ନୂଆଦିଲ୍ଲୀ, ବିଶ୍ବର ପ୍ରତିଷ୍ଠିତ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ଗବେଷଣା ବିଭାଗ ତରଫରୁ କରୋନା ଉପରେ ଗବେଷଣା କରାଯାଇ ନୂଆ ତଥ୍ୟ ପ୍ରକାଶ କରାଯାଇଛି। ତାହା ହେଉଛି ଯେ, ପ୍ରତି ପାଞ୍ଚ ଜଣ କରୋନା ସୁସ୍ଥଙ୍କ ମଧ୍ୟରୁ ଜଣେ ମାନସିକ ରୋଗରେ ପିଡିତ ହେଉଛନ୍ତି। ଯେପରିକି ଅବସାଦଗସ୍ତ ଏବଂ ଅନିଦ୍ରା ପରି ରୋଗର ଶିକାର ହେଉଛନ୍ତି। ସୁସ୍ଥ ହେବାର 90 ଦିନ ଭିତରେ ଏହି ଲକ୍ଷଣ ପରିପ୍ରକାଶ ପାଉଛି ବୋଲି ଗବେଷଣାରୁ ଜଣାପଡିଛି।
ବିଶ୍ବବିଦ୍ୟାଳୟର ଏକ ଗବେଷଣା ଦଳ ଆମେରିକାର ପ୍ରାୟ 10 ଲକ୍ଷ ରୋଗୀଙ୍କୁ ନେଇ ଏହି ଗବେଷଣା କରିଥିଲେ। ସେମାନଙ୍କ ଅନୁସାରେ 90 ଦିନ ପରେ କରୋନା ସୁସ୍ଥ ରୋଗୀଙ୍କର ମୁଣ୍ଡବିନ୍ଧା, ହଠାତ ଥଣ୍ଡା ଧରିବା, କାଶ ହେବା ପରି ଛୋଟଛୋଟ ରୋଗର ଲକ୍ଷଣ ପ୍ରକାଶ ପାଉଛି। ସେଥିପାଇଁ ଏହି ଭାଇରସରୁ ବଞ୍ଚିବା ପାଇଁ ଯଥା ସମ୍ଭବ ସମସ୍ତ ନିୟମ ମାନି ଚଳିବା ଆବଶ୍ୟକ ବୋଲି ଏହି ଗବେଷଣା ଦଳ କହିଛନ୍ତି।