ଟିକାକରଣ ଲାଗି ଗାଇଡଲାଇନ ଜାରି: ଜାଣନ୍ତୁ ଏହି କାର୍ଯ୍ୟକ୍ରମରେ କେଉଁମାନେ ସାମିଲ ହୋଇପାରିବେ

Published: Jan 15, 2021, 3:50 pm IST

ଭୁବନେଶ୍ବର: ଆସନ୍ତାକାଲି ସମଗ୍ର ଦେଶରେ କରୋନା ଟିକାକରଣ ଲାଗି ପ୍ରଧାନମନ୍ତ୍ରୀ ଶୁଭ ଉଦଘାଟନ କରିବେ। ଉଦଘାଟନ ପରେ ରାଜ୍ୟରେ ଟିକାକାକରଣ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ରାଜ୍ୟରେ ମୋଟ ୧୬୧ ଟି କେନ୍ଦ୍ରରେ ଟିକାକରଣ କରାଯିବ। ସେଥିପାଇଁ ଅବଜରଭେସନ ରୁମ, ୱେଟିଙ୍ଗ ରୁମ ଏବଂ ଟିକାକରଣ ଗୃହକୁ ପ୍ରସ୍ତୁତ କରାଯାଇଛି। ୫ ଜଣିଆ ଟିମକୁ ଟିକାକରଣ ଲାଗି ପ୍ରଶିକ୍ଷଣ ଦିଆଯାଇଛି। କେନ୍ଦ୍ର ସରକାରଙ୍କ ନୂଆ ଗାଇଡଲାଇନ ପ୍ରତ୍ୟେକ ଜିଲ୍ଲାକୁ ପଠାଯାଇଛି।

ଗାଇଡଲାଇନ ଅନୁସାରେ ୧୮ ବର୍ଷରୁ କମ ବୟସ୍କ ପିଲାଙ୍କୁ ଟିକା ନେବା ପାଇଁ ବାରଣ କରାଯାଇଛି। ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳାଙ୍କୁ ଟିକା ନେବା ପାଇଁ ବାରଣ କରାଯାଇଛି। ଅସୁସ୍ଥ ବା ଚିକିତ୍ସାଧୀନ ଲୋକଙ୍କୁ ଟିକାକରଣ ଲାଗି ଅନୁମତି ନାହିଁ। ୧୪ ଦିନ ପୂର୍ବରୁ ଅନ୍ୟ କୌଣସି ଟିକା ନେଇଥିଲେ କୋଭିଡ଼ ଟୀକା ନେବାକୁ ବାରଣ କରାଯାଇଛି। କୋଭିଡ଼ ଲକ୍ଷଣ ଥିଲେ ସୁସ୍ଥ ହେବାର ୫ ରୁ ୮ ସପ୍ତାହ ପରେ ଟିକା ନେଇପାରିବେ।

Related posts