କ୍ରିକେଟରଙ୍କ ଉପରେ ଏହି ଦେଶର କଡା ଆଭିମୁଖ୍ୟ, ୮.୧୦ ମିନିଟରେ ପୁରା କରିବେ ୨ କିମି ଦୌଡ

Published: Dec 21, 2021, 12:01 pm IST

ନୂଆଦିଲ୍ଲୀ: ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ଏହାର ଖେଳାଳିଙ୍କ ଫିଟନେସକୁ ନେଇ କଡା ନିୟମ କରିଛି। ଯଦି ଶ୍ରୀଲଙ୍କା କ୍ରିକେଟରମାନେ ୮ ମିନିଟ ୧୦ ସେକେଣ୍ଡରେ ୨ କିଲୋମିଟର ଦୌଡିବାକୁ ଅସମର୍ଥ, ତେବେ ସେମାନଙ୍କର ଦରମା ହ୍ରାସ ପାଇବ।

ନୂତନ ନିର୍ଦ୍ଦେଶାବଳୀରେ କ୍ରିକେଟରଙ୍କ ପାଇଁ ବିଭିନ୍ନ ପାରାମିଟର ସେଟ୍ କରାଯାଇଛି। ଏଥିରେ, ଯଦି ଖେଳାଳି ଦୌଡକୁ ୮ ମିନିଟ୍ ୧୦ ସେକେଣ୍ଡରେ ସମାପ୍ତ କରନ୍ତି, ତେବେ ସେ ଚୁକ୍ତିନାମା ଅନୁଯାୟୀ ପୂର୍ଣ୍ଣ ଦରମା ପାଇବେ। ଏହିପରି ଖେଳାଳିଙ୍କ ଦଳରେ ଯୋଗଦେବାର ସମ୍ଭାବନା ମଧ୍ୟ ଅଧିକ ହେବ। ୨ କିଲୋମିଟର ଦୂରତା ପୂରଣ କରିବାକୁ ୮.୧୦ ରୁ ୮.୫୫ ମିନିଟ୍ ନେଇଥିବା ଖେଳାଳିମାନେ ଜାତୀୟ ଦଳରେ ଚୟନ ପାଇଁ ଯୋଗ୍ୟ ହେବେ। କିନ୍ତୁ ସେମାନଙ୍କ ବେତନର କିଛି ପ୍ରତିଶତ କଟାଯିବ। ଅନ୍ୟପକ୍ଷରେ, ଯଦି ୨ କିଲୋମିଟର ଦୌଡକୁଦ କରିବା ପାଇଁ ଜଣେ ଖେଳାଳି ୮.୫୫ ସେକେଣ୍ଡରୁ ଅଧିକ ସମୟ ନିଏ, ତେବେ ସେ ଜାତୀୟ ଦଳରେ ଅନ୍ତର୍ଭୁକ୍ତ ହେବେ ନାହିଁ।

ଏହା ପୂର୍ବରୁ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ଖେଳାଳିଙ୍କ ପାଇଁ ୨ କିଲୋମିଟର ଦୌଡ ଶେଷ କରିବାକୁ ୮ ମିନିଟ୍ ୩୫ ସେକେଣ୍ଡର ସମୟ ସ୍ଥିର କରିଥିଲା। କ୍ରିକେଟ୍ ପରାମର୍ଶଦାତା କମିଟିର ପରାମର୍ଶ ପରେ ଏହାକୁ ୮.୫୫ ସେକେଣ୍ଡକୁ ବୃଦ୍ଧି କରାଯାଇଥିଲା। ବର୍ତ୍ତମାନ ଆଗାମୀ ବର୍ଷ ପାଇଁ ଫିଟନେସ୍ ନିୟମକୁ କଡାକଡି କରି ଏଥର ୮ ମିନିଟ୍ ୧୦ ସେକେଣ୍ଡକୁ ହ୍ରାସ କରାଯାଇଛି।

ଶ୍ରୀଲଙ୍କା ଚୟନ କମିଟିର ଅଧ୍ୟକ୍ଷ ପ୍ରମୋଦୟବିକ୍ରମସିଙ୍ଘେ ନୂତନ ନିର୍ଦ୍ଦେଶାବଳୀ ଉପରେ କହିଛନ୍ତି, ‘ଯଦି ଜଣେ କ୍ରିକେଟର ଚଳିତ ବର୍ଷ ଫେବୃଆରୀରେ ୮.୩୫ ମିନିଟରେ ୨ କିଲୋମିଟର ଦୌଡୁଛନ୍ତି, ତେବେ ବର୍ତ୍ତମାନ ତାଙ୍କୁ ଏହି ଦୌଡକୁ ୮.୧୦ ସେକେଣ୍ଡରେ ଶେଷ କରିବାକୁ ପଡିବ। ଆମେ ଚାହୁଁ ଖେଳାଳୀମାନେ ସେମାନଙ୍କ ଫିଟନେସ୍ ଉପରେ କଠିନ ପରିଶ୍ରମ କରନ୍ତୁ। ଫିଟନେସ୍ ପ୍ରସଙ୍ଗରେ ଆମେ କୌଣସି ଅବହେଳା ଚାହୁଁନାହୁଁ।

Related posts