Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଏଣିକି ରେଲୱେ ଷ୍ଟେସନରେ ହେବ କରୋନା ପରୀକ୍ଷା: ନିୟୋଜିତ ହେବ ସ୍ଵତନ୍ତ୍ର ଟିମ୍

ଭୁବନେଶ୍ବର: କରୋନାର ଦ୍ରୁତ ସଂକ୍ରମଣକୁ ଦେଖି ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି। ବିମାନ ବନ୍ଦରରେ ଆସୁଥିବା ଯାତ୍ରୀଙ୍କୁ କରୋନା ପରୀକ୍ଷା ବାଧ୍ୟତାମୂଳକ କରିଥିବା ବେଳେ ଏଣିକି ରେଲୱେ ଷ୍ଟେସନରେ ମଧ୍ୟ କରୋନା ପରୀକ୍ଷା କରିବା ଲାଗି ନିଷ୍ପତ୍ତି ନେଇଛି। ରେଲୱେ ଷ୍ଟେସନରେ କରୋନା ପରୀକ୍ଷା କରିବା ପାଇଁ ଭୁବନେଶ୍ଵର ମହାନଗର ନିଗମ ନିଷ୍ପତ୍ତି ନେଇଛି।

ଭୁବନେଶ୍ଵର ରେଲୱେ ଷ୍ଟେସନକୁ ଆସୁଥିବା ସମସ୍ତ ଯାତ୍ରୀଙ୍କୁ କରୋନା ପରୀକ୍ଷା କରିବା ପାଇଁ ବିଏମସି ନିଷ୍ପତ୍ତି ନେଇଛି। ସେଥିପାଇଁ ଭୁବନେଶ୍ଵର ରେଲୱେ ଷ୍ଟେସନରେ ସ୍ଵତନ୍ତ୍ର ଟିମକୁ ନିଯୋଜିତ କରାଯିବ। ପ୍ରାୟ ୧୦ ହଜାର ଆରଟି-ପିସିଆର ଟେଷ୍ଟ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏନେଇ ବିଏମସି କମିଶନର ସଞ୍ଜୟ ସିଂହ ସୂଚନା ଦେଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

କୋଭିଡ ଟିକା ପରୀକ୍ଷଣ ପାଇଁ ପୁଣେ ଓ ହାଇଦ୍ରାବାଦରେ ପ୍ରସ୍ତୁତ ହେଲା କେନ୍ଦ୍ରୀୟ ଔଷଧ ପରୀକ୍ଷାଗାର

ନୂଆଦିଲ୍ଲୀ, କୋଭିଡ ୧୯ ମହାମାରୀର ବ୍ୟାପକତା ଏବଂ କୋଭିଡ ଟିକା ଉତ୍ପାଦନ ବୃଦ୍ଧିର ଆବଶ୍ୟକତାକୁ ବିଚାର କରି ଟିକା ପରୀକ୍ଷଣ ଏବଂ ଟିକାଗୁଡ଼ିକ ପାଇଁ ଆଗୁଆ ପ୍ରମାଣପତ୍ର ଜାରି କରିବା ସୁବିଧା ପ୍ରଦାନ କରିବା ନିମନ୍ତେ ସରକାର ସକ୍ରିୟ ଭାବେ ଦୁଇଟି ଅତିରିକ୍ତ ପରୀକ୍ଷାଗାର ବିକଶିତ କରିବା ଲାଗି ନିଷ୍ପତ୍ତି ଗ୍ରହଣ କରିଛନ୍ତି।

ବର୍ତ୍ତମାନ, ଦେଶରେ କସୌଲି ଠାରେ ଗୋଟିଏ କେନ୍ଦ୍ରୀୟ ଔଷଧ ପରୀକ୍ଷାଗାର (ସିଡିଏଲ) ରହିଛି। ଭାରତରେ ମାନବ ଉପଯୋଗ ଲାଗି ଉଦ୍ଦିଷ୍ଟ ଇମ୍ୟୁନୋବାୟୋଲୋଜିକାଲ(ଟିକା ଓ ଆଣ୍ଟିସେରା) ର ପରୀକ୍ଷା ଓ ଆଗୁଆ ପ୍ରମାଣପତ୍ର ଜାରି କରିବା ନିମନ୍ତେ ଏହା ଜାତୀୟ କେନ୍ଦ୍ରୀୟ ପରୀକ୍ଷାଗାର ଭାବେ କାଯ୍ୟ କରୁଛି।

ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ଅଧୀନ ଜୈବପ୍ରଯୁକ୍ତି ବିଭାଗ ପକ୍ଷରୁ ବ୍ୟାଚ୍ ଟେଷ୍ଟିଂ ଓ ଟିକାଗୁଡ଼ିକର ଗୁଣବତ୍ତା ପରୀକ୍ଷଣ ନିମନ୍ତେ ଏହାର ଦୁଇଟି ସ୍ବୟଂଶାସିତ ଗବେଷଣା ସଂସ୍ଥାନ ପୁଣେସ୍ଥିତ ନ୍ୟାସନାଲ ସେଣ୍ଟର ଫର ସେଲ୍ ସାଇନ୍ସ (ଏନସିସିଏସ) ଏବଂ ହାଇଦ୍ରାବାଦସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଆନିମଲ ବାୟୋଟେକ୍ନୋଲୋଜି (ଏନଆଇଏବି) ଠାରେ କେନ୍ଦ୍ରୀୟ ଔଷଧ ପରୀକ୍ଷାଗାର ଭାବେ ଦୁଇଟି ଟିକା ପରୀକ୍ଷଣ ସୁବିଧା କେନ୍ଦ୍ର ସ୍ଥାପନ କରାଯାଇଛି।

ପିଏମ-କେୟାର୍ସ ଫଣ୍ଡ ଟ୍ରଷ୍ଟ ପକ୍ଷରୁ ଯୋଗାଇ ଦିଆଯାଇଥିବା ପାଣ୍ଠି ସହାୟତା ବଳରେ ଡିବିଟି-ଏନସିସିଏସ ଏବଂ ଡିବିଟି-ଏନଆଇଏବି ଠାରେ କେନ୍ଦ୍ରୀୟ ଔଷଧ ପରୀକ୍ଷାଗାର ଭାବରେ ଦୁଇଟି ନୂଆ ଟିକା ପରୀକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। କୋଭିଡ-୧୯ ମହାମାରୀ ପରଠାରୁ, ବାୟୋଟେକ୍ନୋଲୋଜି ବିଭାଗ ପକ୍ଷରୁ କୋଭିଡ-୧୯ ସଂକ୍ରାନ୍ତ ବିଭିନ୍ନ କାର‌୍ୟ୍ୟକଳାପ ଯେପରିକି ଟିକା ବିକାଶ, ନିଦାନ ଓ ପରୀକ୍ଷଣ, ବାୟୋବ୍ୟାଙ୍କିଙ୍ଗ ଏବଂ ଜେନୋମ ସର୍ଭିଲାନ୍ସ ଆଦି ଜାରି ରଖିଛି। ଏହାଛଡ଼ା ମୌଳିକ ଗବେଷରା ଓ ଟ୍ରାନ୍ସଲେସନାଲ ଗବେଷଣା ଇକୋସିଷ୍ଟମ ବିକଶିତ କରିବା ଦିଗରେ ମଧ୍ୟ ଯୋଗଦାନ ଦେଇ ଆସୁଛି।

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଗେଜେଟ୍ ବିଜ୍ଞପ୍ତି ଅନୁଯାୟୀ ପୁଣେସ୍ଥିତ ଏନସିସିଏସ କେନ୍ଦ୍ର ବର୍ତ୍ତମାନ କୋଭିଡ ୧୯ ଟିକାର ପରୀକ୍ଷଣ ଓ ଲଟ୍ ରିଲିଜ୍ ପାଇଁ କେନ୍ଦ୍ରୀୟ ଔଷଧ ପରୀକ୍ଷାଗାର ଭାବେ ବିଜ୍ଞପିତ କରାଯାଇଛି। ଖୁବଶୀଘ୍ର ଏନଆଇଏବି, ହାଇଦ୍ରାବାଦ କେନ୍ଦ୍ର ଜରୁରି ବିଜ୍ଞପ୍ତି ହାସଲ କରିବ।

ପିଏମ କେୟାର୍ସ ପାଣ୍ଠି ଟ୍ରଷ୍ଟରୁ ଆର୍ଥିକ ସହାୟତା ପାଇ ଏହି ଦୁଇଟି ସଂସ୍ଥା ଖୁବ୍ ଅଳ୍ପ ଦିନ ମଧ୍ୟରେ ଏହି ଉଦ୍ଦେଶ୍ୟ ପାଇଁ ଅତ୍ୟାଧୁନିକ ସୁବିଧା ସ୍ଥାପନ କରିଛନ୍ତି। ଏହି ସୁବିଧା କେନ୍ଦ୍ରରେ ପ୍ରତି ମାସରେ ଆନୁମାନିକ ୬୦ ବ୍ୟାଚ୍ ଟିକା ପରୀକ୍ଷା କରାଯାଇପାରିବ ବୋଲି ଆଶା କରାଯାଉଛି। ଏହି ନୂଆ ସୁବିଧା କେନ୍ଦ୍ରରେ ବର୍ତ୍ତମାନ ଦେଶରେ ପ୍ରଚଳିତ କୋଭିଡ-୧୯ ଟିକା ଏବଂ ନୂଆ କୋଭିଡ-୧୯ ଟିକା ପରୀକ୍ଷା ଚାହିଦା ଅନୁସାରେ ବୃଦ୍ଧି କରିପାରିବ ବୋଲି ଆଶା କରାଯାଉଛି।

କେବଳ ଟିକା ବିକାଶ ଓ ଉତ୍ପାଦନ ନୁହେଁ ବରଂ ପୁଣେ ଓ ହାଇଦ୍ରାବାଦ ଭଳି ଟିକା ଉତ୍ପାଦନ କେନ୍ଦ୍ରରେ ଅବସ୍ଥିତ ଥିବାରୁ ଟିକା ଉତ୍ପାଦନ ଓ ଯୋଗାଣ ନିମନ୍ତେ ଏହା ପରିବହନ ଦୃଷ୍ଟିରୁ ଅନୁକୂଳ ସ୍ଥାନ ଭାବେ ସାବ୍ୟସ୍ତ ହୋଇପାରିବ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଭୁବନେଶ୍ଵରର ଜଣେ ଶିକ୍ଷକ କରୋନାରେ ସଂକ୍ରମିତ: ଲକ୍ଷଣ ଦେଖାଗଲେ ଛାତ୍ରଛାତ୍ରୀଙ୍କୁ କରାଯିବ ପରୀକ୍ଷା

ଭୁବନେଶ୍ବର: ଭୁବନେଶ୍ଵରର ଏକ ସ୍କୁଲରେ ଜଣେ ଶିକ୍ଷକ କରୋନାରେ ସଂକ୍ରମିତ ହୋଇଛନ୍ତି। ଶିକ୍ଷକ ଜଣଙ୍କ ସ୍କୁଲରେ ପାଠ ପଢାଇବା ସହ ଛାତ୍ରଛାତ୍ରୀଙ୍କ ସଂସ୍ପର୍ଶରେ ଆସିଛନ୍ତି। ସେଥିପାଇଁ ସେହି ସ୍କୁଲକୁ ୨ଦିନ ପାଇଁ ଛୁଟି ଘୋଷଣା କରାଯାଇଛି। ଏହାସହ ସେହି ସ୍କୁଲକୁ ବିଶୋଧନ ମଧ୍ୟ କରାଯାଉଛି।

ତେବେ ଏନେଇ ବି.ଏମ.ସି କମିସନର ପ୍ରତିକ୍ରିୟା ରଖିଛନ୍ତି, ସେ ସ୍କୁଲ କର୍ତ୍ତୃପକ୍ଷ ଏବଂ ଡିଇଓଙ୍କ ସହ ଯୋଗାଯୋଗରେ ଅଛନ୍ତି। ଯଦି ଛାତ୍ରଛାତ୍ରୀଙ୍କର କୌଣସି ଲକ୍ଷଣ ଦେଖାଯାଏ, ତେବେ ସେମାନଙ୍କର କରୋନା ପରୀକ୍ଷା କରାଯିବ।

Categories
ଆଜିର ଖବର ରାଜ୍ୟ ଖବର

ବିଧାନସଭା ବଜେଟ ଅଧିବେଶନ ଲାଗି ଜାରି ହେଲା ନୂଆ ଗାଇଡଲାଇନ

ଭୁବନେଶ୍ୱର: ଆସନ୍ତା ୧୮ ତାରିଖରୁ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ତେବେ ଏହି ଅଧିବେଶନ ଲାଗି ନୂଆ ଗାଇଡଲାଇନ ଜାରି କରାଯାଇଛି।

ଅଧିବେଶନ ପୂର୍ବରୁ ସବୁ ବିଧାୟକମାନଙ୍କର କରୋନା ପରୀକ୍ଷା ହେବ। ଆସନ୍ତା ଫେବୃଆରୀ ୧୫ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ବିଧାନସଭା ପରିସରରେ କରୋନା ପରୀକ୍ଷା ହେବ। ୧୫ ଓ ୧୬ ତାରିଖ ସକାଳ ସାଢେ ୮ଟାରୁ ୧ଟା ୩୦ ପର୍ଯ୍ୟନ୍ତ ଓ ଅପରାହ୍ଣ ୩ଟାରୁ ୫ଟା ଯାଏଁ କୋଭିଡ୍ ପରୀକ୍ଷା ହେବ। ସେହିଭଳି ୧୭ ତାରିଖରେ ୮ଟା ୩୦ରୁ ୧ଟା ୩୦ ପର୍ଯ୍ୟନ୍ତ ବିଧାୟକମାନଙ୍କର କୋଭିଡ୍ ପରୀକ୍ଷା ହେବ।

ବିଧାୟକମାନଙ୍କ ସମେତ ସେମାନଙ୍କର ସୁରକ୍ଷାକର୍ମୀ, ଡ୍ରାଇଭରମାନଙ୍କୁ ମଧ୍ୟ ପରୀକ୍ଷା କରିବାକୁ ପଡିବ।ଏହାସହ ସଚିବାଳୟର ସମସ୍ତ ଷ୍ଟାଫଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଷ୍ଟାଫ୍, ମନ୍ତ୍ରୀ, ବିରୋଧୀ ଦଳର ନେତାଙ୍କର ମଧ୍ୟ କୋଭିଡ୍ ଟେଷ୍ଟ ହେବ ବୋଲି କୁହାଯାଇଛି।

ଅଧିବେଶନ ଚାଲିଥିବା ସମୟରେ ଯଦି କୌଣସି ସଦସ୍ୟ ଅସୁସ୍ଥ ଅନୁଭବ କରନ୍ତି, ତେବେ ତାଙ୍କର ପରୀକ୍ଷା କରାଯାଇ ଚିକିତ୍ସା କରାଯିବ। ୬୦ ବର୍ଷରୁ ଅଧିକ ବୟସ୍କ ସଦସ୍ୟମାନଙ୍କ ପାଇଁ ସ୍ୱତନ୍ତ୍ର ଆସନର ଆୟୋଜନ କରାଯିବ। ଅଧିବେଶନ ପୂର୍ବରୁ ସବୁ ସଦସ୍ୟଙ୍କୁ ଫେସ ସିଲ୍ଡ, ମାସ୍କ, ଗ୍ଲୋବସ ଓ ସାନିଟାଇଜର ଦିଆଯିବ। ଏନେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଚିଠି ଲେଖି ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୫ ହଜାର ୩୫୮ କରୋନା ପରୀକ୍ଷା

ଭୁବନେଶ୍ବର: ସୋମବାରଦିନ ରାଜ୍ୟରେ ୪୧୮୪୦ଟି କରୋନା ପରୀକ୍ଷା କରାଯାଇଥିଲା। କିନ୍ତୁ ମଙ୍ଗଳବାର ଦିନ କରୋନା ପରୀକ୍ଷାରେ ବୃଦ୍ଧି ଘଟିଛି। ଗତକାଲି ରାଜ୍ୟରେ ୪୫ ହଜାର ୩୫୮ କରୋନା ପରୀକ୍ଷା କରାଯାଇଛି। ମୋଟ ପରୀକ୍ଷା ମଧ୍ୟରୁ ୭ ହଜାର ୮୮୫ ଟି ଆରଟିପିସିଆର ପରୀକ୍ଷା ହୋଇଥିବା ବେଳେ ୩୭ ହଜାର ୩୪୦ ଟି ଆଣ୍ଟିଜେନ ପରୀକ୍ଷା ହୋଇଛି ଏବଂ ୧୩୩ଟି ଟ୍ରୁନଟ୍ ପରୀକ୍ଷା ହୋଇଛି।

ସୂଚନା ଯୋଗ୍ୟ ଯେ, ସୋମବାର ଦିନ କରାଯାଇଥିବା ମୋଟ ପରୀକ୍ଷା ମଧ୍ୟରୁ ୬,୧୮୫ଟି ଆରଟି-ପିସିଆର ଏବଂ ୩୫,୫୫୦ଟି ଆଣ୍ଟିଜେନ ଟେଷ୍ଟ ଓ ୧୦୫ଟି ଟ୍ରୁନାଟ୍ ପରୀକ୍ଷା ଅନ୍ତର୍ଭୁକ୍ତ ଥିଲା।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଦିନକରେ ୪୭ ହଜାର ୬୩୪ କରୋନା ପରୀକ୍ଷା

ଭୁବନେଶ୍ବର: ରାଜ୍ୟରେ ଦିନକରେ ୪୭ ହଜାର ୬୩୪ କରୋନା ପରୀକ୍ଷା କରାଯାଇଛି। ୪୭ ହଜାର ୬୩୪ଟି ପରୀକ୍ଷା ମଧ୍ୟରୁ ୬ ହଜାର ୬୪୮ ଟି ଆରଟିପିସିଆର ପରୀକ୍ଷା, ୪୦ ହଜାର ୯୪୫ ଟି ଆଣ୍ଟିଜେନ ପରୀକ୍ଷା ଏବଂ ୪୧ ଟି ଟ୍ରୁନଟ ପରୀକ୍ଷା ହୋଇଛି।

Categories
ଆଜିର ଖବର ଜାତୀୟ ଖବର

ଦେଶରେ ଦୈନିକ ନମୁନା ପରୀକ୍ଷଣରେ ଅଭୂତପୂର୍ବ ବୃଦ୍ଧି, ଗତ ୨୪ ଘଣ୍ଟାରେ ୧୧.୭୦ ଲକ୍ଷରୁ ଅଧିକ ପରୀକ୍ଷା

ନୂଆଦିଲ୍ଲୀ, ଦିନକୁ ଅନୁନ୍ୟ ୧୦ ଲକ୍ଷ ନମୁନା ପରୀକ୍ଷଣର ଲକ୍ଷ୍ୟ ନେଇ ଗତ ୨ ଦିନ ମଧ୍ୟରେ ଏହି ସଂଖ୍ୟାରେ ଆଶାତୀତ ଉନ୍ନତି ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୧.୭୦ ଲକ୍ଷ (୧୧,୭୨,୧୭୯) ନମୁନା ପରୀକ୍ଷଣ ହୋଇଛି ଯାହାକୁ ମିଶାଇ ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୪.୫ କୋଟି (୪,୫୫,୦୯,୩୮୦) ନମୁନା ପରୀକ୍ଷା ହୋଇସାରିଛି।

ଜାନୁଆରୀ ୩୦, ୨୦୨୦ ବେଳକୁ ଦେଶରେ ଦିନକୁ ମାତ୍ର ୧୦ଟି ନମୁନା ପରୀକ୍ଷା ହେଉଥିବା ବେଳେ ଆଜି ଏହା ୧୧ ଲକ୍ଷକୁ ଅତିକ୍ରମ କରିଛି। ବର୍ତ୍ତମାନ ଦେଶରେ ଦୈନିକ ପରୀକ୍ଷା ଅନ୍ୟାନ୍ୟ ଦେଶ ତୁଳନାରେ ସବୁଠାରୁ ଆଗରେ ରହିଛି । ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ବ୍ୟାପକ ପରୀକ୍ଷା ଯୋଗୁଁ ସଅଳ ରୋଗ ନିରୂପଣ, ହସ୍ପିଟାଲ ଓ ଘରୋଇ ଏକାନ୍ତବାସରେ ଚିକିତ୍ସା କରାଯାଇପାରୁଥିବାରୁ ମୃତ୍ୟୁ ହାର ହ୍ରାସ ପାଇଛି।

କେବଳ ସେତିକି ନୁହେଁ, ଅଧିକ ନମୁନା ପରୀକ୍ଷା ଯୋଗୁଁ ପଜିଟିଭ ହାର ମଧ୍ୟ ହ୍ରାସ ପାଇବାରେ ଲାଗିଛି। ଦ୍ରୁତ ପରୀକ୍ଷାଗାର ପ୍ରତିଷ୍ଠା ଯୋଗୁଁ ଏପରି ବ୍ୟାପକ ପରୀକ୍ଷା ସମ୍ଭବ ହୋଇଛି। ୧୦୨୨ଟି ସରକାରୀ ଓ ୬୦୧ ଘରୋଇ ଏହିପରି ମୋଟ ୧୬୨୩ଟି ପରୀକ୍ଷାଗାରରେ ଦେଶବ୍ୟାପୀ ନମୁନା ପରୀକ୍ଷା କରାଯାଇ ପାରୁଛି।

Categories
ଆଜିର ଖବର ରାଜ୍ୟ ଖବର

ଗତ ୨୪ ଘଣ୍ଟାରେ ରାଜ୍ୟରେ ରେକର୍ଡ ସଂଖ୍ୟକ ୬୧ ହଜାର ୩୭୯ କରୋନା ପରୀକ୍ଷା

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବଢୁଥିବା ବେଳେ ରାଜ୍ୟରେ କରୋନା ନମୁନା ପରାକ୍ଷଣ ମଧ୍ୟ ସେହି ଅନୁପାତରେ ବଢିବାରେ ଲାଗିଛି। ଗୋଟିଏ ଦିନରେ ସର୍ବାଧିକ କରୋନା ଟେଷ୍ଟ କରାଯାଇଛି। ଗତ ୨୪ ଘଣ୍ଟାରେ ସର୍ବାଧିକ ରେକର୍ଡ ସଂଖ୍ୟକ ୬୧ ହଜାର ୩୭୯ ନମୁନା ପରୀକ୍ଷା କରାଯାଇଛି । ମୋଟ୍‌ ପରୀକ୍ଷା ମଧ୍ୟରୁ ୫୪ ହଜାର ୨୪୩ଟି ଆଣ୍ଟିଜେନ୍‌ ପରୀକ୍ଷା ହୋଇଥିବାବେଳେ ଆର୍‌ଟିପିସିଆର ମାଧ୍ୟମରେ ୭ ହଜାର ୫୪ଓ ଟ୍ରୁନାଟ୍‌ ମାଧ୍ୟମରେ ୮୨ଟି ସାମ୍ପଲ୍‌ ପରୀକ୍ଷା ହୋଇଥିବାର ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ ସୂଚନା ଦେଇଛନ୍ତି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୮୬୦୩ ଜଣ ଙ୍କ ପରୀକ୍ଷା ହୋଇଛି।  ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨ ଲକ୍ଷ ୩୩ ହଜାର ୮୦୫ ସାମ୍ପଲ ପରୀକ୍ଷା ହୋଇଥିବାର ସୂଚନା ରହିଛି।