Categories
ଆଜିର ଖବର ଜାତୀୟ ଖବର

ଅଧିକାରୀଙ୍କୁ ସମନ ପାଇଁ ଗାଇଡଲାଇନ ଜାରି କଲେ କୋର୍ଟ: ପୋଷାକ ଉପରେ ମନ୍ତବ୍ୟ ନ ଦେବାକୁ କରାଇଲେ ସତର୍କ

ନୂଆଦିଲ୍ଲୀ: ସରକାରୀ ଅଧିକାରୀମାନଙ୍କୁ ଅଦାଲତରେ ହାଜର ହେବା ପାଇଁ କିପରି ସମନ କରାଯିବ ସେ ନେଇ ବୁଧବାର ସୁପ୍ରିମକୋର୍ଟ ଏକ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସ୍ଓପି) ଧାର୍ଯ୍ୟ କରିଛନ୍ତି। ଅଧିକାରୀଙ୍କୁ ଅପମାନିତ କରିବା କିମ୍ବା ସେମାନଙ୍କ ପୋଷାକ ଉପରେ ମନ୍ତବ୍ୟ ନ ଦେବାକୁ କୋର୍ଟ ଚେତାବନୀ ଦେଇଛନ୍ତି।

ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେବି ପାର୍ଦିୱାଲା ଓ ଜଷ୍ଟିସ ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଅଧିକାରୀମାନଙ୍କୁ ମନଇଚ୍ଛା ଡାକିବାରୁ ଦୂରେଇ ରହିବା ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ ଏସଓପିକୁ ସମସ୍ତ ହାଇକୋର୍ଟ ପାଳନ କରିବା ଦରକାର। ଅଧିକାରୀଙ୍କ ପୋଷାକ ଉପରେ ଦିଆଯାଇଥିବା ମନ୍ତବ୍ୟ ସମ୍ପର୍କରେ ସର୍ବୋଚ୍ଚ ନ୍ୟାୟାଳୟ ଗୁରୁତ୍ୱାରୋପ କରି କହିଛନ୍ତି ଯେ ସେମାନେ ଯଦି ନିଜ କାର୍ଯ୍ୟାଳୟର ଡ୍ରେସ୍ କୋଡ୍ ଉଲ୍ଲଂଘନ ନ କରନ୍ତି ତେବେ ଅଦାଲତ ଏହା କରିବାରୁ ଦୂରେଇ ରହିବା ଉଚିତ।

ଗତବର୍ଷ ଆହ୍ଲାବାଦ ହାଇକୋର୍ଟ ଦୁଇଜଣ ବରିଷ୍ଠ ସରକାରୀ ଅଧିକାରୀଙ୍କୁ ସମନ କରିବାକୁ ଦେଇଥିବା ଆଦେଶ ବିରୋଧରେ ଉତ୍ତରପ୍ରଦେଶ ସରକାର ଦାଖଲ କରିଥିବା ଆବେଦନର ଶୁଣାଣି କରି ଅଦାଲତ ଏହି ମନ୍ତବ୍ୟ ଦେଇଛନ୍ତି। ହାଇକୋର୍ଟଙ୍କ ଆଦେଶକୁ ଖାରଜ କରି ସୁପ୍ରିମକୋର୍ଟ କହିଥିଲେ ଯେ ବାରମ୍ବାର ସରକାରୀ ଅଧିକାରୀଙ୍କୁ ଡାକିବା ସମ୍ବିଧାନଦ୍ୱାରା ପରିକଳ୍ପିତ ଯୋଜନା ର ବିପରୀତ।

ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ କହିଛନ୍ତି, ଆମେ ଏବେ ଏକ ଏସଓପି ପ୍ରସ୍ତୁତ କରିଛୁ, ଯେଉଁଥିରେ ସରକାରୀ ଅଧିକାରୀମାନଙ୍କୁ ଅଦାଲତ ସମନ କରିବେ। ଏହି ଏସଓପିରେ ଗୁରୁତ୍ୱାରୋପ କରାଯାଇଛି ଯେ ଅଦାଲତମାନେ ପରିପକ୍ୱତା ଆଣିଥିବା ଅଧିକାରୀଙ୍କ ମନଇଚ୍ଛା ସମନରୁ ଦୂରେଇ ରୁହନ୍ତୁ।

ଉତ୍ତରପ୍ରଦେଶ ରାଜ୍ୟର ଅଧିକାରୀଙ୍କ ବିରୋଧରେ ଅପରାଧିକ ଅବମାନନା କ୍ଷମତା ପ୍ରୟୋଗ କରାଯାଇପାରିବ ନାହିଁ। ଏଭଳି ଅଧିକାରୀଙ୍କୁ ଡକାଯିବା ସମ୍ବିଧାନଦ୍ୱାରା ପରିକଳ୍ପିତ ଯୋଜନାର ବିପରୀତ ବୋଲି ରାୟରେ ଦର୍ଶାଯାଇଛି।

ଏଏଏଜେଆଇର ରାୟରେ ଅଦାଲତ କହିଛନ୍ତି ଯେ ଯଦି ଅଧିକାରୀମାନଙ୍କଠାରୁ ସତ୍ୟପାଠ ମାଧ୍ୟମରେ ସମସ୍ୟାର ସମାଧାନ କରାଯାଇପାରିବ ତେବେ ସରକାରୀ ଅଧିକାରୀମାନଙ୍କୁ ଡକାଯାଇ ପାରିବ ନାହିଁ।

ତେବେ ସର୍ବୋଚ୍ଚ ନ୍ୟାୟାଳୟ ସ୍ୱୀକାର କରିଛନ୍ତି ଯେ, ସଂକ୍ଷିପ୍ତ ପ୍ରକ୍ରିୟାରେ ପ୍ରମାଣ ପାଇଁ ଅଧିକାରୀଙ୍କ ବ୍ୟକ୍ତିଗତ ହାଜର ଆବଶ୍ୟକ ହୋଇପାରେ ଏବଂ ଯଦି ତଥ୍ୟକୁ ଦମନ କରାଯାଏ।

ଅଦାଲତ ଏହା ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ କୌଣସି ଅଧିକାରୀଙ୍କୁ ସମନ କରାଯାଇପାରିବ ନାହିଁ କାରଣ ତାଙ୍କ ମତ ଅଦାଲତଙ୍କ ଦୃଷ୍ଟିକୋଣଠାରୁ ଭିନ୍ନ ଅଟେ। ପର୍ଯ୍ୟାପ୍ତ ପ୍ରସ୍ତୁତି ପାଇଁ ଆଗୁଆ ନୋଟିସ୍ ଦିଆଯିବା ଦରକାର ଏବଂ ଏଭଳି ହାଜର ହେବାର ପ୍ରଥମ ବିକଳ୍ପ ଭିଡିଓ କନଫରେନ୍ସିଂ ଜରିଆରେ ହେବା ଜରୁରୀ ବୋଲି କୋର୍ଟ କହିଛନ୍ତି।

ସରକାରୀ ଅଧିକାରୀଙ୍କୁ ସମନ କରିବା ପାଇଁ ପର୍ଯ୍ୟାପ୍ତ ପ୍ରସ୍ତୁତି ପାଇଁ ଆଗୁଆ ନୋଟିସ ଦିଆଯିବା ଜରୁରୀ ଏବଂ ଏଭଳି ହାଜର ପାଇଁ ପ୍ରଥମ ବିକଳ୍ପ ଭିଡିଓ କନଫରେନ୍ସିଂ ଜରିଆରେ ହେବା ଜରୁରୀ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି, ଭିଡିଓ କନଫରେନ୍ସିଂ ହାଜର ପାଇଁ ଏକ ନିମନ୍ତ୍ରଣ ଲିଙ୍କ୍ କୋର୍ଟ ରେଜିଷ୍ଟ୍ରିଦ୍ୱାରା ସମ୍ପୃକ୍ତ ଅଧିକାରୀଙ୍କ ଦିଆଯାଇଥିବା ମୋବାଇଲ୍ ନମ୍ବର ଏବଂ ଇମେଲ୍ ଆଇଡିକୁ ଏସ୍ଏମ୍ଏସ୍ ଜରିଆରେ ପଠାଇବାକୁ କୁହାଯାଇଛି। ନିର୍ଦ୍ଧାରିତ ଶୁଣାଣିର ଅତି କମରେ ଗୋଟିଏ ଦିନ ପୂର୍ବରୁ ହ୍ଵାଟ୍ସଆପ୍, ଇମେଲ୍ କରାଯିବା ଆବଶ୍ୟକ।

ଏହା ପୂର୍ବରୁ ସରକାର ଏକ ଡ୍ରାଫ୍ଟ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର ଦାଖଲ କରିଥିଲେ ଯେଉଁଥିରେ ସରକାରୀ ଅଧିକାରୀମାନଙ୍କୁ ଡକାଯିବା ବେଳେ ଅଦାଲତ ଅନୁସରଣ କରିପାରିବେ।

Categories
ବିଶେଷ ଖବର

ଏଣିକି ଟିଭି ଚ୍ୟାନେଲ ଉପରେ ହେବ କାର୍ଯ୍ୟାନୁଷ୍ଠାନ!, ଗାଇଡଲାଇନ ଜାରି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଋଷ-ୟୁକ୍ରେନ କଭରେଜ, ଜାହାଙ୍ଗୀରପୁରୀ ବିବାଦ ଏବଂ ଲାଉଡ ସ୍ପିକର ଉପରେ ବିତର୍କ ପ୍ରଦର୍ଶନକୁ ନେଇ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅସନ୍ତୋଷ ବ୍ୟକ୍ତ କରିଛି। ଏହା ସହିତ, ନ୍ୟୁଜ୍ ଚ୍ୟାନେଲଗୁଡିକ ପାଇଁ ଗାଇଡଲାଇନ ଜାରି କରି, ସାମାଜିକ ବିରୋଧୀ, ଅସଂସଦୀୟ ତଥା ଉତ୍ତେଜକ ହେଡଲାଇନରୁ ଦୂରେଇ ରହିବାକୁ କୁହାଯାଇଛି। କେବୁଲ ଟେଲିଭିଜନ ନେଟୱାର୍କ (ରେଗୁଲେସନ ଆକ୍ଟ) ୧୯୯୫ ର ନିର୍ଦ୍ଦେଶାବଳୀକୁ କଡାକଡି ଭାବରେ ପାଳନ କରନ୍ତୁ ବୋଲି କେନ୍ଦ୍ର କହିଛି।

ସରକାର ସ୍ପଷ୍ଟ ଭାବେ କହିଛନ୍ତି ଯେ, ଯଦି ଏହି ନିର୍ଦ୍ଦେଶ ପାଳନ ନହୁଏ ତେବେ ଚ୍ୟାନେଲ ଉପରେ ପ୍ରତିବନ୍ଧକ ଲଗାଯାଇପାରେ। ପରାମର୍ଶଦାତା ଦର୍ଶାଇଛନ୍ତି ଯେ, ଟେଲିଭିଜନ୍ ନେଟୱାର୍କ (ନିୟମାବଳୀ) ଅଧିନିୟମ, ୧୯୯୫ ର ଧାରା ୨୦ ଟିଭି ଚ୍ୟାନେଲ ବିରୁଦ୍ଧରେ ଉପଯୁକ୍ତ ପଦକ୍ଷେପ ନେବାକୁ କେନ୍ଦ୍ରକୁ କ୍ଷମତା ପ୍ରଦାନ କରିଥାଏ। ମାର୍ଗଦର୍ଶିକାରେ ଏହା ଉଲ୍ଲେଖ କରାଯାଇଛି ଯେ, ଯଦି କୌଣସି କାର୍ଯ୍ୟକ୍ରମ ନିର୍ଦ୍ଦେଶନାମା ପାଳନ ନକରନ୍ତି, ତା’ହେଲେ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

lu6sm9q

ଜାହାଙ୍ଗୀରପୁରୀ ଘଟଣା ଏବଂ ବିଭିନ୍ନ ବିତର୍କ ଶୋ’କୁ ବିରୋଧ କରି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଟିଭି ଚ୍ୟାନେଲକୁ ଏକ ପରାମର୍ଶଦାତା ଜାରି କରିଛି। ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଦୋହରାଇଛି ଯେ, ବିଭିନ୍ନ ସମୟରେ ଟିଭି ଚ୍ୟାନେଲଗୁଡିକରେ ସାମାଜିକ ପରିବେଶରେ ଯାଞ୍ଚ ହୋଇନଥିବା, ବିଭ୍ରାନ୍ତିକର, ସମ୍ବେଦନଶୀଳ ଏବଂ ଗ୍ରହଣୀୟ ଭାଷା ବ୍ୟବହାର କରାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଖୋର୍ଦ୍ଧା ଜିଲ୍ଲା ପାଇଁ ନୂଆ କୋଭିଡ ଗାଇଡଲାଇନ ଜାରି କଲେ ଜିଲ୍ଲାପାଳ: ନିୟମ ଉଲ୍ଲଂଘନ କଲେ ଗଣିବେ ତଣ୍ଡ

ଖୋର୍ଦ୍ଧା: ତୃତୀୟ ଲହର ତଥା ନୂଆ ଭାରିଆଣ୍ଟର ସଂକ୍ରମଣ ଆଶଙ୍କା ବଢିବାରେ ଲାଗିଛି। ଯାହାଦ୍ୱାରା ବିଶ୍ଵର ଅନେକ ଦେଶଗୁଡିକ ଓମିକ୍ରନ ଭାରିଆଣ୍ଟକୁ ରୋକିବା ପାଇଁ ଯଥା ସମ୍ଭବ ପ୍ରୟାସ କରୁଛନ୍ତି। ସେହିଭଳି ଭାରତରେ ଏହାଠାରୁ ରକ୍ଷା ପାଇବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ରାଜ୍ୟଗୁଡିକୁ ନିର୍ଦ୍ଦେଶ ଦେଇଛି। ତେଣୁ ରାଜ୍ୟ ସରକାର ଏହାପାଇଁ ତତ୍ପରତା ଦେଖାଇବା ସହ ଜିଲ୍ଲାପାଳମାନଙ୍କୁ ଉଚିତ ପଦକ୍ଷେପ ପାଇଁ କୁହାଯାଇଛି।

ତେବେ ଏହି ପ୍ରରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ମଧ୍ୟ ଜିଲ୍ଲାବାସୀଙ୍କ ପାଇଁ କରୋନା କଟକଣା ଜାରି କରିଛନ୍ତି। ସେଥିପାଇଁ କରୋନା କଟକଣାକୁ ଜୋରଦାର କରିବା ପାଇଁ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ପୂର୍ବ ପରି ମାସ୍କ ଚେକିଂ, ସାମାଜିକ ଦୁରତ୍ଵକୁ ଗୁରୁତ୍ଵ ଦିଆଯାଇଛି। ଏହିସବୁ ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିମାନଙ୍କ ଠାରୁ ସ୍ଥାନୀୟ ପ୍ରଶାସନ ଜରିମାନା ଆଦାୟକରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ସେହିଭଳି ଖୋର୍ଦ୍ଧାର ସହର ଅଞ୍ଚଳରେ ରାତ୍ରୀକାଳୀନ କର୍ଫ୍ୟୁ ପାଇଁ ନିର୍ଦ୍ଦେଶ ହୋଇଛି। ରାତି ୧୦ ଟାରୁ ସକାଳ ୫ ଟା ଯାଏଁ ଏହି ରାତ୍ରୀକାଳୀନ କର୍ଫ୍ୟୁ ଜାରି ରହିବ। ଖୋର୍ଦ୍ଧା, ଜଟଣୀ, ବାଣପୁର ଏବଂ ବାଲୁଗାଁ ସହରରେ ଦୋକାନ ବଜାର ୧୦ ଟା ପୂର୍ବରୁ ବନ୍ଦ କରାଯିବା ପାଇଁ ଶ୍ରୀ ମହାପାତ୍ର କହିଛନ୍ତି। ଏହାସହିତ ୧୦ ଟା ପରେ ବାହାରେ ନବୁଲିବା ପାଇଁ ଜିଲ୍ଲାବାସୀଙ୍କୁ ଜିଲ୍ଲାପାଳ ଅନୁରୂଢ କରିଛନ୍ତି। ଯଦି କୌଣସି ଦୋକାନୀ କିମ୍ବା ଗ୍ରାହକ ଏହି ନିୟମକୁ ଅବମାନନା କରନ୍ତି, ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜିଲ୍ଲାପାଳ ଚେତାବନୀ ଦେଇଛନ୍ତି।

ଡିସେମ୍ବର ମାସରେ ଅତ୍ୟଧିକ ଥଣ୍ଡା ପଡୁଥିବାରୁ ବାହାରକୁ ନଯାଇ ଲୋକେ ଘରେ ରହିବା ସହିତ ପ୍ରଶାସନକୁ ସହଯୋଗ କରିବା ଲାଗି ଲୋକମାନଙ୍କୁ ଜିଲ୍ଲାପାଳ ଶ୍ରୀ ମହାପାତ୍ର ନିବେଦନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବିଧାନସଭା ବଜେଟ ଅଧିବେଶନ ଲାଗି ଜାରି ହେଲା ନୂଆ ଗାଇଡଲାଇନ

ଭୁବନେଶ୍ୱର: ଆସନ୍ତା ୧୮ ତାରିଖରୁ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ତେବେ ଏହି ଅଧିବେଶନ ଲାଗି ନୂଆ ଗାଇଡଲାଇନ ଜାରି କରାଯାଇଛି।

ଅଧିବେଶନ ପୂର୍ବରୁ ସବୁ ବିଧାୟକମାନଙ୍କର କରୋନା ପରୀକ୍ଷା ହେବ। ଆସନ୍ତା ଫେବୃଆରୀ ୧୫ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ବିଧାନସଭା ପରିସରରେ କରୋନା ପରୀକ୍ଷା ହେବ। ୧୫ ଓ ୧୬ ତାରିଖ ସକାଳ ସାଢେ ୮ଟାରୁ ୧ଟା ୩୦ ପର୍ଯ୍ୟନ୍ତ ଓ ଅପରାହ୍ଣ ୩ଟାରୁ ୫ଟା ଯାଏଁ କୋଭିଡ୍ ପରୀକ୍ଷା ହେବ। ସେହିଭଳି ୧୭ ତାରିଖରେ ୮ଟା ୩୦ରୁ ୧ଟା ୩୦ ପର୍ଯ୍ୟନ୍ତ ବିଧାୟକମାନଙ୍କର କୋଭିଡ୍ ପରୀକ୍ଷା ହେବ।

ବିଧାୟକମାନଙ୍କ ସମେତ ସେମାନଙ୍କର ସୁରକ୍ଷାକର୍ମୀ, ଡ୍ରାଇଭରମାନଙ୍କୁ ମଧ୍ୟ ପରୀକ୍ଷା କରିବାକୁ ପଡିବ।ଏହାସହ ସଚିବାଳୟର ସମସ୍ତ ଷ୍ଟାଫଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଷ୍ଟାଫ୍, ମନ୍ତ୍ରୀ, ବିରୋଧୀ ଦଳର ନେତାଙ୍କର ମଧ୍ୟ କୋଭିଡ୍ ଟେଷ୍ଟ ହେବ ବୋଲି କୁହାଯାଇଛି।

ଅଧିବେଶନ ଚାଲିଥିବା ସମୟରେ ଯଦି କୌଣସି ସଦସ୍ୟ ଅସୁସ୍ଥ ଅନୁଭବ କରନ୍ତି, ତେବେ ତାଙ୍କର ପରୀକ୍ଷା କରାଯାଇ ଚିକିତ୍ସା କରାଯିବ। ୬୦ ବର୍ଷରୁ ଅଧିକ ବୟସ୍କ ସଦସ୍ୟମାନଙ୍କ ପାଇଁ ସ୍ୱତନ୍ତ୍ର ଆସନର ଆୟୋଜନ କରାଯିବ। ଅଧିବେଶନ ପୂର୍ବରୁ ସବୁ ସଦସ୍ୟଙ୍କୁ ଫେସ ସିଲ୍ଡ, ମାସ୍କ, ଗ୍ଲୋବସ ଓ ସାନିଟାଇଜର ଦିଆଯିବ। ଏନେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଚିଠି ଲେଖି ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଟିକାକରଣ ଲାଗି ଗାଇଡଲାଇନ ଜାରି: ଜାଣନ୍ତୁ ଏହି କାର୍ଯ୍ୟକ୍ରମରେ କେଉଁମାନେ ସାମିଲ ହୋଇପାରିବେ

ଭୁବନେଶ୍ବର: ଆସନ୍ତାକାଲି ସମଗ୍ର ଦେଶରେ କରୋନା ଟିକାକରଣ ଲାଗି ପ୍ରଧାନମନ୍ତ୍ରୀ ଶୁଭ ଉଦଘାଟନ କରିବେ। ଉଦଘାଟନ ପରେ ରାଜ୍ୟରେ ଟିକାକାକରଣ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ରାଜ୍ୟରେ ମୋଟ ୧୬୧ ଟି କେନ୍ଦ୍ରରେ ଟିକାକରଣ କରାଯିବ। ସେଥିପାଇଁ ଅବଜରଭେସନ ରୁମ, ୱେଟିଙ୍ଗ ରୁମ ଏବଂ ଟିକାକରଣ ଗୃହକୁ ପ୍ରସ୍ତୁତ କରାଯାଇଛି। ୫ ଜଣିଆ ଟିମକୁ ଟିକାକରଣ ଲାଗି ପ୍ରଶିକ୍ଷଣ ଦିଆଯାଇଛି। କେନ୍ଦ୍ର ସରକାରଙ୍କ ନୂଆ ଗାଇଡଲାଇନ ପ୍ରତ୍ୟେକ ଜିଲ୍ଲାକୁ ପଠାଯାଇଛି।

ଗାଇଡଲାଇନ ଅନୁସାରେ ୧୮ ବର୍ଷରୁ କମ ବୟସ୍କ ପିଲାଙ୍କୁ ଟିକା ନେବା ପାଇଁ ବାରଣ କରାଯାଇଛି। ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳାଙ୍କୁ ଟିକା ନେବା ପାଇଁ ବାରଣ କରାଯାଇଛି। ଅସୁସ୍ଥ ବା ଚିକିତ୍ସାଧୀନ ଲୋକଙ୍କୁ ଟିକାକରଣ ଲାଗି ଅନୁମତି ନାହିଁ। ୧୪ ଦିନ ପୂର୍ବରୁ ଅନ୍ୟ କୌଣସି ଟିକା ନେଇଥିଲେ କୋଭିଡ଼ ଟୀକା ନେବାକୁ ବାରଣ କରାଯାଇଛି। କୋଭିଡ଼ ଲକ୍ଷଣ ଥିଲେ ସୁସ୍ଥ ହେବାର ୫ ରୁ ୮ ସପ୍ତାହ ପରେ ଟିକା ନେଇପାରିବେ।