Categories
ଆଜିର ଖବର ରାଜ୍ୟ ଖବର

କରୋନା ଅପଡେଟ୍‌ : ଆଜି ପୁଣି ଦୁଇଟି ମୁଣ୍ଡ ଗଡିଲା, ମୃତ୍ୟୁ ସଂଖ୍ୟା 23କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ କରୋନା ସ୍ଥିତି ଭୟଙ୍କର ହେଉଛି । ଆଜି ରାଜ୍ୟରୁ ପୁଣି ଦୁଇଟି ମୁଣ୍ଡ ନେଇଛି କରୋନା । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଚାଲିଥିବାବେଳେ ସେଠାରେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ମୃତକ ଦ୍ବୟ ଗଞ୍ଜାମରୁ ଚିହ୍ନଟ ହୋଇଥିବାବେଳେ ରାଜ୍ୟରେ ମୃତକଙ୍କ ସଂଖ୍ୟା 23ରେ ପହଞ୍ଚିଛି । ଦୁହିଁଙ୍କ ମଧ୍ୟରେ ଜଣେ 48 ବର୍ଷୀୟ ବ୍ୟକ୍ତିଥିବାବେଳେ ଅନ୍ୟ ଜଣେ 52 ବର୍ଷୀୟ ବ୍ୟକ୍ତି ରହିଛନ୍ତି । ଦୁହେଁ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

ଆଜି ରାଜ୍ୟରେ ମୋଟ୍‌ 245 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ  ନୂତନ ଆକ୍ରାନ୍ତଙ୍କୁ ମିଶାଇ ମୋଟ୍‌ 6ହଜାର 859 ପହଞ୍ଚିଛି । ସେହିପରି ଆଉ 7 ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ କରୋନା ଯୋଗୁ ସେମାନଙ୍କର ମୃତ୍ୟୁ ଘଟି ନ ଥିବା ସୂଚନା ଦିଆଯାଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍‌ସାଇଟ୍‌ରେ ସୂଚନା ଦିଆଯାଇଛି। ଗଞ୍ଜାମରୁ ସର୍ବାଧିକ 12ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ 5, କଟକରୁ 4, ପୁରୀ ଓ ବରଗଡରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି ।

ଜିଲ୍ଲା ପଜିଟିଭ୍‌ ସୁସ୍ଥ ସକ୍ରିୟ ମୃତ ମୃତ (ଅନ୍ୟାନ୍ୟ)
ଗଞ୍ଜାମ 1367 892 463 12 0
ଖୋର୍ଦ୍ଧା 814 573 234 5 2
କଟକ 557 431 121 4 1
ଯାଜପୁର 486 351 135 0 0
ଗଜପତି 435 133 302 0 0
ବାଲେଶ୍ବର 346 268 77 0 1
ଜଗତସିଂହପୁର 281 169 112 0 0
ପୁରୀ 255 210 43 1 1
କେନ୍ଦ୍ରାପଡା 243 202 41 0 0
ଭଦ୍ରକ 228 198 30 0 0
ମୟୂରଭଞ୍ଜ 201 124 76 0 1
ସୁନ୍ଦରଗଡ 191 146 45 0 0
କନ୍ଧମାଳ 178 158 20 0 0
ବଲାଙ୍ଗିର 167 148 19 0 0
ନୟାଗଡ 143 114 29 0 0
କେଉଁଝର 139 80 59 0 0
ଝାରସୁଗୁଡା 100 29 71 0 0
ବରଗଡ 97 50 46 1 0
ନୂଆପଡା 82 78 4 0 0
ଢେଙ୍କାନାଳ 76 53 23 0 0
କଳାହାଣ୍ଡି 71 63 8 0 0
ଅନୁଗୁଳ 63 49 14 0 0
ମାଲ୍‌କାନଗିରି 60 48 12 0 0
ସମ୍ବଲପୁର 50 24 26 0 0
ନବରଙ୍ଗପୁର 42 8 33 0 1
ଦେବଗଡ଼ 42 40 2 0 0
ବୌଦ୍ଧ 41 40 1 0 0
ରାୟଗଡା 39 12 27 0 0
ସୋନପୁର 36 35 1 0 0
କୋରାପୁଟ 29 17 12 0 0
Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଆଉ 102 କରୋନା ପଜିଟିଭ୍‌ ଚିହ୍ନଟ, 900 ଡେଇଁଲା ଆକ୍ରାନ୍ତ ସଂଖ୍ୟା

ଭୁବନେଶ୍ବର : ଆଜି ରାଜ୍ୟରେ ଶହେରୁ ଉର୍ଦ୍ଧ୍ବ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ମଧ୍ୟ ଗୋଟିଏ ଦିନରେ 101 ରୋଗୀ ଚିହ୍ନଟ ହୋଇଥିବାବେଳେ ପୁଣି ଥରେ ଆଜି ରାଜ୍ୟରେ ଗୋଟିଏ ଦିନରେ 102 ରୋଗୀ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଆଉ 102 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ନୂତନ 102 ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଯାଜପୁରରୁ 31 , ଜଗତସିଂହପୁରର 23, ଭଦ୍ରକରୁ 21, କେନ୍ଦ୍ରାପଡାରୁ 8, କଟକରୁ 4, ପୁରୀରୁ 4, ଖୋର୍ଦ୍ଧାରୁ 4, ଅନୁଗୁଳରୁ 2, ବାଲେଶ୍ବର 2, ସମ୍ବଲପୁର ଦୁଇ ଓ ନୟାଗଡରୁ ଜଣେ ରହିଛନ୍ତି। ସେହିପରି ରାଜ୍ୟରେ ଏବେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 978ରେ ପହଞ୍ଚିଥିବାବେଳେ  ଆକ୍ଟିଭ୍‌ କେସ୍‌ 696 ରହିଛି । 277ଜଣ ସୁସ୍ଥ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 5କୁ ବୃଦ୍ଧି ହୋଇଛି ।

ଆଜି ଚିହ୍ନଟ 102 ଆକ୍ରାନ୍ତଙ୍କ ମଧ୍ୟରୁ 97 ଜଣ କ୍ବାରେଣ୍ଟିନ୍‌ ଥିବାବେଳେ 5 ଜଣ ସ୍ଥାନୀୟ ରହିଛନ୍ତି ବୋଲି ସୂଚନା ରହିଛି ।

ଗଞ୍ଜାମରୁ ସର୍ବାଧିକ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ଗତ 24 ଘଣ୍ଟା ମଧ୍ୟରେ ଗଞ୍ଜାମରୁ ଗୋଟିଏ ବି ରୋଗୀ ଚିହ୍ନଟ ହୋଇନାହାନ୍ତି । ସୂଚନାଯୋଗ୍ୟ ଗଞ୍ଜାମରେ ଏବେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 307 ରହିଛି । ଏଥିରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାେବଳେ 89 ଜଣ ସୁସ୍ଥ ହୋଇଛନ୍ତି ।