Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

କଟକ ଭୁବନେଶ୍ବରରେ ଆରମ୍ଭ ହେଲା ଭସାଣୀ, ଆଜି ମାଙ୍କୁ ବିଦାୟ

ଭୁବନେଶ୍ବର: ଆଜି ହେଉଛି ମା ଦୁର୍ଗାଙ୍କ ଭସାଣୀ। ଆଜି ଭକ୍ତମାନେ ମାଙ୍କୁ ଦେବେ ମେଲାଣି। ସେଥିପାଇଁ ଉଭୟ କଟକ ଭୁବନେଶ୍ବରର ପୂଜା ମଣ୍ଡପ ତରଫରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଏପରିକି କେତେକ ପୂଜା ମଣ୍ଡପ ଭସାଣୀ ଉତ୍ସବକୁ ବାହାରି ପଡିଲେଣି।

ଭୁବନେଶ୍ବରରେ ଯେଉଁ ଭସାଣୀ ହେବ ସେଥିରେ ଉଭୟ ନୟାପଲ୍ଲୀ ଏବଂ ସହୀଦ ନଗର ପୂଜାମଣ୍ଡପରେ ସମସ୍ତେ ଏକାଠି ହେବେ। ସେଠାରୁ ଏକାଠି ସମସ୍ତେ ଏକ ଶୋଭାଯାତ୍ରାରେ ଭୁବନେଶ୍ବର ପରିକ୍ରମା କରି ଦୟା ନଦୀରେ ମାଙ୍କୁ ବିସର୍ଜନ କରିବେ।

ସେହିପରି କଟକରେ ମଧ୍ୟ ଭସାଣୀ ପାଇଁ ପୂଜା ମଣ୍ଡପ ପ୍ରସ୍ତୁତି କରିସାରିଲେଣି। ସେମାନେ ସମସ୍ତେ ଶୋଭାଯାତ୍ରାରେ ଯାଇ ଦେବୀଗଡା ଘାଟରେ ମାଙ୍କୁ ବିସର୍ଜ୍ଜନ କରିବେ। ସେଥିପାଇଁ ଉଭୟ ସହରରେ ସୁରକ୍ଷା ବ୍ୟବସ୍ଥା ପୋଲିସ କମିଶନରେଟ ତରଫରୁ ନିଆଯାଇଛି। ଆଜି ସଂଧ୍ୟା ସୁଦ୍ଧା ସମସ୍ତ ଦେବୀଙ୍କ ବିସର୍ଜ୍ଜନ ଶେଷ ହେବ ବୋଲି ଜଣାପଡିଛି।

Categories
DurgaPujaNews ଆଜିର ଖବର ଧର୍ମ ରାଜ୍ୟ ଖବର

ଶେଷରେ ମା’ଙ୍କୁ ଦେଲେ ବିଦାୟ, କଟକରେ ବେଶ୍ ଜାକଜମକରେ ହେଲା ଭସାଣୀ ଉତ୍ସବ

କଟକ: ଆଜି ମା ଦୁର୍ଗାଙ୍କୁ ଶେଷରେ ବିଦାୟ ଦେଇଛନ୍ତି ଭକ୍ତଗଣ। ଦୀର୍ଘ ଦଶ ଦିନ ଧରି ଚାଲିଥିଲା ମାଙ୍କ ପୂଜା। ଦିନରାତି ଏକାକାର କରିଥିଲେ ପୂଜା ସମିତି କର୍ମକର୍ତ୍ତା ଆଉ ଭକ୍ତଗଣ। ସକାଳୁ ମାଆଙ୍କ ଆରତି ସହିତ ରାତି ପୂଜା ପର୍ଯ୍ୟନ୍ତ ଲାଗିଥିଲା ଗହଳି ଚହଳି। ହେଲେ ବିଧି ମୁତାବିକ ଆଜି ମାଙ୍କ ଭସାଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ଆଜି ପ୍ରବଳ ବର୍ଷା ସତ୍ବେ ବିଭିନ୍ନ ସ୍ଥାନରେ ଭସାଣୀ ଉତ୍ସବର ଆୟୋଜନ କରାଯାଇଛି। ବିଶେଷ କରି କଟକରେ ଏହି ଭସାଣୀ କଡା ସୁରକ୍ଷା ମଧ୍ୟରେ କରାଯାଇଥିଲା। ଗୋଟିଏ ପରେ ଗୋଟିଏ ମେଢ ଦେବୀଗଡା ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଯାଇ ଭସାଣୀ କରିଥିଲେ। ଏହାକୁ ଦେଖିବା ପାଇଁ ଲୋକଙ୍କର ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା।