ଦେଶରେ କରୋନା ମୃତ୍ୟୁ ସଂଖ୍ୟା 1694ରେ ଛୁଇଁଲା

Published: May 6, 2020, 10:57 am IST

ନୂଆଦିଲ୍ଲୀ : ଦେଶରେ କରୋନା ମାମଲା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗତ 24 ଘଣ୍ଟାରେ 126ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ସର୍ବମୋଟ୍‌ 49 ହଜାର  391 ଜଣ ସଂକ୍ରମିତ ହୋଇଥିବାବେଳେ  33 ହଜାର 515 ଜଣ ଚିକିତ୍ସାଧୀନ ରହିଥିବାବେଳେ ସୁସ୍ଥ ହେଲେଣି 14 ହଜାର 183 । ମହାରାଷ୍ଟ୍ରରେ ସର୍ବାଧିକ 15 ହଜାର 525 ଆକ୍ରାନ୍ତ ରହିଥିବାବେଳେ 617ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଗୁଜୁରାଟରେ 368 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମଧ୍ୟପ୍ରଦେଶରେ 176, ରାଜସ୍ଥାନରେ 89, ପଶ୍ଚିମବଙ୍ଗରେ 140, ଉତ୍ତରପ୍ରଦେଶରେ 56, ତାମିଲନାଡୁରେ 33, ଆନ୍ଧ୍ରପ୍ରଦେଶରେ 36, ତାମିଲନାଡୁରେ 33, ତେଲେଙ୍ଗାନାରେ 29, କର୍ଣ୍ଣାଟକରେ 29, ପଞ୍ଜାବରେ 25, ଜମ୍ମୁ-କାଶ୍ମୀରରେ 8, ହରିୟାଣାରେ 6, କେରଳରେ 4, ଝାଡଖଣ୍ଡରେ 3, ବିହାରରେ 4, ହିମାଚଳ ପ୍ରଦେଶରେ ଦୁଇ, ଓଡ଼ିଶାରେ ଦୁଇ ଚଣ୍ଡୀଗଡ, ଆସାମ, ମେଘାଳୟରେ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । (ଏଜେନ୍ସି)

Related posts