Categories
Municipal Election ଆଜିର ଖବର ରାଜ୍ୟ ଖବର

ଜାଣନ୍ତୁ କଟକ ମହାନଗର ନିଗମରେ କେଉଁ ଦଳକୁ ମିଳିଲା କେତେ ଆସନ

ଭୁବନେଶ୍ବର: ଆଜି ପୌର ନିର୍ବାଚନ ଫଳାଫଳ ଘୋଷଣା କରାଯାଇଛି। ଏଥିରେ ତିନି ମହାନଗରର ମେୟର ପଦବୀ ବିଜେଡି ଅକ୍ତିୟାର କରିଛି। ତେବେ କଟକର ମୋଟ ୫୯ ୱାର୍ଡରୁ ବିଜେଡି ଅର୍ଦ୍ଧାଧିକ ଆସନ ଦଖଲ କରିଛି। ତେବେ ଏ ନେଇ ବିଧିବଧ ଭାବେ ରାଜ୍ୟ ନିର୍ବାଚନ କମିସନରଙ୍କ ତରଫରୁ ପ୍ରକାଶିତ ଦଳିୟ ଭିତ୍ତିରେ ଆସନ ସଂଖ୍ୟା ହେଲା

କଟକ ମହାନଗରର ମୋଟ ଘୋଷିତ ଆସନ ସଂଖ୍ୟା ୫୯
ବିଜେଡି- ୩୮
ବିଜେପି- ୦୭
କଂଗ୍ରେସ- ୦୮
ସ୍ବାଧୀନ- ୦୬

Categories
ଆଜିର ଖବର ରାଜ୍ୟ ଖବର

କଟକ ମହାନଗର ନିଗମ ନିର୍ବାଚନ ଫାଳଫଳ: ବିଜେଡି ପ୍ରାର୍ଥୀ ସୁଵାଷ ସିଂହଙ୍କ ବିପୁଳ ବିଜୟ

ଭୁବନେଶ୍ବର: କଟକ ମହାନଗର ନିଗମ ନିର୍ବାଚନର ଫାଳଫଳ ଘୋଷଣା ହୋଇଛି। ଶାସକ ବିଜୁ ଜନତା ଦଳର ପ୍ରାର୍ଥୀ ସୁବାସ ସିଂହ ବିଜୟ ଲାଭ କରିଛନ୍ତି। ଦ୍ଵିତୀୟ ସ୍ଥାନରେ କଂଗ୍ରେସ ଥିବା ବେଳେ ବିଜେପି ତୃତୀୟ ସ୍ଥାନରେ ରହିଛି। ବିଜେଡି ପ୍ରାର୍ଥୀ ସୁଵାଷ ସିଂହ ମୋଟ ୧ ଲକ୍ଷ ୧୩ ହଜାର ୫୬୨ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀଙ୍କ କଂଗ୍ରେସର ଗିରିବାଳା ଵେହେରାଙ୍କ ଠାରୁ ୪୫ ହଜାର ୨୦୬ଭୋଟରେ ଜିତିଛନ୍ତି। ଗିରିବାଳା ୬୮ହଜାର ୩ଶହ ୫୬ ଖଣ୍ଡ ଭୋଟ ପାଇଛନ୍ତି। ସେହିଭଳି ଵିଜେପି ପ୍ରାର୍ଥୀ ଶ୍ରୀତମ ଦାସ ୪୯ ହଜାର ୨ଶହ ୨୩ଖଣ୍ଡ ଭୋଟ ପାଇଛନ୍ତି।

ତେବେ କଟକ ମହାନଗର ନିଗମର ୫୯ଟି ଓ୍ଵାର୍ଡରୁ ବିଜେଡ଼ି ୩୮ ଟି ଓ୍ଵାର୍ଡ ଜିତି ସିଏମସି ଦଖଲ କରିଛି। ସେହିଭଳି କଂଗ୍ରେସ ୮ଟି, ବିଜେପି ୭ଟି ଓ୍ଵାର୍ଡ ଏବଂ ୬ଟି ଓ୍ଵାର୍ଡ ସ୍ଵାଧୀନ ପ୍ରାର୍ଥୀ ଜିତିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଓଲିଉଡ ଅଭିନେତା ଶ୍ରୀତମ ଦାସ ହେଲେ କଟକ ମହାନଗରର ମେୟର ପ୍ରାର୍ଥୀ: ଘୋଷଣା କଲା ବିଜେପି

କଟକ: କଟକ ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ ଘୋଷଣା କରିଛି ବିଜେପି। ବିଜେପି ପକ୍ଷରୁ ଓଲିଉଡ ଅଭିନେତା ଶ୍ରୀତମ ଦାସଙ୍କୁ ସିଏମସିର ମେୟର ପ୍ରାର୍ଥୀ କରାଯାଇଛି। କଟକରୁ ମେୟର ପ୍ରାର୍ଥୀ ଭାବେ ସେ ପୌର ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବେ। ଏହା ପୂର୍ବରୁ କଂଗ୍ରେସ ପକ୍ଷରୁ ଗତକାଲି ମେର ପ୍ରାର୍ଥୀ ଘୋଷଣା କରିଥିଲା। ସାଂସଦ ସୁବାସ ସିଂହଙ୍କୁ ବିଜେଡ଼ି କଟକ ମହାନଗର ପାଇଁ ମେୟର ପ୍ରାର୍ଥୀ ଘୋଷଣା କରିଥିଲା।

Categories
ଆଜିର ଖବର ରାଜ୍ୟ ଖବର

ରମଜାନ ପାଇଁ ମାର୍ଗଦର୍ଶିକା ଜାରି କଲା କଟକ ମହାନଗର ନିଗମ

କଟକ: କରୋନା ସଂକ୍ରମଣକୁ ରୋକିବା ପାଇଁ କଟକ ମହାନଗର ନିଗମ ଏକ ନୂଆ ମାର୍ଗଦର୍ଶିକା ଜାରି କରିଛି। ରମାଜନ ପାଇଁ ସିଏମସି ନୂଆ କଟକଣା ଲାଗୁ କରିଛି। ରମଜାନରେ ନମାଜ ପାଠ ପାଇଁ ସର୍ବାଧିକ ୧୦୦ ଲୋକଙ୍କୁ ଅନୁମତି ମିଳିଛି। ନମାଜ ପାଠ ପାଇଁ ବୟସ୍କ ଏବଂ ରୋଗାକ୍ରାନ୍ତ ଲୋକଙ୍କୁ ବାରଣ କରାଯାଇଛି। ସବୁ ମସଜିଦ ସାମ୍ନାରେ ସାନିଟାଇଜେସନ ଏବଂ ଥର୍ମାଲ ସ୍କାନିଂକୁ ବାଧ୍ୟତାମୂଳକ କରାଯାଇଛି। ନମାଜ ସମୟରେ ସାମାଜିକ ଦୂରତା ଅନିବାର୍ଯ୍ୟ। ଅତିକମରେ ୬ ଫୁଟ ଦୁରତ୍ଵ ରକ୍ଷା କରିବା ସହ ମାସ୍କ ପରିଧାନ କରିବା ପାଇଁ ବାଧ୍ୟତାମୂଳକ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

କଟକ ମାଳିସାହିକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କଲା ସିଏମ୍‌ସି

କଟକ : ରାଣୀହାଟ ମାଳିସାହିକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କଲା ସିଏମ୍‌ସି । କରୋନା ଆକ୍ରାନ୍ତ ଚିହ୍ନଟ ପରେ କଟକ ମହାନଗର ନିଗମ ଏନେଇ ପଦକ୍ଷେପ ନେଇଛି । କଣ୍ଟେନମେଣ୍ଟ ଜୋନ୍‌ରେ ଗାଡି ଆତଯାତ ମନା । ସେହିପରି ଏହି ଅଞ୍ଚଳରୁ ଘରୁ କେହି ବାହାରିବେନି ବୋଲି ସୂଚନା ରହିଛି । କଟକ ସହରରୁ 100ରୁ ଉର୍ଦ୍ଧ୍ବ କରୋନା ମାମଲା ଚିହ୍ନଟ ହୋଇଥିବାବେଳେ ଦୁଇଜଣଙ୍କର ମୃତ୍ୟୁ ହୋଇଛି ।

ସେହିପରି ଭୁବନେଶ୍ୱର ଉପକଣ୍ଠ ନୂଆଗାଁକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ଭୁବନେଶ୍ୱର ମହାନଗର ନିଗମ। କରୋନା ଆକ୍ରାନ୍ତ ଚିହ୍ନଟ ପରେ ଏହାକୁ  କଣ୍ଟେନମେଣ୍ଟ କରାଯାଇଛି। ଗୋଟିଏ ପରିବାରରୁ5 ଜଣ ଆକ୍ରାନ୍ତ ଚିହ୍ନଟ ପରେ ବିଏମ୍‌ସି ଏହି ପଦକ୍ଷେପ ନେଇଛି।