Categories
ଆଜିର ଖବର ରାଜ୍ୟ ଖବର

କଳିଙ୍ଗା ଘାଟିରେ ଆଉ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ, ତିନି ଆହତ

ଭୁବନେଶ୍ବର : ସୁରତରୁ ପ୍ରବାସୀ ଓଡ଼ିଆଙ୍କ ନେଇ ଫେରୁଥିବା ଆଉ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସ୍‌ରେ ସୋରଡା ଅଞ୍ଚଳର ସୁରତ ଫେରନ୍ତା ରହିଥିବାର ସୂଚନା ରହିଛି। ଭାରସାମ୍ୟ ହରାଇ ଗାର୍ଡ ଓ୍ବାଲରେ ପିଟି ହୋଇଛି ବସ୍‌ଟି । ଡ୍ରାଇଭର ସମେତ ତିନି ଜଣ ଯାତ୍ରୀ ଆହତ ସୂଚନା ରହିଛି । ଘଟଣାସ୍ଥଳରେ ଏସ୍‌ଡିପିଓ ଉପସ୍ଥିତ ରହିଥିବାବେଳେ ଉଦ୍ଧାର କାର୍ଯ୍ୟରେ  ଅଗ୍ନିଶମ ବାହିନୀ ନିୟୋଜିତ ରହିଛନ୍ତି । ଗତକାଲି ଗଞ୍ଜାମ-କନ୍ଧମାଳ ସୀମାନ୍ତ କଳିଙ୍ଗା ଘାଟି ନିକଟରେ ସୁରତରୁ ଫେରୁଥିବା ପ୍ରବାସୀ ଓଡ଼ିଆଙ୍କ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ଏହି ଦୁର୍ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ଆଜି ସକାଳୁ ଏନ୍‌ଏଚ୍‌ ନାଗପୁରଠାରେ ଏକ ସୁରତରୁ ଗଞ୍ଜାମ ଫେରୁଥିବା ଆଉ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ପାଞ୍ଚ ଜଣ ଆହତ ହୋଇଥିଲା ।

Categories
ଆଜିର ଖବର ରାଜ୍ୟ ଖବର

ସୁରତ ଫେରନ୍ତାଙ୍କ ବସ୍‌ ଦୁର୍ଘଟଣାର ତଦନ୍ତ ହେବ – ପରିବହନ ମନ୍ତ୍ରୀ

ଭୁବନେଶ୍ବର : କଳିଙ୍ଗା ଘାଟି ଦୁର୍ଘଟଣାକୁ ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା  ପ୍ରତିକ୍ରିୟା ଦେଇ ଏହି ଘଟଣାର ତଦନ୍ତ ହେବ ବୋଲି କହିଛନ୍ତି । କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେ ନେଇ ତଦନ୍ତ ହେବ ବୋଲି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ । ଘାଟିରେ 40ରୁ ଅଧିକ ବେଗରେ ଗାଡି ନ ଚଳାଇବାକୁ ନିର୍ଦ୍ଦେଶ ଦିଆଯିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ । ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ପାଇଁ ଦୁର୍ଘଟଣା ଘଟିଛି । ଘାଟି ରାସ୍ତାରେ ଗାଡି ଚାଳନାର ଅଭିଜ୍ଞତା ଏମାନଙ୍କର ନାହିଁ ବୋଲି କହିଛନ୍ତି ମନ୍ତ୍ରୀ ।

ସୂଚନାଯୋଗ୍ୟ, ସୁରତରୁ 60ରୁ ଉର୍ଦ୍ଧ୍ବ ପ୍ରବାସୀ ଓଡ଼ିଆଙ୍କୁ ଧରି ଗଞ୍ଜାମ ଆସୁଥିବା ଏକ ବସ୍‌ ଆଜି କଳିଙ୍ଗା ଘାଟି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଘଟଣାସ୍ଥଳରେ ଜଣକର ମୃତ୍ୟୁ ହୋଇଥିବାବେଳେ ଭଞ୍ଜନଗର ହସ୍ପିଟାଲରେ ଗୁରୁତରଙ୍କର ମୃତ୍ୟୁ ହୋଇଛି । ବସ୍‌ଟି ଗୁଜୁରାଟର ହୋଇଥିବାବେଳେ ବସ୍‌ ନମ୍ବର ହେଉଛି ଜିଜେ18ଏକ୍ସ 2693 ।