Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

୮ ଭାରତୀୟଙ୍କୁ ମୃତ୍ୟୁଦଣ୍ଡ ବିରୋଧରେ ଭାରତର ଆବେଦନକୁ ଗ୍ରହଣ କଲା କତର

ନୂଆଦିଲ୍ଲୀ: ଗୁପ୍ତଚର ମାମଲାରେ ଗତ ମାସରେ ଦଣ୍ଡିତ ହୋଇଥିବା ପୂର୍ବତନ ଭାରତୀୟ ନୌସେନା କର୍ମଚାରୀଙ୍କୁ ଦିଆଯାଇଥିବା ମୃତ୍ୟୁଦଣ୍ଡ ବିରୋଧରେ କତରର ଏକ କୋର୍ଟ ଭାରତର ଆବେଦନକୁ ଗ୍ରହଣ କରିଛନ୍ତି। ସୂତ୍ରରୁ ପ୍ରକାଶ ଯେ, ଆବେଦନକୁ ଯାଞ୍ଚ କରିବା ପରେ କତର କୋର୍ଟ ଏକ ଶୁଣାଣି ତାରିଖ ସ୍ଥିର କରିବେ। ଅଗଷ୍ଟ ୨୦୨୨ରେ ଗିରଫ ହୋଇଥିବା ପୂର୍ବତନ ଭାରତୀୟ ନୌସେନା ଅଧିକାରୀମାନେ ହେଉଛନ୍ତି ପୂର୍ଣ୍ଣନ୍ଦୁ ତିୱାରୀ, ସୁଗୁନାକର ପକାଲା, ଅମିତ ନାଗପାଲ, ସଞ୍ଜୀବ ଗୁପ୍ତା, ନବତେଜ ସିଂ ଗିଲ, ବିରେନ୍ଦ୍ର କୁମାର ବର୍ମା, ସୌରଭ ବଶିଷ୍ଠ ଏବଂ ରାଗେଶ ଗୋପକୁମାର।

ଖବର ଅନୁଯାୟୀ, ଗୁପ୍ତଚର ଅଭିଯୋଗରେ କତରର ଗୁପ୍ତଚର ସଂସ୍ଥା ଦ୍ୱାରା ଆଠ ଜଣ ଭାରତୀୟଙ୍କୁ ଗିରଫ କରାଯାଇଥିଲା। କିନ୍ତୁ କତର ଏପର୍ଯ୍ୟନ୍ତ ସେମାନଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ସାର୍ବଜନୀନ କରିନାହାଁନ୍ତି। ତାଙ୍କ ଜାମିନ ଆବେଦନକୁ ଅନେକ ଥର ଖାରଜ କରାଯାଇଥିଲା ଏବଂ ଗତ ମାସରେ କତର କୋର୍ଟ ତାଙ୍କ ବିରୋଧରେ ରାୟ ଶୁଣାଇଥିଲେ।

ଏହାପୂର୍ବରୁ ଗୁରୁବାର ଦିନ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ, କତର କୋର୍ଟ ଦ୍ଵାରା ଆଠ ଜଣ ଭାରତୀୟ ନୌସେନା କର୍ମଚାରୀଙ୍କୁ ଦିଆଯାଇଥିବା ମୃତ୍ୟୁଦଣ୍ଡ ବିରୋଧରେ ଆବେଦନ ପ୍ରକ୍ରିୟା ଚାଲିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ, କତର କର୍ତ୍ତୃପକ୍ଷଙ୍କ ସହ ଭାରତ ଆଲୋଚନା କରୁଛି ଏବଂ ସରକାର ଭାରତୀୟ ନାଗରିକଙ୍କୁ ସମସ୍ତ ଆଇନଗତ ଏବଂ ଦୂତାବାସ ସମ୍ବନ୍ଧୀୟ ସହାୟତା ଜାରି ରଖିବେ।

ଅକ୍ଟୋବର ୨୬ ତାରିଖରେ କତରର ‘କୋର୍ଟ ଅଫ୍ ଫାଷ୍ଟ ଇନଷ୍ଟାନ୍ସ’ ଆଠ ଜଣ ଭାରତୀୟଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲା। ଭାରତ ଏହି ନିଷ୍ପତ୍ତିକୁ ଆଶ୍ଚର୍ଯ୍ୟଜନକ ବୋଲି ବର୍ଣ୍ଣନା କରିଥିଲା ଏବଂ ଏହି ପ୍ରସଙ୍ଗରେ ସମସ୍ତ ଆଇନଗତ ବିକଳ୍ପ ଅନୁସନ୍ଧାନ କରିବା ବିଷୟରେ କହିଥିଲା। କିଛି ଦିନ ପରେ ମୃତ୍ୟୁଦଣ୍ଡ ବିରୋଧରେ ଏକ ଆବେଦନ କରାଯାଇଥିଲା।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

କତରରେ ମୃତ୍ୟୁଦଣ୍ଡରେ ଦଣ୍ଡିତ ହେଲେ ୮ ପୂର୍ବତନ ଭାରତୀୟ ନୌସେନା ଅଧିକାରୀ: ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବ ଭାରତ

ନୂଆଦିଲ୍ଲୀ: ଆରବ ଦେଶ କତରରେ ଆଜି ୮ ଜଣ ଭାରତୀୟଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଏହି ସମସ୍ତ ଅଧିକାରୀଙ୍କୁ ଗୁପ୍ତଚର ଅଭିଯୋଗରେ ଦଣ୍ଡିତ କରାଯାଇଛି। ଆଠ ମାସ ପୂର୍ବେ ଗୁପ୍ତଚର ଅଭିଯୋଗରେ କତରରେ ୮ ଜଣ ପୂର୍ବତନ ଭାରତୀୟ ନୌସେନା ଅଧିକାରୀଙ୍କୁ ଗିରଫ କରାଯାଇଥିଲା। ଏହି ଗିରଫ ଗତ ବର୍ଷ ସେପ୍ଟେମ୍ବରରେ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଛି ଯେ ମୃତ୍ୟୁଦଣ୍ଡର ନିଷ୍ପତ୍ତିକୁ ନେଇ ଆମେ ଆଶ୍ଚର୍ଯ୍ୟ ହୋଇଛୁ। ଏକ ବିସ୍ତୃତ ନିଷ୍ପତ୍ତି ଅପେକ୍ଷା କରାଯାଇଛି।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ, ଆମେ ପରିବାର ସଦସ୍ୟ ଏବଂ ଆଇନ ଦଳ ସହ ଯୋଗାଯୋଗରେ ଅଛୁ ଏବଂ ସମସ୍ତ ଆଇନଗତ ବିକଳ୍ପ ଅନୁସନ୍ଧାନ କରୁଛୁ। ଆମେ ଏହି ବିଷୟକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରୁଛୁ ଏବଂ ଏହା ଉପରେ ତୀକ୍ଷ୍ଣ ନଜର ରଖିଛୁ। ସମସ୍ତ କନସୁଲର ଏବଂ ଆଇନଗତ ସହାୟତା ପ୍ରଦାନ ଜାରି ରଖିବ। ଏହି ନିଷ୍ପତ୍ତିକୁ କତର କର୍ତ୍ତୃପକ୍ଷଙ୍କ ନିକଟରେ ମଧ୍ୟ ଉଠାଇବ।

ଏହି ସମସ୍ତ ଅଧିକାରୀ ଭାରତୀୟ ନୌସେନାରେ ବିଭିନ୍ନ ପଦବୀରେ କାର୍ଯ୍ୟ କରିଛନ୍ତି। ସେମାନେ ଇସ୍ରାଏଲ ପାଇଁ ଗୁପ୍ତଚର କରିଥିବା ଅଭିଯୋଗ ହୋଇଛି। ପ୍ରତିଷ୍ଠିତ ଅଧିକାରୀମାନେ ମଧ୍ୟ ଏହି ୮ ଜଣଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ। ସେମାନେ ଥରେ ପ୍ରମୁଖ ଭାରତୀୟ ଯୁଦ୍ଧ ଜାହାଜର ନେତୃତ୍ଵ ନେଉଥିଲେ। ବର୍ତ୍ତମାନ ଡହରା ଗ୍ଲୋବାଲ୍ ଟେକ୍ନୋଲୋଜିଜ ଏବଂ କନସଲଟାନ୍ସି ସର୍ଭିସେସ୍ ପାଇଁ କାମ କରୁଥିଲେ। ଏହା ଏକ ଘରୋଇ ସଂସ୍ଥା, ଯାହା କତରର ସଶସ୍ତ୍ର ବାହିନୀକୁ ତାଲିମ ଏବଂ ଆନୁଷଙ୍ଗିକ ସେବା ଯୋଗାଇଥାଏ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ପାକିସ୍ତାନର ମଉଳିଲା ଏସିଆ କପ୍‌ର ଆୟୋଜନ ଆଶା!, ୟୁଏଇ କିମ୍ବା କତରରେ ଖେଳାଯିବ ଏହି ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ: ଏସିଆ କପ୍-୨୦୨୩ ରେ ବଡ ଖବର ଆସୁଛି। ସୂଚନା ଅନୁଯାୟୀ, ଏସିଆ କପ୍-୨୦୨୩ ପାକିସ୍ତାନରେ ଖେଳାଯିବ ନାହିଁ। ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) କିମ୍ବା କତରରେ ଏସିଆ କପ୍ ଆୟୋଜିତ ହେବ। ଯଦିଓ ଏସିଆ କପ୍-୨୦୨୩ କେଉଁଠାରେ ଆୟୋଜିତ ହେବ ସେ ସମ୍ବନ୍ଧରେ କୌଣସି ସୂଚନା ଆନୁଷ୍ଠାନିକ ଭାବେ ପ୍ରକାଶ କରାଯାଇ ନାହିଁ, କିନ୍ତୁ ପାକିସ୍ତାନ ଏସିଆ କପ୍-୨୦୨୩ ଆୟୋଜନ କରିବ ନାହିଁ ଏହା ପ୍ରାୟ ନିଶ୍ଚିତ।

ବିସିସିଆଇ ଏବଂ ପାକିସ୍ତାନ କ୍ରିକେଟ୍ ବୋର୍ଡ ମୁହାଁମୁହିଁ?:

ବାସ୍ତବରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ତିକ୍ତତା ଜାରି ରହିଛି। ପାକିସ୍ତାନରେ କୌଣସି ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ନାହିଁ ବୋଲି ବିସିସିଆଇ ଦୃଢୋକ୍ତି ପ୍ରକାଶ କରିଛି। ଏହି କାରଣରୁ ଭାରତୀୟ ଦଳ ଏସିଆ କପ୍ ଖେଳିବାକୁ ପାକିସ୍ତାନ ଯିବ ନାହିଁ। ଏଥି ସହିତ ପାକିସ୍ତାନ କ୍ରିକେଟ୍ ବୋର୍ଡ କହିଛି ଯେ, ଯଦି ଭାରତୀୟ କ୍ରିକେଟ୍ ଦଳ ଏସିଆ କପ୍ ଖେଳିବାକୁ ପାକିସ୍ତାନକୁ ଆସନ୍ତି ନାହିଁ, ତେବେ ଆମ ଦଳ ୨୦୨୩ ବିଶ୍ୱକପ୍ ଖେଳିବାକୁ ଭାରତ ଯିବ ନାହିଁ। ବର୍ତ୍ତମାନ ଏହି ପ୍ରସଙ୍ଗରେ ଦୁଇ ଦେଶ ମଧ୍ୟରେ ବିବାଦ ଲାଗି ରହିଛି।

ଆଇସିସି ବୈଠକରେ କ’ଣ ହେଲା?:

ବୁଧବାର ଦିନ ଆଇସିସି ବୈଠକ ଅନୁଷ୍ଠିତ ହୋଇଥିଲା। ଆଇସିସିର ଏହି ବୈଠକରେ ଭାରତ ଏବଂ ପାକିସ୍ତାନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ବାସ୍ତବରେ, ପୂର୍ବରୁ କଳ୍ପନାଜଳ୍ପନା କରାଯାଇଥିଲା ଯେ, ପାକିସ୍ତାନ କ୍ରିକେଟ୍ ଦଳ ୨୦୨୩ ବିଶ୍ୱକପ୍ ଖେଳିବାକୁ ଭାରତ ଯିବ ନାହିଁ, କିନ୍ତୁ ବାଂଲାଦେଶରେ ସେମାନଙ୍କ ବିପକ୍ଷରେ ଖେଳିପାରେ, କିନ୍ତୁ ଆଇସିସି ଏହି କଳ୍ପନାକୁ ପ୍ରତ୍ୟାଖ୍ୟାନ କରିଛି। ପିଟିଆଇ ଅନୁଯାୟୀ ଆଇସିସି ବୈଠକରେ ଏହି ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରାଯାଇ ନାହିଁ। ଏହା ବ୍ୟତୀତ ବାଂଲାଦେଶରେ ବିଶ୍ୱକପ ଖେଳାଯିବା ଉଚିତ ବୋଲି ଆଇସିସି ମଧ୍ୟ ଦୂରରୁ ଭାବି ନାହିଁ। ତେବେ ପାକିସ୍ତାନ କ୍ରିକେଟ୍ ବୋର୍ଡ ପାଇଁ ଏହା ଏକ ବଡ ଝଟକା ବୋଲି ବିବେଚନା କରାଯାଉଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ

ଫିଫା ବିଶ୍ୱକପ୍‌: ଦ୍ୱିତୀୟ ରାଉଣ୍ଡରେ ପହଞ୍ଚିଲେ ଏହି ୧୬ ଟି ଦଳ, ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ: ଫିଫା ବିଶ୍ୱକପ୍‌ର ରୋମାଞ୍ଚକ ସ୍ଥିତିରେ ପହଞ୍ଚିଛି। ପ୍ରଥମ ରାଉଣ୍ଡ ପରେ, ଶେଷରେ ସେହି ୧୬ ଟି ଦଳ ଦ୍ୱିତୀୟ ରାଉଣ୍ଡରେ ପହଞ୍ଚିଛନ୍ତି। କତରରେ ଖେଳାଯାଉଥିବା ଫିଫା ବିଶ୍ୱକପ୍‌ର ପ୍ରଥମ ରାଉଣ୍ଡରେ ଅନେକ ଆକର୍ଷଣୀୟ ମ୍ୟାଚ୍ ଦେଖିବାକୁ ମିଳିଥିଲା ​​ଏବଂ ପୂର୍ବପରି ଅନେକ ଟ୍ୱିଷ୍ଟ୍ ଏବଂ ଟର୍ନ୍ ମଧ୍ୟ ଦେଖାଯାଇଥିଲା ଯାହା ପ୍ରଶଂସକମାନଙ୍କୁ ଉତ୍ସାହ ଦେଇଥିଲା। ବର୍ତ୍ତମାନ ରାଉଣ୍ଡ ଅଫ୍ ୧୬ ମ୍ୟାଚ୍ ଡିସେମ୍ବର ୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ନକ୍ଆଉଟ୍ ରାଉଣ୍ଡ ଏଠାରୁ ଆରମ୍ଭ ହେବ। ଏଣିକି ଯେଉଁ ଦଳ ନିଜ ନିଜ ମ୍ୟାଚ୍ ଜିତିବାରେ ସଫଳ ହେବେ, ସେହି ଦଳ ସେମିଫାଇନାଲରେ ପ୍ରବେଶ କରିବେ। ଜାଣନ୍ତୁ ରାଉଣ୍ଡ ୧୬ ମ୍ୟାଚ୍ ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ…

ରାଉଣ୍ଡ-୧୬ରେ ପହଞ୍ଚିଥିବା ଦଳ:

ନେଦରଲ୍ୟାଣ୍ଡ, ଇଂଲଣ୍ଡ, ଆର୍ଜେଣ୍ଟିନା, ଫ୍ରାନ୍ସ, ଜାପାନ, ମୋରୋକୋ, ବ୍ରାଜିଲ, ପର୍ତ୍ତୁଗାଲ, ସେନେଗଲ, ଆମେରିକା, ପୋଲାଣ୍ଡ, ଅଷ୍ଟ୍ରେଲିଆ, ସ୍ପେନ୍, କ୍ରୋଏସିଆ, ସ୍ୱିଜରଲ୍ୟାଣ୍ଡ ଏବଂ ଦକ୍ଷିଣ କୋରିଆ

ଗ୍ରୁପ୍ ଏରୁ ନେଦରଲ୍ୟାଣ୍ଡ ଏବଂ ସେନେଗାଲ୍
ଗ୍ରୁପ୍ ବିରୁ ଇଂଲଣ୍ଡ ଏବଂ ଆମେରିକା
ଗ୍ରୁପ୍ ସି ରୁ ଆର୍ଜେଣ୍ଟିନା ଏବଂ ପୋଲାଣ୍ଡ
ଗ୍ରୁପ୍ ଡି ରୁ ଫ୍ରାନ୍ସ ଏବଂ ଅଷ୍ଟ୍ରେଲିଆ
ଗ୍ରୁପ୍ ଇ ରୁ ଜାପାନ ଏବଂ ସ୍ପେନ୍
ଗ୍ରୁପ୍ ଏଫ୍ ରୁ ମୋରୋକୋ ଏବଂ କ୍ରୋଏସିଆ
ଗ୍ରୁପ୍ ଜି ରୁ ବ୍ରାଜିଲ ଏବଂ ସ୍ୱିଜରଲ୍ୟାଣ୍ଡ
ଗ୍ରୁପ୍ ଏଚ ରୁ ପର୍ତ୍ତୁଗାଲ ଏବଂ ଦକ୍ଷିଣ କୋରିଆ

କାର୍ଯ୍ୟସୂଚୀ:

ଡିସେମ୍ବର ୩ ତାରିଖରୁ ପ୍ରତିଯୋଗିତା ଆରମ୍ଭ ହେଉଛି।
ନେଦରଲ୍ୟାଣ୍ଡ ବନାମ ୟୁଏଇ- ସମୟ- ରାତି ୮:୩୦

ଡିସେମ୍ବର ୪ ତାରିଖ

ଆର୍ଜେଣ୍ଟିନା ବନାମ ଅଷ୍ଟ୍ରେଲିଆ- ସମୟ- ରାତି ୧୨.୩୦
ଫ୍ରାନ୍ସ ବନାମ ପୋଲାଣ୍ଡ- ସମୟ- ରାତି ୮:୩୦

ଡିସେମ୍ବର ୫ ତାରିଖ

ଇଂଲଣ୍ଡ ବନାମ ସେନେଗାଲ- ସମୟ- ରାତି ୧୨:୩୦
ଜାପାନ ବନାମ କ୍ରୋଏସିଆ- ସମୟ- ରାତି ୮.୩୦

ଡିସେମ୍ବର ୬ ତାରିଖ

ବ୍ରାଜିଲ ବନାମ କୋରିଆ- ସମୟ- ରାତି ୧୨.୩୦
ମୋରୋକୋ ବନାମ ସ୍ପେନ୍- ସମୟ- ରାତି ୮.୩୦

ଡିସେମ୍ବର ୭ ତାରିଖ

ପର୍ତ୍ତୁଗାଲ ବନାମ ସ୍ୱିଜରଲ୍ୟାଣ୍ଡ- ସମୟ- ରାତି ୧୨:୩୦

କେଉଁ ଚ୍ୟାନେଲରେ ଭାରତରେ ସିଧା ପ୍ରସାରଣ ହେବ?:

ପ୍ରଥମ ରାଉଣ୍ଡ ପରି ସୁପର-୧୬ ରାଉଣ୍ଡର ମ୍ୟାଚ୍ ଭାରତର ସ୍ପୋର୍ଟସ-୧୮ ଚ୍ୟାନେଲରେ ପ୍ରସାରିତ ହେବ, ଏବଂ ଭୁତ ସିଲେକ୍ଟ ଏବଂ ଜିଓ ଟିଭି ଆପରେ ଅନଲାଇନ୍ ଷ୍ଟ୍ରିମିଂ ମଧ୍ୟ ଉପଲବ୍ଧ ହେବ।