Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

କରୋନା ସଂକ୍ରମିତ ଜର୍ମାନୀ ଚାନ୍ସସେଲରଙ୍କ ଦ୍ରୁତ ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜର୍ମାନୀ ଚାନ୍ସସେଲର ବୁନ୍ଦେସ୍କାଞ୍ଜେଲର ଓଲାଫ୍ ସ୍କଲ୍‌ଜଙ୍କ କୋଭିଡ୍‌-୧୯ରୁ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି ଯେ, ‘ମୋର ବନ୍ଧୁ  ବୁନ୍ଦେସ୍କାଞ୍ଜେଲର ଓଲାଫ୍ ସ୍କଲ୍‌ଜ କୋଭିଡ୍‌-୧୯ରୁ ଦ୍ରୁତ ଆରୋଗ୍ୟ ଲାଭ କରନ୍ତୁ ବୋଲି କାମନା କରୁଛି। ମୁଁ ତାଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ପାଇଁ ପ୍ରାର୍ଥନା କରୁଛି।’

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ସ୍ବାସ୍ଥ୍ୟ

ଜାନୁଆରୀ ୧୧ ସୁଦ୍ଧା ଚାଇନାରେ ୯୦ କୋଟି ଲୋକ କରୋନା ସଂକ୍ରମିତ, ଭୟଭୀତ କରୁଛି ଏହି ରିପୋର୍ଟ

ନୂଆଦିଲ୍ଲୀ: ଚାଇନାରେ କରୋନା ଏବେ ଅନିୟନ୍ତ୍ରିତ ହୋଇପଡିଛି। ତଥାପି ଚୀନ୍ ସରକାର କୋଭିଡ ସରକାରୀ ଆକଳନ ଲୁଚାଉଛନ୍ତି। ଏହି ତଥ୍ୟ ଲୁଚାଇଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଉଦ୍ବେଗ ପ୍ରକାଶ କରିଛି। ଏହି ସମୟରେ, ବେଜିଂର ପେକିଙ୍ଗ ବିଶ୍ୱବିଦ୍ୟାଳୟ ଚାଇନାରେ କରୋନା ପଜିଟିଭ ରୋଗୀଙ୍କ ବିଷୟରେ ଏକ ବଡ଼ ଖୁଲାସା କରିଛି। ପେକିଙ୍ଗ ବିଶ୍ୱବିଦ୍ୟାଳୟର ରିପୋର୍ଟ ଚୀନ୍‌ର ସମସ୍ତ ମିଥ୍ୟା ଦାବିକୁ ଉନ୍ମୋଚନ କରିଛି।

ପେକିଙ୍ଗ ବିଶ୍ୱବିଦ୍ୟାଳୟ ଏକ ନୂତନ ଅଧ୍ୟୟନରେ କହିଛି ଯେ, ଜାନୁଆରୀ ୧୧ ତାରିଖ ପର୍ଯ୍ୟନ୍ତ ଚାଇନାରେ ପ୍ରାୟ ୯୦ କୋଟି ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହା ଏତେ ବଡ ଜନସଂଖ୍ୟା ଯେ, ଏହା ଚାଇନାର ମୋଟ ଜନସଂଖ୍ୟାର ୬୪ ପ୍ରତିଶତ ଅଟେ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍: ଆଜି ଦେଶରେ ୨୦ ହଜାରରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ, ୫୬ ମୃତ୍ୟୁ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୨୦ ହଜାର ୪୪ ଜଣ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି। ଏହି ଅବଧିରେ ୫୬ ଜଣଙ୍କର ମୃତ୍ୟୁ ହୋଇଛି। ସରକାରଙ୍କ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଭାରତରେ ବର୍ତ୍ତମାନର ସକ୍ରିୟ ମାମଲା ୧ ଲକ୍ଷ ୪୦ ହଜାର ୭୬୦ ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୮ ହଜାର ୩୦୧ ରୋଗୀ ସୁସ୍ଥ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ସମୁଦାୟ ୪ ଲକ୍ଷ ୧୭ ହଜାର ୮୯୫ କରୋନା ପରୀକ୍ଷା କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

୨ ଟି ବିଦ୍ୟାଳୟର ୬ ଜଣ ଛାତ୍ର ପଜିଟିଭ୍, ୩ ଦିନ ପାଇଁ ବନ୍ଦ ହେଲା ସ୍କୁଲ

ଗାଜିଆବାଦ: ଉତ୍ତରପ୍ରଦେଶର ଗାଜିଆବାଦରେ ୨ ଟି ବଡ ସରକାରୀ ବିଦ୍ୟାଳୟର ୬ ଜଣ ପିଲା କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଯାହା ପରେ ଏହି ବିଦ୍ୟାଳୟଗୁଡ଼ିକ ତିନି ଦିନ ପାଇଁ ବନ୍ଦ କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ବିଦ୍ୟାଳୟଗୁଡ଼ିକରେ ଅନଲାଇନ୍ କ୍ଲାସ୍ ଚାଲିବ।
ଉଲ୍ଲେଖନୀୟ ବିଷୟ ହେଉଛି, ସୋମବାର ଦିନ ଗାଜିଆବାଦର ଏହି ଘରୋଇ ବିଦ୍ୟାଳୟରେ କରୋନା ପରୀକ୍ଷା କରାଯାଇଥିଲା। ଯେଉଁଥିରେ ତୃତୀୟରୁ ନବମ ଶ୍ରେଣୀର ଦୁଇଜଣ ଛାତ୍ରଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା। ପରେ ସତର୍କତାମୂଳକ ପଦକ୍ଷେପ ଭାବରେ ତିନି ଦିନ ପାଇଁ ସ୍କୁଲକୁ ବନ୍ଦ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦେଶରେ କମୁଛି ସଂକ୍ରମଣ, ୧ ଲକ୍ଷ ତଳକୁ ଖସିଲା ସକ୍ରିୟ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ ଗତକାଲି ୮ ହଜାର ୧୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୬ ହଜାର ୯୧୫ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି। ସେହିଭଳି ଗତକାଲି ୧୧୯ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଥିବା ବେଳେ ଆଜି ଆଉ ୧୮୦ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ଏହି ନୂତନ ମାମଲା ଚିହ୍ନଟ ପରେ ଦେଶରେ କରୋନା ସଂକ୍ରମିତ ସମୁଦାୟ ମାମଲା ୪ କୋଟି ୨୯ ଲକ୍ଷ ୩୪ ହଜାର ୧୩୦ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୫ ଲକ୍ଷ ୧୪ ହଜାର ୨୩ ଲୋକ ଏହି ମହାମାରୀ ଯୋଗୁଁ ପ୍ରାଣ ହରାଇଛନ୍ତି।

ଗତ ୨୪ ଘଣ୍ଟାରେ ୧୬ ହଜାର ୮୬୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏପର୍ଯ୍ୟନ୍ତ ୪ କୋଟି ୨୩ ଲକ୍ଷ ୨୪ ହଜାର ୫୫୦ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ୯୨ ହଜାରକୁ ୪୭୨ ବୃଦ୍ଧି ପାଇଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦେଶରେ ଚିହ୍ନଟ ହେଲେ ୧୧ ହଜାରରୁ ଉର୍ଦ୍ଧ୍ଵ ଆକ୍ରାନ୍ତ, କରୋନଜନିତ ମୃତ୍ୟୁ ସଂଖ୍ୟା ୨୫୫

ନୂଆଦିଲ୍ଲୀ: ଦେଶରେ ଗତକାଲି ୧୩ ହଜାର ୧୬୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୧୧ ହଜାର ୪୯୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଗତକାଲି ୩୦୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ମଧ୍ୟ ଆଉ ୨୫୫ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି।

ଏହି ନୂତନ ମାମଲା ଚିହ୍ନଟ ପରେ ଦେଶରେ କରୋନା ସଂକ୍ରମିତ ସମୁଦାୟ ମାମଲା ୪ କୋଟି ୨୯ ଲକ୍ଷ ୧୦ ହଜାର ୮୪୪ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୫ ଲକ୍ଷ ୧୩ ହଜାର ୪୮୧ ଲୋକ ଏହି ମହାମାରୀ ଯୋଗୁଁ ପ୍ରାଣ ହରାଇଛନ୍ତି।

ଗତ ୨୪ ଘଣ୍ଟାରେ ୨୩ ହଜାର ୫୯୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏପର୍ଯ୍ୟନ୍ତ ୪ କୋଟି ୨୨ ଲକ୍ଷ ୭୦ ହଜାର ୪୮୨ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ୧ ଲକ୍ଷ ୨୧ ହଜାରକୁ ୮୮୧ ବୃଦ୍ଧି ପାଇଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦେଶରେ ଚିହ୍ନଟ ହେଲେ ୧୫ ହଜାରରୁ କମ ଆକ୍ରାନ୍ତ, କୋରୋନଜନିତ ମୃତ୍ୟୁ ସଂଖ୍ୟା ୩୦୨

ନୂଆଦିଲ୍ଲୀ: ଦେଶରେ ଗତକାଲି ୧୫ ହଜାର ୧୦୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୧୪ ହଜାର ୧୪୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଗତକାଲି ୨୭୮ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ୩୦୨ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି।

ଏହି ନୂତନ ମାମଲା ଚିହ୍ନଟ ପରେ ଦେଶରେ କରୋନା ସଂକ୍ରମିତ ସମୁଦାୟ ମାମଲା ୪ କୋଟି ୨୮ ଲକ୍ଷ ୮୨ ହଜାର ୧୩୩ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୫ ଲକ୍ଷ ୧୨ ହଜାର ୯୨୪ ଲୋକ ଏହି ମହାମାରୀ ଯୋଗୁଁ ପ୍ରାଣ ହରାଇଛନ୍ତି।

ଗତ ୨୪ ଘଣ୍ଟାରେ ୩୦ ହଜାର ୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏପର୍ଯ୍ୟନ୍ତ ୪ କୋଟି ୨୨ ଲକ୍ଷ ୧୯ ହଜାର ୮୯୬ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ୧ ଲକ୍ଷ ୪୮ ହଜାରକୁ ୩୫୯ ବୃଦ୍ଧି ପାଇଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦେଶରେ ୨୦ ହଜାରରୁ କମ ଆକ୍ରାନ୍ତ ଚିହ୍ନଟ, କୋରୋନଜନିତ ମୃତ୍ୟୁ ସଂଖ୍ୟା ୬୭୩

ନୂଆଦିଲ୍ଲୀ: ଦେଶରେ ଗତକାଲି ୨୨ ହଜାର ୨୭୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୧୯ ହଜାର ୯୬୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଗତକାଲି ୩୨୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ୬୭୩ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି।

ଏହି ନୂତନ ମାମଲା ଚିହ୍ନଟ ପରେ ଦେଶରେ କରୋନା ସଂକ୍ରମିତ ସମୁଦାୟ ମାମଲା ୪ କୋଟି ୨୭ ଲକ୍ଷ ୩୫ ହଜାର ୧୮୧ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୫ ଲକ୍ଷ ୧୧ ହଜାର ୯୦୩ ଲୋକ ଏହି ମହାମାରୀ ଯୋଗୁଁ ପ୍ରାଣ ହରାଇଛନ୍ତି।

ଗତ ୨୪ ଘଣ୍ଟାରେ ୪୮ ହଜାର ୮୪୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏପର୍ଯ୍ୟନ୍ତ ୪ କୋଟି ୨୦ ଲକ୍ଷ ୮୬ ହଜାର ୩୮୩ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ୨ ଲକ୍ଷ ୨୪ ହଜାରକୁ ୧୮୭ ବୃଦ୍ଧି ପାଇଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦେଶରେ ୩୦ହଜାରରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ, କୋରୋନଜନିତ ମୃତ୍ୟୁ ସଂଖ୍ୟା ୫୧୪

ନୂଆଦିଲ୍ଲୀ: ଗତକାଲି ଦେଶରେ ୨୭ ହଜାର ୪୦୯ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ଆଜି ୩୦ ହଜାର ୬୧୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଗତକାଲି ୩୪୭ ଜଣଙ୍କ ପ୍ରାଣହାନୀ ଘଟିଥିବା ବେଳେ ଆଜି ଆଉ ୫୧୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ଏହି ନୂତନ ମାମଲା ଚିହ୍ନଟ ପରେ ଦେଶରେ କରୋନା ସଂକ୍ରମିତ ସମୁଦାୟ ମାମଲା ୪ କୋଟି ୨୬ ଲକ୍ଷ ୯୨ ହଜାର ୯୪୩ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୫ ଲକ୍ଷ ୯ ହଜାର ୮୭୨ ଲୋକ ଏହି ମହାମାରୀ ଯୋଗୁଁ ପ୍ରାଣ ହରାଇଛନ୍ତି।

ଗତ ୨୪ ଘଣ୍ଟାରେ ୫୨ ହଜାର ୮୮୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏପର୍ଯ୍ୟନ୍ତ ୪ କୋଟି ୧୮ ଲକ୍ଷ ୪୩ ହଜାର ୪୪୬ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ୩ ଲକ୍ଷ ୭୦ ହଜାରକୁ ୨୪୦ ବୃଦ୍ଧି ପାଇଛି।

Categories
ଅନ୍ତରାଷ୍ଟ୍ରୀୟ ଖେଳ ଜାତୀୟ ଖବର ବିଶେଷ ଖବର

ମଞ୍ଚେଷ୍ଟର ଟେଷ୍ଟ ବାତିଲ ହେବା ପରେ ସିରିଜର ଫଳାଫଳ କଣ ହେବ?: ଜାଣନ୍ତୁ ଆଇସିସିର କ’ଣ ରହିଛି ନିୟମ

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଅନ୍ତିମ ଟେଷ୍ଟ ଖେଳାଯାଇ ନାହିଁ। ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ, ବୋଲିଂ ପ୍ରଶିକ୍ଷକ ଭରତ ଅରୁଣ, ଫିଲ୍ଡିଂ କୋଚ୍ ଆର ଶ୍ରୀଧର କରୋନା ସଂକ୍ରମିତ ହେବା ପରେ ମଞ୍ଚେଷ୍ଟର ଟେଷ୍ଟର ଗୋଟିଏ ଦିନ ପୂର୍ବରୁ ଭାରତୀୟ ଦଳର ଜୁନିଅର ଫିଜିଓ ମଧ୍ୟ ପଜେଟିଭ ହୋଇଥିଲେ। ଏହା ପରେ ଟିମ୍ ଇଣ୍ଡିଆ ପଞ୍ଚମ ଟେଷ୍ଟ ଖେଳିବାକୁ ମନା କରିଦେଇଛି। ଏହି ସିରିଜରେ ଭାରତ ୨-୧ରେ ଆଗୁଆ ରହିଛି, କିନ୍ତୁ ଅନ୍ତିମ ଟେଷ୍ଟ ବାତିଲ ହେବା ପରେ ସିରିଜର ଫଳାଫଳକୁ ନେଇ ଅନେକ ବିତର୍କ ଚାଲିଛି। ବର୍ତ୍ତମାନ କ୍ରିକେଟ୍ ବିଶେଷଜ୍ଞଙ୍କ ଠାରୁ ଆରମ୍ଭ କରି କ୍ରିକେଟ୍ ପଣ୍ଡିତ ପର୍ଯ୍ୟନ୍ତ ସିରିଜର ଫଳାଫଳ କ’ଣ ହେବ ସେନେଇ କୌଣସି ଧାରଣା ନାହିଁ। ସିରିଜର ଫଳାଫଳ କିପରି ବାହାରକୁ ଆସିବ ଆସନ୍ତୁ ଜାଣିବା |

ବାତିଲ କରିବାକୁ ନିଷ୍ପତ୍ତି ଦୁଇ ଘଣ୍ଟା ପୂର୍ବରୁ ନିଆଯାଇଥିଲା:

ମଞ୍ଚେଷ୍ଟର ଟେଷ୍ଟର ଗୋଟିଏ ଦିନ ପୂର୍ବରୁ, ଭାରତୀୟ ଦଳର ଜୁନିୟର ଫିଜିଓ କରୋନା ପଜିଟିଭ ହେବା ପରେ ମ୍ୟାଚ ଏବଂ ସିରିଜ ବିଷୟରେ ସମସ୍ତ ପ୍ରକାର ରିପୋର୍ଟ ଆସିବା ଆରମ୍ଭ କରିଥିଲା। ପୂର୍ବରୁ ଖବର ଆସିଥିଲା ​​ଯେ ଶୁକ୍ରବାର ପରିବର୍ତ୍ତେ ରବିବାରଠାରୁ ମଞ୍ଚେଷ୍ଟର ଟେଷ୍ଟ ଖେଳାଯିବ। ତେବେ ଏହା ପରେ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ଏବଂ ବିସିସିଆଇ ନିଜ ନିଜ ବିବୃତ୍ତି ଜାରି କରି ସ୍ପଷ୍ଟ କରିଛନ୍ତି ଯେ ମ୍ୟାଚ୍ ବାତିଲ ହୋଇଛି।

ତେବେ, ପୂର୍ବରୁ ଇସିବି ନିଜ ବିବୃତ୍ତିରେ ଫୋରଫିଟ୍ (ଛାଡି ଦେବା) ଶବ୍ଦ ବ୍ୟବହାର କରିଥିଲା। ଇଂଲିଶ ବୋର୍ଡ କହିଛି ଯେ, ଭାରତ ମ୍ୟାଚ୍ ପରିତ୍ୟାଗ କରିଛି ଏବଂ ସିରିଜ୍ ୨-୧ରେ ଡ୍ର’ ରହିଛି। କିନ୍ତୁ କିଛି ସମୟ ପରେ ସେ ନିଜର ବିବୃତ୍ତି ବଦଳାଇ ମ୍ୟାଚ୍ ବାତିଲ କରିବାକୁ କହିଥିଲା।

ଅନ୍ୟପକ୍ଷରେ, ବିସିସିଆଇ କ୍ରମାଗତ ଭାବରେ କହିଛି ଯେ, ସେମାନେ ମ୍ୟାଚ୍ ଛାଡି ନାହାଁନ୍ତି ଏବଂ ସେମାନେ ଯେକୌଣସି ସମୟରେ ଏହି ମ୍ୟାଚ୍ ଖେଳିବାକୁ ପ୍ରସ୍ତୁତ ଅଛନ୍ତି। ଭାରତୀୟ ବୋର୍ଡ ଏହା ମଧ୍ୟ କହିଛି ଯେ, ଉଭୟ ବୋର୍ଡ ବର୍ତ୍ତମାନ ଏହି ମ୍ୟାଚ୍ ଖେଳିବା ପାଇଁ ରାସ୍ତା ଖୋଜୁଛି।

ସିରିଜର ଫଳାଫଳ କିପରି ବାହାରକୁ ଆସିବ ଜାଣନ୍ତୁ:

ସିରିଜର ଫଳାଫଳ ବର୍ତ୍ତମାନ ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ହାତରେ ଅଛି। କରୋନା କାରଣରୁ ଭାରତ ଏହି ମ୍ୟାଚ୍ ଖେଳି ନାହିଁ ବୋଲି ଯଦି ଆଇସିସି ଅନୁଭବ କରିବ, ତେବେ ମ୍ୟାଚକୁ ବାତିଲ କରାଯିବ ଏବଂ ଭାରତକୁ ସିରିଜରେ ୨-୧ରେ ବିଜୟ ଘୋଷଣା କରାଯିବ। କିନ୍ତୁ ଭାରତ ଏହି ମ୍ୟାଚ୍ ପରିତ୍ୟାଗ କରିଛି ବୋଲି ଆଇସିସି ଅନୁଭବ କରିବ, ତେବେ ପଞ୍ଚମ ଟେଷ୍ଟରେ ଇଂଲଣ୍ଡକୁ ବିଜୟ ଦିଆଯିବ ଏବଂ ସିରିଜ୍ ୨-୨ରେ ଡ୍ର ହେବ।

କ’ଣ ରହିଛି ଆଇସିସି ନିୟମ?:

ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ପାଇଁ ପ୍ରସ୍ତୁତ ଆଇସିସି ନିୟମ ଅନୁଯାୟୀ, ଯଦି କୌଣସି ଦଳର କରୋନା ମାମଲା ଥାଏ, ତେବେ ସେମାନେ କୌଣସି ମ୍ୟାଚ୍ ଖେଳିବାକୁ ମନା କରିପାରିବେ। ଅବଶ୍ୟ, ଯେତେବେଳେ ଦଳରେ କରୋନା ମାମଲା ଚିହ୍ନଟ ହୁଏ ଏବଂ ଦଳ ଖେଳୁଥିବା ଏକାଦଶକୁ ଫିଲ୍ଡ କରିବାକୁ ସକ୍ଷମ ହୋଇପାରେ ନାହିଁ। ସେତେବେଳେ ମ୍ୟାଚ ଖେଳିବା ପାଇଁ ସମ୍ପୃକ୍ତ ଦଳ ମନା କରିପାରେ। କିନ୍ତୁ ଭାରତ କ୍ଷେତ୍ରରେ ଏହା ଘଟିନାହିଁ। ଭାରତୀୟ ଦଳର କୌଣସି ଖେଳାଳି ସଂକ୍ରମିତ ହୋଇନଥିଲେ ଏବଂ ମ୍ୟାଚ୍ ପୂର୍ବରୁ ଏହାର ସମସ୍ତ ଖେଳାଳିଙ୍କ ଆରଟିପିସିଆର ରିପୋର୍ଟ ମଧ୍ୟ ନେଗେଟିଭ ଆସିଥିଲା। ତେବେ କରୋନା ମାମଲା ଆସିବା ଭୟରେ ଟିମ୍ ଇଣ୍ଡିଆର ନିଷ୍ପତ୍ତିକୁ ଆଇସିସି ଏକ ବୈଧ କାରଣ ବୋଲି ବିବେଚନା କରୁଛି କି ନାହିଁ, ତାହା ଦେଖିବା ବାକି ରହିଲା।

ଇସିବିକୁ ବଡ କ୍ଷତି ହୋଇପାରେ:

ଯଦି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ୨-୧ ରେ ଶେଷ ହୁଏ, ତେବେ ଇସିବି ବୀମା ଟଙ୍କା ପାଇବ ନାହିଁ। କିନ୍ତୁ ଯଦି ଏହାର ଫଳାଫଳ ୨-୨ ରେ ଘୋଷଣା ହୁଏ, ତେବେ ସେମାନେ ବୀମା ନେବାକୁ ସକ୍ଷମ ହେବେ। ସିରିଜର ଫଳାଫଳ ନବାହାରିଲେ ଇଂଲଣ୍ଡ ବୋର୍ଡ ୩୦ ମିଲିୟନ ଗ୍ରେଟ ବ୍ରିଟେନ ପାଉଣ୍ଡ (ପ୍ରାୟ ୩୦୬ କୋଟି ଟଙ୍କା) କ୍ଷତି ସହିବାର ସମ୍ଭାବନା ରହିଛି। ସେଥିପାଇଁ ଏହି ମ୍ୟାଚକୁ ଭାରତ ପରିତ୍ୟାଗ କରିଛି ବୋଲି ବୋଲି ଇଂଲିଶ ବୋର୍ଡ ଚାପ ପକାଉଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ନବଜାତ ଶିଶୁକୁ କୋଭିଡରୁ ସୁସ୍ଥ କଲେ ସମ୍ ଅଲ୍ଟିମେଟ ମେଡିକେୟାରର ଡାକ୍ତର

ଭୁବନେଶ୍ୱର: କୋଭିଡ୍ ପଜିଟିଭ୍ ମା’ଙ୍କ ଠାରୁ ଜନ୍ମ ଗ୍ରହଣ କରିବା ପରେ କରୋନା ସଂକ୍ରମିତ ହୋଇଥିବା ମାତ୍ର ୧ ସପ୍ତାହର ନବଜାତ ଶିଶୁକୁ ସୁସ୍ଥ କଲେ ସମ୍ ଅଲ୍ଟିମେଟ୍ ମେଡିକେୟାରର ଡାକ୍ତର। ଏକ ଘରୋଇ ଡାକ୍ତରଖାନାରେ ଜନ୍ମନେଇଥିବା ଶିଶୁଟି ମାଙ୍କ ଠାରୁ କୋଭିଡ ସଂକ୍ରମିତ ହୋଇ ଗୁରୁତର ଅବସ୍ଥାରେ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଭର୍ତ୍ତି ହୋଇଥିଲା।

ଡାକ୍ତରମାନେ ତାର ଜୀବନ ରକ୍ଷା କରିବା ପାଇଁ ଆପ୍ରାଣ ଉଦ୍ୟମ କରିବା ସହ ଉତ୍ତମ ଚିକିତ୍ସା ପ୍ରଦାନ କରି ଶିଶୁଟିକୁ ସୁସ୍ଥ କରିପାରିଛନ୍ତି। ୩୩ ସପ୍ତାହ ଗର୍ଭବତୀ ଥିବା କୋଭିଡ୍ ପଜିଟିଭ ଚିହ୍ନଟ ହୋଇଥିବା ମା ଠାରୁ ଶିଶୁଟି ଜନ୍ମ ଗ୍ରହଣ କରିଥିଲା। ଶିଶୁଟି ଜନ୍ମହେବାପରେ କାନ୍ଦିଥିଲା ଏବଂ ତାକୁ ମା ନିକଟକୁ ଅଣାଯାଇଥିଲା। ତେବେ ଏହାର ଦ୍ୱିତୀୟ ଦିନରେ ମା’ଙ୍କର ଅବସ୍ଥା ଗୁରୁତର ହୋଇପଡ଼ିଥିଲା, ସେପଟେ ଶିଶୁଟି ମଧ୍ୟ ଅସୁସ୍ଥ ହେବା ସହ ତାକୁ ନିଶ୍ୱାସ ନେବାରେ ସମସ୍ୟା ସୃଷ୍ଟି ହୋଇଥିଲା ଏବଂ ତାକୁ ତୁରନ୍ତ ଏନଆଇସିୟୁରେ ଭର୍ତ୍ତି କରାଯାଇଥିଲା ।

ମା’ କୁ ତୁରନ୍ତ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଭର୍ତ୍ତି କରାଯାଇ ଭେଂଟିଲେଟରରେ ରଖାଯାଇଥିଲା। ଶିଶୁଟିର ଅବସ୍ଥା ମଧ୍ୟ ଗୁରୁତର ହୋଇପଡ଼ିବାରୁ ତାକୁ ମଧ୍ୟ ସମ୍ ଅଲ୍ଟିମେଟ୍ ଅଣାଯାଇଥିଲା। ହସ୍ପିଟାଲର ପେଡିୟାଟ୍ରିକ ଓ ନିଓନଟୋଲୋଜି ବିଭାଗର ଆସୋସିଏଟ କନସଲଟାଂଟ ଡ. ବିଚିତ୍ରାନନ୍ଦ ରାଉତ ଏବଂ ତାଙ୍କ ଟିମ୍ ଶିଶୁଟିର ଚିକିତ୍ସା ଆରମ୍ଭ କରିବା ସହ ପରୀକ୍ଷା ନିରୀକ୍ଷା କରିଥିଲେ।

ତେବେ କୋଭିଡ ସଂକ୍ରମଣ ହେବାପରେ ଶିଶୁମାନଙ୍କ କ୍ଷେତ୍ରରେ ନିଓନାଟାଲ ମଲ୍ଟିସିଷ୍ଟମ ଇନଫ୍ଲାମାଟୋରୀ ସିଣ୍ଡ୍ରୋମ ଭଳି ବିରଳ ଅବସ୍ଥା ଏହି ଶିଶୁଠାରେ ଦେଖାଦେଇଥିବା ଜଣାପଡ଼ିଥିଲା। ପ୍ରାୟତଃ ନବଜାତ କୋଭିଡ ସଂକ୍ରମିତ ଶିଶୁମାନଙ୍କ କ୍ଷେତ୍ରରେ କୌଣସି ଲକ୍ଷଣ ଦେଖାଯାଇନଥାଏ ଅଥବା ସାମାନ୍ୟ ଲକ୍ଷଣ ସୃଷ୍ଟି ହୋଇଥାଏ।

ତେବେ ଅତ୍ୟଧିକ ଲକ୍ଷଣ ଅଥବା ନିଓନାଟାଲ ଏମଆଇଏସସି ଦେଖାଯିବା ଖୁବ୍ ବିରଳ
ବୋଲି ଡାକ୍ତର ରାଉତ କହିଛନ୍ତି । ଶିଶୁଟି ଉତମ ଚିକିତ୍ସା ପାଇବା ପରେ ମାତ୍ର ଦୁଇ ଦିନ ମଧ୍ୟରେ ହସ୍ପିଟାଲରୁ ଡିସଚାର୍ଜ ହେବାରେ ସକ୍ଷମ ହୋଇଛି। ଚିକିତ୍ସା କରିବାର ଦ୍ୱିତୀୟ ଦିନରେ ହିଁ ଶିଶୁଟି ଖାଦ୍ୟ ଖାଇପାରିଥିଲାବୋଲି ଡାକ୍ତର ରାଉତ କହିଛନ୍ତି।

ସୂଚନାଯୋଗ୍ୟ ଯେ ଶିଶୁଟିର ମା’ଙ୍କର ସ୍ୱାସ୍ଥ୍ୟାବସ୍ଥାରେ ମଧ୍ୟ ସୁଧାର ଆସୁଛି ଏବଂ ବର୍ତ୍ତମାନ ତାଙ୍କୁ ଭେଂଟିଲେଟରରୁ ବାହାରକୁ ଅଣାଯାଇଥିବା ଜଣାପଡ଼ିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଚିକିତ୍ସା ସମୟରେ ରୋଗୀଙ୍କୁ ନିଜର କରିନିଅନ୍ତି ସମ୍ କୋଭିଡ୍ ଓ ସମ୍ ଅଲ୍ଟିମେଟ୍ ମେଡିକେୟାର ଟିମ୍

ଭୁବନେଶ୍ୱର: ପରିବାରର କେହି କରୋନା ସଂକ୍ରମିତ ହୋଇଗଲେ ଆମେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ବ୍ୟତିବ୍ୟସ୍ତ ହୋଇଉଠୁଛୁ। ଏହି ଅଦୃଶ୍ୟ ଶତ୍ରୁ ଦ୍ୱାରା କବଳିତ ହେବା ପରେ ସେହି ଆତ୍ମିୟ ଜଣଙ୍କ ପାଖରେ ଯଦି କେହି ନିଜ ଲୋକ ରହିପାରିବା ସମ୍ଭବପର ନ ହୁଏ, ତେବେ ଉଭୟ ସଂକ୍ରମିତ ଏବଂ ପରିବାର ସଦସ୍ୟଙ୍କ ମନୋବଳ ଭାଙ୍ଗିପଡ଼ିଥାଏ। ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ନେଇ ପରିବାର ବର୍ଗ ବିବ୍ରତ ହୋଇପଡ଼ନ୍ତି।

ତେବେ ସଂକ୍ରମିତ ବ୍ୟକ୍ତିଙ୍କର ପରିବାର ଲୋକେ ରାଜ୍ୟ ବାହାରେ ଥାଆନ୍ତୁ ଅଥବା ଦେଶ ବାହାରେ ସେମାନଙ୍କର ଚିକିତ୍ସା ଏବଂ ଯତ୍ନ ଖୁବ ସୁଚାରୁରୂପେ ତୁଲାଇଥାନ୍ତି ସମ୍ କୋଭିଡ ହସ୍ପିଟାଲ୍ ଏବଂ ସମ୍ ଅଲ୍ଟିମେଟ ମେଡିକେୟାର। ଖାଲି ସେତିକି ନୁହେଁ ସେମାନଙ୍କ ପରିବାର ଲୋକଙ୍କୁ ମଧ୍ୟ ନିରନ୍ତର ସଂପୃକ୍ତ ରୋଗୀଙ୍କର ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସମସ୍ତ ସୂଚନା ପ୍ରଦାନ କରିବା ସହ ଭିଡିଓ କଲ୍ ଦ୍ୱାରା ପରିବାର ସହ ଯୋଡିଥାନ୍ତି।

ଗତ ଏପ୍ରିଲ୍ ମାସ ୨୬ ତାରିଖରେ କରୋନା ସଂକ୍ରମିତ ହୋଇ ମେ ୫ ତାରିଖରେ ସମ୍ କୋଭିଡ ହସ୍ପିଟାଲ୍‌ରେ ଭର୍ତି ହୋଇଥିଲେ ପ୍ରଦୀପ କୁମାର ମାଧୁପ୍। ରେଳ ବିଭାଗ ଅଧିନସ୍ଥ ରାଇଟ୍‌ସ ର ଏହି ବରିଷ୍ଠ ଅଧିକାରୀ ଶ୍ରୀ ମାଧୁପ୍ ଝାରସୁଗୁଡାରେ କାର୍ଯ୍ୟରତ ଥିବା ବେଳେ କରୋନା ସଂକ୍ରମିତ ହୋଇଥିଲେ। ସ୍ୱାସ୍ଥ୍ୟାବସ୍ଥା ବିଗିଡି ବାରୁ ତାଙ୍କୁ ପ୍ରଥମେ ଏମ୍‌ସିଏଲ୍ ହସ୍ପିଟାଲ୍ ଏବଂ ପରେ ସମ୍ କୋଭିଡ୍ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ହସ୍ପିଟାଲ୍‌ରେ ଭର୍ତ୍ତି ହେବା ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା। ତାଙ୍କୁ ତୁରନ୍ତ ଆଇସିୟୁରେ ଭର୍ତ୍ତି କରାଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା।

କିନ୍ତୁ ତାଙ୍କ ଅବସ୍ଥା ସମ୍ପର୍କରେ ଅଧିକ ଜାଣିବା ପାଇଁ ତାଙ୍କ ପାଖରେ ତାଙ୍କର ପରିବାର ନଥିଲେ। କାରଣ ତାଙ୍କ ପତ୍ନୀ ଏବଂ ପିଲାମାନେ ମଧ୍ୟ କରୋନା ସଂକ୍ରମିତ ହୋଇ ଓଡ଼ିଶା ବାହାରେ ଚିକିତ୍ସିତ ହେଉଥିଲେ। ସିଂଗାପୁରରେ ଥିବା ତାଙ୍କ ସମ୍ପର୍କୀୟ ସମ୍ କୋଭିଡ ହସ୍ପିଟାଲ୍ ସହ ଯୋଗାଯୋଗ କରିବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସର୍ମ୍ପକରେ ହେଲ୍‌ପ୍ ଡେସ୍କ ଟିମ୍ ସମସ୍ତ ତଥ୍ୟ ନିୟମିତ ଭାବେ ପ୍ରଦାନ କରୁଥିଲେ ଏବଂ ଡାକ୍ତର ଓ ନର୍ସମାନେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ସୁଧାରିବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ।

ଦୀର୍ଘ ୧୨ ଦିନ ସମ୍ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ତାଙ୍କୁ ସମ୍ ଅଲ୍ଟିମେଟ୍ ମେଡିକେୟାରକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ମଧ୍ୟ ପଲ୍‌ମୁନାରୀ ବିଭାଗର ସିନିୟର କନ୍‌ସଲ୍‌ଟାଂଟ୍ ଓ କ୍ରିଟିକାଲ କେୟାର ୟୁନିଟ୍‌ର ଡାକ୍ତର, ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ
ତତ୍ୱାବଧାନରେ ତାଙ୍କର ଚିକିତ୍ସା କରାଯାଇଥିଲା। ଉତ୍ତମ ଚିକିତ୍ସା, ସେବା ଓ ଯତ୍ନ ଫଳରେ ସେ ସୋମବାର ସମ୍ ଅଲ୍ଟିମେଟ୍‌ରୁ ଡିସ୍‌ଚାର୍ଜ ହୋଇ ନିଜ ଘର ବିହାରର ପାଟନାକୁ ଫେରିଯାଇଛନ୍ତି।

ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେବା ସମୟରେ ଶ୍ରୀ ମଧୁପ୍ ଭାବବିହ୍ୱଳ ହୋଇପଡିଥିଲେ। ସେ କହିଛନ୍ତି ମୁଁ ସମ୍ କୋଭିଡ୍ ହସ୍ପିଟାଲ୍‌କୁ ଆସିବା ବେଳେ ମୋ ପାଖରେ କେହି ନଥିଲେ। ମୋ ପରିବାର ମୋ ଠାରୁ ବହୁ ଦୂରରେ ଥିଲେ। କିନ୍ତୁ ଦୁଇଟି ହସ୍ପିଟାଲ୍‌ର, ସମ୍ କୋଭିଡ ଓ ସମ୍ ଅଲ୍ଟିମେଟ ମେଡିକେୟାରର ଡାକ୍ତର, ନର୍ସ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ସେବା, ଯତ୍ନ, ସାହାଯ୍ୟ ଓ ସହଯୋଗ ଫଳରେ ମୁଁ ନୂଆ ଜୀବନ ପାଇ ଆଜି ଘରକୁ ଫେରିପାରୁଛି।

ସେହିପରି ସିଂଗାପୁରରେ ଥିବା ତାଙ୍କ ସମ୍ପର୍କୀୟ ଶ୍ରୀ କୁମାର ଆନନ୍ଦ ମଧ୍ୟ ଏ ନେଇ ଆନ୍ତରିକ କୃତଜ୍ଞତା ଜଣାଇବା ସହ ବିଶେଷ ଭାବେ ସମ୍ କୋଭିଡ ହସ୍ପିଟାଲ୍‌ର ହେଲ୍‌ପ୍ ଡେସ୍କ ଟିମ୍‌କୁ ଧନ୍ୟବାଦ ଜଣାଇଛନ୍ତି।

ସେହିପରି ଗତ ଏପ୍ରିଲ୍ ୨୭ ତାରିଖରେ ପ୍ରିୟମ୍ବଦା ଦାସ (୫୯) ନାମକ ଜଣେ ମହିଳା କୋଭିଡ ସଂକ୍ରମିତ ହେବା ପରେ ପ୍ରଥମେ ସମ୍‌ କୋଭିଡ୍ ହସ୍ପିଟାଲ୍ ଏବଂ ପରବର୍ତ୍ତୀ ସମୟରେ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଭର୍ତି ହୋଇଥିଲେ। ସେ ମଧ୍ୟ ଗତ ମେ ୫ ତାରିଖରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ପ୍ରିୟମ୍ବଦା ସଂକ୍ରମିତ ହେବା ପରେ ମେଲ୍‌ବୋର୍ଣ୍ଣରେ ଥିବା ତାଙ୍କ ପୁଅ ସମ୍ଭବ ଦାସ ମା’ଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ବ୍ୟସ୍ତ ହୋଇପଡ଼ିଥିଲେ।

ସୁଦୂର ଅଷ୍ଟ୍ରେଲିଆରେ ଥିବା ପୁଅ ମା ପାଖକୁ ଆସି ପାରୁନଥିବାରୁ ଦୁଃଖରେ ଥିବା ବେଳେ ମା ସୁସ୍ଥ ହୋଇ ଘରକୁ ଫେରିବା ପରେ ଦୁଇଟି ହସ୍ପିଟାଲ୍‌ର ସମସ୍ତ ସ୍ୱାସ୍ଥ୍ୟସେବା କର୍ମୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ବରିଷ୍ଠ ନାଗରିକ, ଭିନ୍ନକ୍ଷମ ଓ କରୋନା ସଂକ୍ରମିତ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା

ରମେଶ ମହାନ୍ତି

ଜଗତସିଂହପୁର: ତିର୍ତ୍ତୋଲ ବିଧାନସଭା ନିର୍ବାଚନମଣ୍ଡଳୀର ସମସ୍ତ ବରିଷ୍ଠ ନାଗରିକ(୮୦ ବର୍ଷରୁ ଉର୍ଦ୍ଧ୍ୱ), ଶାରୀରିକ ଭିନ୍ନକ୍ଷମ ଏବଂ କୋଭିଡ୍-୧୯ ଦ୍ୱାରା ସଂକ୍ରମିତ ଓ ସଂକ୍ରମଣ ସନ୍ଦେହରେ ଥିବା (ସ୍ୱୀକୃତି ପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଠାରୁ ପ୍ରମାଣପତ୍ର ପାଇଥିବା) ଭୋଟଦାତା ଯେଉଁମାନଙ୍କର ଭୋଟର ତାଲିକାରେ ନାମଥିବ ସେମାନଙ୍କ ପାଇଁ ପୋଷ୍ଟାଲ୍ ବାଲାଟ ପେପର ମାଧ୍ୟମରେ ଭୋଟ୍ ଦେବାର ବ୍ୟବସ୍ଥା କରାଯାଇଛି। ସେମାନେ ନିର୍ଭୟରେ ପୋଷ୍ଟାଲ ବାଲାଟ ପେପର ମାଧ୍ୟମରେ ନିଜର ମତଦାନ ସାବ୍ୟସ୍ତ କରିପାରିବେ।

ଏହି ପରିପ୍ରେକ୍ଷୀରେ ପ୍ରତି ବୁଥରେ ବୁଥ୍ ସ୍ତରୀୟ ଅଧିକାରୀ ମାନେ ନିୟୋଜିତ ହୋଇଛନ୍ତି। ବୁଥ୍ ସ୍ତରୀୟ ଅଧିକାରୀମାନେ ଉପରୋକ୍ତ ବର୍ଗର ମତଦାତା ମାନଙ୍କୁ ସିଧାସଳଖ ଯୋଗାଯୋଗ କରି ସେମାନଙ୍କର ସହମତି ଗ୍ରହଣ କରିବେ। ଥରେ ପୋଷ୍ଟାଲ ବାଲାଟ ପେପର ମାଧ୍ୟମରେ ମତଦାନ କରିବାକୁ ସହମତି ପ୍ରଦାନ କରିସାରିଥିଲେ ଭୋଟଦାତା ଆଉ ବୁଥକୁ ଯାଇ ମତଦାନ କରିପାରିବେ ନାହିଁ। ଉପରୋକ୍ତ ବର୍ଗର ମତଦାତା ମାନେ ସେମାନଙ୍କର ଘରେ ରହି ସୁରକ୍ଷିତ ଭାବରେ ମତଦାନ କରିପାରିବେ।

ଏଥି ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଏହା ବ୍ୟତୀତ ଚଳିତ ଉପନିର୍ବାଚନରେ କୋଭିଡ୍-୧୯ ର ଦୃତ ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ବୁଥରେ ମଧ୍ୟ ସାନିଟାଇଜେସନ୍, ମାସ୍କ୍ ବ୍ୟବହାର ଓ ସାମାଜିକ ଦୂରତ୍ୱକୁ କଡାକଡି ପାଳନ ନିମନ୍ତେ ସମସ୍ତ ପ୍ରକାର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଆଜି ଗଞ୍ଜାମ ଜିଲ୍ଲାରେ ୨୨୬ ନୂତନ ସଂକ୍ରମିତ ଚିହ୍ନଟ: ୪ ମୃତ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଆଜି ଗଂଜାମରେ ପୁଣି ୨୨୬ ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୪ ଜଣଙ୍କ ମୁଣ୍ଡ ନେଇଛି କରୋନା। ସଂକ୍ରମିତ ସଂଖ୍ୟା ଦିନକୁ ଦିନ କମୁଥିଲେ ମଧ୍ୟ ମୃତ୍ୟୁହାର କମୁନଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଅନ୍ୟ ଜିଲ୍ଲାମାନଙ୍କରେ ସଂକମ୍ରିତ ଅଧିକ ଚିହ୍ନଟ ହୋଇଥିଲେ ମଧ୍ୟ ମୃତ୍ୟୁସଂଖ୍ୟା କମ୍ ରହିଛି। ଗଂଜାମରେ ମୃତ୍ୟୁସଂଖ୍ୟା ସାରା ରାଜ୍ୟ ତୁଳନାରେ ପ୍ରାୟ ଅଧା କହିଲେ କିଛି ଭୁଲ୍ ହେବନି। ଆଜି ଜଣେ ୫୭ ବର୍ଷ ବୟସ୍କା ମହିଳା, ୪୮ ବର୍ଷୀୟ ବ୍ୟକ୍ତି, ୮୨ ବର୍ଷୀୟ ବୃଦ୍ଧ ଏବଂ ୬୨ ବର୍ଷୀୟ ବୃଦ୍ଧଙ୍କ କରୋନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ନୂତନ ସଂକ୍ରମିତ ମଧ୍ୟରେ ଭଂଜନଗରରୁ ୬, ଜଗନ୍ନାଥପ୍ରସାଦରୁ ୮, ବେଲଗୁଣ୍ଠାରୁ ୯, ବୁଗୁଡ଼ାରୁ ୩, ସୋରଡ଼ାରୁ ୪, ଆସିକାରୁ ୧୩, ପୋଲସରାରୁ ୮, ବେଗୁନିଆପଡ଼ାରୁ ୧୨, ଖଲିକୋଟରୁ ୭, ଗଂଜାମରୁ ୯, ଛତ୍ରପୁରରୁ ୪୦, ରଙ୍ଗେଇଲୁଣ୍ଡାରୁ ୧୧, କୁକୁଡ଼ାଖଣ୍ଡିରୁ ୩, ହିଂଜିଳିକାଟରୁ ୨, ଶେରଗଡ଼ରୁ ୧, କବିସୂର୍ଯ୍ୟନଗରରୁ ୫, ଧରାକୋଟରୁ ୪, ସାନଖେମୁଣ୍ଡିରୁ ୬, ଦିଗପହଣ୍ଡିରୁ ୮, ଚିକିଟିରୁ ୨୦, ପାତ୍ରପୁରୁରୁ ବ୍ଲକ୍‌ରୁ ୯ ଏବଂ ବ୍ରହ୍ମପୁର ମହାନଗର ନିଗମରୁ ୩୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ୧୫୭୨୪ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ବର୍ତ୍ତମାନ ୨୧୫୦ ଆକ୍ଟିଭ୍ ମାମଲା ରହିଛି। ୧୩୪୦୮ ଜଣ ସୁସ୍ଥ ହୋଇଥିବାବେଳେ ମୃତ୍ୟୁସଂଖ୍ୟା ୧୬୬ ରହିଛି। ବର୍ତ୍ତମାନ ସୁଦ୍ଧା ଗଂଜାମରେ ୧ ଲକ୍ଷ ୪୨ହଜାର ୨୫୧ ଟି ଟେଷ୍ଟ ହୋଇଥିବାବେଳେ ଆଜି ୯୦୫୦ ଟି ଟେଷ୍ଟ ହୋଇଛି।