Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

କଞ୍ଚା ଲଙ୍କାରେ ମୁକ୍ତିଲାଭ କଲା ବାରଙ୍ଗ ୧୯୯୯

ଭୁବନେଶ୍ଵର: ଓଡ଼ିଶାର ଆଗ ଧାଡ଼ିର ମନୋରଞ୍ଜନ ଆପ୍ ‘କଞ୍ଚା ଲଙ୍କା’ ର ନୂତନ ୱେବ୍‌ ସିରିଜ୍, ‘ବାରଙ୍ଗ ୧୯୯୯’ ସାରା ରାଜ୍ୟରେ ଚହଳ ସୃଷ୍ଟି କରିବା ପାଇଁ ପ୍ରସ୍ତୁତ ହୋଇଛି। ଏହି ମହାଗାଥାକୁ ନିର୍ଦ୍ଦେଶନା ଦେଇଛନ୍ତି ଯୁବ ନିର୍ଦ୍ଦେଶକ ଅଜୟ ପାଢ଼ୀ। ୭ ଏପିସୋଡ୍ ବିଶିଷ୍ଟ ଏହି ସିରିଜ୍ ଦର୍ଶକଙ୍କ ମନୋରଞ୍ଜନ କରିବା ସହ ରାଜନୈତିକ ଚକ୍ରବ୍ୟୁହ ଏବଂ ନାରୀ ଶକ୍ତିର ରୂପରେଖକୁ ମଧ୍ୟ ଦର୍ଶାଇବ।

ବାରଙ୍ଗ ୧୯୯୯ କେବଳ ଗୋଟେ ୱେବ୍‌ ସିରିଜ୍ ନୁହେଁ। ଏହା ନ୍ୟାୟ, ନାରୀ ଜାତିର ବର୍ଷ ବର୍ଷର ସଂଘର୍ଷ ଏବଂ ସଶକ୍ତିକରଣର ନିଚ୍ଛକ ପ୍ରତିଛବି । ଏହି ରାଜନୈତିକ କାହାଣୀର ମୂଳରେ ଅଛନ୍ତି ଅମ୍ରିତା ପାଢ଼ୀ ଏବଂ ସରକାରୀ ବ୍ୟବସ୍ଥା ସହିତ ତାଙ୍କର ଲଢେଇ ରହିଛି ଏହାର ପ୍ରମୁଖ ବିଷୟବସ୍ତୁ। ନିଜ ପରିବାର ଏବଂ ସରକାରୀ ବ୍ୟବସ୍ଥାର ଅନ୍ୟାୟ ସତ୍ତ୍ବେ, ମନରେ ଆଶା ଏବଂ ଦୃଢ ଆତ୍ମବିଶ୍ବାସ ରଖି , ଅମ୍ରିତା ଅନବରତ ଲଢି ଚାଲନ୍ତି। ପୁରୁଷ ପ୍ରଧାନ ସମାଜରେ ଅମ୍ରିତା ସାଜନ୍ତି ଇଚ୍ଛାଶକ୍ତି ଏବଂ ସାହସର ପ୍ରତିଛବି। ତାଙ୍କର ଏହି ଯାତ୍ରା କେବଳ ବ୍ୟକ୍ତିଗତ ନ ରହି ସାଜିଯାଏ ସାମାଜିକ ପରିବର୍ତ୍ତନର ସୂତ୍ର। ଓଡିଆ ସିନେମାରେ ନିକଟରେ ଚହଳ ସୃଷ୍ଟି କରିଥିବା ସୁପ୍ରିୟା ନାୟକ ଅମ୍ରିତା ଭୂମିକାରେ ଥିଲାବେଳେ, ପରଦା ରେ ଦିଶିବେ ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ଦୁଇ ଜଣ ଚମତ୍କାର ଅଭିନେତା – ନିକଟରେ ମନୋନୀତ NSD ଡିରେକ୍ଟର ଚିତ୍ତରଞ୍ଜନ ତ୍ରିପାଠୀ (ସ୍ୟାକରେଡ୍‌ ଗେମ୍ସ, ଫାଣ୍ଟମ ଏବଂ ଶୁଭ୍ ମଙ୍ଗଲ୍ ସାବଧାନ) ଏବଂ ମହାରାଣୀ, ଜେଙ୍ଗାବୁରୁ ଏବଂ ୧୨ତମ ଫେଲ୍ ଇତ୍ୟାଦିରେ ଦର୍ଶକଙ୍କ ହୃଦୟ ଜିତି ଥିବା ସୁକୁମାର ଟୁଡୁ। ଏହା ବ୍ୟତୀତ ଚନ୍ଦନ ମହାନ୍ତି, ଅସିତ ପାତ୍ର, ନିଶାନ୍ତ ମଜିଠିଆ, ଭାସ୍ବତୀ ବସୁ, କେପି, ସୋମେନ ପୂଜାରୀ, ଭୂପତି ତ୍ରିପାଠୀ ଏବଂ ଆହୁରି ଅନେକ ଓଡ଼ିଶାର ସୁନାମଧନ୍ୟ କଳାକାର ବାରଙ୍ଗରେ ଦିଶିବେ।

ଏହି ମନୋରଞ୍ଜକ କାହାଣୀର ସ୍ରଷ୍ଟା ହେଉଛନ୍ତି ବର୍ଷୀୟାନ ସାମ୍ବାଦିକ ଦିଲୀପ ବିଷୋଇ, ଚିତ୍ରନାଟ୍ୟ ଲେଖୁଛନ୍ତି ସରୋଜ ମହାପାତ୍ର ଏବଂ ଦମଦାର ସଂଳାପରେ ସଜେଇଛନ୍ତି, ଯୁବ ସଂଳାପକାର ନିଶାନ୍ତ ମଜିଠିଆ। ମୁମ୍ବାଇରେ କାର୍ଯ୍ୟରତ ଡିରେକ୍ଟର ଅଫ ଫୋଟୋଗ୍ରାଫୀ, ଯୁଧିଷ୍ଠିର ବେହେରାଙ୍କ ଆକର୍ଷଣୀୟ ଚିତ୍ରତ୍ତୋଳନ ଏବଂ ରଶ୍ମୀ ରଞ୍ଜନଙ୍କ ନିଖୁଣ ସମ୍ପାଦନା ନିଶ୍ଚିତ ଭାବେ ଏହି ସିରିଜ୍ କୁ ନେଇ ପାରିବ ଓଡ଼ିଶାର ଶ୍ରେଷ୍ଠ ସିରିଜ୍ ତାଲିକାରେ। ଏହି ସିରିଜ୍ ର ମଙ୍ଗ ଧରିଥିବା ନିର୍ଦ୍ଦେଶକ ଅଜୟ ପାଢ଼ୀ କହିଛନ୍ତି, “ବାରଙ୍ଗ ୧୯୯୯ ମୋ ପାଇଁ ଗୋଟେ ବହୁତ ବଡ଼ ଚ୍ୟାଲେଞ୍ଜ ଥିଲା। କାରଣ କାନଭାସ୍ ବହୁତ ବଡ଼ ଥିଲା ଏବଂ କାହାଣୀ ବହୁତ ରୋମାଞ୍ଚକର ଥିଲା। 90s କୁ ରୀକ୍ରିଏଟ କରିବା କଷ୍ଟ ଥିଲା କିନ୍ତୁ ବହୁତ ମଜା ଲାଗିଲା। ପୁରା ଟିମ୍ ଭରପୁର ଚେଷ୍ଟା ଏବଂ ପରିଶ୍ରମ କରିଛନ୍ତି। ମୁଁ ଆଶା କରୁଛି ଆମକୁ ବନେଇବାରେ ଯେତେ ମଜା ଲାଗିଛି, ଦର୍ଶକ ମାନଙ୍କୁ ଦେଖିବାରେ ମଧ୍ୟ ସେତିକି ମଜା ଲାଗିବ।

କଞ୍ଚା ଲଙ୍କାର ସହ-ପ୍ରତିଷ୍ଠାତା ଏବଂ ଅଧ୍ୟକ୍ଷ ଅକ୍ଷୟ ପରିଜା ଏହି ଅବସରରେ କହିଲେ, ‘‘ଏହି କାହାଣୀ ମନୋରଞ୍ଜକ ହବା ସହିତ ପ୍ରେରଣାଦାୟକ ମଧ୍ୟ। ଲୋକଙ୍କ ପାଖକୁ ଏମିତି ଗୋଟେ_କାହାଣୀ ଆଣି ପାରିଥିବାରୁ ଆମେ ବହୁତ ଉତ୍ସାହିତ। ଏହି କାହାଣୀ, କୌଣସି ଜଣେ ମହିଳାଙ୍କର ନୁହେଁ, ଏହି କାହାଣୀ ସେଇ ସବୁ ନାରୀଙ୍କର ଯିଏକି ନ୍ୟାୟ ପାଇଁ ଲଢେଇ କରିଛନ୍ତି। ଏହା ଓଡ଼ିଶାର ପ୍ରଥମ ଏବଂ ସବୁଠୁ ବଡ଼ ପଲିଟିକାଲ ଡ୍ରାମା। ଆଶା କରୁଛି ଦର୍ଶକଙ୍କୁ ନିଶ୍ଚୟ ଭଲ ଲାଗିବ‘। ଏହି ୱେବ୍ ସିରିଜ୍, ଆପଣ ଦେଖି ପାରିବେ କଞ୍ଚା ଲଙ୍କା ଆପ୍ ରେ ଯାହାକି ଗୁଗୁଲ୍ ପ୍ଲେ ଷ୍ଟୋର୍, ଆପେଲ୍ ଷ୍ଟୋର୍, ୱେବ୍‌ ସାଇଟ୍ ସହିତ, ଜିଓ ଟିଭି, ଐରଟେଲ୍‌ ଏକ୍ସଷ୍ଟ୍ରିମ୍, ଓ.ଟି.ଟି ପ୍ଲେ ଏବଂ ପ୍ଲେ ବକ୍ସ ଇତ୍ୟାଦି ସୁପର୍ ଆପ୍ ଗୁଡିକରେ ମଧ୍ୟ ଉପଲବ୍ଧ।

Categories
ଆଜିର ଖବର

ଓଡିଆ ଚଳଚ୍ଚିତ୍ର ଜଗତ ପାଇଁ ନୂଆ ପ୍ରୟାସ: ରିଲିଜ ହେଲା ନୂଆ ସମ୍ବଲପୁରୀ ଚଳଚ୍ଚିତ୍ର “ଲାରେଲାପା”

ଭୁବନେଶ୍ଵର: ଓଡ଼ିଶାର ଅଗ୍ରଣୀ ଓଟିଟି ପ୍ଲାଟଫର୍ମ ‘କଞ୍ଚା ଲଙ୍କା’ ପାରମ୍ପରିକ ସିନେମା ହଲ୍ ରୁ ଆଉ ପାଦେ ଆଗେଇ ନିଜର ନୂଆ ଟି.ଭି.ଓ.ଡି. ସର୍ଭିସ୍ ‘କଞ୍ଚା ଲଙ୍କା ସିନେମା ହଲ୍’ କୁ ସିନେମା ଦୁନିଆରେ ଉପସ୍ଥାପନ କରିଛି।

କଞ୍ଚା ଲଙ୍କା ସିନେମା ହଲ୍’ ରେ ଏବେ ରିଲିଜ ହେଇସାରିଛି ନୂଆ ସମ୍ବଲପୁରୀ ଚଳଚ୍ଚିତ୍ର “ଲାରେଲାପା”। ଯଦୁମଣୀ ନାୟକଙ୍କ ଦ୍ୱାରା ନିର୍ମିତ ଓ ନିର୍ଦ୍ଦେଶିତ ‘ଲାରେଲାପା’
ଦିନେ ଗୋଟେ ପାର୍କରେ ଜଣେ ସ୍କୁଲ ପିଲା ହଜିଯାଇଥିବା ଲରେଲାପାକୁ ଖୋଜିବାରେ ବିଫଳ ହେଇ ରାତିରେ ସେହି ପାର୍କରେ ଶୋଇଥାଏ। ସେଦିନ ରାତିରେ ପାଟ୍ରୋଲିଂ କରୁଥିବା ପୋଲିସ ତାଙ୍କୁ ଭେଟି ତାଙ୍କ ଘରେ ଛାଡିଦେବାକୁ କହିଥିଲେ, କିନ୍ତୁ ସେ ପିଲା ତାଙ୍କ ପିତାମାତାଙ୍କ ନିକଟକୁ ଯିବାକୁ ମନା କରିଦେଇଥିଲେ। ହେଲେ କ’ଣ ପାଇଁ ସେ ଛୋଟ ପିଲା ତାଙ୍କ ପିତାମାତାଙ୍କ ପାଖକୁ ଯିବା ପାଇଁ ମନା କରୁଛି? ତାହାହିଁ ହଉଛି ଆମ କାହାଣୀ

କେବଳ ଓଡ଼ିଶାରୁ ନୁହେଁ ଦେଶ ବିଦେଶରୁ ଦର୍ଶକ କଞ୍ଚା ଲଙ୍କାରେ ଶୋ ବୁକ୍ କରି ଓଡ଼ିଆ ସିନେମା ଦେଖିପାରିବେ। କଞ୍ଚା ଲଙ୍କା ସିନେମା ହଲ୍ ମାଧ୍ୟମରେ ଏହି ଚଳଚ୍ଚିତ୍ର ବହୁ ଦର୍ଶକଙ୍କ ପାଖରେ ପହଁଚିପାରିବ ତଥା ଏହା ଏକ ସଫଳ ବ୍ଯବସାୟିକ ଚଳଚ୍ଚିତ୍ର ହେବ ବୋଲି ପ୍ରଯୋଜକ ଓ ନିର୍ଦ୍ଦେଶକ ଯଦୁମଣୀ ନାୟକ ଆଶା ପ୍ରକଟ କରିଛନ୍ତି ଏବଂ କଞ୍ଚା ଲଙ୍କା ଓଟିଟି ପ୍ଲାଟଫର୍ମ କୁ ଧନ୍ୟବାଦ ଦେଇଛନ୍ତି।

ଏହା ଉପରେ ଅଧିକ ସୂଚନା ଦେଇ ଲାରେଲାପା ନିର୍ଦ୍ଦେଶକ ଯଦୁମଣୀ ନାୟକ କହିଛନ୍ତି ଯେ, ‘ଓଡିଶାରେ ଏହି ମହତ୍ତ୍ୱପୂର୍ଣ୍ଣ ଡିଜିଟାଲ୍ ମିଶନ୍ ରେ ଅଂଶ ଗ୍ରହଣ କରି ମୁଁ ବହୁତ ଖୁସି। ମୁଁ ଆଶା କରୁଛି ଯେ ଅଧିକରୁ ଅଧିକ ଚଳଚ୍ଚିତ୍ର ନିର୍ମାତା ଏହି ମିଶନରେ ଯୋଗଦେବେ ଯାହା କେବଳ ଓଡିଶାର ସିନେମା ହଲ୍ ଅଭାବର ସମସ୍ୟାର ସମାଧାନ ପାଇଁ ଏକ ନିର୍ଦ୍ଦିଷ୍ଟ ପଦକ୍ଷେପ ନୁହେଁ ବରଂ ଆମକୁ ଓଡ଼ିଆ ସଂସ୍କୃତିକୁ ଚଳଚ୍ଚିତ୍ର ମାଧ୍ୟମରେ ଦେଶ ବିଦେଶରେ ପହଞ୍ଚାଇବାରେ ସାହାଯ୍ୟ କରିବ’।

‘କଞ୍ଚା ଲଙ୍କା’ ସିନେମା ହଲ୍ ୱେବସାଇଟ୍, ମୋବାଇଲ୍ ଆପ୍ (ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍), ଆଣ୍ଡ୍ରଏଡ୍ ଟିଭି, ଫାୟାର ଟିଭି, ଆପଲ୍ ଟିଭି ସହ ଭାରତ ଏବଂ ଅନ୍ୟାନ୍ୟ ୧୬ଟି ଦେଶରେ ଉପଲବ୍ଧ। ଆପ୍ ଭିତରେ ବିଜ୍ଞପ୍ତି (ପ୍ରାୟ ୧୦ ଲକ୍ଷ ଆପ୍ ଇନଷ୍ଟଲ୍), ୟୁ ଟ୍ୟୁବ୍ ପୋଷ୍ଟ (୧ ଲକ୍ଷରୁ ଉର୍ଦ୍ଧ୍ବ ସବସ୍କ୍ରାଇବର୍), ଫେସ୍ ବୁକ୍ ପୋଷ୍ଟ (ପ୍ରାୟ ୫୦ ହଜାର ଫଲୋଅର), ଟ୍ୱିଟର୍, ଇନଷ୍ଟାଗ୍ରାମ୍ ଏବଂ ଅନ୍ୟାନ୍ୟ ମାଧ୍ୟମରେ ‘କଞ୍ଚା ଲଙ୍କା’ ଫିଲ୍ମକୁ ମାର୍କେଟିଂ ସହାୟତା ପ୍ରଦାନ କରିବ। ଫିଲ୍ମ ନିର୍ମାତାମାନେ ମଧ୍ୟ ମାର୍କେଟିଂ କରିବେ ଯାହା ଦ୍ବାରା ଅଧିକରୁ ଅଧିକ ଗ୍ରାହକ ଟି.ଭି.ଓ.ଡ଼ି. ବିଷୟରେ ଜାଣିପାରିବେ।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ଏହି ଉପାୟରେ କରନ୍ତୁ କଞ୍ଚା ଲଙ୍କା ପ୍ରତିକାର, ଦୂର ହେବ ଆର୍ଥିକ ସମସ୍ୟା

ଜ୍ୟୋତିଷ ଶାସ୍ତ୍ର: ଆମ ରୋଷେଇ ଘରେ ବ୍ୟବହୃତ ଅନେକ ଜିନିଷ କେବଳ ଖାଦ୍ୟର ସ୍ୱାଦକୁ ବଢାଇଥାଏ ବରଂ ଜୀବନର ଅନେକ ସମସ୍ୟାର ସମାଧାନ କରିଥାଏ। ଜ୍ୟୋତିଷ ଶାସ୍ତ୍ରରେ ଲବଙ୍ଗ, ସୋରିଷ, ରସୁଣ, ଜିରା ଏବଂ ଗୁଜୁରାତି ସହିତ କଞ୍ଚା ଲଙ୍କାର ପ୍ରତିକାର ମଧ୍ୟ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ବିବେଚନା କରାଯାଇଛି। ଘରର ବାସ୍ତୁ ଦୋଷ କଞ୍ଚା ଲଙ୍କାର ପ୍ରତିକାର ଏବଂ କୌଶଳ ଦ୍ୱାରା ଅପସାରିତ ହୁଏ ଏବଂ ଆର୍ଥିକ ସମସ୍ୟା ମଧ୍ୟ ଦୂର ହୁଏ। ଜୀବନ ସହିତ ଜଡିତ ସମସ୍ତ ସମସ୍ୟାକୁ ହଟାଇବା ପାଇଁ କଞ୍ଚା ଲଙ୍କାକୁ କିପରି ବ୍ୟବହାର କରିବେ ଜାଣନ୍ତୁ…

କଞ୍ଚା ଲଙ୍କାର ଟିପ୍ସ ଏବଂ କୌଶଳ:

ରୋଗରୁ ମୁକ୍ତି ପାଇବା ପାଇଁ: ଯଦି ଘରେ କେହି ଜଣେ ଦୀର୍ଘ ସମୟ ଧରି ଅସୁସ୍ଥ ହୁଅନ୍ତି କିମ୍ବା ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସୁନାହିଁ, ତେବେ କଞ୍ଚା ଲଙ୍କାର ଏହି ପ୍ରତିକାର କରନ୍ତୁ। ରୋଗୀର ମୁଣ୍ଡ କିମ୍ବା ତକିଆ ତଳେ ୫ ଟି କଞ୍ଚା ଲଙ୍କା ରଖନ୍ତୁ। ଏହା ରୋଗୀର ସ୍ୱାସ୍ଥ୍ୟରେ ଉନ୍ନତି ଆଣେ। ମନେରଖନ୍ତୁ ଯେ କଞ୍ଚା ଲଙ୍କାକୁ ନିୟମିତ ବଦଳାନ୍ତୁ।

ଚାକିରି-ବ୍ୟବସାୟରେ ଲାଭ ପାଇଁ: ଚାକିରି-ବ୍ୟବସାୟରେ ଯେକୌଣସି ପ୍ରକାରର ସମସ୍ୟା ପାଇଁ, ଆପଣ ଯେଉଁଠାରେ କାମ କରନ୍ତି କିମ୍ବା ଆପଣଙ୍କ କାର୍ଯ୍ୟ ଡେସ୍କ ନିକଟରେ ୭ ଟି କଞ୍ଚା ମରିଚ ରଖନ୍ତୁ। କିନ୍ତୁ ମରିଚକୁ ଏପରି ସ୍ଥାନରେ ରଖନ୍ତୁ ଯେଉଁଠାରେ କେହି ଏହାକୁ ଦେଖି ପାରିବେ ନାହିଁ। ଆପଣ ଏହାକୁ କିଛି ଜିନିଷ ସହିତ ଆଚ୍ଛାଦନ କରିପାରିବେ କିମ୍ବା ଡ୍ରୟରରେ ରଖିପାରିବେ। ଏହା କାର୍ଯ୍ୟରେ ସୃଷ୍ଟି ହେଉଥିବା ବାଧାକୁ ଦୂର କରିଥାଏ।

ଅଶୁଭ ଦୃଷ୍ଟିକୁ ହଟାଇବା ପାଇଁ: ଯେକେହି ଛୋଟ ପିଲା କିମ୍ବା ବୟସ୍କମାନେ ଅଶୁଭ ଦୃଷ୍ଟିର ଶିକାର ହୋଇଥାନ୍ତି। ଏଥିପାଇଁ ୭ ଟି କଞ୍ଚା ମରିଚକୁ ମୁଣ୍ଡରୁ ପଦ ପର୍ଯ୍ୟନ୍ତ ଛୁଆଁଇ ନେଇଆସନ୍ତୁ ଏବଂ ଏହାକୁ ରାସ୍ତା ପାର୍ଶ୍ୱରେ ଫୋପାଡି ଦିଅନ୍ତୁ। ଏହା ଅଶୁଭ ଦୃଷ୍ଟି ପ୍ରଭାବକୁ ଦୂର କରିଥାଏ।

ବାସ୍ତୁ ଦୋଷକୁ ହଟାଇବା ପାଇଁ: ଘରେ ନକାରାତ୍ମକ ଶକ୍ତି କିମ୍ବା ବସ୍ତୁ ଦୋଷ ହେତୁ କୌଣସି କାମ ସଂପୂର୍ଣ୍ଣ ହୁଏ ନାହିଁ ଏବଂ ଘରେ ଅସନ୍ତୋଷ ପରିସ୍ଥିତି ଲାଗି ରହିଥାଏ। ଏଥିପାଇଁ ପ୍ରତିଦିନ ସକାଳେ ଏକ ଗ୍ଲାସ୍ କିମ୍ବା ପାତ୍ରରେ ପାଣିରେ ବୁଡ଼ାଇ ଗୋଟିଏ କଞ୍ଚା ମରିଚ ରଖନ୍ତୁ। ରାତିରେ ପାଣି ସହିତ କଞ୍ଚା ମରିଚ କୁ ଫୋପାଡିଦିଅନ୍ତୁ। ଏହାକୁ ନିୟମିତ କଲେ ବାସ୍ତୁ ଦୋଷ ଦୂର ହୋଇଯାଏ ଏବଂ ଘରେ ନକାରାତ୍ମକ ଶକ୍ତିର ପ୍ରଭାବ କମିଯାଏ।

Categories
ଆଜିର ଖବର ରାଜ୍ୟ ଖବର ସିନେମା

‘କଞ୍ଚା ଲଙ୍କା ସିନେମା ହଲ୍’ ର ଶୁଭାରମ୍ଭ: ପ୍ରଥମ ଥର ପାଇଁ ମୁକ୍ତିଲାଭ କଲା ବହୁ ଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ର ‘ଟି’

ଭୁବନେଶ୍ଵର: ଓଡ଼ିଶାର ଅଗ୍ରଣୀ ଓଟିଟି ପ୍ଲାଟଫର୍ମ ‘କଞ୍ଚା ଲଙ୍କା’ ପାରମ୍ପରିକ ସିନେମା ହଲ୍ ରୁ ଆଉ ପାଦେ ଆଗେଇ ନିଜର ନୂଆ ଟି.ଭି.ଓ.ଡି. ସର୍ଭିସ୍ ‘କଞ୍ଚା ଲଙ୍କା ସିନେମା ହଲ୍’ କୁ ସିନେମା ଦୁନିଆରେ ଉପସ୍ଥାପନ କରିଛି।

ଓଡ଼ିଶାର ଚଳଚ୍ଚିତ୍ର ନିର୍ମାତା ପାରମ୍ପରିକ ସିନେମା ହଲ୍ ସହ କଞ୍ଚା ‘ଲଙ୍କା ସିନେମା ହଲ୍’ ରେ ନିଜ ଫିଲ୍ମ ରିଲିଜ୍ କରିପାରିବେ। କେବଳ ଓଡ଼ିଶାରୁ ନୁହେଁ ଦେଶ ବିଦେଶରୁ ଦର୍ଶକ କଞ୍ଚା ଲଙ୍କାରେ ଶୋ ବୁକ୍ କରି ଓଡ଼ିଆ ସିନେମା ଦେଖିପାରିବେ। ଏଥିରୁ ଅର୍ଜିତ ଆୟ (ଟିକସ,ଗେଟୱେ ଚାର୍ଜ ଓ ପ୍ଲେ ଷ୍ଟୋର୍ ଚାର୍ଜକୁ ବାଦ ଦେଲା ପରେ) ରେ ‘କଞ୍ଚା ଲଙ୍କା’ ଓ ଫିଲ୍ମ ନିର୍ମାତା ସମାନ ଭାଗୀଦାର ରହିବେ। ସମସ୍ତ ବ୍ୟବସାୟ ସ୍ବଚ୍ଛ ଢଙ୍ଗରେ ହେବ ଓ ନିର୍ମାତା ୩ ଦିନ ଭିତରେ ନିଜ ଆୟ ନେଇପାରିବେ ବୋଲି ‘କଞ୍ଚା ଲଙ୍କା’ କର୍ତ୍ତୃପକ୍ଷ ଜଣାଇଛନ୍ତି।

‘କଞ୍ଚା ଲଙ୍କା ସିନେମା ହଲ୍’ ର ଶୁଭାରମ୍ଭ କରି ଆମେ ବହୁତ ଖୁସି। ଏହା ଓଡ଼ିଆ ଚଳଚ୍ଚିତ୍ରକୁ ଓଡ଼ିଶା, ଦେଶ ତଥା ବିଦେଶରେ ଦର୍ଶକଙ୍କ ପାଖରେ ପହଞ୍ଚାଇ ପାରିବ ଏବଂ ସିଧାସଳଖ ଦର୍ଶକଙ୍କ ଠାରୁ ଫିଲ୍ମ ନିର୍ମାତା ମାନେ ଅଧିକ ଆଯ ଉପାର୍ଜନ କରି ପାରିବେ। ପାରମ୍ପରିକ ବିତରଣ ମଡେଲଗୁଡିକର ଅସୁବିଧା ତଥା ଥିଏଟର୍ ର ଅଭାବ ଟି.ଭି.ଓ.ଡ଼ି. ମାଧ୍ୟମରେ ସମାଧାନ ହୋଇପାରିବ ବୋଲି ‘କଞ୍ଚା ଲଙ୍କା’ର କୋ-ଫାଉଣ୍ଡର ତଥା ଚେୟାରମ୍ୟାନ୍ ଅକ୍ଷୟ କୁମାର ପରିଜା କହିଛନ୍ତି।

‘କଞ୍ଚା ଲଙ୍କା’ ଓଟିଟି ପ୍ଲାଟଫର୍ମ ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କୁ ଏହି ଡିଜିଟାଲ ମିଶନ୍ ରେ ଯୋଗ ଦେଇ ଓଡ଼ିଆ ଚଳଚ୍ଚିତ୍ରକୁ ଅଗଣିତ ଦର୍ଶକଙ୍କ ପାଖରେ ପହଞ୍ଚାଇବାକୁ ଆହ୍ବାନ କରିଛନ୍ତି। ସାରା ଭାରତ ତଥା ଦେଶ ବିଦେଶରେ ଥିବା ଓଡ଼ିଆ ଦର୍ଶକ ଏବଂ ରୋଜଗାରକୁ ବଢାଇବା ପାଇଁ ଏହା ଏକ ସୁଯୋଗ।

‘କଞ୍ଚା ଲଙ୍କା’ ସିନେମା ହଲ୍ ୱେବସାଇଟ୍, ମୋବାଇଲ୍ ଆପ୍(ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍), ଆଣ୍ଡ୍ରଏଡ୍ ଟିଭି, ଫାୟାର ଟିଭି, ଆପଲ୍ ଟିଭି ସହ ଭାରତ ଏବଂ ଅନ୍ୟାନ୍ୟ ୧୬ଟି ଦେଶରେ ଉପଲବ୍ଧ। ଆପ୍ ଭିତରେ ବିଜ୍ଞପ୍ତି (ପ୍ରାୟ ୧୦ ଲକ୍ଷ ଆପ୍ ଇନଷ୍ଟଲ୍), ୟୁ ଟ୍ୟୁବ୍ ପୋଷ୍ଟ (୧ ଲକ୍ଷରୁ ଉର୍ଦ୍ଧ୍ବ ସବସ୍କ୍ରାଇବର୍), ଫେସ୍ ବୁକ୍ ପୋଷ୍ଟ (ପ୍ରାୟ ୫୦ ହଜାର ଫଲୋଅର), ଟ୍ୱିଟର୍, ଇନଷ୍ଟାଗ୍ରାମ୍ ଏବଂ ଅନ୍ୟାନ୍ୟ ମାଧ୍ୟମରେ ‘କଞ୍ଚା ଲଙ୍କା’ ଫିଲ୍ମକୁ ମାର୍କେଟିଂ ସହାୟତା ପ୍ରଦାନ କରିବ। ଫିଲ୍ମ ନିର୍ମାତାମାନେ ମଧ୍ୟ ମାର୍କେଟିଂ କରିବେ ଯାହା ଦ୍ବାରା ଅଧିକରୁ ଅଧିକ ଗ୍ରାହକ ଟି.ଭି.ଓ.ଡ଼ି. ବିଷୟରେ ଜାଣିପାରିବେ।

ଫିଲ୍ମ ରିଲିଜ୍ ସମୟରେ ଏହି ସର୍ଭିସ ପାଇଁ ଓଡ଼ିଶାର ଅନେକ ଚଳଚ୍ଚିତ୍ର ନିର୍ମାତାଙ୍କ ସହ ‘କଞ୍ଚା ଲଙ୍କା’ କର୍ତ୍ତୃପକ୍ଷ ଏହି ବ୍ୟବସାୟ ମଡେଲ ବିଷୟରେ ଆଲୋଚନା କରିଛନ୍ତି ଏବଂ ସୂଚନା ଦେଇଛନ୍ତି ଯେ ଅନେକ ଚଳଚ୍ଚିତ୍ର ନିର୍ମାତା ‘କଞ୍ଚା ଲଙ୍କା ସିନେମା ହଲ୍’ ରେ ନିଜ ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ରାଜି ହୋଇଛନ୍ତି।

ଦର୍ଶକଙ୍କ ମତାମତ ନେଇ ‘କଞ୍ଚା ଲଙ୍କା ସିନେମା ହଲ୍’ କୁ ସମ୍ପୂର୍ଣ୍ଣ ରୂପେ ଯାନ୍ତ୍ରିକ ତ୍ରୁଟିମୁକ୍ତ କରାଯାଇଛି ଏବଂ ‘ଟି’ ଚଳଚ୍ଚିତ୍ରକୁ ୧୧ ଅଗଷ୍ଟ ୨୦୨୩ ଠାରୁ ପୁନଃ ପ୍ରସାରଣ କରାଯାଇଛି। କଞ୍ଚା ଲଙ୍କା ସିନେମା ହଲ୍ ମାଧ୍ୟମରେ ଏହି ଚଳଚ୍ଚିତ୍ର ବହୁ ଦର୍ଶକଙ୍କ ପାଖରେ ପହଁଚିପାରିବ ତଥା ଏହା ଏକ ସଫଳ ବ୍ଯବସାୟିକ ଚଳଚ୍ଚିତ୍ର ହେବ ବୋଲି ପ୍ରଯୋଜକ ଓ ନିର୍ଦ୍ଦେଶକ ଜିତେଶ କୁମାର ଆଶା ପ୍ରକଟ କରିଛନ୍ତି ଏବଂ କଞ୍ଚା ଲଙ୍କା ଓଟିଟି ପ୍ଲାଟଫର୍ମ କୁ ଧନ୍ୟବାଦ ଦେଇଛନ୍ତି।

‘କଞ୍ଚା ଲଙ୍କା ସିନେମା ହଲ୍’ ରେ ପ୍ରଥମ ଥର ପାଇଁ ବହୁ ଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ର ‘ଟି’ ମୁକ୍ତିଲାଭ କରିଛି। ଜିତେଶ କୁମାର ପରିଡାଙ୍କ ଦ୍ୱାରା ନିର୍ମିତ ଓ ନିର୍ଦ୍ଦେଶିତ ‘ଟି’ ଟ୍ରାନ୍ସଜେଣ୍ଡରଙ୍କ ଜୀବନ ସଂଗ୍ରାମର କାହାଣୀ। ଏହି ଚଳଚ୍ଚିତ୍ରରେ ଟ୍ରାନ୍ସଜେଣ୍ଡରଙ୍କ ଜୀବନ ପଛର ଦୁଃଖ ଏବଂ ସଂଘର୍ଷ ଖୁବ ସୁନ୍ଦର ଭାବରେ ଦର୍ଶାଯାଇଛି। ଏହି କାହାଣୀ ଭାରତର ପ୍ରଥମ ଟ୍ରାନ୍ସଜେଣ୍ଡର୍ କ୍ୟାବ୍ ଡ୍ରାଇଭର୍ ଶ୍ରୀମତୀ ମେଘନା ସାହୁଙ୍କ ଜୀବନୀ ଉପରେ ଆଧାରିତ।

ଏହା ଉପରେ ଅଧିକ ସୂଚନା ଦେଇ ‘ଟି’ ନିର୍ଦ୍ଦେଶକ ଜିତେଶ କୁମାର ପରିଡ଼ା କହିଛନ୍ତି ଯେ, ‘ଓଡିଶାରେ ଏହି ମହତ୍ତ୍ୱପୂର୍ଣ୍ଣ ଡିଜିଟାଲ୍ ମିଶନ୍ ରେ ଅଂଶ ଗ୍ରହଣ କରି ମୁଁ ବହୁତ ଖୁସି। ମୁଁ ଆଶା କରୁଛି ଯେ ଅଧିକରୁ ଅଧିକ ଚଳଚ୍ଚିତ୍ର ନିର୍ମାତା ଏହି ମିଶନରେ ଯୋଗଦେବେ ଯାହା କେବଳ ଓଡିଶାର ସିନେମା ହଲ୍ ଅଭାବର ସମସ୍ୟାର ସମାଧାନ ପାଇଁ ଏକ ନିର୍ଦ୍ଦିଷ୍ଟ ପଦକ୍ଷେପ ନୁହେଁ ବରଂ ଆମକୁ ଓଡ଼ିଆ ସଂସ୍କୃତିକୁ ଚଳଚ୍ଚିତ୍ର ମାଧ୍ୟମରେ ଦେଶ ବିଦେଶରେ ପହଞ୍ଚାଇବାରେ ସାହାଯ୍ୟ କରିବ’।

ଦର୍ଶକଙ୍କ ପ୍ରଶଂସା ସାଉଁଟିଥିବା ଆଉ ଏକ ଚଳଚ୍ଚିତ୍ର ‘ଡେଲିଭରି ବଏ’ ‘କଞ୍ଚା ଲଙ୍କା ସିନେମା ହଲ୍’ ରେ ରିଲିଜ୍ ହେବାକୁ ଯାଉଛି। ଏହା ଜ୍ୟୋତିରଞ୍ଜନ ମହାନ୍ତିଙ୍କ ଦ୍ବାରା ପ୍ରଯୋଜିତ ଓ ଅଶ୍ଵିନୀ ତ୍ରିପାଠୀଙ୍କ ଦ୍ବାରା ନିର୍ଦ୍ଦେଶିତ। ବୁଦ୍ଧାଦିତ୍ୟ, ଶୈଳେନ୍ଦ୍ର ଓ ସୁର୍ୟମୟୀଙ୍କ ଦ୍ବାରା ନିଖୁଣ ଭାବେ ଉପସ୍ଥାପନା କରାଯାଇଥିବା ଏହି ଚଳଚ୍ଚିତ୍ର ଜଣେ ତରୁଣ ଯିଏ ନିଜ ପେଟ ପାଟଣା ପାଇଁ ଓ ଆମ ଜୀବନ ଶୈଳୀକୁ ଆଉ ଟିକେ ସହଜ କରିବା ପାଇଁ କେଉଁ କେଉଁ ପରିସ୍ଥିତି ଦେଇ ଗତି କରିଥାଏ ତାହା ଉପରେ ଆଧାରିତ। ଓଡ଼ିଶା ସରକାରଙ୍କ ଠାରୁ ପ୍ରଶଂସା ପାଇଥିବା ଏହି ଚଳଚ୍ଚିତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଓଡ଼ିଶାରେ ସମ୍ପୂର୍ଣ ଟିକସ ମୁକ୍ତ। ଯାହା ଦ୍ବାରା ସଡ଼କ ଦୁର୍ଘଟଣା ଏବଂ ଓଡ଼ିଶା ପର୍ଯ୍ୟଟନ ଶିଳ୍ପକୁ ନେଇ ସଚେତନତା ସୃଷ୍ଟି କରିବ।

ଖୁବ୍ ଶୀଘ୍ର ‘କଞ୍ଚା ଲଙ୍କା ସିନେମା ହଲ୍’ ରେ ‘ଡେଲିଭରି ବଏ’ ଚଳଚ୍ଚିତ୍ରର ରିଲିଜ୍ ହେବାକୁ ନେଇ ମୁଁ ବହୁତ ଖୁସି ଏବଂ ଏହା ବିଶ୍ବର କୋଣ ଅନୁକୋଣରେ ଥିବା ଓଡ଼ିଆଙ୍କ ପାଖରେ ପହଞ୍ଚିପାରିବ ବୋଲି ପ୍ରଯୋଜକ ଜ୍ୟୋତିରଞ୍ଜନ ମହାନ୍ତି କହିଛନ୍ତି। ସମାଜର ଗୁରୁତ୍ବପୂର୍ଣ୍ଣ ଘଟଣାକୁ ଲୋକଲୋଚନରେ ପହଞ୍ଚାଇବା ପାଇଁ ଆମେ ସମ୍ପୂର୍ଣ୍ଣ ଚେଷ୍ଟିତ ଏବଂ ଏହା ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ଆଶା କରୁଛୁ।

Categories
ଆଜିର ଖବର ରାଜ୍ୟ ଖବର

କଞ୍ଚା ଲଙ୍କାର ନୂଆ ୱେବ୍ ସିରିଜ “ଅନେଶ୍ବତ ରାଣୀ ରାଜା”

ଭୁବନେଶ୍ବର: ଲୋକପ୍ରିୟ ଓଡ଼ିଆ ଓଟିଟି ‘କଞ୍ଚା ଲଙ୍କା’ ରେ ‘ଅନେଶ୍ବତ ରାଣୀ ରାଜା’ ପମ୍ ପମ୍ ପମ୍ ସିରିଜ୍ ଡିସେମ୍ବର ୨ ରୁ ଆରମ୍ଭ ହୋଇଯାଇଛି।

ଏହି କାହାଣୀଟି ଏକ ଯୁବକର। ଯେ ସୋସିଆଲ ମିଡିଆ ଜରିଆରେ ଝିଅମାନଙ୍କ ସହ ବନ୍ଧୁତା ସ୍ଥାପନ କରି, ମିଥ୍ୟା ପ୍ରତିଶ୍ରୁତି ଦେଇ ସେମାନଙ୍କ ସହିତ ଶାରିରିକ ସମ୍ପର୍କ ଓ ତାଙ୍କ ପାଖରୁ ଟଙ୍କା ନେବାକୁ ଚେଷ୍ଟା କରେ। ଦୁଇଜଣ ଝିଅ ଏବଂ ଜଣେ ବିବାହିତା ମହିଳାଙ୍କୁ ନେଇ ସେ ଯାହା ସବୁ ଅସୁବିଧାର ସମ୍ମୁଖୀନ ହୁଏ ତାହା କାହାଣୀର ବିଷୟବସ୍ତୁ। କଞ୍ଚା ଲଙ୍କାର ଏହି ୱେବ୍ ସିରିଜରେ ପପୁ ପମ୍ ପମ୍, ଅଙ୍କିତା, ପାୟଲ ଓ ଶୁଶ୍ରୀ ସହିତ ଅନେକ କଳାକାର ଅଭିନୟ କରିଛନ୍ତି।

ପ୍ରଯୋଜକ ସଙ୍ଗୀତା ଶତପଥୀ ଓ ସହ ପ୍ରଯୋଜକ ଭାବରେ ପ୍ରଦୀପ କୁମାର ସ୍ୱାଇଁ ଏହି ୱେବ୍ ସିରିଜରେ ରମେଶ ରାଉତ ନିର୍ଦ୍ଦେଶନା ଦେଇଛନ୍ତି। ପପୁ ପମପମଙ୍କ କାହାଣୀ ଓ ପରିକଳ୍ପନା ସହ ରୂପସାଗର ଏହାର ସଂଳାପ ଲେଖିଛନ୍ତି। ରଞ୍ଜନ ଖଟେଇ ଏହାର ସମ୍ପାଦନା କରିଛନ୍ତି।

ପୂର୍ବରୁ ରିଲିଜ ହୋଇଥିବା ଅନେକ ୱେବ୍ ସିରିଜ ପରି ଏହା ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଯୋଗାଇବ ବୋଲି କଞ୍ଚାଲଙ୍କାର କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ କହିଛନ୍ତି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଏୟାରଟେଲ ‘ଏକ୍ସଷ୍ଟ୍ରିମ’ରେ ଦର୍ଶକ ନେଇପାରିବେ ‘କଞ୍ଚା ଲଙ୍କା’ର ସ୍ୱାଦ

ଭୁବନେଶ୍ବର: ଓଡ଼ିଶା ତଥା ଓଡ଼ିଶା ବାହାରେ ରହୁଥିବା ପ୍ରବାସୀ ଓଡ଼ିଆମାନଙ୍କ ପାଇଁ ଏକ ଜବରଦସ୍ତ ଖୁସି ଖବର। ଓଡ଼ିଶାର ପ୍ରିମିୟମ ଇଣ୍ଟରଟେନମେଣ୍ଟ ଆପ ‘କଞ୍ଚା ଲଙ୍କା’ ଏବେ ଭାରତର ଅଗ୍ରଣୀ ଟେଲିକମ ସେବା ପ୍ରଦାନକାରୀ ଏୟାରଟେଲର ଆପର ଏୟାରଟେଲ ‘ଏକ୍ସଷ୍ଟ୍ରିମ’ରେ ଉପଲବ୍ଧ ହେବ।

ଓଡ଼ିଆ ଦର୍ଶକଙ୍କ ମନୋରଞ୍ଜନର ମାଧ୍ୟମ ସାଜିଥିବା ଓଡ଼ିଆ ଓଟିଟି ‘କଞ୍ଚା ଲଙ୍କା’ ଆରମ୍ଭ ହେବା ଦିନଠାରୁ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ଏବେ ଏହା ପ୍ଲେ ଷ୍ଟୋର ଓ ଆପ ଷ୍ଟୋରରେ ସ୍ଥାନ ପାଇ ୫,୦୦,୦୦୦ ରୁ ଅଧିକ ଥର ଡାଉନଲୋଡ ହୋଇ ଖାଣ୍ଟି ଓଡ଼ିଆରେ ମନୋରଞ୍ଜନର ମାଧ୍ୟମ ପାଲଟିଛି।

କଞ୍ଚା ଲଙ୍କା ଓ ଏୟାରଟେଲ ଷ୍ଟ୍ରିମର ସହଯୋଗୀତା ଦର୍ଶକମାନଙ୍କ ପାଇଁ ଭଲ ଓଡ଼ିଆ କାହାଣୀ ଓ କଥାବସ୍ତୁ ନେଇ ଆସିବା ସହ ଏୟାରଟେଲ ଉପଭୋକ୍ତାମାନେ ବିଭିନ୍ନ ପ୍ୟାକେଜରେ ଏହାର ଲାଭ ଉଠେଇପାରିବେ ଏବଂ ଏକ୍ସଷ୍ଟ୍ରିମ୍ ଆପରେ ପ୍ରିମିୟମ କାହାଣୀ ସବୁ ଦେଖିପାରିବେ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଏୟାରଟେଲ ଏକ୍ସଷ୍ଟ୍ରିମର ୩ ମିଲିୟନ ଯୁକ୍ତ ପେଡ଼ ଗ୍ରାହକ ଅଛନ୍ତି ଏବଂ ଏହା ଲାଇଭ ଟିଭି, ବ୍ଳକବଷ୍ଟର ଚଳଚ୍ଚିତ୍ର, ଟିଭି ଶୋ, ନ୍ୟୁଜ, ୱେବ୍ ସିରିଜ୍, ଲାଇଭ ସ୍ପୋର୍ଟସ୍ ଓ ଭିଡିଓ ଷ୍ଟ୍ରିମଙ୍ଗ ପ୍ୟାକେଜର ସେବା ପ୍ରଦାନ କରେ। ଏହି ସହଭାଗିତା ଦ୍ଵାରା ଦର୍ଶକମାନେ ସୁପର ଇଣ୍ଟରନେଟ ବେଗରେ ଫୁଲ ଏଚଡି ରିଜୋଲୁସନରେ କଞ୍ଚା ଲଙ୍କା ଓ ଏହାର ସ୍ୱତନ୍ତ୍ର କାହାଣୀ ସବୁ ଦେଖିପାରିବେ।

‘କଞ୍ଚା ଲଙ୍କା’ ଓ ‘ଏୟାର୍ଟେଲ’ର ସହଭାଗୀତା ସ୍ଥାପନ ହେଲା ପରେ ଦର୍ଶକମାନେ ସେମାନଙ୍କର ପ୍ରିୟ ଓଟିଟି ସହ ଏୟାରଟେଲ ଏକ୍ସଷ୍ଟ୍ରିମ କେବଳ ଗୋଟିଏ ୟୁଜର ଆଇଡି ଓ ପେମେଣ୍ଟ ସହ ମନୋରଞ୍ଜନର ଖୋରାକ ପାଇବେ ଏବଂ ଏଥିରେ ଆମ ଟିମ ବହୁତ୍ ଖୁସି ବୋଲି କଞ୍ଚା ଲଙ୍କାର ସହ ପ୍ରତିଷ୍ଠାତା ତଥା କାର୍ଯ୍ୟକାରୀ ନିର୍ଦ୍ଦେଶକ ବିଭୁ ପ୍ରସାଦ ରଥ ସୂଚନା ଦେଇଛନ୍ତି।

Categories
ଆଜିର ଖବର

ଓଟିଟି ପ୍ଲାଟଫର୍ମ କଞ୍ଚା ଲଙ୍କାରେ ଆସୁଛି ନୂଆ ୱେବ ସିରିଜ ଏକ୍ସପୋଜ

ଭୁବନେଶ୍ୱର: ଚଳିତ ମାସ ୨୪ ତାରିଖ ଦିନ ଓଟିଟି ପ୍ଲାଟଫର୍ମ କଞ୍ଚା ଲଙ୍କା ରେ ଷ୍ଟ୍ରିମିଙ୍ଗ ହେବାକୁ ଯାଉଛି ବହୁ ଚର୍ଚ୍ଚିତ ଓଡିଆ ୱେବ ସିରିଜ ଏକ୍ସପୋଜ। ଏଥିରେ ମୁଖ୍ୟ ଭୁମିକାରେ ନଜର ଆସିବେ ସୋମେଶ ମହାନ୍ତି ଓ ମେଘନା ମିଶ୍ର। ଅନ୍ୟମାନଙ୍କ ମଧ୍ୟରେ କାବ୍ୟା କିରଣ, ବିକ୍ରମ କେଶରୀ ମହାନ୍ତି, ଶକ୍ତି ବରାଳ, ସୁକାନ୍ତ ରଥ, ଚୌଧୁରୀ ଜୟପ୍ରକାଶ ଦାସ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଏହି ୱେବ ସିରିଜ ଏକ୍ସପୋଜ ର
କାହାଣୀ ଓ ଚିତ୍ରନାଟ୍ୟ ଦାୟିତ୍ୱ ଅର୍ଚ୍ଚନା ଦାମହେ ନେଇଥିବା ବେଳେ ସଂଳାପ ଲେଖିଛନ୍ତି ଅଭିପ୍ସା। ସେହିପରି ବିଜୟ କାନ୍ଦୋଇ ପ୍ରଯୋଜନା ଭାର ତୁଲାଇଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ଯୁବ ନିର୍ଦ୍ଦେଶକ ଅଜୟ ପାଢୀ। ତେବେ କଞ୍ଚା ଲଙ୍କା କ୍ରିଏଟିଭରେ ଅଛନ୍ତି ଭାଗ୍ୟଧର ପାଣି। ପୂର୍ବରୁ ଅଜୟଙ୍କ ୭୨ ଘଣ୍ଟା ୱେବସିରିଜଟି ଦର୍ଶକଙ୍କ ମଧ୍ୟରେ ବହୁଳ ପ୍ରଂଶସିତ ହୋଇଛି।

ସଭ୍ୟ ସମାଜରେ ସତ ମିଛ ଓ ପାପ ପୂଣ୍ୟକୁ ନେଇ ଚାଲିଥିବା ଲଢେଇରେ ଜଣେ ସାମ୍ବାଦିକଙ୍କ ଭୂମିକାକୁ ନେଇ ଗତିଶୀଳ ହୋଇଛି ୱେବସିରିଜ ଏକ୍ସପୋଜ। ଯୁଦ୍ଧ ଭୂଇଁରେ ସମାଜର ବଡ ପଣ୍ଡାମାନଙ୍କ ବିରୋଧରେ ସାମ୍ବାଦିକଟିଏ ଲଢେଇ କରି ଜିତୁଛି ନା ହାରିଯାଉଛି ତାକୁ ନେଇ ଏକ୍ସପୋଜ ଆଗକୁ ଚାଲିଛି। ତେବେ ସାମ୍ବାଦିକଟିଏ ନିଜ ଜୀବନକୁ ପାଣି ଛଡାଇ ସମାଜରେ ଘଟୁଥିବା ବଡ ଘୋଟାଲାର ପର୍ଦ୍ଦାଫାଶ କରି କିଭଳି ଟାର୍ଗେଟ ହେଉଛି ତାହା ଏକ୍ସପୋଜରେ ଦେଖିବାକୁ ପାଇବେ ଦର୍ଶକ। ଏହି ୱେବସିରିଜର ଟ୍ରେଲରଟି ସାମାଜିକ ଗଣମାଧ୍ୟମରେ ବିପ୍ଳବ ସୃଷ୍ଟି କରିଥିବା ବେଳେ ଓଟିଟି ଦୁନିଆରେ ଏହା ଏକ ମାଇଲ ଖୁଣ୍ଟ ହେବ ବୋଲି କଞ୍ଚା ଲଙ୍କା ଓଟିଟି ଆଶାବାଦୀ।

Categories
ଆଜିର ଖବର ଜୀବନ ଶୈଳୀ

ଅଦା-ରସୁଣ ଏବଂ କଞ୍ଚା ଲଙ୍କା ମିଶ୍ରିତ ଆଚାର ବଢାଏ ରୋଗ ପ୍ରତିରୋଧକ ଶକ୍ତି, ଜାଣନ୍ତୁ କିପରି କରିବେ ପ୍ରସ୍ତୁତ

ନୂଆଦିଲ୍ଲୀ: ଶୀତଦିନେ ଅନେକ ପ୍ରକାରର ଆଚାର ତିଆରି କରାଯାଏ। ଅଦା-ରସୁଣ ଏବଂ କଞ୍ଚା ଲଙ୍କା ଆଚାର ଖାଇବା ଅତ୍ୟଧିକ ସ୍ୱାଦିଷ୍ଟ। ଶୀତଦିନେ ଏହି ଆଚାର ଖାଇବା ଶରୀରକୁ ଗରମ କରିଥାଏ ଏବଂ ଅନେକ ସ୍ୱାସ୍ଥ୍ୟ ଉପକାର କରିଥାଏ। ରସୁଣ ଅଦାର ଏହି ଆଚାର ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢିଯାଏ। ଛୋଟ ଛୋଟ ରୋଗ ମଧ୍ୟ ଦୂରଇଯାଏ। ରସୁଣ-ଅଦା ଏବଂ କଞ୍ଚା ଲଙ୍କା ଆଚାର ତିଆରି କରିବାର ରେସିପି ଜାଣନ୍ତୁ…

ରସୁଣ-ଅଦା ଏବଂ କଞ୍ଚା ଲଙ୍କା ଆଚାର ପାଇଁ ଉପାଦାନ:

– କଞ୍ଚା ଲଙ୍କା ୧୦୦ ଗ୍ରାମ

– ଚୋପା ଛଡା ରସୁଣ ୧୦୦ ଗ୍ରାମ

– ଅଦା ର ଲମ୍ବା ଖଣ୍ଡ ୧୦୦ ଗ୍ରାମ

– ପେଶା ସୋରିଷ ୪ ଚାମଚ

– ପାନମଧୁରୀ ୧/୨ ଛୋଟ ଚାମଚ

– ହଳଦୀ ୧/୨ ଛୋଟ ଚାମଚ

– ମେଥି ୧/୨ ଚାମଚ

– ଜୁଆଣୀ ମଞ୍ଜି ୧/୨ ଛୋଟ ଚାମଚ

– ହେଙ୍ଗୁ ୧/୨ ଚାମଚ

– ସ୍ୱାଦ ଅନୁସାରେ ଲୁଣ

– ସୋରିଷ ତେଲ ୧ କପ୍

ରସୁଣ-ଅଦା ଏବଂ କଞ୍ଚା ଲଙ୍କା ରେସିପି:

୧- ଆଚାର ତିଆରି କରିବା ପାଇଁ ପ୍ରଥମେ ମଧ୍ୟମ ତାପରେ ଏକ ପ୍ୟାନ ଗରମ କରନ୍ତୁ।

୨- ବର୍ତ୍ତମାନ ପ୍ୟାନରେ ସୋରିଷ, ପାନମଧୁରୀ, ଜୁଆଣୀ ଏବଂ ମେଥି ପକାଇ ପାଖାପାଖି ୫ ମିନିଟ୍ ଭାଜନ୍ତୁ ଏବଂ ଗ୍ୟାସ୍ ବନ୍ଦ କରନ୍ତୁ।

୩- ଯେତେବେଳେ ମସଲା ଥଣ୍ଡା ହୋଇଯାଏ, ଏହାକୁ ଏକ ମିକ୍ସର୍ରେ ରଖି ଗ୍ରାଇଣ୍ଡ୍ କରନ୍ତୁ।

୪- ବର୍ତ୍ତମାନ ଏକ ପ୍ୟାନରେ ତେଲକୁ ଭଲ ଭାବରେ ଗରମ କରନ୍ତୁ।

୫- ଯେତେବେଳେ ତେଲ ଟିକେ ଥଣ୍ଡା ହୋଇଯାଏ, ସେଥିରେ ହଳଦୀ, ହେଙ୍ଗୁ, ଲାଲ୍ ମରିଚ ପାଉଡର, ଗ୍ରାଉଣ୍ଡ ମସଲା ଏବଂ ଲୁଣ ମିଶାନ୍ତୁ।

୬- ବର୍ତ୍ତମାନ ଏକ ଜାରରେ କଟା ମରିଚ, ଅଦା ଏବଂ ରସୁଣ ପକାନ୍ତୁ।

୭- ବର୍ତ୍ତମାନ ଉପରରୁ ମସଲା ସହିତ ମିଶ୍ରିତ ସମସ୍ତ ତେଲ ଢାଳନ୍ତୁ।

୮- ଆଚାରକୁ ଗ୍ଲାସ୍ ପାତ୍ରରେ ରଖନ୍ତୁ, ଯାହାଫଳରେ ଆଚାରଟି ଅଧିକ ସମୟ ଧରି ରହିବ।

୯- ବର୍ତ୍ତମାନ ଆଚାରକୁ ସୂର୍ଯ୍ୟକିରଣରେ ପ୍ରାୟ ୨-୩ ଦିନ ରଖନ୍ତୁ।

୧୦- ଏହିଭଳି ଅଦା, ରସୁଣ ଏବଂ କଞ୍ଚା ଲଙ୍କା ଦ୍ଵାରା ସୁସ୍ବାଦୁ ଆଚାର ପ୍ରସ୍ତୁତ ହୋଇଥାଏ। ଆପଣ ଏହାକୁ ଯେକୌଣସି ସମୟରେ ଖାଇପାରିବେ।