Categories
ଅପରାଧ ବିଶେଷ ଖବର

ପୁଣି ରାଜ୍ୟରୁ ଧରା ହେଲା ନକଲି ସିମେଣ୍ଟ କାରଖାନା, ଏହାର ତିଆର କଥା ଜାଣିଲେ ହେବେ ଆଶ୍ଚର୍ଯ୍ୟ

କଟକ: ରାଜ୍ୟରୁ ପୁଣି ଧରା ହୋଇଛି ନକଲି ସିମେଣ୍ଟ କାରଖାନା। ଏହା ସେହି କଟକ ଜଗତପୁର ଶିଳ୍ପାଞ୍ଚଳରୁ ଧରାଯାଇଛି। ଗତକାଲି କଟକ ପୋଲିସର ଏକ ଟିମ ଖବର ପାଇ ଚଢାଉ କରିଥିଲେ। ଏହି ଚଢାଉ ସମୟରେ ସେଠାରେ ବିଭିନ୍ନ ନାମିଦାମୀ କଂପାନୀର ଖାଲି ସିମେଣ୍ଟ ବସ୍ତା ଜବତ କରିଛନ୍ତି। ଏଥିସହିତ ସିମେଣ୍ଟ ମିଶ୍ରଣ ପାଇଁ ବ୍ୟବହାର କରାଯାଉଥିବା ବିଭିନ୍ନ ଉପକରଣ ମଧ୍ୟ ଜବତ କରିଛନ୍ତି।

ସୂଚନା ଅନୁସାରେ ଜଗତପୁରରେ ଦୀର୍ଘ ଦିନ ଧରି ମା ତାରିଣୀ କନଷ୍ଟ୍ରକସନ ନାମରେ ଏକ କଂପାନୀ ଅଛି। ହେଲେ ସେଠାରେ ସିମେଣ୍ଟ ଅପମିଶ୍ରଣ କରାଯାଉଛି ବୋଲି ପୋଲିସକୁ ଖବର ମିଲିଲା। ଏହାପରେ କଟକ ପୋଲିସ ସେଠାରେ ଚଢାଉ କରିଥିଲେ। ସେଠାରୁ ପୋଲିସ ଦୁଇ ଟ୍ରକ ନକଲି ସିମେଣ୍ଟ ଜବତ କରିଛି। ଏଥିସହିତ ଏହାର ମାଲିକ ବିଜୟ ମହାପାତ୍ରଙ୍କୁ ମଧ୍ୟ ପୋଲିସ ଅଟକ ରଖି ପଚରାଉଚୁରା କରୁଛି।

ପୋଲିସର କହିବା କଥା ଯେ, ଏମାନେ ଦୀର୍ଘଦିନ ଧରି କନଷ୍ଟ୍ରକସନ କଂପାନୀ ନାମରେ ଏହି ନକଲି ସିମେଣ୍ଟ ପ୍ରସ୍ତୁତ କରିଆସୁଥିଲେ। ସେମାନେ ବାହାର ରାଜ୍ୟକୁ ଟ୍ରକ ଟ୍ରକ ଏହି ନକଲି ସିମେଣ୍ଟ ପଠାଉଥିଲେ। ଏଥିପାଇଁ କଂପାନୀ ତରଫରୁ ବାହାର ରାଜ୍ୟରେ ବିଭିନ୍ନ ଏଜେଣ୍ଟକୁ ମଧ୍ୟ ନିଯୁକ୍ତି ଦିଆଯାଇଛି। ମୁଖ୍ୟତଃ ନାମିଦାମୀ କଂପାନୀ ବସ୍ତାରେ ଏହି ନକଲି ସିମେଣ୍ଟ ବିକ୍ରି ହେଉଥିବାରୁ ଗ୍ରାହକମାନେ ଜାଣିପାରନ୍ତି ନାହିଁ।

ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ସେମାନଙ୍କର ଏହି ନକଲି ସିମେଣ୍ଟ ପ୍ରସ୍ତୁତି ପ୍ରଣାଳୀ। ଏହି କଂପାନୀ ଏଜେଣ୍ଟମାନେ ବିଭିନ୍ନ ସିମେଣ୍ଟ ଗୋଦାମ କିମ୍ବା କନଷ୍ଟ୍ରକସନ କଂପାନୀ ସହିତ ଯୋଗାଯୋଗରେ ଅଛନ୍ତି। ସେମାନଙ୍କର ଗୋଟା ହୋଇଯାଇଥିବା କିମ୍ବା ପରିତ୍ୟକ୍ତ ହୋଇଥିବା ସିମେଣ୍ଟ ବସ୍ତାକୁ ଏମାନେ ମାଗଣା ନେଇ ଆସନ୍ତି।

ଏହି ଗୋଟା ସିମେଣ୍ଟକୁ ସେମାନେ ମେସିନ ସାହାଯ୍ୟରେ ଗୁଣ୍ଡ କରନ୍ତି। ଏହାପରେ ସେଥିରେ କିଛି ଅସଲି ସିମେଣ୍ଟ ମିଶ୍ରଣ କରନ୍ତି। ଏହି ମିଶ୍ରଣ ଏପରି ହୋଇଥାଏ ଯେ କୌଣସି ଗ୍ରାହକଙ୍କ ଘର ତିଆରି ବେଳେ ହଠାତ କିଛି ହେବ ନାହିଁ। ହେଲେ କେତେ ମାସ କିମ୍ବା ବର୍ଷ ପରେ ସେହି ଘରେ କିମ୍ବା ନିର୍ମାଣ କାର୍ଯ୍ୟରେ ଫାଟ ଦେଖାଦେବ।

ତେବେ ଏମାନଙ୍କର ବିକ୍ରି କୌଶଳ ମଧ୍ୟ ଭିନ୍ନ ପ୍ରକାରର ଥିଲା। ଏମାନେ ଶହଶହ ବସ୍ତା କୌଣସି ନିର୍ମାଣ କଂପାନୀକୁ ଦିଅନ୍ତି ନାହିଁ। ଏମାନେ ଅସଲି ସିମେଣ୍ଟ ବସ୍ତାରେ ଏହି ନକଲି ବସ୍ତା ମିଶାଇ ପଠାଇ ଦିଅନ୍ତି। ଏଥିପାଇଁ ଏମାନେ ବିଭିନ୍ନ ସିମେଣ୍ଟ ଡିଲର ସହିତ ଯୋଗାଯୋଗରେ ଅଛନ୍ତି। ପୋଲିସ ଏହି ଚେର ପାଇବା ପରେ ବର୍ତ୍ତମାନ ଏମାନଙ୍କଠାରୁ କେଉଁମାନେ ସିମେଣ୍ଟ ନେଉଥିଲା ତାହାର ଖୋଲତାଡ ଆରମ୍ଭ କରିଛି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଓଡିଶା ପୋଲିସରେ 477 ଟି ସବ ଇନସ୍ପେକ୍ଟର ଚାକିରୀ ପାଇଁ ଦରଖାସ୍ତ ଆହ୍ବାନ, ଜାଣନ୍ତୁ କଣ କରିବେ

କଟକ, ରାଜ୍ୟ ପୋଲିସ ବିଭାଗରେ ଏକଥରେ 477ଟି ସବ ଇନସ୍ପେକ୍ଟର ଚାକିରୀ ପାଇଁ ଦରଖାସ୍ତ ଆହ୍ବାନ କରାଯାଇଛି। ଏଥିରେ ଅନୁସୂଚିତ ଜାତି ପାଇଁ 78ଟି, ଅନୁସୂଚିତ ଜନଜାତି ପାଇଁ 107ଟି, ଏସଇବିସି ପାଇଁ 53ଟି ଏବଂ ଅଣସଂରକ୍ଷଣ 239ଟି ରହିଛି।

ଅଧିକ ଖବର ଜାଣିବା ପାଇଁ ଲଗଅନ କରନ୍ତୁ thesamikhsya.com/odia

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

କଟକରେ ଆପଣଙ୍କର ବାଇକ ଚୋରୀ ହୋଇଛି କି? ଦେଖନ୍ତୁ ପୋଲିସ ଆଜି 22 ଟି ଚୋରା ବାଇକ ଜବତ କରିଛି

କଟକ, ଆଜି କଟକ ପୋଲିସକୁ ଏକ ବଡ ସଫଳାତ ମିଳିଛି। ବାଦାମବାଡି ପୋଲିସ ଚଢାଉ କରି ଚୋରା ବାଇକ ସହିତ ପାଞ୍ଚଜଣଙ୍କୁ ଧରିବାରେ ସକ୍ଷମ ହୋଇଛି। ସେମାନଙ୍କଠାରୁ ମୋଟ 22 ଟି ଚୋରା ବାଇକ ଉଦ୍ଧାର କରାଯାଇଛି। ସେମାନେ ଏହି ବାଇକଗୁଡିକ ରଂଗ ବଦଳାଇ ବିକ୍ରି କରିବାର ଯୋଜନା କରୁଥିଲେ। ଏହି ପାଞ୍ଚଜଣଙ୍କ ମଧ୍ୟରୁ ଚାରିଜଣ ବାଇକ ଆଣିବା କାମରେ ଥିବା ବେଳେ ଜଣେ ବିକ୍ରୀ କରୁଥିବା ବ୍ୟକ୍ତି ଅନ୍ତର୍ଭୁକ୍ତ। ଗତ ସପ୍ତାହରେ ଜଗତପୁର ପୋଲିସ ମଧ୍ୟ ସେହିପରି ଚଢାଉ କରି 35ଟି ବାଇକ ଜବତ କରିଥିଲା।

Categories
ଫଟୋ ଖବର

ସତର୍କତାର ସହ ଦୋକାନ ଖୋଲିବା ନେଇ ବ୍ୟବସାୟୀ ମହାସଂଘ ସହିତ କଟକ ପୋଲିସର ଆଲୋଚନା

କଟକ, ରାଜ୍ୟର ମୁଖ୍ୟ ବ୍ୟବସାୟ ପେଣ୍ଠ ହେଉଛି କଟକ। ଦୀର୍ଘ ଦିନ ଧରି ଲକ ଡାଉନ ଯୋଗୁଁ ଏହି ସହର ଦୋକାନ ବଜାର ବନ୍ଦ ଥିଲା। ବର୍ତ୍ତମାନ ଖୋଲିବା ପାଇଁ ନିଷ୍ପତି ହୋଇଥିବାରୁ କିପରି ସତର୍କତା ସହ ଏହା କରାଯିବ ସେ ନେଇ ଚିନ୍ତା। ସେଥିପାଇଁ କଟକ କମିଶନରେଟ ପୋଲିସ ତରଫରୁ ବ୍ୟବସାୟୀ ମହାସଂଘ ସହିତ ଆଲୋଚନା କରୁଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଲକଡାଉନ ଅମାନିଆଙ୍କୁ ସାବାଡ, ଗୋଟିଏ ଦିନରେ କଟକ ପୋଲିସ ଜବତ କଲା 4ଶହରୁ ଉର୍ଦ୍ଧ ବାଇକ

କଟକ, ବର୍ତ୍ତମାନ ସାରା ବିଶ୍ବ ଲକଡାଉନରେ। ଏପରି ପରିସ୍ଥିତିରେ ଆବଶ୍ୟକ ନ ଥିଲେ କେହି ଘରୁ ବାହରନ୍ତୁ ନାହିଁ ବୋଲି କଟକଣା ଜାରୀ କରାଯାଇଛି। ତଥାପି କେତେକ ଅମାନିଆ ଘରୁ ବାହାରି ବାଇକ ଧରି ବୁଲିବାରେ ଲାଗିଛନ୍ତି। ସେହିମାନଙ୍କୁ ସାବାଡ କରିବା ପାଇଁ ପୋଲିସ ବାରମ୍ବାର ଅନୁରୋଧ କରୁଥିଲେ ମଧ୍ୟ ଅନେକ ଖାତିର କରୁ ନାହିଁନ୍ତି।

ଫଳରେ ପୋଲିସ ବର୍ତ୍ତମାନ ବିଭିନ୍ନ ସ୍ଥାନରେ କଡା ପଦକ୍ଷେପ ନେବା ଆରମ୍ଭ କରିଛି। ସେହି ପରିପ୍ରେକ୍ଷୀରେ କଟକ କମିଶନରେଟ ପୋଲିସ ତରଫରୁ ବିଭିନ୍ନ ରାସ୍ତାରେ ଅମାନିଆଙ୍କ ଉପରେ ଚଢାଉ କରାଯାଇ ସେମାନଙ୍କୁ ସାବାଡ କରାଯାଉଛି। ଲକଡାଉନ ସମୟରେ କଟକ ପୋଲିସ ଗତକାଲି ଗୋଟିଏ ଦିନରେ ପ୍ରାୟ 4 ଶହ 48 ଖଣ୍ଡ ବାଇକ ଜବତ କରିଛି। ସେହିପରି ମାସ୍କ ପିନ୍ଧି ନ ଥିବାରୁ 121 ଜଣଙ୍କଠାରୁ ଜରିମାନା ଆଦାୟ କରାଯାଇଛି। ଦୁଇଜଣଙ୍କ ବିରୋଧରେ ମାମାଲ ମଧ୍ୟ ଋଜୁ କରାଯାଇଛି। ଏହି କଟକଣା ଆହୁରି ଦୃଢ କରାଯିବ ବୋଲି କଟକ ପୋଲିସ ତରଫରୁ କୁହାଯାଇଛି।