Categories
ଆଞ୍ଚଳିକ

କଳାମୁଖା ପିନ୍ଧା ଦୁର୍ବୃତ୍ତଙ୍କ ମରଣାତ୍ମକ ଆକ୍ରମଣରେ ଭିନ୍ନକ୍ଷମ ଯୁବକ ଗୁରୁତର

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ସୁରଳ ଚିକିଟି ରାସ୍ତା ଏକ କୁକୁଡ଼ା ଫାର୍ମ ନିକଟରେ ଦୀନବନ୍ଧୁ ଓଡ଼ିଆ ନାମକ ଜଣେ ଯୁବକଙ୍କୁ କିଛି କଳାମୁଖା ପିନ୍ଧା ଯୁବକ ଆସି ମରଣାତ୍ମକ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

ସୁଚନା ଯୋଗ୍ୟ ଯେ, ଦୀନବନ୍ଧୁ ଜଣେ ଚାଉଳ ଓ କିରୋସିନ ଡିଲର୍ ଭାବେ ପରିଚିତ ଓ ନିଜ ଅଞ୍ଚଳରେ ବେଶ୍ ପଣିଆର ରହିଛି। ଘଟଣା ସମୟରେ ଅନ୍ୟ କିଛି ବନ୍ଧୁଙ୍କ ସହ ଅନ୍ୟ ଗାଁରୁ ଘରକୁ ଫେରୁଥିବା ବେଳେ କିଛି ଯୁବକ ଅଚାନକ ପହଞ୍ଚି ତାକୁ ବିଭିନ୍ନ ମାରଣାସ୍ତ୍ରରେ ଚୋଟ ପରେ ଚୋଟ ପକାଇ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ। ଏହି ଆକ୍ରମଣରେ ଦୀନବନ୍ଧୁର ଦୁଇ ହାତ ପାପୁଲିରେ ଗଭୀର ଆଘାତ ଲାଗିଥିବା ବେଳେ କିଛି ଆଙ୍ଗୁଠି ଛିଡି ଯାଇଥିବା ଜଣାପଡିଛି।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତ ଦୀନବନ୍ଧୁକୁ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇଛି ଓ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ବୋଲି ଥାନାଧିକାରୀ ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି।