Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରୁ 10 ଜଣଙ୍କ ମୃତ୍ୟୁ : କରୋନା ମୃତ୍ୟୁ ସଂଖ୍ୟା 372କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ ଆଜି କରୋନା ଯୋଗୁଁ ଆଜି 10 ଜଣଙ୍କର ମୃତ୍ୟୁ ହୋଇଛି। ଗଞ୍ଜାମରୁ ସର୍ବାଧିକ 4 ଜଣଙ୍କ ମୃତ୍ୟୁହୋଇଥିବାବେଳେ ଖୋର୍ଦ୍ଧା ଓ ସୁନ୍ଦରଗଡରୁ 2 ଜଣ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ବରଗଡ ଓ ଭଦ୍ରକରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାର ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 372କୁ ବୃଦ୍ଧି ହୋଇଥିବାବେଳେ ଗଞ୍ଜାମରେ ଏହା 162, ଖୋର୍ଦ୍ଧାରେ 51, ସୁନ୍ଦରଗଡରେ 24, ବରଗଡରେ 5 ଓ ଭଦ୍ରକରେ ମୃତ୍ୟୁ ସଂଖ୍ୟା 6କୁ ବୃଦ୍ଧି ହୋଇଛି ।

Categories
ଆଜିର ଖବର ଜାତୀୟ ଖବର

ଦେଶରେ କରୋନା ମୃତ୍ୟୁ ସଂଖ୍ୟା 1694ରେ ଛୁଇଁଲା

ନୂଆଦିଲ୍ଲୀ : ଦେଶରେ କରୋନା ମାମଲା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗତ 24 ଘଣ୍ଟାରେ 126ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ସର୍ବମୋଟ୍‌ 49 ହଜାର  391 ଜଣ ସଂକ୍ରମିତ ହୋଇଥିବାବେଳେ  33 ହଜାର 515 ଜଣ ଚିକିତ୍ସାଧୀନ ରହିଥିବାବେଳେ ସୁସ୍ଥ ହେଲେଣି 14 ହଜାର 183 । ମହାରାଷ୍ଟ୍ରରେ ସର୍ବାଧିକ 15 ହଜାର 525 ଆକ୍ରାନ୍ତ ରହିଥିବାବେଳେ 617ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଗୁଜୁରାଟରେ 368 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମଧ୍ୟପ୍ରଦେଶରେ 176, ରାଜସ୍ଥାନରେ 89, ପଶ୍ଚିମବଙ୍ଗରେ 140, ଉତ୍ତରପ୍ରଦେଶରେ 56, ତାମିଲନାଡୁରେ 33, ଆନ୍ଧ୍ରପ୍ରଦେଶରେ 36, ତାମିଲନାଡୁରେ 33, ତେଲେଙ୍ଗାନାରେ 29, କର୍ଣ୍ଣାଟକରେ 29, ପଞ୍ଜାବରେ 25, ଜମ୍ମୁ-କାଶ୍ମୀରରେ 8, ହରିୟାଣାରେ 6, କେରଳରେ 4, ଝାଡଖଣ୍ଡରେ 3, ବିହାରରେ 4, ହିମାଚଳ ପ୍ରଦେଶରେ ଦୁଇ, ଓଡ଼ିଶାରେ ଦୁଇ ଚଣ୍ଡୀଗଡ, ଆସାମ, ମେଘାଳୟରେ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । (ଏଜେନ୍ସି)