Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ଭୟଙ୍କର ହୋଇଛି କରୋନା 2.0, ଗୋଟିଏ ମିନଟ୍ ସଂକ୍ରମିତଙ୍କ ସହ କଥା ହେଲେ ଡେଉଁଛି ଭାଇରସ

ନୂଆଦିଲ୍ଲୀ: କରୋନା 2.0 ବଡ ଭୟଙ୍କର ବୋଲି ପ୍ରମାଣିତ ହୋଇଛି। ନୂଆଦିଲ୍ଲୀର ଗବେଷକଙ୍କ ଅନୁସାରେ ପ୍ରଥମ ଲହରଠାରୁ ଦ୍ବିତୀୟ ଲହର ବେଶ ଶକ୍ତିଶାଳୀ। ଯଦି ସଂକ୍ରାମିତଙ୍କ ସହିତ ଗୋଟିଏ ମିନଟ କଥା ହେଲେ ଭାଇରସ ବ୍ୟାପିଯାଉଛି। ଫଳରେ ସାରା ଭାରତରେ ଏହି ସଂକ୍ରାମଣ ତୀବ୍ର ହେଉଛି ବୋଲି ଗବେଷଣାରୁ ଜଣାପଡିଛି।

ଦ୍ବିତୀୟ ଲହର କଣ ପାଇଁ ଶିଘ୍ର ବ୍ୟାପୁଛି ବୋଲି ତାହା ଜାଣିବା ପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କୁ ନେଇ ଏକ ଦଳ ଗଠନ କରାଯାଇଥିଲା। ଏହି ଦଳ ଅନୁସନ୍ଧାନ କରି ଜାଣିପାରିଛନ୍ତି ଯେ କରୋନା ଦ୍ବିତୀୟ ଲହର ବେଶ ଶକ୍ତିଶାଳୀ। ଏଥିସହିତ ଏହି ଭାଇରସ ଯୁବକଙ୍କୁ ବେଶୀ ପରିମାଣରେ ଗ୍ରାସ କରୁଛି ବୋଲି ଜଣାପଡିଛି। ମୁଖ୍ୟତଃ 35 ବର୍ଷରୁ କମ ବୟସ୍କ ବ୍ୟକ୍ତିଙ୍କୁ ଏହା ଆକ୍ରାନ୍ତ କରିଛି।

କରୋନା 1.0 ର ସ୍ଥିତି ଯାହା ଥିଲା ବର୍ତ୍ତମାନ କରୋନା 2.0ର ସ୍ଥିତି ଗମ୍ଭିର ହେଉଛି। ପ୍ରଥମେ କରୋନାର ସଂକ୍ରାମଣ ପ୍ରସାର ଧୀରେଧୀରେ ଥିଲା। ଏହାଦ୍ବାରା ସରକାରଙ୍କୁ କରୋନା ପରିଚାଳନା କରିବାରେ ସୁବିିଧା ହୋଇପାରୁ ଥିଲା। ହେଲେ 2.0ର ବର୍ତ୍ତମାନ ଯେପରି ଛଲାଙ୍ଗ ମାରୁଛି ବର୍ତ୍ତମାନ ସରକାରଙ୍କୁ ନିୟନ୍ତ୍ରଣ କରିବାରେ କଷ୍ଟକର ବ୍ୟାପାର ହୋଇଯିବ।

ତେବେ ଏହି କରୋନା 2.0 କୁ ନେଇ ଆଉ ଏକ ଚମକ ପ୍ରଦ ତଥ୍ୟ ମଧ୍ୟ ପଦାକୁ ଆସିଛି। କେତେକ ଶିଶୁ ବିଶେଷଜ୍ଞ ଗବେଷଣା କରି ଜାଣିପାରିଛନ୍ତି ଯେ, ଶିଶୁମାନଙ୍କୁ ମଧ୍ୟ କରୋନା2.0 ସଂକ୍ରାମିତ ହେଉଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଯେ ବର୍ଷରୁ କମ ବୟସର ଶିଶୁଙ୍କୁ ମଧ୍ୟ କରୋନା ମାଇଲ୍ଡ ସଂକ୍ରାମଣ ହେଉଛି। ଫଳରେ ଶିଶୁମାନଙ୍କୁ ଥଣ୍ଡା,କାସ, ଜ୍ବର ହେବା ପ୍ରଭୃତି ପରିଲକ୍ଷିତ ହେଉଛି।

ସେଥିପାଇଁ ବର୍ତ୍ତମାନ କରୋନା 2.0 କୁ ସାବଧାନର ସହିତ ରହିବା ପାଇଁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। ମୁଖ୍ୟତଃ ମାସ୍କ ପିନ୍ଧିବା ଏବଂ ସାଇନିଟାଇଜର ବ୍ୟବହାର କରିବା ଉପରେ ଗୁରୁତ୍ବ ଦେଇଛନ୍ତି।