Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଧୀରେ ଧୀରେ କମୁଛି ସଂକ୍ରମଣ: ୧୭୦୦ ତଳକୁ ଖସିଲା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର: ଗତକାଲି ରାଜ୍ୟରେ ୧୯୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୧୫୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୧୫୯ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୧୮ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୯୩ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୬୬ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ବାଲେଶ୍ଵର ଜିଲ୍ଲାରୁ- ୧

ବରଗଡ ଜିଲ୍ଲାରୁ- ୭

ବଲାଙ୍ଗୀରି ଜିଲ୍ଲାରୁ- ୭

କଟକ ଜିଲ୍ଲାରୁ- ୨୬

ଦେବଗଡ ଜିଲ୍ଲାରୁ- ୩

ଢେଙ୍କାନାଳ ଜିଲ୍ଲାରୁ- ୩

ଗଞ୍ଜାମ ଜିଲ୍ଲାରୁ- ୪

ଜଗତସିଂହପୁର ଜିଲ୍ଲାରୁ- ୬

ଯାଜପୁର ଜିଲ୍ଲାରୁ- ୩

ଝାରସୁଗୁଡା ଜିଲ୍ଲାରୁ- ୧

କଳାହାଣ୍ଡି ଜିଲ୍ଲାରୁ- ୪

କନ୍ଧମାଳ ଜିଲ୍ଲାରୁ- ୪

କେନ୍ଦ୍ରପଡା ଜିଲ୍ଲାରୁ- ୧

ଖୋର୍ଦ୍ଧା ଜିଲ୍ଲାରୁ- ୨୮

କୋରାପୁଟ ଜିଲ୍ଲାରୁ- ୨

ମୟୂରଭଞ୍ଜ ଜିଲ୍ଲାରୁ- ୨

ନବରଙ୍ଗପୁର ଜିଲ୍ଲାରୁ- ୪

ନୟାଗଡ ଜିଲ୍ଲାରୁ- ୫

ନୂଆପଡା ଜିଲ୍ଲାରୁ- ୭

ପୁରୀ ଜିଲ୍ଲାରୁ- ୧୦

ରାୟଗଡା ଜିଲ୍ଲାରୁ- ୧

ସମ୍ବଲପୁର ଜିଲ୍ଲାରୁ- ୩

ସୋନପୁର ଜିଲ୍ଲାରୁ- ୪

ସୁନ୍ଦରଗଡ ଜିଲ୍ଲାରୁ- ୧୭

ଷ୍ଟେଟ ପୁଲରୁ- ୬

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୩୦ ହଜାର ୫୯୩ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୧୯ ହଜାର ୫୮୮ ଏବଂ ବର୍ତ୍ତମାନ ୧୭୬୭ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

 

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦେଶରେ କମୁଛି ସଂକ୍ରମଣ, ଗତ ୨୪ ଘଣ୍ଟା ମଧ୍ୟରେ ୫୦୭୬ ଟି ନୂଆ ମାମଲା ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫ ହଜାର ୭୬ ଟି କରୋନା ମାମଲା ଚିହ୍ନଟ ହୋଇଛି। ବର୍ତ୍ତମାନ ଦେଶରେ ମୋଟ ମାମଲା ୪ କୋଟି ୪୪ ଲକ୍ଷ ୯୫ ହଜାର ୩୫୯ କୁ ବୃଦ୍ଧି ପାଇଛି। ଏହା ସହିତ ସକ୍ରିୟ ମାମଲା ସଂଖ୍ୟା ୪୭,୯୪୫ କୁ ଖସି ଆସିଛି। ଆଜି ମିଳିଥିବା କରୋନା ମାମଲା ପୂର୍ବ ଦିନ ତୁଳନାରେ କମ୍ ଅଟେ। ସେପ୍ଟେମ୍ବର ୧୦ ତାରିଖରେ ଦେଶରେ ୫ ହଜାର ୫୫୪ ମାମଲା ଦେଖିବାକୁ ମିଳିଥିଲା।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ମାମଲାରେ ମଧ୍ୟ ହ୍ରାସ ଘଟିଛି। ସକ୍ରିୟ ମାମଲା ସଂଖ୍ୟା ୪୭,୯୪୫ କୁ ଖସି ଆସିଛି। ଏପର୍ଯ୍ୟନ୍ତ ୪ କୋଟି ୩୯ ଲକ୍ଷ ୧୯ ହଜାର ୨୬୪ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଏଥିସହିତ ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୮ ହଜାର ୧୫୦ ରେ ପହଞ୍ଚିଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦେଶରେ କମୁଛି ସଂକ୍ରମଣ, ୧ ଲକ୍ଷ ତଳକୁ ଖସିଲା ସକ୍ରିୟ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ ଗତକାଲି ୮ ହଜାର ୧୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୬ ହଜାର ୯୧୫ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି। ସେହିଭଳି ଗତକାଲି ୧୧୯ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଥିବା ବେଳେ ଆଜି ଆଉ ୧୮୦ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ଏହି ନୂତନ ମାମଲା ଚିହ୍ନଟ ପରେ ଦେଶରେ କରୋନା ସଂକ୍ରମିତ ସମୁଦାୟ ମାମଲା ୪ କୋଟି ୨୯ ଲକ୍ଷ ୩୪ ହଜାର ୧୩୦ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୫ ଲକ୍ଷ ୧୪ ହଜାର ୨୩ ଲୋକ ଏହି ମହାମାରୀ ଯୋଗୁଁ ପ୍ରାଣ ହରାଇଛନ୍ତି।

ଗତ ୨୪ ଘଣ୍ଟାରେ ୧୬ ହଜାର ୮୬୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏପର୍ଯ୍ୟନ୍ତ ୪ କୋଟି ୨୩ ଲକ୍ଷ ୨୪ ହଜାର ୫୫୦ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ୯୨ ହଜାରକୁ ୪୭୨ ବୃଦ୍ଧି ପାଇଛି।

Categories
ଆଞ୍ଚଳିକ

ଆଜିର ଚିଲିକା କୋଭିଡ ଅପଡେଟ: ସଂକ୍ରମଣ ତୁଳନାରେ ବଢୁଛି ସୁସ୍ଥ ହାର, ଆସନ୍ତାକାଲି ବନ୍ଦ ରହିବ ଟୀକାକାରଣ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ କରୋନା ସଂକ୍ରମଣ ଆଜି ମଧ୍ୟ ସାମାନ୍ୟ ଅଛି। ଉକ୍ତ ନିର୍ବାଚନମଣ୍ଡଳୀରେ ମୋଟ ୧୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୧୭ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରେ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଚିଲିକା ବ୍ଲକରୁ ୪ ଜଣ, ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୫ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଆଜି ୨୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥ ୨୬ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରୁ ୧୬ ଜଣ ସୁସ୍ଥ ହୋଇଥିବା ବେଳେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରୁ ୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ତେବେ ଆଜି ସୁଦ୍ଧା ବାଣପୁର ବ୍ଲକରେ ୧୩୩ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ବାଣପୁର ବିଜ୍ଞାପିତ ଅଞ୍ଚଳରେ ୨୫ ଜଣ, ଚିଲିକା ବ୍ଲକରେ ୧୧୮ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରେ ୪୪ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।

ତେବେ ଆସନ୍ତାକାଲି ରବିବାର ଲାଗି ଉଭୟ ବାଣପୁର ଏବଂ ବାଲୁଗାଁରେ ଟୀକାକରଣ ଏବଂ କୋଭିଡ ଟେଷ୍ଟିଙ୍ଗ ପ୍ରକ୍ରିୟା ବନ୍ଦ ରହିବ ବୋଲି ଉଭୟ ମେଡିକାଲ ଅଧିକାରୀ ସୂଚନା ଦେଇଛନ୍ତି।