Categories
ଆଜିର ଖବର ରାଜ୍ୟ ଖବର

ସନ୍ତାକାଲିଠାରୁ ବିଧାନସଭା ବଜେଟ ଅଧିବେଶନ: ଏଥର ରହିବ ପ୍ରଶ୍ନକାଳ ଏବଂ ଶୂନ୍ୟ କାଳ

ଭୁବନେଶ୍ୱର: ଆସନ୍ତାକାଲିଠାରୁ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଆଜି ବିଧାନସଭାର କନଫରେନ୍ସ ହଲରେ ଏନେଇ ସର୍ବାଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବାଚସ୍ପତିଙ୍କ ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ସର୍ବାଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅଧିବେଶନ ଲାଗି ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା। ଚଳିତ ଅଧିବେଶନରେ ପ୍ରଶ୍ନକାଳ ଓ ଶୂନ୍ୟ କାଳ ରହିବ। ମୁଲତବୀ ପ୍ରସ୍ତାବ ଆଲୋଚନା ଦେଢ଼ ଘଣ୍ଟା ଚାଲିବା ପାଇଁ ଏହି ବୈଠକରେ ନିଷ୍ପତ୍ତି ହୋଇଛି। ପୂର୍ବ ପରି ଗୃହ କାର୍ଯ୍ୟ ଦୈନିକ ସାଢେ ୪ଘଣ୍ଟା ଚାଲିବ। ପ୍ରଥମ ପର୍ଯ୍ୟାୟ ୧୦ଟା ୩୦ରୁ ଅପରାହ୍ଣ ୧ ଟାଏ ପର୍ଯ୍ୟନ୍ତ ଚାଲିବ। ଏବଂ ଦ୍ୱିତୀୟ ପର୍ଯ୍ୟାୟ ଅପରାହ୍ନ ୪ଟାରୁ ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଚାଲିବ।

Categories
ଆଜିର ଖବର ରାଜ୍ୟ ଖବର

ବିଧାନସଭା ବଜେଟ ଅଧିବେଶନ ଲାଗି ଜାରି ହେଲା ନୂଆ ଗାଇଡଲାଇନ

ଭୁବନେଶ୍ୱର: ଆସନ୍ତା ୧୮ ତାରିଖରୁ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ତେବେ ଏହି ଅଧିବେଶନ ଲାଗି ନୂଆ ଗାଇଡଲାଇନ ଜାରି କରାଯାଇଛି।

ଅଧିବେଶନ ପୂର୍ବରୁ ସବୁ ବିଧାୟକମାନଙ୍କର କରୋନା ପରୀକ୍ଷା ହେବ। ଆସନ୍ତା ଫେବୃଆରୀ ୧୫ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ବିଧାନସଭା ପରିସରରେ କରୋନା ପରୀକ୍ଷା ହେବ। ୧୫ ଓ ୧୬ ତାରିଖ ସକାଳ ସାଢେ ୮ଟାରୁ ୧ଟା ୩୦ ପର୍ଯ୍ୟନ୍ତ ଓ ଅପରାହ୍ଣ ୩ଟାରୁ ୫ଟା ଯାଏଁ କୋଭିଡ୍ ପରୀକ୍ଷା ହେବ। ସେହିଭଳି ୧୭ ତାରିଖରେ ୮ଟା ୩୦ରୁ ୧ଟା ୩୦ ପର୍ଯ୍ୟନ୍ତ ବିଧାୟକମାନଙ୍କର କୋଭିଡ୍ ପରୀକ୍ଷା ହେବ।

ବିଧାୟକମାନଙ୍କ ସମେତ ସେମାନଙ୍କର ସୁରକ୍ଷାକର୍ମୀ, ଡ୍ରାଇଭରମାନଙ୍କୁ ମଧ୍ୟ ପରୀକ୍ଷା କରିବାକୁ ପଡିବ।ଏହାସହ ସଚିବାଳୟର ସମସ୍ତ ଷ୍ଟାଫଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଷ୍ଟାଫ୍, ମନ୍ତ୍ରୀ, ବିରୋଧୀ ଦଳର ନେତାଙ୍କର ମଧ୍ୟ କୋଭିଡ୍ ଟେଷ୍ଟ ହେବ ବୋଲି କୁହାଯାଇଛି।

ଅଧିବେଶନ ଚାଲିଥିବା ସମୟରେ ଯଦି କୌଣସି ସଦସ୍ୟ ଅସୁସ୍ଥ ଅନୁଭବ କରନ୍ତି, ତେବେ ତାଙ୍କର ପରୀକ୍ଷା କରାଯାଇ ଚିକିତ୍ସା କରାଯିବ। ୬୦ ବର୍ଷରୁ ଅଧିକ ବୟସ୍କ ସଦସ୍ୟମାନଙ୍କ ପାଇଁ ସ୍ୱତନ୍ତ୍ର ଆସନର ଆୟୋଜନ କରାଯିବ। ଅଧିବେଶନ ପୂର୍ବରୁ ସବୁ ସଦସ୍ୟଙ୍କୁ ଫେସ ସିଲ୍ଡ, ମାସ୍କ, ଗ୍ଲୋବସ ଓ ସାନିଟାଇଜର ଦିଆଯିବ। ଏନେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଚିଠି ଲେଖି ସୂଚନା ଦେଇଛନ୍ତି।