ଭୁବନେଶ୍ବର: ଗତକାଲି ରାଜ୍ୟରେ ୧୯୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୧୫୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୧୫୯ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୧୮ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୯୩ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୬୬ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…
ବାଲେଶ୍ଵର ଜିଲ୍ଲାରୁ- ୧
ବରଗଡ ଜିଲ୍ଲାରୁ- ୭
ବଲାଙ୍ଗୀରି ଜିଲ୍ଲାରୁ- ୭
କଟକ ଜିଲ୍ଲାରୁ- ୨୬
ଦେବଗଡ ଜିଲ୍ଲାରୁ- ୩
ଢେଙ୍କାନାଳ ଜିଲ୍ଲାରୁ- ୩
ଗଞ୍ଜାମ ଜିଲ୍ଲାରୁ- ୪
ଜଗତସିଂହପୁର ଜିଲ୍ଲାରୁ- ୬
ଯାଜପୁର ଜିଲ୍ଲାରୁ- ୩
ଝାରସୁଗୁଡା ଜିଲ୍ଲାରୁ- ୧
କଳାହାଣ୍ଡି ଜିଲ୍ଲାରୁ- ୪
କନ୍ଧମାଳ ଜିଲ୍ଲାରୁ- ୪
କେନ୍ଦ୍ରପଡା ଜିଲ୍ଲାରୁ- ୧
ଖୋର୍ଦ୍ଧା ଜିଲ୍ଲାରୁ- ୨୮
କୋରାପୁଟ ଜିଲ୍ଲାରୁ- ୨
ମୟୂରଭଞ୍ଜ ଜିଲ୍ଲାରୁ- ୨
ନବରଙ୍ଗପୁର ଜିଲ୍ଲାରୁ- ୪
ନୟାଗଡ ଜିଲ୍ଲାରୁ- ୫
ନୂଆପଡା ଜିଲ୍ଲାରୁ- ୭
ପୁରୀ ଜିଲ୍ଲାରୁ- ୧୦
ରାୟଗଡା ଜିଲ୍ଲାରୁ- ୧
ସମ୍ବଲପୁର ଜିଲ୍ଲାରୁ- ୩
ସୋନପୁର ଜିଲ୍ଲାରୁ- ୪
ସୁନ୍ଦରଗଡ ଜିଲ୍ଲାରୁ- ୧୭
ଷ୍ଟେଟ ପୁଲରୁ- ୬
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୩୦ ହଜାର ୫୯୩ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୧୯ ହଜାର ୫୮୮ ଏବଂ ବର୍ତ୍ତମାନ ୧୭୬୭ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।