Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍‌: ଗତ ୨୪ ଘଣ୍ଟାରେ ୨୦ ହଜାର ୫୫୦ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲା ହ୍ରାସ ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୦ ହଜାର ୫୫୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨୮୬ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା। ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧କୋଟି ୨ଲକ୍ଷ ୪୪ହଜାର ୮୫୩ କୁ ବୃଦ୍ଧି ପାଇଛି। ମୋଟ୍ ମୃତ୍ୟୁସଂଖ୍ୟା ୧ଲକ୍ଷ ୪୮ହଜାର ୪୩୯କୁ ବୃଦ୍ଧି ପାଇଛି। ଦେଶରେ ମୃତ୍ୟୁହାର ରହିଛି ୧.୪୪%। ଦେଶରେ କରୋନା ସୁସ୍ଥ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୯୮ଲକ୍ଷ ୩୪ ହଜାର ୧୪୧ ସଂକ୍ରମିତ ରହିଥିବାବେଳେ ଗତ ୨୪ଘଣ୍ଟାରେ ସାରା ଦେଶରୁ ୨୬ ହଜାର ୫୭୨ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏବେ ଦେଶରେ ୨ଲକ୍ଷ ୬୨ହଜାର ୨୭୨ଟି ଆକ୍ଟିଭ୍ କେସ୍ ରହିଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍‌: ଗତ ୨୪ ଘଣ୍ଟାରେ ୨୩ ହଜାର ୯୫୦ ଆକ୍ରାନ୍ତ ଚିହ୍ନଟ, ୩୩୩ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ କମିବାରେ ଲାଗିଛି। ଏହା ଦେଶବାସୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୩ ହଜାର ୯୫୦ କୋରନା ରୋଗୀ ଚିହ୍ନଟ ହୋଇଥିବାବେଳେ ୩୩୩ ଜଣଙ୍କର ମୃତ୍ୟୁ ହୋଇଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୯୯ ହଜାରକୁ ୬୬ କୁ ବୃଦ୍ଧି ହୋଇଛି। ସେହିପରି ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୬ ହଜାର ୪୪୪ ରେ ପହଞ୍ଚିଛି। ତେବେ ଦେଶରେ ୨ ଲକ୍ଷ ୮୯ ହଜାର ୨୪୦ ଟି ଆକ୍ଟିଭ କେସ ରହିଥିବା ବେଳେ ସୁସ୍ଥ ହୋଇଛନ୍ତି ୯୬ ଲକ୍ଷ ୬୩ ହଜାର ୩୮୨ ଜଣ। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଳାୟ ପକ୍ଷରୁ ସୁଚନା ମିଳିଛି।

Categories
ଆଜିର ଖବର ଜାତୀୟ ଖବର

ଗତ 24 ଘଣ୍ଟାରେ ଦେଶରେ 93 ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ, 1247 ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ହାର ଦିନକୁ ଦିନ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଅନୁସାରେ ଦେଶରେ ଗତ 24 ଘଣ୍ଟାରେ ରେକର୍ଡ ସଂଖ୍ୟକ 93 ହଜାର 337 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 1290ଜଣଙ୍କର ମୃତ୍ୟୁ ହୋଇଛି ।  ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତ ସଂଖ୍ୟା 53ଲକ୍ଷ 8 ହଜାର15 କୁ ବୃଦ୍ଧି ପାଇଛି। ସେହିପରି କରୋନା ଜନିତ ମୃତ୍ୟୁ ସଂଖ୍ୟା 84 ହଜାର 629ରେ ପହଞ୍ଚିଛି ।ସେହିପରି  ବର୍ତ୍ତମାନ ମୋଟ ଆକ୍ଟିଭ୍‌ କେସ୍‌ 10 ଲକ୍ଷ 13 ହଜାର964 ଥିବା ବେଳେ 42 ଲକ୍ଷ 8ହଜାର 431ଜଣ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

କରୋନା ସଂକ୍ରମଣକୁ ବ୍ରେକ୍‌ ଦେବା ପାଇଁ କଡା ପଦକ୍ଷେପ ଗ୍ରହଣ କଲା ବାଣପୁର ପ୍ରଶାସନ : ସାତଦିନ ସମ୍ପୂର୍ଣ୍ଣ ସଟ୍‌ଡାଉନ୍‌ ପାଇଁ ମାଗିଲା ଅନୁମତି

ସୀତାରାମ ଅଗ୍ରଓ୍ବାଲ

ବାଣପୁର : ଖୋର୍ଦ୍ଧା ଜିଲ୍ଲା ବାଣପୁର ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ୁଥିବାରୁ ଏହାକୁ ବ୍ରେକ ଦେବା ପାଇଁ ବାଣପୁର ପ୍ରଶାସନ କେତେ ଗୋଟି କଡ଼ା ନିଷ୍ପତ୍ତି ନେଇଛି । ନିକଟରେ ନୂତନ ଭାବେ ଯୋଗ ଦେଇଥିବା ବାଣପୁର ବି.ଡ଼ି.ଓ ତଥା କୋଭିଡ କମିଟି ଚେୟାରମ୍ୟାନ ଡ଼ାଃ ଶୁଭଶ୍ରୀ ତ୍ରିପାଠୀ ଗତକାଲି କରୋନା ମୁକାବିଲା ପାଇଁ ଏକ ଜରୁରୀ ବୈଠକ ଡାକିଥିଲେ ଯେଉଁଥିରେ ବାଣପୁର ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ, ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଉପସ୍ଥିତ ଥିବାବେଳେ ବାଣପୁର ତହସିଲଦାର, ବାଣପୁର ଥାନାଧିକାରୀ ଏବଂ ସି.ଡ଼ି.ପି.ଓ ବାଣପୁର ଟେଲିଫୋନ ମାଧ୍ୟମରେ ବୈଠକରେ ଭାଗ ନେଇଥିଲେ।

ଉକ୍ତ ବୈଠକରେ ବହୁ ଗୁରୁତ୍ୱପୂର୍ଣ ବିଷୟ ଉପରେ ଆଲୋଚନା ହୋଇଥିଲା ଏବଂ ସର୍ବସମ୍ମତି କ୍ରମେ  ବାଣପୁର ବ୍ଲକ ଏବଂ ଏନ.ଏ.ସି କୁ ଅଗଷ୍ଟ ୧୨ ରୁ ଅଗଷ୍ଟ ୧୮ ଯାଏଁ  ୭ ଦିନ ପାଇଁ ସମ୍ପୂର୍ଣ୍ଣ  ସଟ ଡ଼ାଉନ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟକୁ ଅନୁମତି ପତ୍ର ପ୍ରେରଣ କରିଛନ୍ତି ବାଣପୁର ପ୍ରଶାସନ । ଏହି ସାତ ଦିନ ଭିତରେ ବ୍ଲକର ସମସ୍ତ ସୀମାକୁ ସିଲ କରାଯାଇ ରା଼ପୀଡ଼ ଟେଷ୍ଟିଙ୍ଗ, ସମ୍ପୂର୍ଣ୍ଣ ସାନିଟାଇଜେସନ(ବ୍ଲକ ଏବଂ ଏନ.ଏ.ସି ),  ଆର.ଆର.ଟି ସର୍ଭେ ଆଦି ଜୋରଦାର କରାଯିବା ସହ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଚି଼ହ୍ନଟ କରି କୋଭିଡ କେୟାର ହୋମ କୁ ସ୍ଥାନାନ୍ତର କରିଯିବ ।

ଏହି ବ୍ୟତୀତ ବାଣପୁର ପ୍ରଶାସନ ଦ୍ୱାରା ଗତକାଲି ବାଣପୁର ବ୍ଲକ ଏବଂ ସହରାଞ୍ଚଳର ସମସ୍ତ ଔଷଧ ଦୋକାନୀମାନଙ୍କ ପାଇଁ ଏକ ନୋଟିସ ଜାରି କରାଯାଇଅଛି ଯେଉଁଥିରେ କୌଣସି ବ୍ୟକ୍ତି ଜ୍ୱର,ଥଣ୍ଡା, କାଶ, ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ପରି ଲକ୍ଷଣ ପାଇଁ ଔଷଧ କିଣିବାକୁ ଆସିଲେ ସମ୍ପୃକ୍ତ ଦୋକାନୀ ସେମାନଙ୍କ ନାମ, ଦୂରଭାଷ ନମ୍ବର ଏବଂ ଠିକଣା ଟିପି ରଖିବା ସହ ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଔଷଧ ଦେବେନାହିଁ ଏବଂ ପ୍ରତ୍ୟେକ ଦିନର ବିବରଣୀ ଏକ ନିର୍ଦିଷ୍ଟ ରେଜିଷ୍ଟର ରେ ଲିପିବଦ୍ଧ କରି ଉପରୋକ୍ତ  ପ୍ରଶାସନିକ ଅଧିକାରୀ ମାନଙ୍କୁ ସୂଚିତ କରାଇବେ ଯେଉଁଥିରେ ବାଣପୁର ଥାନାଧିକାରୀ ଏବଂ ସି.ଡ଼ି.ପି.ଓ ଙ୍କୁ ବାଦ ଦିଆଯାଇଛି ବୋଲି ଉଲ୍ଲେଖ ଅଛି। ଯଦି କୌଣସି ଦୋକାନୀ ଏଥିରେ ଖିଲାପ କରନ୍ତି ତାହାଲେ ଓଡିଶା କୋଭିଡ ୧୯ ଅଧିନିୟମ ୨0୨0 ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଅପରପକ୍ଷେ ଗତକାଲି ବାଣପୁର ବି.ଡ଼ି.ଓ ବାଣପୁର ବ୍ଲକରେ କରୋନାକୁ ରୋକିବା ପାଇଁ ବ୍ଲକ ର ସମସ୍ତ ସରପଞ୍ଚ, ସମିତି ସଭ୍ୟ ଏବଂ ଗ୍ରାମପଞ୍ଚାୟତର ନିର୍ବାହୀ ଅଧିକାରୀଙ୍କ ନିମନ୍ତେ ଏକ ନିର୍ଦେଶନାମା ଜାରି କରିଛନ୍ତି ।

୧. ଚଳିତ ସପ୍ତାହ ଶନିବାର ଏବଂ ରବିବାର ସମସ୍ତ ଗ୍ରାମରେ ମାଇକ ଦ୍ୱାରା ବହୁଳ ପ୍ରଚାର ପ୍ରସାର ସକାଳ ୮ ରୁ ୧୧ ଏବଂ ଅପରାହ୍ନ ୩ ରୁ ୬ ଟା ମଧ୍ୟରେ କରେଇ ଲୋକଙ୍କୁ ସ୍ୱତଃ ପ୍ରବୃତ୍ତ ଭାବରେ ଥଣ୍ଡାଜ୍ୱର ଲକ୍ଷଣ ଥିଲେ ପ୍ରକାଶ କରିବାକୁ ଆବେଦନ କରାଯିବ।

୨. ପଞ୍ଚାୟତର ଗ୍ରାମ୍ୟସ୍ତରୀୟ କୋଭିଡ ମ୍ୟାନେଜମେଣ୍ଟ କମିଟି ସହ ଯୋଗାଯୋଗ ରଖି ପ୍ରତ୍ୟେକ ବୁଧବାର ୱାର୍ଡ ଗୁଡିକ ବିଶୋଧନ କରାଯିବ । ସପ୍ତାହର ପ୍ରତି ବୁଧବାର ପ୍ରତ୍ୟେକ ଲୋକ ନିଜ ଘର ବ୍ଲିଚିଙ୍ଗ, ଫିନାଇଲ ପକାଇ ପୋଛିବା ସହ ଅଗଣା ଓ ଦୁଆର ଧୋଇବେ । ୱାର୍ଡ , ଗ୍ରାମ ପଞ୍ଚାୟତ ଏବଂ ବ୍ଲକ ମଧ୍ୟ ସେହିଦିନ ବିଶୋଧନ କରାଯିବ ।

୩. କୋଭିଡ ମ୍ୟାନେଜମେଣ୍ଟ କମିଟିର ସଦସ୍ୟମାନେ ତାଙ୍କ ୱାର୍ଡରେ ଲୋକଙ୍କୁ କୋଭିଡ ଲକ୍ଷଣ ଥିଲେ କିମ୍ବା କୋଭିଡ ପଜିଟିଭ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ ସ୍ୱତଃ ପ୍ରବୃତ୍ତ ଭାବେ ସରପଞ୍ଚ ଙ୍କୁ ଜଣାଇ କୋଭିଡ କେୟାର ହୋମ କୁ ସ୍ଥାନାନ୍ତରିତ ହେବା ପାଇଁ ବୁଝାଇବେ ଏବଂ ନିଶ୍ଚିତ କରାଇବେ ।

୪. ସାହି କିମ୍ବା ଗ୍ରାମରେ କୌଣସି କରୋନା ପଜିଟିଭ ବ୍ୟକ୍ତି ବାହାରିଲେ ତାଙ୍କ ସହ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଆପେ ଆପେ ସଙ୍ଗରୋଧ ରେ ରହିବା ପାଇଁ ପ୍ରବର୍ତାଇବେ ଏବଂ ତୁରନ୍ତ ଉକ୍ତ ସ୍ଥାନ କୁ ବିଶୋଧନ କରାଇବେ ।

୫. ଆବଶ୍ୟକ ସ୍ଥଳେ ସଂକ୍ରମଣ ଶୃଙ୍ଖଳାକୁ ରୋକିବା ପାଇଁ ସଟଡ଼ାଉନ ଘୋଷଣା ହେଲେ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ପାଇଁ ପ୍ରସ୍ତୁତି କରି ରଖିବେ ।

୬. ସର୍ବୋପରି ବର୍ତ୍ତମାନ ପରିଲକ୍ଷିତ ହେଉଥିବା କୋଭିଡର ତୀବ୍ର ସଂକ୍ରମଣକୁ ପ୍ରତିହିତ କରିବା ପାଇଁ ୩ ଟି ବିଷୟ ଯଥା SMS( ସାମାଜିକ ଦୂରତା ରକ୍ଷା, ମାସ୍କ ପରିଧାନ, ବିଶୋଧନକରଣ ) ଉପରେ ଗୁରୁତ୍ୱାରୋପ କରାଯିବ ଏବଂ ସମସ୍ତଙ୍କୁ ଏହାର ପରିପାଳନ ପାଇଁ ସଚେତନ କରାଯିବ ।

ବିଗତ ପାଞ୍ଚ ମାସରେ ଆଜି ଯାଏଁ ବାଣପୁର ବ୍ଲକ ରେ  କରୋନା ସଂକ୍ରମଣ କୁ ବ୍ରେକ ଦେବା ପାଇଁ ନୂତନ  ବି.ଡ଼ି.ଓ ଙ୍କ ଏହା ଏକ ବଳିଷ୍ଠ ପଦକ୍ଷେପ ବୋଲି ଚର୍ଚ୍ଚା ହେଉଛି। ଏହାସହ ବି.ଡ଼ି.ଓ କୌଣସି ବ୍ୟକ୍ତି ର ଯଦି ଲକ୍ଷଣ ଦେଖାଏ ତାହାଲେ ତାକୁ ନ ଲୁଚାଇ ତୁରନ୍ତ ପ୍ରଶାସନକୁ ଜଣାଇବା ପାଇଁ ପୁନର୍ବାର ଅନୁରୋଧ କରିଛନ୍ତି ଯାହାଦ୍ୱାରା ସମ୍ପୃକ୍ତ ବ୍ୟକ୍ତିଙ୍କ ପରିବାର ଏବଂ ସମାଜ ସୁରକ୍ଷିତ ରହିପାରିବ।

Categories
ଆଜିର ଖବର ଜାତୀୟ ଖବର

ଦେଶରେ ଦିନକରେ 37 ହଜାର 724 ଜଣ ଆକ୍ରାନ୍ତ, 648 ମୃତ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢି ଚାଲିଛି । ଦେଶରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 12 ଲକ୍ଷ ନିକଟତର ହେଲାଣି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁସାରେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା 28 ହଜାର 732କୁ ବୃଦ୍ଧି । ଆକ୍ରାନ୍ତଙ୍କ ସଂଖ୍ୟା 11 ଲକ୍ଷ 92 ହଜାର 915ରରେ ପହଞ୍ଚିଛି । 24 ଘଣ୍ଟାରେ ସର୍ବାଧିକ 37 ହଜାର 724 ଆକ୍ରାନ୍ତ ହୋଇଥିବାବେଳେ 648ରୁ ମୃତ୍ୟୁ ହୋଇଛି । ଦେଶରେ ଏବେ ପର୍ଯ୍ୟନ୍ତ ସକ୍ରିୟ ଆକ୍ରାନ୍ତ 4 ଲକ୍ଷ 11 ହଜାର 133 ଜଣ ରହିଛନ୍ତି । ସେହିପରି ସୁସ୍ଥ ହୋଇଛନ୍ତି  7 ଲକ୍ଷ 53ହଜାର 049 ଜଣ ।

ମହାରାଷ୍ଟ୍ରରେ 3 ଲକ୍ଷ 27 ହଜାର 31 ଆକ୍ରାନ୍ତ ରହିଥିବାବେଳେ 12 ହଜାର 276ଙ୍କର ମୃତ୍ୟୁ ହୋଇଛି । ଦିଲ୍ଲୀରେ 3ହଜାର 690ଙ୍କର ମୃତ୍ୟୁ ହୋଇଥିବାବେଳେ ତାମିଲନାଡୁରେ 2 ହଜାର 626ଜଣଙ୍କର ମୃତ୍ୟୁ ହୋଇଛି । ଗୁଜୁରାଟରେ 2 ହଜାର 196ଜଣଙ୍କର ମୃତ୍ୟୁ ହୋଇଛି । (ଏଜେନ୍ସି)