମତ ଦେଇଥିଲେ।

ଆଜିର ସାମ୍ବାଦିକ ସମ୍ମିଳନୀ ଏବଂ ପ୍ରସ୍ତୁତି ବୈଠକରେ ଡ଼ ଦେବାଶିଷ ପଟ୍ଟନାୟକ,ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ ଦାଶ ଙ୍କ ସମେତ ଜିଲ୍ଲା ପ୍ରଭାରୀ ମହମ୍ମଦ ଇମଦାଦ, ବରିଷ୍ଠ କଂଗ୍ରେସ ନେତ୍ରୀ ପ୍ରଣତି ମିଶ୍ର,ବେଣୁଧର ପାତ୍ର,ବିଧାୟକ ପାର୍ଥି ଅଶୋକ ଦାଶ,ପ୍ରଶାନ୍ତ ଚମ୍ପତି,ପ୍ରକାଶ ଜେନା,ପିସିସି ମୁଖପାତ୍ର ରଜନି କୁମାର ମହାନ୍ତି ,ସୁବ୍ରତ ମହାପାତ୍ର, ଶ୍ରିୟାସ୍ମିତା ପଣ୍ଡା, ଆଶିଷ ମଲ୍ଲିକ,ମିହିର ଆଚାର୍ଯ୍ୟ,ଅକ୍ଷୟ ଦାଶ,ପତିଆ ଜେନା,ଜ୍ୟୋତି ମହାନ୍ତି,ପ୍ରମୁଖ ବହୁ କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆସନ୍ତା ୨୭ ତାରିଖ ବିଧାନସଭା ଘେରାଉ ପାଇଁ ପର୍ଯ୍ୟବେକ୍ଷକ ଓ ପ୍ରବକ୍ତା ନିଯୁକ୍ତି କଲା କଂଗ୍ରେସ, ଜାଣନ୍ତୁ କାହାକୁ କଣ ଦାୟିତ୍ବ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଡାକରାରେ ଆଗାମୀ ୨୭ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥ‌ିବା ବିଧାନସଭା ଘେରାଉ କାର‌୍ୟ୍ୟକ୍ରମକୁ ସଫଳ କରିବା ଏବଂ ଜିଲ୍ଲାରୁ ଯେପରି ବହୁ ସଂଖ୍ୟାରେ କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନେ ଯୋଗଦେବେ ସେଥ‌ିପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତଚରଣ ଦାସ ପ୍ରତ୍ୟେକ ଜିଲ୍ଲା ନିମନ୍ତେ ପର୍ଯ୍ୟବେକ୍ଷକ ଓ ପ୍ରବକ୍ତା ନିଯୁକ୍ତି କରିଛନ୍ତି ।

ଖୁବଶ୍ରୀଘ୍ର ଏହି ପର୍ଯ୍ୟବେକ୍ଷକ ଓ ପ୍ରବକ୍ତାମାନେ ସଂପୃକ୍ତ ଜିଲ୍ଲା ସଭାପତିଙ୍କୁ ଯୋଗାଯୋଗ କରି ଜିଲ୍ଲା ଗସ୍ତ କରିବେ ଏବଂ ବହୁ ସଂଖ୍ୟାରେ କଂଗ୍ରେସ କର୍ମୀମାନଙ୍କୁ କାର‌୍ୟ୍ୟକ୍ରମରେ ଯୋଗଦେବା ପାଇଁ ବିହିତ ବ୍ୟବସ୍ଥା ଗ୍ରହଣ କରିବେ । ସେହିପରି ପ୍ରବକ୍ତାମାନେ ସ୍ଥାନୀୟ ଗଣମାଧ୍ୟମଙ୍କ ଜରିଆରେ ଏହି ବାର୍ତାକୁ ଜନାସଧାରଣଙ୍କ ନିକଟରେ ପଂହଚାଇବାକୁ ଶ୍ରୀ ଦାସ ନିର୍ଦ୍ଦେଶ ଦେଇଛନ୍ତି।

ଏହି ପରିପ୍ରେକ୍ଷୀରେ ଅନୁଗୁଳ ଜିଲ୍ଲା ପାଇଁ ଯଥାକ୍ରମେ ପର‌୍ୟ୍ୟବେକ୍ଷକ ଭାବେ ଅମିୟ ପଟ୍ଟନାୟକ ଓ ପ୍ରବକ୍ତାଭାବେ ଜୟଶ୍ରୀ ପାତ୍ର ନିଯୁକ୍ତି ପାଇଥିବା ବେଳେ ବାଲେଶ୍ଵର ପାଇଁ ପଦ୍ମାକର ଗୁରୁ, ବନ୍ଦିତା ପରିଡ଼ା, ବରଗଡ଼- ଆକବର ଖାନ, ଘାସିରାମ ମାଝୀ, ଭଦ୍ରକ ଅଜିତ ଜେନା, ପଦ୍ମାକର ଗୁରୁ, ଭୁବନେଶ୍ୱର- ମହମ୍ମଦ ଇମଦାଦ, ପଂଚାନନ କାନୁନଗୋ, ବଲାଙ୍ଗୀର- ସୁଜିତ ପାଢ଼ୀ, ନକୁଳ ନାୟକ, ବୌଦ୍ଧ- ସଂଗ୍ରାମ କେଶରୀ ମହାନ୍ତି, ହମିଦ ହୁସେନ, କଟକ-ଅମରେଶ ପରିଡ଼ା, ବିଜୟଲକ୍ଷ୍ମୀ ସାହୁ, କଟକ ସିଟି- କିଶୋର ଜେନା, ବିଜୟଲକ୍ଷ୍ମୀ ସାହୁ, ଦେବଗଡ଼-ବଲବିର ସିଂ, ମନୋଜ ବିଶ୍ୱାଳ, ଢ଼େଙ୍କାନାଳ-ଚିନ୍ମୟ ସୁନ୍ଦର ଦାସ, ବିଶ୍ୱଜିତ ଦାସ, ଗଞ୍ଜାମ ପୂର୍ବ- ପ୍ରଦୀପ୍ତ କୁମାର ଦାସ, ସୋନାଲି ସାହୁ, ଗଞ୍ଜାମ ପଶ୍ଚିମ- ବିଜୟ କୁମାର ପ୍ରଧାନ, ସୋନାଲି ସାହୁ, ଗଜପତି- ଦୁର୍ଗା ପଣ୍ଡା, ସଂଗ୍ରାମ ମହାନ୍ତି, ଜଗତସିଂହପୁର-ଶ୍ରୀନିବାସ ରାଉତରାୟ, ଗିରିବାଳା ବେହେରା, ଯାଜପୁର-ଚିନ୍ମୟ ପ୍ରସାଦ ବେଉରା, ସୁଦର୍ଶନ ଦାସ, ଝାରସୁଗୁଡ଼ା- ସତ୍ୟନାରାୟଣ ଦେବତା, ପ୍ରକାଶ ମିଶ୍ର, କଳାହାଣ୍ଡି-ମନୋରଞ୍ଜନ ତ୍ରିପାଠୀ, ଅଜିତ ଦାସ, କନ୍ଧମାଳ- ଡ. ଲଲାଟେନ୍ଦୁ ମହାପାତ୍ର, ଅମରେଶ ପରିଡ଼ା, କେନ୍ଦ୍ରାପଡ଼ା-ମନୋଜ ବିଶ୍ୱାଳ, ୟାସିର ନୱାଜ, କେନ୍ଦୁଝର- ଶିବାନନ୍ଦ ରାୟ, ନିଶିକାନ୍ତ ମିଶ୍ର, ଖୋର୍ଦ୍ଧା- ଜୟଶ୍ରୀ ପାତ୍ର, ଅମିୟ ପାଣ୍ଡବ, କୋରାପୁଟ- ଅଜିତ ଦାସ, ରଜନୀ ମହାନ୍ତି, ମୟୁରଭଞ୍ଜ ପୂର୍ବ- ତରୁଣ ମିଶ୍ର, ବିଶ୍ୱରଞ୍ଜନ ମହାନ୍ତି, ମୟୁରଭଞ୍ଜ ପଶ୍ଚିମ-ଜାନକୀ ବଲ୍ଲଭ ପଟ୍ଟନାୟକ, ବିଶ୍ୱରଞ୍ଜନ ମହାନ୍ତି, ମାଲକାନଗିରି- ଦ୍ବାରିକା ମହାପାତ୍ର, କୃଷ୍ଣଚନ୍ଦ୍ର ଶଗରିଆ, ନବରଙ୍ଗପୁର-ବଳଭଦ୍ର ମାଝୀ, ଦୁର୍ଗା ପଣ୍ଡା, ନୂଆପଡ଼ା- ମୁରଲିଧର ନାୟକ, ସମରେନ୍ଦ୍ର ମିଶ୍ର, ନୟାଗଡ଼- ମାନସ ଆଚାର‌୍ୟ୍ୟ, ଅମ୍ରିତା ଦାସ, ପୁରୀ- ଅଭିଳାଷ ମାଣିଆ, ପ୍ରଶାନ୍ତ ଶତପଥୀ, ରାୟଗଡ଼ା- ଦ୍ରୌପଦୀ ମାଝୀ, ବଳଭଦ୍ର ମାଝୀ, ରାଉରକେଲା- ରାଜୁ ଷଡ଼ଙ୍ଗୀ, ରବିନ୍ଦ୍ର ପଣ୍ଡା, ସମ୍ବଲପୁର- ହମିଦ ହୁସେନ, ସସ୍ମିତା ବେହେରା, ସୁବର୍ଣ୍ଣପୁର- ଗଣେଶ ସାହୁ- ଆକବର ଖାନ, ସୁନ୍ଦରଗଡ଼-ସିୟାରାମ ଦାସ, ବିଜୟାନନ୍ଦ ଚାଉଳିଆ ନିଯୁକ୍ତି ଦିଆଯାଇଛି ବୋଲି ପିସିସି କାର‌୍ୟ୍ୟାଳୟ ସୂତ୍ରରୁ ପ୍ରକାଶ ।