ଲକଡାଉନ ଅମାନିଆଙ୍କୁ ସାବାଡ, ଗୋଟିଏ ଦିନରେ କଟକ ପୋଲିସ ଜବତ କଲା 4ଶହରୁ ଉର୍ଦ୍ଧ ବାଇକ

Published: Apr 29, 2020, 9:35 am IST
କଟକ, ବର୍ତ୍ତମାନ ସାରା ବିଶ୍ବ ଲକଡାଉନରେ। ଏପରି ପରିସ୍ଥିତିରେ ଆବଶ୍ୟକ ନ ଥିଲେ କେହି ଘରୁ ବାହରନ୍ତୁ ନାହିଁ ବୋଲି କଟକଣା ଜାରୀ କରାଯାଇଛି। ତଥାପି କେତେକ ଅମାନିଆ ଘରୁ ବାହାରି ବାଇକ ଧରି ବୁଲିବାରେ ଲାଗିଛନ୍ତି। ସେହିମାନଙ୍କୁ ସାବାଡ କରିବା ପାଇଁ ପୋଲିସ ବାରମ୍ବାର ଅନୁରୋଧ କରୁଥିଲେ ମଧ୍ୟ ଅନେକ ଖାତିର କରୁ ନାହିଁନ୍ତି।

ଫଳରେ ପୋଲିସ ବର୍ତ୍ତମାନ ବିଭିନ୍ନ ସ୍ଥାନରେ କଡା ପଦକ୍ଷେପ ନେବା ଆରମ୍ଭ କରିଛି। ସେହି ପରିପ୍ରେକ୍ଷୀରେ କଟକ କମିଶନରେଟ ପୋଲିସ ତରଫରୁ ବିଭିନ୍ନ ରାସ୍ତାରେ ଅମାନିଆଙ୍କ ଉପରେ ଚଢାଉ କରାଯାଇ ସେମାନଙ୍କୁ ସାବାଡ କରାଯାଉଛି। ଲକଡାଉନ ସମୟରେ କଟକ ପୋଲିସ ଗତକାଲି ଗୋଟିଏ ଦିନରେ ପ୍ରାୟ 4 ଶହ 48 ଖଣ୍ଡ ବାଇକ ଜବତ କରିଛି। ସେହିପରି ମାସ୍କ ପିନ୍ଧି ନ ଥିବାରୁ 121 ଜଣଙ୍କଠାରୁ ଜରିମାନା ଆଦାୟ କରାଯାଇଛି। ଦୁଇଜଣଙ୍କ ବିରୋଧରେ ମାମାଲ ମଧ୍ୟ ଋଜୁ କରାଯାଇଛି। ଏହି କଟକଣା ଆହୁରି ଦୃଢ କରାଯିବ ବୋଲି କଟକ ପୋଲିସ ତରଫରୁ କୁହାଯାଇଛି।

Related posts