Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ନୂଆ ଷ୍ଟ୍ରେନ ପାଇଁ ରାଜ୍ୟ ସରକାର ଜାରି କଲେ ସତର୍କ ସୂଚନା

ଲକ୍ଷ୍ମୌ, କୋଭିଡ19ର ନୂଆ ଷ୍ଟ୍ରେନ୍ ସନ୍ଦେହରେ ଉତ୍ତରପ୍ରଦେଶ ସରକାର ଏକ ସତର୍କ ସୂଚନା ଜାରି କରିଛନ୍ତି। ଆଗ୍ରାର 58 ଜଣ ଗତ ଡିସେମ୍ବର 9 ରୁ ଡିସେମ୍ବର 22 ମଧ୍ୟରେ ବ୍ରିଟେନରୁ ଫେରିଥିବାର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଚିହ୍ନଟ କରିଛି। ସେମାନଙ୍କ ମଧ୍ୟରୁ ଅନେକଙ୍କୁ ଯୋଗାଯୋଗ କରି ନମୁନା ପରୀକ୍ଷା ପାଇଁ ପଠାଯାଇଛି। ଏଥିସହିତ ସେମାନଙ୍କୁ 28 ଦିନ ହୋମ କ୍ବାରଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସେମାନଙ୍କ ପରିବାର ସଦସ୍ୟ ଏବଂ ସେମାନଙ୍କର ଘନିଷ୍ଠ ସମ୍ପର୍କରେ ଆସିଥିବା ଲୋକମାନଙ୍କର ମଧ୍ୟ କୋଭିଡ19 ପରୀକ୍ଷା କରାଯିବ। ବ୍ରିଟେନରେ ଚିହ୍ନଟ ହୋଇଥିବା କରୋନା ଭାଇରସର ନୂଆ ଷ୍ଟ୍ରେନକୁ ନେଇ ସାରା ପୃଥିବୀରେ ଏକ ଚିନ୍ତାର ବିଷୟ ହୋଇଛି। ତେବେ ଉତ୍ତରପ୍ରଦେଶ ସ୍ୱାସ୍ଥ୍ୟ ବିଭାଗ ବ୍ରିଟେନରୁ ଫେରିଥିବା କେତେକଙ୍କ ମୋବାଇଲ ବନ୍ଦ ରହିଛି। ଫଳରେ ସେମାନଙ୍କ ସହିତ ଯୋଗାଯୋଗା କରିବାରେ ବିଭାଗ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।