ବିଧାନସଭା ବଜେଟ ଅଧିବେଶନ ଲାଗି ଜାରି ହେଲା ନୂଆ ଗାଇଡଲାଇନ

Published: Feb 12, 2021, 7:12 pm IST

ଭୁବନେଶ୍ୱର: ଆସନ୍ତା ୧୮ ତାରିଖରୁ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ତେବେ ଏହି ଅଧିବେଶନ ଲାଗି ନୂଆ ଗାଇଡଲାଇନ ଜାରି କରାଯାଇଛି।

ଅଧିବେଶନ ପୂର୍ବରୁ ସବୁ ବିଧାୟକମାନଙ୍କର କରୋନା ପରୀକ୍ଷା ହେବ। ଆସନ୍ତା ଫେବୃଆରୀ ୧୫ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ବିଧାନସଭା ପରିସରରେ କରୋନା ପରୀକ୍ଷା ହେବ। ୧୫ ଓ ୧୬ ତାରିଖ ସକାଳ ସାଢେ ୮ଟାରୁ ୧ଟା ୩୦ ପର୍ଯ୍ୟନ୍ତ ଓ ଅପରାହ୍ଣ ୩ଟାରୁ ୫ଟା ଯାଏଁ କୋଭିଡ୍ ପରୀକ୍ଷା ହେବ। ସେହିଭଳି ୧୭ ତାରିଖରେ ୮ଟା ୩୦ରୁ ୧ଟା ୩୦ ପର୍ଯ୍ୟନ୍ତ ବିଧାୟକମାନଙ୍କର କୋଭିଡ୍ ପରୀକ୍ଷା ହେବ।

ବିଧାୟକମାନଙ୍କ ସମେତ ସେମାନଙ୍କର ସୁରକ୍ଷାକର୍ମୀ, ଡ୍ରାଇଭରମାନଙ୍କୁ ମଧ୍ୟ ପରୀକ୍ଷା କରିବାକୁ ପଡିବ।ଏହାସହ ସଚିବାଳୟର ସମସ୍ତ ଷ୍ଟାଫଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଷ୍ଟାଫ୍, ମନ୍ତ୍ରୀ, ବିରୋଧୀ ଦଳର ନେତାଙ୍କର ମଧ୍ୟ କୋଭିଡ୍ ଟେଷ୍ଟ ହେବ ବୋଲି କୁହାଯାଇଛି।

ଅଧିବେଶନ ଚାଲିଥିବା ସମୟରେ ଯଦି କୌଣସି ସଦସ୍ୟ ଅସୁସ୍ଥ ଅନୁଭବ କରନ୍ତି, ତେବେ ତାଙ୍କର ପରୀକ୍ଷା କରାଯାଇ ଚିକିତ୍ସା କରାଯିବ। ୬୦ ବର୍ଷରୁ ଅଧିକ ବୟସ୍କ ସଦସ୍ୟମାନଙ୍କ ପାଇଁ ସ୍ୱତନ୍ତ୍ର ଆସନର ଆୟୋଜନ କରାଯିବ। ଅଧିବେଶନ ପୂର୍ବରୁ ସବୁ ସଦସ୍ୟଙ୍କୁ ଫେସ ସିଲ୍ଡ, ମାସ୍କ, ଗ୍ଲୋବସ ଓ ସାନିଟାଇଜର ଦିଆଯିବ। ଏନେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଚିଠି ଲେଖି ସୂଚନା ଦେଇଛନ୍ତି।

Related posts