ଦେଶରେ କମୁଛି ସଂକ୍ରମଣ, ଗତ ୨୪ ଘଣ୍ଟା ମଧ୍ୟରେ ୫୦୭୬ ଟି ନୂଆ ମାମଲା ଚିହ୍ନଟ

Published: Sep 11, 2022, 11:01 am IST

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫ ହଜାର ୭୬ ଟି କରୋନା ମାମଲା ଚିହ୍ନଟ ହୋଇଛି। ବର୍ତ୍ତମାନ ଦେଶରେ ମୋଟ ମାମଲା ୪ କୋଟି ୪୪ ଲକ୍ଷ ୯୫ ହଜାର ୩୫୯ କୁ ବୃଦ୍ଧି ପାଇଛି। ଏହା ସହିତ ସକ୍ରିୟ ମାମଲା ସଂଖ୍ୟା ୪୭,୯୪୫ କୁ ଖସି ଆସିଛି। ଆଜି ମିଳିଥିବା କରୋନା ମାମଲା ପୂର୍ବ ଦିନ ତୁଳନାରେ କମ୍ ଅଟେ। ସେପ୍ଟେମ୍ବର ୧୦ ତାରିଖରେ ଦେଶରେ ୫ ହଜାର ୫୫୪ ମାମଲା ଦେଖିବାକୁ ମିଳିଥିଲା।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ମାମଲାରେ ମଧ୍ୟ ହ୍ରାସ ଘଟିଛି। ସକ୍ରିୟ ମାମଲା ସଂଖ୍ୟା ୪୭,୯୪୫ କୁ ଖସି ଆସିଛି। ଏପର୍ଯ୍ୟନ୍ତ ୪ କୋଟି ୩୯ ଲକ୍ଷ ୧୯ ହଜାର ୨୬୪ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଏଥିସହିତ ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୮ ହଜାର ୧୫୦ ରେ ପହଞ୍ଚିଛି।

Related posts