Categories
ଆଜିର ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର

ପରୀକ୍ଷାରେ ରଚନା ପଡିଥିଲା ‘କଫିଚାଷ’, ପିଲାଟି ଲେଖିଦେଲା ‘କପିଚାଷ’

ଭୁବନେଶ୍ବର: ପରୀକ୍ଷକ ପରୀକ୍ଷାର୍ଥୀମାନଙ୍କ ଓଡିଆ ଉତ୍ତର ଖାତା ମୂଲ୍ୟାୟନ କରୁଥିବା ବେଳେ ଜଣେ ପରୀକ୍ଷାର୍ଥୀଙ୍କ ଖାତାରେ ଲେଖାଥିବା ରଚନା ପଢି ଆଶ୍ଚର୍ଯ୍ୟ ହୋଇଗଲେ। ପ୍ରଶ୍ନପତ୍ରରେ ରଚନା ପଡିଥିଲା “କଫିଚାଷ”। କିନ୍ତୁ ପ୍ରଶ୍ନପତ୍ରରେ ‘ଫ’ ର ଫଳାଟି ଝାପସା ହୋଇ ଯାଇଥିବାରୁ ପରୀକ୍ଷାର୍ଥୀ ଭାବିନେଲା ବୋଧହୁଏ ରଚନା ପଡିଛି “କପିଚାଷ”। ସେ କପିଚାଷ ଉପରେ ସମ୍ପୂର୍ଣ୍ଣ ରଚନା ଲେଖି ଦେଇଥିଲା ଯାହା ପରୀକ୍ଷକଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

ସେ ଯାହା ଲେଖିଥିଲା ତାହା ହେଲା ….

କପିଚାଷ ଏକ ଉତ୍କୃଷ୍ଟ ଓ ଅତ୍ୟନ୍ତ ଲାଭକାରୀ ଚାଷ ଅଟେ। ଏହି ଚାଷ କଲେ ଅଳ୍ପ ପରିଶ୍ରମରେ ବହୁତ ଫଳ ମିଳିଥାଏ। ଏହା କେବଳ ଓଡିଶାରେ ନୁହେଁ ସାରା ଭାରତବର୍ଷରେ ସର୍ବତ୍ର ବହୁଳ ଭାବରେ ଚାଷ କରାଯାଇଥାଏ।

ଏହା ବର୍ଷରେ ଦୁଇଥର ଚାଷ କରାଯାଏ। ଥରେ ଗ୍ରୀଷ୍ମଋତୁରେ ବାର୍ଷିକ ପରୀକ୍ଷା ସମୟରେ ଚାଷ କରାଯାଇଥିବା ବେଳେ ଏହାର ରବି ଫସଲ ଶରତଋତୁ ସପ୍ଲିମେଣ୍ଟାରୀ ପରୀକ୍ଷା ସମୟରେ କରାଯାଇଥାଏ।

ଜଳବାୟୁ : – ଏହା ସାଧାରଣତଃ ପରୀକ୍ଷା ସମୟରେ ମନ ବ୍ୟସ୍ତଥିବା ଜଳବାୟୁରେ ଚାଷ କରାଯାଇଥାଏ …. ଏହାକୁ ବିଶେଷତଃ ଅଣମେଧାବୀ ଛାତ୍ରମାନେ ଚାଷ କରିଥାନ୍ତି।
ବର୍ଷସାରା ସ୍କୁଲରେ ଅଧ୍ୟୟନ କରି ଟ୍ୟୁସନ୍ କରି ମେଧାବୀ ଛାତ୍ରମାନେ ଯେଉଁଫଳ ପାଆନ୍ତି ତା ଠାରୁ ଅଧିକ ଫଳ ଅଳ୍ପ ପରିଶ୍ରମରେ ଏହି କପିଚାଷ ଦ୍ବାରା ମିଳିଥାଏ।

ବିହନ: – ଏହାର ଅନେକ କିସମର ବିହନ ମିଳିଥାଏ। ଯଥା ଟେଷ୍ଟପେପରିଆ … ପସିବୁଲିଆ … ଚିରକୁଟିଆ … ହାତଟିପା ଇତ୍ୟାଦି।

ବିହନ ସଂରକ୍ଷଣ : – ଏହି ବିହନର ଅନେକ ଶତ୍ରୁ ଅଛନ୍ତି। ଏହାର ଉପଯୁକ୍ତ ସଂରକ୍ଷଣ ନକଲେ ଏହାକୁ କୀଟ ଖାଇଯାଆନ୍ତି। ଏହାର ପ୍ରଧାନ ଶତ୍ରୁ ହେଲା … ପରୀକ୍ଷକ .. ଇନ୍ ଭିଜିଲେଟର୍ … କ୍ଲାସ୍ ଟିଚର୍ ଓ ହେଟାମୁଣ୍ଡିଆ ବୁଢା ହେଡ୍ ମାଷ୍ଟର। ବେଳେ ବେଳେ Squard କୀଟ ଲାଗିଗଲେ ଏହାକୁ ସମୂଳେ ନଷ୍ଟ କରିଦିଅନ୍ତି।

ଏଣୁ ଏହାର ଉପଯୁକ୍ତ ସଂରକ୍ଷଣ ଅତ୍ୟନ୍ତ ଆବଶ୍ୟକ। ସାଧାରଣତଃ ଏହାକୁ Shirt କଲର୍ ଭିତରେ .. ହାତ Folding ଭିତରେ .. ବେଲଟ୍ ତଳ .. ମୋଜା ଭିତର ସ୍ଥାନରେ ଏହି କପି ବିହନକୁ ସଂରକ୍ଷଣ କରାଯାଇଥାଏ।

ଲାଭ :- ବର୍ଷସାରା ବୁଲି .. ପଢାପଢି ନକରି ଏହି ଚାଷ ଦ୍ବାରା ପ୍ରଚୁର ଲାଭବାନ ହେବାର ଅନେକ ଦୃଷ୍ଟାନ୍ତ ରହିଛି।

ଏହି ଚାଷରେ ଲାଭ ଯେତିକି ବିପଦ ବି ସେତିକି। ଅତି ସନ୍ତର୍ପଣରେ ଏହି ଚାଷ କରି ନ ପାରିଲେ ଏହାର ଶତ୍ରୁମାନେ ଏହାକୁ ଛାରଖାର୍ କରିବା ସହିତ ଚାଷୀଙ୍କୁ ବରବାଦ୍ କରି ଦେଇଥାଆନ୍ତି ଓ ବେଳେ ବେଳେ ଚାଷୀ କିଛି ଫଳ ଆମଦାନୀ କରି ନ ପାରି ଆତ୍ମହତ୍ୟା କରି ଥିବାର ବି ଦେଖାଯାଇ ଥାଏ।

ପରୀକ୍ଷକ ରଚନାଟି ପଢିସାରି କେତେ ମାର୍କ ଦେବେ ବୋଲି ଚିନ୍ତା କରୁ କରୁ ଭାବିଲେ ଅନ୍ତତଃ ପିଲାଟି ଏଇ ରଚନାଟି କପି ନ କରି ମନରୁ ଲେଖିଛି !

Categories
ଆଜିର ଖବର ରାଜ୍ୟ ଖବର

ପରୀକ୍ଷାରେ ରଚନା ପଡିଥିଲା ‘କଫିଚାଷ’, ପିଲାଟିକୁ ଦିଶିଲା ‘କପିଚାଷ’, ତାପରେ..

ପରୀକ୍ଷକ ପରୀକ୍ଷାର୍ଥୀମାନଙ୍କ ଓଡିଆ ଉତ୍ତର ଖାତା ମୂଲ୍ୟାୟନ କରୁଥିବା ବେଳେ ଜଣେ ପରୀକ୍ଷାର୍ଥୀଙ୍କ ଖାତାରେ ଲେଖାଥିବା ରଚନା ପଢି ଆଶ୍ଚର୍ଯ୍ୟ ହୋଇଗଲେ। ପ୍ରଶ୍ନପତ୍ରରେ ରଚନା ପଡିଥିଲା “କଫିଚାଷ”। କିନ୍ତୁ ପ୍ରଶ୍ନପତ୍ରରେ ‘ଫ’ ର ଫଳାଟି ଝାପସା ହୋଇ ଯାଇଥିବାରୁ ପରୀକ୍ଷାର୍ଥୀ ଭାବିନେଲା ବୋଧହୁଏ ରଚନା ପଡିଛି “କପିଚାଷ”। ସେ କପିଚାଷ ଉପରେ ସମ୍ପୂର୍ଣ୍ଣ ରଚନା ଲେଖି ଦେଇଥିଲା ଯାହା ପରୀକ୍ଷକଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

ସେ ଯାହା ଲେଖିଥିଲା ତାହା ହେଲା ….

କପିଚାଷ ଏକ ଉତ୍କୃଷ୍ଟ ଓ ଅତ୍ୟନ୍ତ ଲାଭକାରୀ ଚାଷ ଅଟେ। ଏହି ଚାଷ କଲେ ଅଳ୍ପ ପରିଶ୍ରମରେ ବହୁତ ଫଳ ମିଳିଥାଏ। ଏହା କେବଳ ଓଡିଶାରେ ନୁହେଁ ସାରା ଭାରତବର୍ଷରେ ସର୍ବତ୍ର ବହୁଳ ଭାବରେ ଚାଷ କରାଯାଇଥାଏ।

ଏହା ବର୍ଷରେ ଦୁଇଥର ଚାଷ କରାଯାଏ। ଥରେ ଗ୍ରୀଷ୍ମଋତୁରେ ବାର୍ଷିକ ପରୀକ୍ଷା ସମୟରେ ଚାଷ କରାଯାଇଥିବା ବେଳେ ଏହାର ରବି ଫସଲ ଶରତଋତୁ ସପ୍ଲିମେଣ୍ଟାରୀ ପରୀକ୍ଷା ସମୟରେ କରାଯାଇଥାଏ।

ଜଳବାୟୁ : – ଏହା ସାଧାରଣତଃ ପରୀକ୍ଷା ସମୟରେ ମନ ବ୍ୟସ୍ତଥିବା ଜଳବାୟୁରେ ଚାଷ କରାଯାଇଥାଏ …. ଏହାକୁ ବିଶେଷତଃ ଅଣମେଧାବୀ ଛାତ୍ରମାନେ ଚାଷ କରିଥାନ୍ତି।
ବର୍ଷସାରା ସ୍କୁଲରେ ଅଧ୍ୟୟନ କରି ଟ୍ୟୁସନ୍ କରି ମେଧାବୀ ଛାତ୍ରମାନେ ଯେଉଁଫଳ ପାଆନ୍ତି ତା ଠାରୁ ଅଧିକ ଫଳ ଅଳ୍ପ ପରିଶ୍ରମରେ ଏହି କପିଚାଷ ଦ୍ବାରା ମିଳିଥାଏ।

ବିହନ: – ଏହାର ଅନେକ କିସମର ବିହନ ମିଳିଥାଏ। ଯଥା ଟେଷ୍ଟପେପରିଆ … ପସିବୁଲିଆ … ଚିରକୁଟିଆ … ହାତଟିପା ଇତ୍ୟାଦି।

ବିହନ ସଂରକ୍ଷଣ : – ଏହି ବିହନର ଅନେକ ଶତ୍ରୁ ଅଛନ୍ତି। ଏହାର ଉପଯୁକ୍ତ ସଂରକ୍ଷଣ ନକଲେ ଏହାକୁ କୀଟ ଖାଇଯାଆନ୍ତି। ଏହାର ପ୍ରଧାନ ଶତ୍ରୁ ହେଲା … ପରୀକ୍ଷକ .. ଇନ୍ ଭିଜିଲେଟର୍ … କ୍ଲାସ୍ ଟିଚର୍ ଓ ହେଟାମୁଣ୍ଡିଆ ବୁଢା ହେଡ୍ ମାଷ୍ଟର। ବେଳେ ବେଳେ Squard କୀଟ ଲାଗିଗଲେ ଏହାକୁ ସମୂଳେ ନଷ୍ଟ କରିଦିଅନ୍ତି।

ଏଣୁ ଏହାର ଉପଯୁକ୍ତ ସଂରକ୍ଷଣ ଅତ୍ୟନ୍ତ ଆବଶ୍ୟକ। ସାଧାରଣତଃ ଏହାକୁ Shirt କଲର୍ ଭିତରେ .. ହାତ Folding ଭିତରେ .. ବେଲଟ୍ ତଳ .. ମୋଜା ଭିତର ସ୍ଥାନରେ ଏହି କପି ବିହନକୁ ସଂରକ୍ଷଣ କରାଯାଇଥାଏ।

ଲାଭ :- ବର୍ଷସାରା ବୁଲି .. ପଢାପଢି ନକରି ଏହି ଚାଷ ଦ୍ବାରା ପ୍ରଚୁର ଲାଭବାନ ହେବାର ଅନେକ ଦୃଷ୍ଟାନ୍ତ ରହିଛି।

ଏହି ଚାଷରେ ଲାଭ ଯେତିକି ବିପଦ ବି ସେତିକି। ଅତି ସନ୍ତର୍ପଣରେ ଏହି ଚାଷ କରି ନ ପାରିଲେ ଏହାର ଶତ୍ରୁମାନେ ଏହାକୁ ଛାରଖାର୍ କରିବା ସହିତ ଚାଷୀଙ୍କୁ ବରବାଦ୍ କରି ଦେଇଥାଆନ୍ତି ଓ ବେଳେ ବେଳେ ଚାଷୀ କିଛି ଫଳ ଆମଦାନୀ କରି ନ ପାରି ଆତ୍ମହତ୍ୟା କରି ଥିବାର ବି ଦେଖାଯାଇ ଥାଏ।

ପରୀକ୍ଷକ ରଚନାଟି ପଢିସାରି କେତେ ମାର୍କ ଦେବେ ବୋଲି ଚିନ୍ତା କରୁ କରୁ ଭାବିଲେ ଅନ୍ତତଃ ପିଲାଟି ଏଇ ରଚନାଟି କପି ନ କରି ମନରୁ ଲେଖିଛି !

( ଏହା ଏକ ସଂଗୃହିତ କାଳ୍ପନିକ ଗପ )