ଏୟାରଟେଲ ‘ଏକ୍ସଷ୍ଟ୍ରିମ’ରେ ଦର୍ଶକ ନେଇପାରିବେ ‘କଞ୍ଚା ଲଙ୍କା’ର ସ୍ୱାଦ

Published: Nov 23, 2022, 9:10 am IST

ଭୁବନେଶ୍ବର: ଓଡ଼ିଶା ତଥା ଓଡ଼ିଶା ବାହାରେ ରହୁଥିବା ପ୍ରବାସୀ ଓଡ଼ିଆମାନଙ୍କ ପାଇଁ ଏକ ଜବରଦସ୍ତ ଖୁସି ଖବର। ଓଡ଼ିଶାର ପ୍ରିମିୟମ ଇଣ୍ଟରଟେନମେଣ୍ଟ ଆପ ‘କଞ୍ଚା ଲଙ୍କା’ ଏବେ ଭାରତର ଅଗ୍ରଣୀ ଟେଲିକମ ସେବା ପ୍ରଦାନକାରୀ ଏୟାରଟେଲର ଆପର ଏୟାରଟେଲ ‘ଏକ୍ସଷ୍ଟ୍ରିମ’ରେ ଉପଲବ୍ଧ ହେବ।

ଓଡ଼ିଆ ଦର୍ଶକଙ୍କ ମନୋରଞ୍ଜନର ମାଧ୍ୟମ ସାଜିଥିବା ଓଡ଼ିଆ ଓଟିଟି ‘କଞ୍ଚା ଲଙ୍କା’ ଆରମ୍ଭ ହେବା ଦିନଠାରୁ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ଏବେ ଏହା ପ୍ଲେ ଷ୍ଟୋର ଓ ଆପ ଷ୍ଟୋରରେ ସ୍ଥାନ ପାଇ ୫,୦୦,୦୦୦ ରୁ ଅଧିକ ଥର ଡାଉନଲୋଡ ହୋଇ ଖାଣ୍ଟି ଓଡ଼ିଆରେ ମନୋରଞ୍ଜନର ମାଧ୍ୟମ ପାଲଟିଛି।

କଞ୍ଚା ଲଙ୍କା ଓ ଏୟାରଟେଲ ଷ୍ଟ୍ରିମର ସହଯୋଗୀତା ଦର୍ଶକମାନଙ୍କ ପାଇଁ ଭଲ ଓଡ଼ିଆ କାହାଣୀ ଓ କଥାବସ୍ତୁ ନେଇ ଆସିବା ସହ ଏୟାରଟେଲ ଉପଭୋକ୍ତାମାନେ ବିଭିନ୍ନ ପ୍ୟାକେଜରେ ଏହାର ଲାଭ ଉଠେଇପାରିବେ ଏବଂ ଏକ୍ସଷ୍ଟ୍ରିମ୍ ଆପରେ ପ୍ରିମିୟମ କାହାଣୀ ସବୁ ଦେଖିପାରିବେ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଏୟାରଟେଲ ଏକ୍ସଷ୍ଟ୍ରିମର ୩ ମିଲିୟନ ଯୁକ୍ତ ପେଡ଼ ଗ୍ରାହକ ଅଛନ୍ତି ଏବଂ ଏହା ଲାଇଭ ଟିଭି, ବ୍ଳକବଷ୍ଟର ଚଳଚ୍ଚିତ୍ର, ଟିଭି ଶୋ, ନ୍ୟୁଜ, ୱେବ୍ ସିରିଜ୍, ଲାଇଭ ସ୍ପୋର୍ଟସ୍ ଓ ଭିଡିଓ ଷ୍ଟ୍ରିମଙ୍ଗ ପ୍ୟାକେଜର ସେବା ପ୍ରଦାନ କରେ। ଏହି ସହଭାଗିତା ଦ୍ଵାରା ଦର୍ଶକମାନେ ସୁପର ଇଣ୍ଟରନେଟ ବେଗରେ ଫୁଲ ଏଚଡି ରିଜୋଲୁସନରେ କଞ୍ଚା ଲଙ୍କା ଓ ଏହାର ସ୍ୱତନ୍ତ୍ର କାହାଣୀ ସବୁ ଦେଖିପାରିବେ।

‘କଞ୍ଚା ଲଙ୍କା’ ଓ ‘ଏୟାର୍ଟେଲ’ର ସହଭାଗୀତା ସ୍ଥାପନ ହେଲା ପରେ ଦର୍ଶକମାନେ ସେମାନଙ୍କର ପ୍ରିୟ ଓଟିଟି ସହ ଏୟାରଟେଲ ଏକ୍ସଷ୍ଟ୍ରିମ କେବଳ ଗୋଟିଏ ୟୁଜର ଆଇଡି ଓ ପେମେଣ୍ଟ ସହ ମନୋରଞ୍ଜନର ଖୋରାକ ପାଇବେ ଏବଂ ଏଥିରେ ଆମ ଟିମ ବହୁତ୍ ଖୁସି ବୋଲି କଞ୍ଚା ଲଙ୍କାର ସହ ପ୍ରତିଷ୍ଠାତା ତଥା କାର୍ଯ୍ୟକାରୀ ନିର୍ଦ୍ଦେଶକ ବିଭୁ ପ୍ରସାଦ ରଥ ସୂଚନା ଦେଇଛନ୍ତି।

Related posts