Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କ୍ୟାପିଟାଲ ଓ ବି.ଏମ୍.ସି. ହସ୍ପିଟାଲରେ ସୁପର ସ୍ପେସାଲିଷ୍ଟ୍ ନିଯୁକ୍ତି ପାଇଁ କର୍ପସ ଫଣ୍ଡ

ଭୁବନେଶ୍ୱର: ଉନ୍ନତ୍ତମାନର ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ଦିଗରେ ଅନ୍ୟଏକ ପଦକ୍ଷେପ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ୍ ହସ୍ପିଟାଲ୍ ଏବଂ ଭୁବନେଶ୍ୱର ମହାନଗର ନିଗମ ହସ୍ପିଟାଲ୍ରେ ସୁପର ସ୍ପେସାଲିଷ୍ଟ୍ ନିଯୁକ୍ତି ପାଇଁ କର୍ପସ୍ ପାଣ୍ଠି ବ୍ୟବସ୍ଥାର ଅନୁମୋଦନ କରିଛନ୍ତି। ଏହା ଦ୍ୱାରା ଖ୍ୟାତନାମା ଅଭିଜ୍ଞ ସୁପର ସ୍ପେସିଆଲିଷ୍ଟ୍ମାନଙ୍କୁ ଆପୋଷ ଦରମା ଚୁକ୍ତିଭିତ୍ତିରେ ଭୁବନେଶ୍ୱର ଆଡକୁ ଆକର୍ଷିତ କରାଯାଇପାରିବ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ କହିଛନ୍ତି ଯେ କର୍ପସ୍ ପାଣ୍ଠିକୁ କ୍ୟାପିଟାଲ୍ ହସ୍ପିଟାଲ୍ ନିର୍ଦ୍ଦେଶକଙ୍କ ତତ୍ୱାବଧାନରେ ବିନିଯୋଗ କରାଯିବ। ଅଭିଜ୍ଞ ଓ ଖ୍ୟାତନାମା ସ୍ପେସିଆଲିଷ୍ଟ୍ମାନଙ୍କୁ ଚୟନ କରିବା ନିମନ୍ତେ ବି.ଏମ୍.ସି. କମିଶନରଙ୍କ ଅଧ୍ୟକ୍ଷତାରେ ଏକ ୪ ଜଣିଆ କମିଟି ଗଠନ କରାଯାଇଛି।

ଏଥିରେ ଭୁବନେଶ୍ୱର ସ୍ନାତକତ୍ତୋର ଭେଷଜ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନର ନିର୍ଦ୍ଦେଶକ ଓଡ଼ିଶା, ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ, ଏବଂ କ୍ୟାପିଟାଲ୍ ହସ୍ପିଟାଲ୍ର ନିର୍ଦ୍ଦେଶକ ସଦସ୍ୟ ଅଛନ୍ତି। ଏହି ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଖ୍ୟାତନାମା ବିଶେଷଜ୍ଞମାନଙ୍କର ଚୟନ ଓ ଦରମା ଚୁକ୍ତି ଆଦି ବିଷୟ ନିର୍ଦ୍ଧାରଣ କରିବେ।

ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ଦ୍ୱାରା କ୍ୟାପିଟାଲ୍ ହସ୍ପିଟାଲ୍କୁ ଏକ ଉନ୍ନତ୍ତମାନର ସ୍ନାତକତ୍ତୋର ଭେଷଜ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନଭାବେ ବିକଶିତ କରାଯାଉଛି। ଏହାର ସଂପ୍ରସାରଣ କାର‌୍ୟ୍ୟ ଚାଲୁରହିଛି। ସରକାରଙ୍କ ଏପରି ନିଷ୍ପତ୍ତିରେ ବୁଦ୍ଧିଜିବୀମାନେ ସନ୍ତୋଷ ପ୍ରକାଶ କରି କହିଥିଲେ ଯେ ଏହାଦ୍ୱାରା ସାଧାରଣ ଲୋକ ସୁପର ସ୍ପେସିଆଲିଷ୍ଟ୍ ଚିକିତ୍ସା ନିମନ୍ତେ ଘରୋଇ ଡ଼ାକ୍ତରଖାନାରେ ହେଉଥିବା ମୋଟାଅଙ୍କର ଖର୍ଚ୍ଚରୁ ରକ୍ଷାପାଇବେ।

Categories
ଆଜିର ଖବର ରାଜ୍ୟ ଖବର

ବିହନ ପାଇଁ ୧୦୦ କୋଟି ଟଙ୍କାର କର୍ପସ୍ ପାଣ୍ଠି ଗଠନ

ଭୁବନେଶ୍ୱର: ଓଡିଶା ରାଜ୍ୟ ବିହନ ନିଗମର ବ୍ୟବସାୟିକ କାରବାର ବୃଦ୍ଧିପାଇ ପ୍ରାୟ ୧୭୯ କୋଟି ଟଙ୍କାରେ ପହଂଚିଥିବାରୁ ନିଗମକୁ ୧୦୦ କୋଟି ଟଙ୍କାର କର୍ପସ ପାଣ୍ଠି ପ୍ରଦାନ କରିବାକୁ ରାଜ୍ୟ କ୍ୟାବିନେଟ୍ ନିଷ୍ପତି ନେଇଛି। ଏହି ୧୦୦ କୋଟି ଟଙ୍କାର ପାଣ୍ଠି ଯୋଜନା ଓଡିଶା ରାଜ୍ୟ ବିହନ ନିଗମ କର୍ପସ ପାଣ୍ଠି ଉନ୍ନତମାନର ବିହନ ଏବଂ ଚାରା ସଂଗହ ଓ ଚାଷୀମାନଙ୍କୁ ଯୋଗାଣ ନିମନ୍ତେ ଉପଯୋଗ କରାଯିବ।

ଏହା ଦ୍ୱାରା ବିଭିନ୍ନ ଫସଲର ଉତ୍ପାଦନ ଓ ଉତ୍ପାଦିକତା ବୃଦ୍ଧି ହେବା ସହ ରାଜ୍ୟର କୃଷକମାନେ ଲାଭବାନ ହୋଇପାରିବେ।