Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କର୍ଣ୍ଣେଲ ବାଲୁ ଭାରଥ ହେଲେ ସୈନିକ ସ୍କୁଲ ଭୁବନେଶ୍ୱର ଅଧ୍ୟକ୍ଷ

ଭୁବନେଶ୍ବର: ସଂପ୍ରତି ଆର୍ମି ଏଡୁକେଶନ କର୍ପ କର୍ଣ୍ଣେଲ ବାଲୁ ଭାରଥ ସୈନିକ ସ୍କୁଲ ଭୁବନେଶ୍ୱରର ଅଷ୍ଟାଦଶତମ ଅଧ୍ୟକ୍ଷ ପଦ ଗ୍ରହଣ କରିଛନ୍ତିା ସେ ମହୀଶୂର ବିଶ୍ୱବିଦ୍ୟାଳୟରୁ ରସାୟନ ଶାସ୍ତ୍ରରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ସହିତ ଗୁଜୁରାଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରୁ ଚାଇନିଜ୍‍ ଭାଷା ଓ ସଂସ୍କୃତି ବିଷୟରେ ସ୍ନାତକୋତ୍ତର ଉପାଧି ଏବଂ ଭୋପାଲ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ସମ୍ବନ୍ଧୀୟ ଅନ୍ୟାନ୍ୟ ପ୍ରଶିକ୍ଷଣ ଲାଭ କରିଛନ୍ତି।

ସେ ତାଙ୍କର ଅଠର ବର୍ଷର କାର୍ଯ୍ୟକାଳ ଭିତରେ ଇଣ୍ଡିଆନ ମିଲିଟାରୀଏକାଡେମୀ , ପଚମାରୀସ୍ଥିତ ଏଇସିଟ୍ରେନିଙ୍ଗ କଲେଜ ଏବଂ ଅନ୍ୟ କେତେକ ପ୍ରତିରକ୍ଷା ପ୍ରଶିକ୍ଷଣ କେନ୍ଦ୍ରରେ ସଫଳତାର କାର୍ଯ୍ୟ କରି ଆସିଛନ୍ତି। ସୈନିକ ସ୍କୁଲ ଭୁବନେଶ୍ୱରରେ ନୂତନ କରି ଯୋଗ ଦେଇଥିବା ପ୍ରଶାସନିକ ଅଧିକାରୀ ଲେଫ୍ଟନାଣ୍ଟ କର୍ଣ୍ଣେଲ ଅମିତ ତିୱାରୀ କର୍ଣ୍ଣେଲ ବାଲୁଭାରଥଙ୍କୁ ସ୍ୱାଗତ କରିଏହି ଅନୁଷ୍ଠାନରେ ତାଙ୍କର ସଫଳ କାର୍ଯ୍ୟକାରିତା କାମନା କରିଥିଲେ।