Categories
ବିଶେଷ ଖବର

ଦୁର୍ନୀତି ବିରୋଧରେ ନବୀନ ପଟ୍ଟନାୟକଙ୍କ କଡ଼ା ଆଭିମୁଖ୍ୟ: ବିଦା ହେଲେ ଆଉ ୬ ଅଧିକାରୀ

ଭୁବନେଶ୍ବର: ଦୁର୍ନୀତି ବିକାଶର ସବୁଠାରୁ ବଡ଼ ପ୍ରତିବନ୍ଧକ। ତେଣୁ ଦୁର୍ନୀତି ବିରୁଦ୍ଧରେ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଜାରି ରଖିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତି କ୍ଷେତ୍ରରେ ଜିରୋ ଟଲରେନ୍ସ ନୀତି ଉପରେ ଗୁରୁତ୍ବ ଦେଇ ଆସିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତି ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନର ଅଂଶସ୍ବରୂପ ଆଜି ୬ ଜଣ ଅଧିକାରୀଙ୍କୁ ବରଖାସ୍ତ କରିଛନ୍ତି। ଏହି ବରଖାସ୍ତ ଅଧିକାରୀଙ୍କ ମଧ୍ୟରେ ଜଣେ ମୁଖ୍ୟଯନ୍ତ୍ରୀ, ୩ ଜଣ ଏକଜିକ୍ୟୁଟିଭ୍ ଇଞ୍ଜିନିୟର ଓ ୨ ଜଣ ବ୍ଲକ ଶିକ୍ଷା ଅଧିକାରୀ ରହିଛନ୍ତି। ଏହି ୬ ଜଣ ଅଧିକାରୀଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୬୪ ଜଣ ଅଧିକାରୀଙ୍କୁ ଚାକିରିରୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।

ସମ୍ବଲପୁର ଇଲେକ୍ଟ୍ରିକାଲ ମୁଖ୍ୟଯନ୍ତ୍ରୀ ସୁନିଲ୍ କୁମାର ପଣ୍ଡାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ବେଳେ ବ୍ରହ୍ମପୁର ରୁରାଲ ୱାର୍କ୍ସ ଇଲେକ୍ଟ୍ରିକାଲ୍ ଡିଭିଜନର ଏକ୍‌ଜିକ୍ୟୁଟିଭ୍ ଇଞ୍ଜିନିୟର ଜଗନ୍ନାଥ ସେଠୀ, ଭୁବନେଶ୍ୱରର ଏକଜିକ୍ୟୁଟିଭ୍ ଇଞ୍ଜିନିୟର ତଥା ଡେପୁଟି ଇଲେକ୍ଟ୍ରିକାଲ ଇନ୍ସପେକ୍ଟର ଦୀପକ କୁମାର ଭୁୟାଁ, ଭୁବନେଶ୍ୱରର ଏକଜିକ୍ୟୁଟିଭ୍ ଇଞ୍ଜିନିୟର ତଥା ଡେପୁଟି ଇଲେକ୍ଟ୍ରିକାଲ ଇନସପେକ୍ଟର ପ୍ରଶାନ୍ତ କୁମାର ମିଶ୍ର, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ରାୟଗଡ଼ା ଜିଲ୍ଲା ଗୁଣୁପୁରସ୍ଥିତ ବ୍ଲକ ଶିକ୍ଷା ଅଧିକାରୀ ଅନ୍ତର୍ଯ୍ୟାମୀ ବେହେରା, ଗଜପତି ଜିଲ୍ଲାର ନୂଆଗଡ଼ସ୍ଥିତ ବ୍ଲକ ଶିକ୍ଷା ଅଧିକାରୀ ବ୍ରଜ କୁମାର ନାୟକଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ

କ୍ରିକେଟରଙ୍କ ଉପରେ ଏହି ଦେଶର କଡା ଆଭିମୁଖ୍ୟ, ୮.୧୦ ମିନିଟରେ ପୁରା କରିବେ ୨ କିମି ଦୌଡ

ନୂଆଦିଲ୍ଲୀ: ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ଏହାର ଖେଳାଳିଙ୍କ ଫିଟନେସକୁ ନେଇ କଡା ନିୟମ କରିଛି। ଯଦି ଶ୍ରୀଲଙ୍କା କ୍ରିକେଟରମାନେ ୮ ମିନିଟ ୧୦ ସେକେଣ୍ଡରେ ୨ କିଲୋମିଟର ଦୌଡିବାକୁ ଅସମର୍ଥ, ତେବେ ସେମାନଙ୍କର ଦରମା ହ୍ରାସ ପାଇବ।

ନୂତନ ନିର୍ଦ୍ଦେଶାବଳୀରେ କ୍ରିକେଟରଙ୍କ ପାଇଁ ବିଭିନ୍ନ ପାରାମିଟର ସେଟ୍ କରାଯାଇଛି। ଏଥିରେ, ଯଦି ଖେଳାଳି ଦୌଡକୁ ୮ ମିନିଟ୍ ୧୦ ସେକେଣ୍ଡରେ ସମାପ୍ତ କରନ୍ତି, ତେବେ ସେ ଚୁକ୍ତିନାମା ଅନୁଯାୟୀ ପୂର୍ଣ୍ଣ ଦରମା ପାଇବେ। ଏହିପରି ଖେଳାଳିଙ୍କ ଦଳରେ ଯୋଗଦେବାର ସମ୍ଭାବନା ମଧ୍ୟ ଅଧିକ ହେବ। ୨ କିଲୋମିଟର ଦୂରତା ପୂରଣ କରିବାକୁ ୮.୧୦ ରୁ ୮.୫୫ ମିନିଟ୍ ନେଇଥିବା ଖେଳାଳିମାନେ ଜାତୀୟ ଦଳରେ ଚୟନ ପାଇଁ ଯୋଗ୍ୟ ହେବେ। କିନ୍ତୁ ସେମାନଙ୍କ ବେତନର କିଛି ପ୍ରତିଶତ କଟାଯିବ। ଅନ୍ୟପକ୍ଷରେ, ଯଦି ୨ କିଲୋମିଟର ଦୌଡକୁଦ କରିବା ପାଇଁ ଜଣେ ଖେଳାଳି ୮.୫୫ ସେକେଣ୍ଡରୁ ଅଧିକ ସମୟ ନିଏ, ତେବେ ସେ ଜାତୀୟ ଦଳରେ ଅନ୍ତର୍ଭୁକ୍ତ ହେବେ ନାହିଁ।

ଏହା ପୂର୍ବରୁ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ଖେଳାଳିଙ୍କ ପାଇଁ ୨ କିଲୋମିଟର ଦୌଡ ଶେଷ କରିବାକୁ ୮ ମିନିଟ୍ ୩୫ ସେକେଣ୍ଡର ସମୟ ସ୍ଥିର କରିଥିଲା। କ୍ରିକେଟ୍ ପରାମର୍ଶଦାତା କମିଟିର ପରାମର୍ଶ ପରେ ଏହାକୁ ୮.୫୫ ସେକେଣ୍ଡକୁ ବୃଦ୍ଧି କରାଯାଇଥିଲା। ବର୍ତ୍ତମାନ ଆଗାମୀ ବର୍ଷ ପାଇଁ ଫିଟନେସ୍ ନିୟମକୁ କଡାକଡି କରି ଏଥର ୮ ମିନିଟ୍ ୧୦ ସେକେଣ୍ଡକୁ ହ୍ରାସ କରାଯାଇଛି।

ଶ୍ରୀଲଙ୍କା ଚୟନ କମିଟିର ଅଧ୍ୟକ୍ଷ ପ୍ରମୋଦୟବିକ୍ରମସିଙ୍ଘେ ନୂତନ ନିର୍ଦ୍ଦେଶାବଳୀ ଉପରେ କହିଛନ୍ତି, ‘ଯଦି ଜଣେ କ୍ରିକେଟର ଚଳିତ ବର୍ଷ ଫେବୃଆରୀରେ ୮.୩୫ ମିନିଟରେ ୨ କିଲୋମିଟର ଦୌଡୁଛନ୍ତି, ତେବେ ବର୍ତ୍ତମାନ ତାଙ୍କୁ ଏହି ଦୌଡକୁ ୮.୧୦ ସେକେଣ୍ଡରେ ଶେଷ କରିବାକୁ ପଡିବ। ଆମେ ଚାହୁଁ ଖେଳାଳୀମାନେ ସେମାନଙ୍କ ଫିଟନେସ୍ ଉପରେ କଠିନ ପରିଶ୍ରମ କରନ୍ତୁ। ଫିଟନେସ୍ ପ୍ରସଙ୍ଗରେ ଆମେ କୌଣସି ଅବହେଳା ଚାହୁଁନାହୁଁ।

Categories
ଆଞ୍ଚଳିକ

ବାଣପୁରରେ କରୋନା ସଂକ୍ରମଣ ରୋକିବାକୁ ହେଲେ ଅମାନିଆଙ୍କ ପ୍ରତି କଡା ଆଭିମୁଖ୍ୟ ଜରୁରୀ: ତହସିଲଦାର

ସୀତାରାମ ଅଗ୍ରୱାଲ

ବାଣପୁର: କରୋନା ମହାମାରୀ ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ବେଶୀ ବ୍ୟାପୁଥିବାବେଳେ ସ୍ଥାନୀୟ ପ୍ରଶାସନ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛି। ବାଣପୁର ତହସିଲଦାର ତଥା କୋଭିଡ ଏନ୍ଫୋର୍ସମେଣ୍ଟ କମିଟି ଚେୟାରମ୍ୟାନ ଶ୍ରୀ ମନ୍ମଥ ବେହେରା ନିକଟରେ ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଛନ୍ତି।  ତଥାପି କରୋନାକୁ ଭୃକ୍ଷେପ ନକରି ନିଜ କର୍ତ୍ତବ୍ୟ ପ୍ରତି ଧ୍ୟାନ ଦେଉଛନ୍ତି। ପ୍ରତିଦିନ ବାଣପୁରରେ ପୋଲିସ, ଏନ.ଏ.ସି ଏବଂ ତହସିଲ ପକ୍ଷରୁ ପୃଥକ ପୃଥକ ଭାବେ କୋଭିଡ ନିୟମର କଡ଼ାକଡ଼ି ଯାଞ୍ଚ ହେଉଛି। ହେଲେ ଏକାକୀ ତହସିଲ ପ୍ରଶାସନ ଦ୍ୱାରା ତିନି ଗୋଟି ଏନ୍ଫୋର୍ସମେଣ୍ଟ ଟିମ ଗଠନ କରାଯାଇଅଛି। ଯାହା ସମ୍ପୂର୍ଣ ତହସିଲ ଅଞ୍ଚଳରେ ଦିନ ତମାମ କୋଭିଡ ନିୟମର କଡ଼ାକଡ଼ି ଯାଞ୍ଚ କରୁଛି।

ବାଣପୁର ରେ କୋଭିଡ ସଂକ୍ରମଣକୁ କମେଇବାକୁ ହେଲେ ଅମାନିଆଙ୍କ ପ୍ରତି କଡା ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି ତହସିଲଦାର ଶ୍ରୀ ବେହେରା କହିଛନ୍ତି। କୋଭିଡ ନିୟମ ତଥା ସାମାଜିକ ଦୁରତ୍ଵ ଏବଂ ମାସ୍କ ପିନ୍ଧିବା କଟକଣାକୁ ଅମାନିଆମାନେ ବେଖାତିରି କରି ନିଜେ ଏବଂ ନିଜ ପରିବାର ପ୍ରତି ବିପଦ ସୃଷ୍ଟି କରୁଛନ୍ତି। ସେମାନଙ୍କୁ ବାରମ୍ବାର ସଚେତନ କଲେ ମଧ୍ୟ କର୍ଣ୍ଣପାତ କରୁନାହାନ୍ତି। ତେଣୁ ଆମକୁ ବାଧ୍ୟ ହୋଇ ଜରିମାନା ଆଦାୟ କରିବାକୁ ପଡୁଛି ବୋଲି ତହସିଲଦାର କ୍ଷୋଭର ସହ କହିଛନ୍ତି।

ଆଜି ଦିନ ତମାମ ବାଣପୁର ତହସିଲ ପକ୍ଷରୁ ତହସିଲର ବିଭିନ୍ନ ଅଞ୍ଚଳ ଚଢ଼ାଉ ହୋଇଥିବାସ୍ଥଳେ ସନ୍ଧ୍ୟାରେ ଖୋଦ ତହସିଲଦାର ଶ୍ରୀ ବେହେରା ତହସିଲର ଏନ୍ଫୋର୍ସମେଣ୍ଟ ଟିମ ସହ ବାଣପୁର ବଜାର ବୁଲି ଗୋଟି ଗୋଟି ଦୋକାନରେ କୋଭିଡ ନିୟମର ଯାଞ୍ଚ କରିଥିଲେ। ଆଜି ସନ୍ଧ୍ୟା ସୁଦ୍ଧା ବାଣପୁର ତହସିଲରୁ କୋଭିଡ ଆଇନ ଉଲଂଘନକାରୀଙ୍କ ଠାରୁ ୮୦୦୦ ଟଙ୍କା ଜରିମାନା ଆଦାୟ ହୋଇଥିବା ତହସିଲଦାର ସୂଚନା ଦେଇଛନ୍ତି।

ଅପରପକ୍ଷରେ ଦେଖିବାକୁ ଗଲେ ବାଣପୁରରେ ଏବେ ପ୍ରାୟ ସମସ୍ତ ଜନସାଧାରଣ ସଚେତନ ହେଲେଣି ଏବଂ ମାସ୍କ ବ୍ୟବହାର କରିବା ସହ ଦୋକାନୀମାନେ ମଧ୍ୟ ସାମାଜିକ ଦୂରତ୍ୱ ରକ୍ଷାକରୁଛନ୍ତି।  ଯଦି ବାଣପୁରବାସି ଏହିପରି କଟକଣା ଗୁଡିକୁ କଡ଼ାକଡ଼ି ଭାବେ ପାଳନ କରିବେ ଯଥା ମାସ୍କ ବ୍ୟବହାର କରିବେ, ସାମାଜିକ ଦୂରତ୍ୱ ରକ୍ଷା କରିବେ, ଭିଡ଼ ଜମେଇବେ ନାହିଁ ତେବେ ଖୁବ ଶୀଘ୍ର ବାଣପୁର କରୋନାରୁ ମୁକ୍ତ ହୋଇପାରିବ ବୋଲି ତହସିଲଦାର ସୂଚନା ଦେବାସହ କଟକଣାଗୁଡିକୁ ମାନିବା ପାଇଁ ଲୋକଙ୍କୁ ଅନୁରୋଧ କରିଛନ୍ତି।

Categories
ଆଜିର ଖବର ବିଶେଷ ଖବର ରାଜ୍ୟ ଖବର

ଦୁର୍ନୀତି ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଡା ଆଭିମୁଖ୍ୟ: ଦୁଇଜଣଙ୍କୁ ବାଧ୍ୟତାମୂଳକ ଅବସର, ଛଅଜଣଙ୍କ ପେନ୍‌ସନ୍‌ ସୁବିଧାକୁ ସ୍ଥାୟୀ ବନ୍ଦ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରର ପଞ୍ଚମ କାର୍ଯ୍ୟକାଳରେ ଦୁର୍ନୀତି ବିରୋଧରେ କଡା ଆଭିମୁଖ୍ୟ ପୋଷଣ କରିଛନ୍ତି। ନବୀନ ପଟ୍ଟନାୟକ ଦୁର୍ନୀତି କ୍ଷେତ୍ରରେ ଶୂନ୍ୟ ସହିଷ୍ଣୁତା ନୀତି ଉପରେ ଗୁରୁତ୍ବ ଦେଇ ଆସୁଛନ୍ତି। ଦୁର୍ନୀତି ବିରୁଦ୍ଧରେ ତାଙ୍କ କଡା କାର୍ଯ୍ୟନୁଷ୍ଠାନ ଅଂଶ ସ୍ବରୂପ ମୁଖ୍ୟମନ୍ତ୍ରୀ ଆଜି 6ଜଣ ଅଧିକାରୀଙ୍କ ପେନସନ୍‌ ସୁବିଧା ସ୍ଥାୟୀ ଭାବରେ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏତଦ୍‌ବ୍ୟତୀତ ୨ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଗତ ଅଗଷ୍ଟ ମାସରୁ ଏ ପର୍ଯ୍ୟନ୍ତ ୭୪ ଜଣ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିବାବେଳେ ୧୫ ଜଣଙ୍କ ବାଧ୍ୟତାମୂଳକ ଅବସର ଦିଆଯାଇଛି।

ଆଜି ଦୁର୍ନୀତି ବିରୋଧୀ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଥିବା ଲାଞ୍ଚୁଆ ଅଧିକାରୀମାନଙ୍କ ମଧ୍ୟରେ ରହିଛନ୍ତି ଓବିସିସିର ପୂର୍ବତନ ଯନ୍ତ୍ରୀ ମୁଖ୍ୟ ତଥା ପରିଚାଳନା ନିର୍ଦ୍ଦେଶକ ସୁଧୀର କୁମାର ବଜେନ୍ଦ୍ର ନାରାୟଣ, ଅବସରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ଓବିସିସିର ବରିଷ୍ଠ ପ୍ରୋଜେକ୍ଟ ମ୍ୟାନେଜର୍‌ ଅରୁଣ ଚରଣ ପରିଡା, ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ସବ୍‌ ଡିଭିଜନ୍‌ କାମାକ୍ଷାନଗରର ପ୍ରମୋଦ କୁମାର ବେହେରା, ପୁରୀ ଗ୍ରାମ୍ୟ ଉନ୍ନୟନ ବିଭାଗର ଅବସରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ବ୍ରଜସୁନ୍ଦର ପଟ୍ଟନାୟକ, କଟକ ମହାନଗର ନିଗମର ଅବସରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ଖଗେଶ୍ବର ସ୍ବାଇଁ ଏବଂ ସମ୍ବଲପୁର ରାସ୍ତା ଓ କୋଠାବାଡି ଡିଭିଜନର ଅବସରପ୍ରାପ୍ତ ଅଧୀକ୍ଷଣ ବିବେକାନନ୍ଦ ମହାନ୍ତି।

ସେହିପରି ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଦୁଇଜଣ ଅଧିକାରୀ ହେଉଛନ୍ତି କଳାହାଣ୍ଡି ଜିଲ୍ଲା କୋକସରା ତହସିଲର ରେଭେନ୍ୟୁ ଇନ୍ସିପେକ୍ଟର ଈଶ୍ବରୀ ପ୍ରସାଦ ପୁରୋହିତ ଏବଂ ସୋନପୁର ଜିଲ୍ଲା ବୀରମହାରାଜପୁର ତହସିଲର ରେଭେନ୍ୟୁ ଇନ୍ସପେକ୍ଟର ଅରୁଣ କୁମାର ପୁରୋହିତ। ଏହି ଦୁଇ ରାଜସ୍ବ ବିଭାଗ ଅଧିକାରୀ ଏକାଧିକବାର ଭିଜିଲାନ୍ସ ଦ୍ବାରା ଧରା ପଡି ଜେଲ୍‌ ମଧ୍ୟ ଯାଇଥିଲେ।