Categories
ଆଜିର ଖବର ରାଜ୍ୟ ଖବର

ଧର୍ମ ଭାବନାକୁ ଆଘାତ ଦେବାପରି ସାମାଜିକ ଗଣମାଧ୍ୟମରେ ପୋଷ୍ଟିଂ, ପୋଲିସର ଦୃଢ କାର୍ଯ୍ୟାନୁଷ୍ଠାନ ଆରମ୍ଭ

କଟକ, କିଛି ଅସାମାଜିକ ଓ ଖଳ ପ୍ରକୃତିର ଲୋକ ଫେସବୁକ ମାଧ୍ୟମରେ ଜନସାଧାରଣ ମାନଙ୍କର ଧାର୍ମିକ ଭାବନାକୁ ଆଘାତ ଦେଇ ପୋଷ୍ଟ କରିଥିବାର ଜଣାପଡିଛି। ଏହାକୁ ନେଇ କଟକରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି। ତେବେ ପୋଲିସ ଏହି ପୋଷ୍ଟିଂକୁ ନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ପୋଲିସ ଅପମାନ ଜନକ ପୋଷ୍ଟକୁ ଗଭୀରତାର ସହ ନେଇ କ୍ୟାଣ୍ଟନମେଣ୍ଟ ଥାନା କେସ ନମ୍ବର-୧୧୦ ତା-୧୯.୦୯.୨୦୨୦,୧୫୩(ଏ)/୨୯୨(ଏ)/୨୯୫(ଏ)/୫୦୫/୧୨୦(ବି) ଆଇ.ପି.ସି/୬୭ ଆଇ.ଟି.ଆକ୍ଟ ରୁଜୁ କରାଯାଇ ତଦନ୍ତ କରାଯାଉଅଛି। ଏହାକୁ ପୋଷ୍ଟ କରିଥିବା ଅପରାଧୀ ଓ ଉକ୍ତ ପୋଷ୍ଟକୁ ଲାଇକ ଓ ସେୟାର କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛି। ତେବେ ପୋଲିସ ଜନସାଧାରଣଙ୍କୁ ଶାନ୍ତି ଓ ସୌହାର୍ଦ୍ଦ୍ୟ ବଜାୟ ରଖିବାକୁ ଅନୁରୋଧ କରିଛି।

 

Categories
ଫଟୋ ଖବର

କୋଭଡି19 ଯୁଦ୍ଧରେ ପୋଲିସଙ୍କ ମନୋବଳ ବୃଦ୍ଧି ପାଇଁ ସେଚ୍ଛାସେବୀ ଅନୁଷ୍ଠାନ ତରଫରୁ ଶକ୍ତି ପାନୀୟ ପ୍ରଦାନ

କଟକ, କୋଭିଡି19 ଯୁଦ୍ଧରେ ଯୋଦ୍ଧା ସାଜିଥିବା କଟକ ପୋଲିସର ମନୋବଳ ବଢାଇବା ପାଇଁ ଭୁବନେଶ୍ବର @roundtable53 ଏବଂ କଟକ @round137 ତରଫରୁ 45 ହଜାରଟି ଶକ୍ତି ପାନୀୟ ପ୍ରଦାନ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଲକଡାଉନ ଅମାନିଆଙ୍କୁ ସାବାଡ, ଗୋଟିଏ ଦିନରେ କଟକ ପୋଲିସ ଜବତ କଲା 4ଶହରୁ ଉର୍ଦ୍ଧ ବାଇକ

କଟକ, ବର୍ତ୍ତମାନ ସାରା ବିଶ୍ବ ଲକଡାଉନରେ। ଏପରି ପରିସ୍ଥିତିରେ ଆବଶ୍ୟକ ନ ଥିଲେ କେହି ଘରୁ ବାହରନ୍ତୁ ନାହିଁ ବୋଲି କଟକଣା ଜାରୀ କରାଯାଇଛି। ତଥାପି କେତେକ ଅମାନିଆ ଘରୁ ବାହାରି ବାଇକ ଧରି ବୁଲିବାରେ ଲାଗିଛନ୍ତି। ସେହିମାନଙ୍କୁ ସାବାଡ କରିବା ପାଇଁ ପୋଲିସ ବାରମ୍ବାର ଅନୁରୋଧ କରୁଥିଲେ ମଧ୍ୟ ଅନେକ ଖାତିର କରୁ ନାହିଁନ୍ତି।

ଫଳରେ ପୋଲିସ ବର୍ତ୍ତମାନ ବିଭିନ୍ନ ସ୍ଥାନରେ କଡା ପଦକ୍ଷେପ ନେବା ଆରମ୍ଭ କରିଛି। ସେହି ପରିପ୍ରେକ୍ଷୀରେ କଟକ କମିଶନରେଟ ପୋଲିସ ତରଫରୁ ବିଭିନ୍ନ ରାସ୍ତାରେ ଅମାନିଆଙ୍କ ଉପରେ ଚଢାଉ କରାଯାଇ ସେମାନଙ୍କୁ ସାବାଡ କରାଯାଉଛି। ଲକଡାଉନ ସମୟରେ କଟକ ପୋଲିସ ଗତକାଲି ଗୋଟିଏ ଦିନରେ ପ୍ରାୟ 4 ଶହ 48 ଖଣ୍ଡ ବାଇକ ଜବତ କରିଛି। ସେହିପରି ମାସ୍କ ପିନ୍ଧି ନ ଥିବାରୁ 121 ଜଣଙ୍କଠାରୁ ଜରିମାନା ଆଦାୟ କରାଯାଇଛି। ଦୁଇଜଣଙ୍କ ବିରୋଧରେ ମାମାଲ ମଧ୍ୟ ଋଜୁ କରାଯାଇଛି। ଏହି କଟକଣା ଆହୁରି ଦୃଢ କରାଯିବ ବୋଲି କଟକ ପୋଲିସ ତରଫରୁ କୁହାଯାଇଛି।