Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କରୋନା ସଂକ୍ରମଣକୁ ବ୍ରେକ୍‌ ଦେବା ପାଇଁ କଡା ପଦକ୍ଷେପ ଗ୍ରହଣ କଲା ବାଣପୁର ପ୍ରଶାସନ : ସାତଦିନ ସମ୍ପୂର୍ଣ୍ଣ ସଟ୍‌ଡାଉନ୍‌ ପାଇଁ ମାଗିଲା ଅନୁମତି
ଆଜିର ଖବର

କରୋନା ସଂକ୍ରମଣକୁ ବ୍ରେକ୍‌ ଦେବା ପାଇଁ କଡା ପଦକ୍ଷେପ ଗ୍ରହଣ କଲା ବାଣପୁର ପ୍ରଶାସନ : ସାତଦିନ ସମ୍ପୂର୍ଣ୍ଣ ସଟ୍‌ଡାଉନ୍‌ ପାଇଁ ମାଗିଲା ଅନୁମତି

August 8, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ

ବାଣପୁର : ଖୋର୍ଦ୍ଧା ଜିଲ୍ଲା ବାଣପୁର ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ୁଥିବାରୁ ଏହାକୁ ବ୍ରେକ ଦେବା ପାଇଁ ବାଣପୁର ପ୍ରଶାସନ କେତେ ଗୋଟି କଡ଼ା ନିଷ୍ପତ୍ତି ନେଇଛି । ନିକଟରେ ନୂତନ ଭାବେ ଯୋଗ ଦେଇଥିବା ବାଣପୁର ବି.ଡ଼ି.ଓ ତଥା କୋଭିଡ କମିଟି ଚେୟାରମ୍ୟାନ ଡ଼ାଃ ଶୁଭଶ୍ରୀ ତ୍ରିପାଠୀ ଗତକାଲି କରୋନା ମୁକାବିଲା ପାଇଁ ଏକ ଜରୁରୀ ବୈଠକ ଡାକିଥିଲେ ଯେଉଁଥିରେ ବାଣପୁର ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ, ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଉପସ୍ଥିତ ଥିବାବେଳେ ବାଣପୁର ତହସିଲଦାର, ବାଣପୁର ଥାନାଧିକାରୀ ଏବଂ ସି.ଡ଼ି.ପି.ଓ ବାଣପୁର ଟେଲିଫୋନ ମାଧ୍ୟମରେ ବୈଠକରେ ଭାଗ ନେଇଥିଲେ।

ଉକ୍ତ ବୈଠକରେ ବହୁ ଗୁରୁତ୍ୱପୂର୍ଣ ବିଷୟ ଉପରେ ଆଲୋଚନା ହୋଇଥିଲା ଏବଂ ସର୍ବସମ୍ମତି କ୍ରମେ  ବାଣପୁର ବ୍ଲକ ଏବଂ ଏନ.ଏ.ସି କୁ ଅଗଷ୍ଟ ୧୨ ରୁ ଅଗଷ୍ଟ ୧୮ ଯାଏଁ  ୭ ଦିନ ପାଇଁ ସମ୍ପୂର୍ଣ୍ଣ  ସଟ ଡ଼ାଉନ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟକୁ ଅନୁମତି ପତ୍ର ପ୍ରେରଣ କରିଛନ୍ତି ବାଣପୁର ପ୍ରଶାସନ । ଏହି ସାତ ଦିନ ଭିତରେ ବ୍ଲକର ସମସ୍ତ ସୀମାକୁ ସିଲ କରାଯାଇ ରା଼ପୀଡ଼ ଟେଷ୍ଟିଙ୍ଗ, ସମ୍ପୂର୍ଣ୍ଣ ସାନିଟାଇଜେସନ(ବ୍ଲକ ଏବଂ ଏନ.ଏ.ସି ),  ଆର.ଆର.ଟି ସର୍ଭେ ଆଦି ଜୋରଦାର କରାଯିବା ସହ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଚି଼ହ୍ନଟ କରି କୋଭିଡ କେୟାର ହୋମ କୁ ସ୍ଥାନାନ୍ତର କରିଯିବ ।

ଏହି ବ୍ୟତୀତ ବାଣପୁର ପ୍ରଶାସନ ଦ୍ୱାରା ଗତକାଲି ବାଣପୁର ବ୍ଲକ ଏବଂ ସହରାଞ୍ଚଳର ସମସ୍ତ ଔଷଧ ଦୋକାନୀମାନଙ୍କ ପାଇଁ ଏକ ନୋଟିସ ଜାରି କରାଯାଇଅଛି ଯେଉଁଥିରେ କୌଣସି ବ୍ୟକ୍ତି ଜ୍ୱର,ଥଣ୍ଡା, କାଶ, ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ପରି ଲକ୍ଷଣ ପାଇଁ ଔଷଧ କିଣିବାକୁ ଆସିଲେ ସମ୍ପୃକ୍ତ ଦୋକାନୀ ସେମାନଙ୍କ ନାମ, ଦୂରଭାଷ ନମ୍ବର ଏବଂ ଠିକଣା ଟିପି ରଖିବା ସହ ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଔଷଧ ଦେବେନାହିଁ ଏବଂ ପ୍ରତ୍ୟେକ ଦିନର ବିବରଣୀ ଏକ ନିର୍ଦିଷ୍ଟ ରେଜିଷ୍ଟର ରେ ଲିପିବଦ୍ଧ କରି ଉପରୋକ୍ତ  ପ୍ରଶାସନିକ ଅଧିକାରୀ ମାନଙ୍କୁ ସୂଚିତ କରାଇବେ ଯେଉଁଥିରେ ବାଣପୁର ଥାନାଧିକାରୀ ଏବଂ ସି.ଡ଼ି.ପି.ଓ ଙ୍କୁ ବାଦ ଦିଆଯାଇଛି ବୋଲି ଉଲ୍ଲେଖ ଅଛି। ଯଦି କୌଣସି ଦୋକାନୀ ଏଥିରେ ଖିଲାପ କରନ୍ତି ତାହାଲେ ଓଡିଶା କୋଭିଡ ୧୯ ଅଧିନିୟମ ୨0୨0 ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଅପରପକ୍ଷେ ଗତକାଲି ବାଣପୁର ବି.ଡ଼ି.ଓ ବାଣପୁର ବ୍ଲକରେ କରୋନାକୁ ରୋକିବା ପାଇଁ ବ୍ଲକ ର ସମସ୍ତ ସରପଞ୍ଚ, ସମିତି ସଭ୍ୟ ଏବଂ ଗ୍ରାମପଞ୍ଚାୟତର ନିର୍ବାହୀ ଅଧିକାରୀଙ୍କ ନିମନ୍ତେ ଏକ ନିର୍ଦେଶନାମା ଜାରି କରିଛନ୍ତି ।

୧. ଚଳିତ ସପ୍ତାହ ଶନିବାର ଏବଂ ରବିବାର ସମସ୍ତ ଗ୍ରାମରେ ମାଇକ ଦ୍ୱାରା ବହୁଳ ପ୍ରଚାର ପ୍ରସାର ସକାଳ ୮ ରୁ ୧୧ ଏବଂ ଅପରାହ୍ନ ୩ ରୁ ୬ ଟା ମଧ୍ୟରେ କରେଇ ଲୋକଙ୍କୁ ସ୍ୱତଃ ପ୍ରବୃତ୍ତ ଭାବରେ ଥଣ୍ଡାଜ୍ୱର ଲକ୍ଷଣ ଥିଲେ ପ୍ରକାଶ କରିବାକୁ ଆବେଦନ କରାଯିବ।

୨. ପଞ୍ଚାୟତର ଗ୍ରାମ୍ୟସ୍ତରୀୟ କୋଭିଡ ମ୍ୟାନେଜମେଣ୍ଟ କମିଟି ସହ ଯୋଗାଯୋଗ ରଖି ପ୍ରତ୍ୟେକ ବୁଧବାର ୱାର୍ଡ ଗୁଡିକ ବିଶୋଧନ କରାଯିବ । ସପ୍ତାହର ପ୍ରତି ବୁଧବାର ପ୍ରତ୍ୟେକ ଲୋକ ନିଜ ଘର ବ୍ଲିଚିଙ୍ଗ, ଫିନାଇଲ ପକାଇ ପୋଛିବା ସହ ଅଗଣା ଓ ଦୁଆର ଧୋଇବେ । ୱାର୍ଡ , ଗ୍ରାମ ପଞ୍ଚାୟତ ଏବଂ ବ୍ଲକ ମଧ୍ୟ ସେହିଦିନ ବିଶୋଧନ କରାଯିବ ।

୩. କୋଭିଡ ମ୍ୟାନେଜମେଣ୍ଟ କମିଟିର ସଦସ୍ୟମାନେ ତାଙ୍କ ୱାର୍ଡରେ ଲୋକଙ୍କୁ କୋଭିଡ ଲକ୍ଷଣ ଥିଲେ କିମ୍ବା କୋଭିଡ ପଜିଟିଭ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ ସ୍ୱତଃ ପ୍ରବୃତ୍ତ ଭାବେ ସରପଞ୍ଚ ଙ୍କୁ ଜଣାଇ କୋଭିଡ କେୟାର ହୋମ କୁ ସ୍ଥାନାନ୍ତରିତ ହେବା ପାଇଁ ବୁଝାଇବେ ଏବଂ ନିଶ୍ଚିତ କରାଇବେ ।

୪. ସାହି କିମ୍ବା ଗ୍ରାମରେ କୌଣସି କରୋନା ପଜିଟିଭ ବ୍ୟକ୍ତି ବାହାରିଲେ ତାଙ୍କ ସହ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଆପେ ଆପେ ସଙ୍ଗରୋଧ ରେ ରହିବା ପାଇଁ ପ୍ରବର୍ତାଇବେ ଏବଂ ତୁରନ୍ତ ଉକ୍ତ ସ୍ଥାନ କୁ ବିଶୋଧନ କରାଇବେ ।

୫. ଆବଶ୍ୟକ ସ୍ଥଳେ ସଂକ୍ରମଣ ଶୃଙ୍ଖଳାକୁ ରୋକିବା ପାଇଁ ସଟଡ଼ାଉନ ଘୋଷଣା ହେଲେ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ପାଇଁ ପ୍ରସ୍ତୁତି କରି ରଖିବେ ।

୬. ସର୍ବୋପରି ବର୍ତ୍ତମାନ ପରିଲକ୍ଷିତ ହେଉଥିବା କୋଭିଡର ତୀବ୍ର ସଂକ୍ରମଣକୁ ପ୍ରତିହିତ କରିବା ପାଇଁ ୩ ଟି ବିଷୟ ଯଥା SMS( ସାମାଜିକ ଦୂରତା ରକ୍ଷା, ମାସ୍କ ପରିଧାନ, ବିଶୋଧନକରଣ ) ଉପରେ ଗୁରୁତ୍ୱାରୋପ କରାଯିବ ଏବଂ ସମସ୍ତଙ୍କୁ ଏହାର ପରିପାଳନ ପାଇଁ ସଚେତନ କରାଯିବ ।

ବିଗତ ପାଞ୍ଚ ମାସରେ ଆଜି ଯାଏଁ ବାଣପୁର ବ୍ଲକ ରେ  କରୋନା ସଂକ୍ରମଣ କୁ ବ୍ରେକ ଦେବା ପାଇଁ ନୂତନ  ବି.ଡ଼ି.ଓ ଙ୍କ ଏହା ଏକ ବଳିଷ୍ଠ ପଦକ୍ଷେପ ବୋଲି ଚର୍ଚ୍ଚା ହେଉଛି। ଏହାସହ ବି.ଡ଼ି.ଓ କୌଣସି ବ୍ୟକ୍ତି ର ଯଦି ଲକ୍ଷଣ ଦେଖାଏ ତାହାଲେ ତାକୁ ନ ଲୁଚାଇ ତୁରନ୍ତ ପ୍ରଶାସନକୁ ଜଣାଇବା ପାଇଁ ପୁନର୍ବାର ଅନୁରୋଧ କରିଛନ୍ତି ଯାହାଦ୍ୱାରା ସମ୍ପୃକ୍ତ ବ୍ୟକ୍ତିଙ୍କ ପରିବାର ଏବଂ ସମାଜ ସୁରକ୍ଷିତ ରହିପାରିବ।

କରୋନା ସଂକ୍ରମଣ ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ବାହାଘର ବାଣ ପଡି ଜଳିଗଲା 6 ବଖରା

April 26, 2026

ରାଘବଙ୍କୁ କଟାକ୍ଷ କଲେ ଓମାର ଅବଦୁଲ୍ଲା

April 26, 2026

ବିଜେପିକୁ ଟାର୍ଗେଟ କଲେ କେଜ୍ରିୱାଲ

April 26, 2026

କାଲି ବାଚସ୍ପତିଙ୍କୁ ଭେଟିବ ବିଜେଡି

April 26, 2026
Latest News

ବାହାଘର ବାଣ ପଡି ଜଳିଗଲା 6 ବଖରା

April 26, 2026

ରାଘବଙ୍କୁ କଟାକ୍ଷ କଲେ ଓମାର ଅବଦୁଲ୍ଲା

April 26, 2026

ବିଜେପିକୁ ଟାର୍ଗେଟ କଲେ କେଜ୍ରିୱାଲ

April 26, 2026

କାଲି ବାଚସ୍ପତିଙ୍କୁ ଭେଟିବ ବିଜେଡି

April 26, 2026

ଚିଲିକା ପୁସ୍ତକ ମେଳାର ତୃତୀୟ ସନ୍ଧ୍ୟାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

April 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.