Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବଢିଲା ମେୟର, ଡେପୁଟି ମେୟର, ଅଧ୍ୟକ୍ଷ, ଉପାଧ୍ୟକ୍ଷ, କର୍ପୋରେଟର ଏବଂ କାଉନସିଲରଙ୍କ ପାରିଶ୍ରମିକ

ଭୁବନେଶ୍ବର: ରାଜ୍ୟର ୫ଟି ମହାନଗର ନିଗମ, ୪୮ଟି ପୌର ପରିଷଦ ଓ ୬୮ଟି ବିଜ୍ଞପିତ ଅଞ୍ଚଳ ପରିଷଦର ମେୟର, ଡେପୁଟି ମେୟର, ଅଧ୍ୟକ୍ଷ, ଉପାଧ୍ୟକ୍ଷ, କର୍ପୋରେଟର ଓ କାଉନସିଲରଙ୍କ ପାରିତୋଷିକ ଓ ଭତ୍ତାରେ ବୃଦ୍ଧି ବିଷୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

ପଞ୍ଚମ ରାଜ୍ୟ ଅର୍ଥ କମିଶନଙ୍କ ସୁପାରିଶ ତଥା ଓଡିଶା ମ୍ୟୁନିସିପାଲ କର୍ପୋରେସନ ରୁଲ୍ସ- ୨୦୦୪ ଓ ଓଡିଶା ମ୍ୟୁନିସିପାଲିଟି ରୁଲ୍ସ-୧୯୫୩ ରେ ସଂଶୋଧନ ଆଣି ଏହି ବୃଦ୍ଧି କରାଯାଇଛି।

ମହାନଗର ନିଗମମାନଙ୍କର ମେୟରମାନେ ପୂର୍ବରୁ ପାରିତୋଷିକ ଭାବରେ ୮ ହଜାର ଟଙ୍କା ପାଉଥିବା ବେଳେ ଏହାକୁ ସଂଶୋଧନ କରାଯାଇ ମାସିକ ୫୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ଡେପୁଟି ମେୟରମାନଙ୍କ ପାରିତୋଷିକ ମାସିକ ୫ ହଜାର ଟଙ୍କାରୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି।

ପୌର ପରିଷଦ ଅଧ୍ୟକ୍ଷଙ୍କ ପାରିତୋଷିକ ମାସିକ ୧,୫୦୦ ରୁ ୧୫ ହଜାର ଟଙ୍କାକୁ, ଉପଧ୍ୟକ୍ଷଙ୍କ ପାରିତୋଷିକ ମାସିକ ୧,୨୦୦ ରୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ଏନ୍‌.ଏ.ସି. ଅଧ୍ୟକ୍ଷମାନଙ୍କର ମାସିକ ପାରିତୋଷିକ ୧,୦୦୦ ଟଙ୍କାରୁ ୧୦ ହଜାର ଟଙ୍କାକୁ ଏବଂ ଉପାଧ୍ୟକ୍ଷଙ୍କ ମାସିକ ପାରିତୋଷିକ ୮୦୦ ରୁ ୭,୫୦୦ ଟଙ୍କାକୁ ବୃଦ୍ଧି ବିଷୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ମହାନଗର ନିଗମ କର୍ପୋରେଟରମାନେ ପ୍ରତି ବୈଠକ ପାଇଁ ଭତ୍ତା ବାବଦରେ ୭,୦୦ ଟଙ୍କା ପାଉଥିବା ବେଳେ ଏବେ ଏହାକୁ ୨,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ବିଭିନ୍ନ ପୌର ପରିଷଦ ଓ ଏନ୍‌.ଏ.ସି.ର କାଉନସିଲରଙ୍କ ଭତ୍ତା ୧୫୦ ରୁ ୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଏତଦ୍‌ ବ୍ୟତୀତ ମହାନଗର ନିଗମର Standing Committee ର ସଦସ୍ୟମାନଙ୍କୁ ବୈଠକ ସମୟରେ ମଧ୍ୟ ଦୈନିକ ୨୦୦ ଟଙ୍କା ଭତ୍ତା ମିଳିବ।

ପୌରାଞ୍ଚଳଗୁଡିକର ନିର୍ବାଚିତ ପ୍ରତିନିଧିମାନଙ୍କ ପାଇଁ ଅନୁକମ୍ପା ସହାୟତା ଲାଗୁ କରାଯିବା ବିଷୟ ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ମୃତ୍ୟୁ କ୍ଷେତ୍ରରେ ଏହି ସହାୟତା ରାଶି ୨ ଲକ୍ଷ ଟଙ୍କା ରଖାଯାଇଥିବା ବେଳେ ସମ୍ପୂର୍ଣ୍ଣ ଓ ଆଂଶିକ ଅକ୍ଷମତା କ୍ଷେତ୍ରରେ ଯଥାକ୍ରମେ ୨ ଲକ୍ଷ ଓ ୧ ଲକ୍ଷ ଟଙ୍କା ରଖାଯାଇଛି।

ଏଥିପାଇଁ ରାଜ୍ୟ ସରକାର ୪ କୋଟି ୭୬ ଲକ୍ଷ ୫୨ ହଜାର ଟଙ୍କା ବାର୍ଷିକ ବ୍ୟୟ ବହନ କରିବେ। ସୂଚନାଯୋଗ୍ୟ ଯେ ବର୍ତ୍ତମାନ ରାଜ୍ୟର ବିଭିନ୍ନ ମ୍ୟୁନିସିପାଲିଟି ଓ ଏନ୍‌.ଏ.ସି.ରେ ୧୬୯୬ କାଉନସିଲର ଏବଂ ମହାନଗର ନିଗମରେ ୨୪୪ଜଣ କର୍ପୋରେଟର ନିର୍ବାଚିତ ହୋଇ କାମ କରୁଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା: ୫ କାଉନସିଲର ବିଜେପିରେ ସାମିଲ

ନୂଆଦିଲ୍ଲୀ: ରାଜସ୍ଥାନର ରାଜନୈତିକ ବାତାବରଣ ଗରମ ହୋଇଛି। ଏଭଳି ପରିସ୍ଥିତିରେ ବିଜେପି ରାଜ୍ୟ ସଭାପତି ସତୀଶ ପୁନିଆ ନିଜେ କହିଛନ୍ତି ଯେ, ଆଗାମୀ ଦିନରେ ବହୁ ବଡ ନେତା ବିଜେପିରେ ଯୋଗଦେବାକୁ ଯାଉଛନ୍ତି। ଠିକ୍ ସମୟରେ ତାଙ୍କ ନାମ ଘୋଷଣା କରାଯିବ। ବର୍ତ୍ତମାନ କେବଳ ଆରମ୍ଭ। ରାଜନୈତିକ ଅସ୍ଥିରତା ମଧ୍ୟରେ ଏହି ସଙ୍କେତ ଅନେକ ରାଜନୈତିକ ପ୍ରସଙ୍ଗରେ ଅନୁମୋଦନ ପ୍ରଦାନ କରୁଛି। ବାସ୍ତବରେ, ଶ୍ରୀଗଙ୍ଗନଗରରେ ବିଜେପି ରାଜ୍ୟ ସଭାପତି ଡ ସତୀଶ ପୁନିଆଙ୍କ ଉପସ୍ଥିତିରେ ସୁରଟଗଡ ପୌରପାଳିକାର ଅଧ୍ୟକ୍ଷ ଓମପ୍ରକାଶ କଲୱାଙ୍କ ସମେତ ୫ ଜଣ କାଉନସିଲର କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଛନ୍ତି।

ବିଜେପିରେ କଲୱାଙ୍କ ସମେତ ୫ ଜଣ କାଉନସିଲରଙ୍କ ଯୋଗଦାନ କଂଗ୍ରେସ ପାଇଁ ଏକ ବଡ କ୍ଷତି ବୋଲି ବିବେଚନା କରାଯାଏ।

Categories
ବିଶେଷ ଖବର

କାଉନସିଲରରୁ ଆରମ୍ଭ ହେଲା ଯାତ୍ରା, ରାଷ୍ଟ୍ରପତି ହେବା ମାତ୍ରେ ଏହି ୫ ଟି ରେକର୍ଡ ପ୍ରସ୍ତୁତ କରିବେ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ଦେଶର ପରବର୍ତ୍ତୀ ରାଷ୍ଟ୍ରପତିଙ୍କ ଘୋଷଣା ଖୁବ୍ ଶୀଘ୍ର କରାଯିବ। ଦେଶର ୩୧ ଟି ମତଦାନ କେନ୍ଦ୍ରରେ ଅନୁଷ୍ଠିତ ଭୋଟର ଗଣନା ସଂସଦ ଭବନରେ ଚାଲିଛି। ରାଷ୍ଟ୍ରପତି ନିର୍ବାଚନରେ ​​ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ବିଜୟ ହେବାର ସମ୍ଭାବନା ରହିଛି। ବିଜୟକୁ ନେଇ ଆତ୍ମବିଶ୍ୱାସୀ ବିଜେପି ମଧ୍ୟ ଉତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଯଦି ଦ୍ରୌପଦୀ ମୁର୍ମୁ ଜିତନ୍ତି, ତେବେ ସେ ଦେଶର ପ୍ରଥମ ଆଦିବାସୀ ମହିଳା ସଭାପତି ହେବେ ଏବଂ ଏହି ୫ ଟି ରେକର୍ଡ ମଧ୍ୟ ତାଙ୍କ ନାମରେ ରହିବ। ଆସନ୍ତୁ ଜାଣିବା ଏହି ରେକର୍ଡଗୁଡ଼ିକ କ’ଣ ହେବ?

ପ୍ରଥମ ରେକର୍ଡ ହେଉଛି ଯେ ସେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ପହଞ୍ଚିଥିବା ପ୍ରଥମ ଆଦିବାସୀ ମହିଳା ନେତା ହେବେ। ମୁର୍ମୁ ଓଡିଶାର ମୟୂରଭଞ୍ଜ ଜିଲ୍ଲାର ସାନ୍ତାଳ ସମ୍ପ୍ରଦାୟର ଏକ ଗରିବ ଆଦିବାସୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଆଦିବାସୀ ପ୍ରଧାନମନ୍ତ୍ରୀ କିମ୍ବା ରାଷ୍ଟ୍ରପତିଙ୍କ ଆସନରେ ପହଞ୍ଚି ନାହାଁନ୍ତି। କେବଳ ଦେଶରେ କେ.ଆର ନାରାୟଣନ ଏବଂ ରାମନାଥ କୋବିନ୍ଦଙ୍କ ରୂପରେ ୨ ଜଣ ଦଳିତ ରାଷ୍ଟ୍ରପତି ହୋଇପାରିଛନ୍ତି।

ଦ୍ୱିତୀୟ ରେକର୍ଡ: ଦ୍ରୌପଦୀ ମୁର୍ମୁ ପ୍ରଥମ ରାଷ୍ଟ୍ରପତି ହେବେ ଯିଏ ସ୍ୱାଧୀନତା ପରେ ଦେଶରେ ଜନ୍ମ ହୋଇଥିଲେ। ୧୯୪୭ ମସିହାରେ ଦେଶ ସ୍ୱାଧୀନତା ପାଇବାର ପ୍ରାୟ ୧୧ ବର୍ଷ ପରେ ଦ୍ରୌପଦୀ ମୁର୍ମୁ ୨୦ ଜୁନ୍ ୧୯୫୮ ରେ ଜନ୍ମଗ୍ରହଣ କରିଥିଲେ। ଦେଶର ସମସ୍ତ ରାଷ୍ଟ୍ରପତି ୧୯୪୭ ପୂର୍ବରୁ ଜନ୍ମ ହୋଇଥିଲେ।

ତୃତୀୟ ରେକର୍ଡ: ସର୍ବ କନିଷ୍ଠ ରାଷ୍ଟ୍ରପତି ହେବାର ଆଖ୍ୟା ମଧ୍ୟ ମୁର୍ମୁକୁ ଯିବ। ଦେଶର ସର୍ବ କନିଷ୍ଠ ରାଷ୍ଟ୍ରପତି ହେବାର ରେକର୍ଡ ନୀଲମ ସଞ୍ଜୀବ ରେଡ୍ଡୀଙ୍କ ନାମରେ ଅଛି, ଯିଏ ୧୯୭୭ ମସିହାରେ ନିର୍ବିରୋଧ ରାଷ୍ଟ୍ରପତି ହୋଇଥିଲେ। ରେଡ୍ଡୀଙ୍କ ବୟସ ୬୪ ବର୍ଷ, ୨ ମାସ ୬ ଦିନ ଥିଲା ଯେତେବେଳେ ସେ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କଲେ। ଏଥି ସହିତ, ୨୦ ଜୁନ୍ ୧୯୫୮ ରେ ଜନ୍ମ ହୋଇଥିବା ଦ୍ରୌପଦୀ ମୁର୍ମୁଙ୍କ ବୟସ ୨୫ ଜୁଲାଇ ୨୦୨୨ ରେ କାର୍ଯ୍ୟଭାର ଗ୍ରହଣ କରିବା ସମୟରେ ୬୪ ବର୍ଷ, ୧ ମାସ ୮ ଦିନ ହେବ।

ଚତୁର୍ଥ ରେକର୍ଡ: ଏହା ପ୍ରଥମ ଥର ହେବ ଯେ ଜଣେ ବ୍ୟକ୍ତି ଯିଏ ଏକ ସମୟରେ କାଉନସିଲର ଥିଲେ ସେ ଭାରତରେ ରାଷ୍ଟ୍ରପତି ପଦରେ ପହଞ୍ଚିବେ। ଦ୍ରୌପଦୀ ମୁର୍ମୁ ୧୯୯୭ ରେ ରାଇରଙ୍ଗପୁର ନଗର ପଞ୍ଚାୟତର କାଉନସିଲର ହେବା ସହିତ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ତିନି ବର୍ଷ ପରେ, ୨୦୦୦ ମସିହାରେ ସେ ପ୍ରଥମ ଥର ପାଇଁ ବିଧାୟକ ହେଲେ। ଏଥିସହ ସେ ଓଡିଶାର ବିଜେଡି-ବିଜେପି ସରକାରରେ ଦୁଇଥର ମନ୍ତ୍ରୀ ପଦରେ ରହିଥିଲେ।

ପଞ୍ଚମ ରେକର୍ଡ: ଦ୍ରୌପଦୀ ମୁର୍ମୁଙ୍କ ବିଜୟ ସହିତ ଓଡିଶାର ନାମ ମଧ୍ୟ ସେହି ରାଜ୍ୟରେ ଅନ୍ତର୍ଭୁକ୍ତ ହେବ, ଯାହାର ଲୋକମାନେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ପହଞ୍ଚିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ରାଷ୍ଟ୍ରପତିଙ୍କ ଆସନରେ ବସିଥିବା ୭ ଜଣ ଲୋକ ଦକ୍ଷିଣ ଭାରତର। ଦେଶର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ବିହାରର ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଜାଣନ୍ତୁ କେଉଁ ଦଳକୁ କେତୋଟି ମିଳିଲା କାଉନସିଲର ପଦ, ରାଜ୍ୟ ନିର୍ବାଚନ କମିଶନର କଲେ ଘୋଷଣା

ଭୁବନେଶ୍ବର: ପୌର ନିର୍ବାଚନର ଭୋଟ ଗଣତି ଶେଷ ହୋଇଛି। ଏ ନେଇ ରାଜ୍ୟ ନିର୍ବାଚନ କମିଶନରଙ୍କ ତରଫରୁ ଫଳାଫଳ ମଧ୍ୟ ଘୋଷଣା କରାଯାଇଛି। ସେହି ଅନୁସାରେ କେଉଁ ଦଳ କେତୋଟି କାଉନସିଲର ପଦ ହାତେଇଲେ ତାହାର ଫଳାଫଳ ମଧ୍ୟ ପ୍ରକାଶ ପାଇଛି। ସେହି ଅନୁସାରେ

ମୋଟ ୧୭୧୬ଟି କାଉନସିଲର ପଦବୀ ଘୋଷିତ

ବିଜେଡି- ୧୧୭୫

ବିଜେପି- ୨୮୮

କଂଗ୍ରେସ- ୧୩୪

ସ୍ବାଧୀନ- ୧୧୭

ବିଏସପି-୦୧

ସିପିଆଇ-୦୧

Categories
ଆଞ୍ଚଳିକ

ପୌର ନିର୍ବାଚନ: ଆଜି ବାଲୁଗାଁ ଏନଏସିରେ ପ୍ରାର୍ଥୀପତ୍ର ଦାଖଲ କଲେ ୨ ଅଧ୍ୟକ୍ଷା, ୧୧ କାଉନସିଲର

ସୀତାରାମ ଅଗ୍ରୱାଲ

ବାଲୁଗାଁ: ପୌର ନିର୍ବାଚନ ନିମନ୍ତେ ବାଲୁଗାଁ ଏନଏସି ଅଧ୍ୟକ୍ଷା ଏବଂ ୧୧ଟି ୱାର୍ଡ କାଉନସିଲର ପଦବୀ ପାଇଁ ରବିବାର ପୂର୍ବାହ୍ନରେ ବିଜେପି ପକ୍ଷରୁ ପ୍ରାର୍ଥୀ ପତ୍ର ଦାଖଲ କରାଯାଇଛି। ଆଜି ପ୍ରାର୍ଥୀମାନେ ସେମାନଙ୍କ ଶତାଧିକ ସମର୍ଥକମାନଙ୍କ ଗହଣରେ ସ୍ଥାନୀୟ ବିଜେପି କାର୍ଯ୍ୟାଳୟରୁ ପଦଯାତ୍ରାରେ ଆସି ବାଲୁଗାଁ ଏନଏସି ନିର୍ବାଚନ ଅଧିକାରୀଙ୍କ ନିକଟରେ ୧୩ ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି।

ଚଳିତ ପୌର ନିର୍ବାଚନ ପରିପ୍ରେକ୍ଷୀରେ ବାଲୁଗାଁ ଏନଏସିରେ ଶାସକ ବିଜେଡି ଓ କଂଗ୍ରେସ ଦଳ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ନାମାଙ୍କନ ପତ୍ର ଦାଖଲ କରାଯାଇନଥିବା ବେଳେ ଆଜି ବିଜେପି ପକ୍ଷରୁ ଅଧ୍ୟକ୍ଷା ପଦବୀ ପାଇଁ ସ୍ୱପ୍ନା ବଡ଼ଜେନା ଏବଂ ମମତା ବଡ଼ଜେନାଙ୍କ ନାମାଙ୍କନ ପତ୍ର ଦାଖଲ କରାଯାଇଛି। କାଉନସିଲର ପଦବୀ ପାଇଁ ୧ନଂ ୱାର୍ଡରୁ ଭୋବନା ଦାସ, ୨ନଂ ୱାର୍ଡରୁ ବିକାଶ ବେହେରା, ୩ନଂ ୱାର୍ଡରୁ ସୁନିତା ମହାରଣା, ୪ନଂ ୱାର୍ଡରୁ ମିନତୀ ତରାଇ, ୫ନଂ ୱାର୍ଡରୁ ପ୍ରଶାନ୍ତ କୁମାର ବେହେରା, ୬ନଂ ୱାର୍ଡରୁ ମିନତୀ ବେହେରା, ୭ନଂ ୱାର୍ଡରୁ ରୁନୁ ବେହେରା, ୮ନଂ ୱାର୍ଡରୁ ମୀରାରାମ ନାଗବଂଶୀ ମୁଣ୍ଡା, ୯ନଂ ୱାର୍ଡରୁ ବିପ୍ଲବୀ ରବିଶଙ୍କର ସାହୁ, ୧୦ନଂ ୱାର୍ଡରୁ କାଜଲ ପ୍ରଧାନ ଓ ୧୧ନଂ ୱାର୍ଡରୁ ତନ୍ମୟ କୁମାର ସାହୁ ନାମାନଙ୍କ ପତ୍ର ଦାଖଲ କରିଛନ୍ତି।

୧୧ ୱାର୍ଡ ବିଶିଷ୍ଟ ବାଲୁଗାଁ ଏନଏସିରେ ମତଦାତା ସଂଖ୍ୟା ୧୨,୯୧୩। ତନ୍ମଧ୍ୟରୁ ୬,୮୬୨ ଜଣ ପୁରୁଷ ମତଦାତା ହୋଇଥିବା ବେଳେ ୬,୦୫୦ ଜଣ ମହିଳା ମତଦାତା ଓ ଜଣେ ତୃତୀୟ ଲିଙ୍ଗୀ ମତଦାତା ରହିଛନ୍ତି। ଆଗାମି ୨୪ ତାରିଖରେ ୧୬ଟି ବୁଥରେ ମତଦାନ ଅନୁଷ୍ଠିତ ହେବ।

Categories
ବିଶେଷ ଖବର ରାଜ୍ୟ ଖବର

ସରିଲା ସର୍ବଦଳୀୟ ବୈଠକ: ପୌର ନିର୍ବାଚନ ଲାଗି ସତ୍ୟପାଠ ବାଧ୍ୟତାମୂଳକ

ଭୁବନେଶ୍ୱର: ପୌର ନିର୍ବାଚନ ଲାଗି ଆଜି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟ ନିର୍ବାଚନ କମିଶନର ଅଧ୍ୟକ୍ଷତା କରିଥଲେ। ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ଏଥର ପ୍ରାର୍ଥୀମାନଙ୍କୁ ସତ୍ୟ ପାଠ ଦାଖଲ କରିବା ପାଇଁ ବାଧ୍ୟତାମୂଳକ କରାଯାଇଛି। କାଉନସିଲର, କର୍ପୋରେଟର ପ୍ରାର୍ଥୀମାନେ ସତ୍ୟ ପାଠ ଦାଖଲ କରିବା ପାଇଁ ବାଧ୍ୟତାମୂଳକ କରାଯାଇଛି। ସତ୍ୟ ପାଠ ଦାଖଲ ନକଲେ ପ୍ରାର୍ଥୀପତ୍ର ନାକଚ ହେବ। ସେହିଭଳି ଚଳିତ ପୌର ନିର୍ବାଚନରେ ଇଭିମ ବ୍ୟବହାର ହେବ।

ତେବେ ୨୪ତାରିଖରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା। ରାଜ୍ୟର ୫୯ଟି ବିଜ୍ଞାପିତ ଅଞ୍ଚଳ ପରିଷଦ, ୪୮ଟି ପୌର ପରିଷଦ ଏବଂ ୩ଟି ମହାନଗର ନିଗମରେ ନିର୍ବାଚନ ହେବ। ଏହି ସବୁ ସହରାଞ୍ଚଳରେ ୱାର୍ଡୱାରି ଚିଠା ଭୋଟର ତାଲିକା ଆଜି ପ୍ରକାଶ ପାଇବ।

ଚିଠା ଭୋଟର ତାଲିକା ପ୍ରକାଶ ପରେ ଫେବୃୟାରୀ ୧୧ରୁ ୧୬ ପର୍ଯ୍ୟନ୍ତ ଆପତ୍ତି ଅଭିଯୋଗ କରିହେବ। ୧୮ ତାରିଖରେ ଅଭିଯୋଗ ଉପରେ ହେବ ଶୁଣାଣି। ୨୧ରେ ଜିଲ୍ଲାପାଳ ସ୍ତରରେ ହେବ ଶୁଣାଣି ପରେ ୨୪ରେ ପ୍ରକାଶ ପାଇବ ଚୂଡାନ୍ତ ଭୋଟର ତାଲିକା। ଫେବୃୟାରୀ ୨୮ରେ ଚୂଡ଼ାନ୍ତ ଭୋଟର ତାଲିକା ନିର୍ବାଚନ କମିଶନଙ୍କୁ ଦିଆଯିବ।

ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ।

Categories
ଆଜିର ଖବର ଜାତୀୟ ଖବର

ନିର୍ବାଚନ ପୂର୍ବରୁ ଗୁଜୁରାଟରେ ଆମ୍ ଆଦମୀ ପାର୍ଟିକୁ ଝଟକା: ବିଜେପିରେ ଯୋଗ ଦେଲେ ୫ କାଉନସିଲର

ନୂଆଦିଲ୍ଲୀ: ଗୁଜୁରାଟରେ ଆମ୍ ଆଦମୀ ପାର୍ଟିକୁ ଝଟକା ଲାଗିଛି। ସୁରଟ ମ୍ୟୁନିସିପାଲିଟି କର୍ପୋରେସନର ୫ ଜଣ କାଉନସିଲର ବିଜେପିରେ ଯୋଗ ଦେଇଛନ୍ତି। ସୁରଟ ମ୍ୟୁନିସିପାଲିଟି କର୍ପୋରେସନ ନିର୍ବାଚନରେ ​​ଆପ ର ୨୭ କାଉନସିଲର ଜିତିଥିଲେ। ଆପ କାଉନସିଲର ଭିପୁଲ ମୌଲିଆ, ଭାବନାବେନ ସୋଲାଙ୍କି, ଜ୍ୟୋତିକାବେନ ଲାଠିଆ, ମନୀଷାବେନ କୁକଡିଆ ଏବଂ ରୁତା କାକାଡିଆ ଗୃହମନ୍ତ୍ରୀ ହର୍ଷ ସାଙ୍ଗଭି, ରାଜ୍ୟ ସାଧାରଣ ସମ୍ପାଦକ ପ୍ରଦୀପସିନ ଭାଘେଲ ଏବଂ ପ୍ରଶାନ୍ତ କୋରାଟଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି।

୨୭ କାଉନସିଲର ନିର୍ବାଚନରେ ​​ଜିତିବା ପରେ ଆମ୍ ଆଦମୀ ପାର୍ଟି ଗୁଜୁରାଟରେ ଏକ ପ୍ରତିଷ୍ଠା ସ୍ଥାପିତ କରିଥିଲା ବୋଲି ଦାବି କରିଥିଲା। ତେବେ ୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିରେ ଏହି ଆପ ନେତା ଯୋଗ ଦେବା ଦଳ ପାଇଁ ବଡ କ୍ଷତି ବୋଲି କୁହାଯାଉଛି। କେବଳ ସୁରଟରେ ମ୍ୟୁନିସିପାଲିଟି ନିର୍ବାଚନରେ ​​ଆପ ସଫଳତା ପାଇଥିଲା। ପରବର୍ତ୍ତୀ ଗାନ୍ଧିନଗର ମ୍ୟୁନିସିପାଲିଟି କର୍ପୋରେସନ୍ ନିର୍ବାଚନ ଏବଂ ନଗର ନିର୍ବାଚନରେ ଆପ ର କୌଣସି ବିଶେଷ ପ୍ରଭାବ ନଥିଲା।

ଗତ ଏକ ମାସ ମଧ୍ୟରେ ଜଣଙ୍କ ପରେ ଜଣେ ଆମ୍ ଆଦମୀ ପାର୍ଟିର ନେତା ବିଦାୟ ନେଇ ବିଜେପିରେ ଯୋଗ ଦେଇଛନ୍ତି। ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ଆମ୍ ଆଦମୀ ପାର୍ଟି ନିଜକୁ ବଞ୍ଚାଇ ପାରିବ କି ନାହିଁ ପ୍ରଶ୍ନ ମଧ୍ୟ ଉଠିଛି।

ଅନ୍ୟପକ୍ଷରେ ବିଜେପି ନେତା ପ୍ରଦିପ ସିଂ ଭାଘେଲ କହିଛନ୍ତି ଯେ, ଦଳ ଏହାର ସଂଗଠନର ଶକ୍ତିରେ ଜିତିବ। ଯେଉଁମାନେ ଆସିବାକୁ ଚାହୁଁଛନ୍ତି ସେମାନଙ୍କୁ ସ୍ୱାଗତ କରାଯାଇଛି। ଆମର କାଉନସିଲରମାନେ ଆମର ଆଦର୍ଶ ଦ୍ୱାରା ପ୍ରଭାବିତ ହେବା ପରେ ଦଳରେ ଯୋଗ ଦେଇଛନ୍ତି। ତାହା ସ୍ୱାଗତଯୋଗ୍ୟ। ଯଦି ଅନ୍ୟମାନେ ମଧ୍ୟ ଯୋଗଦେବାକୁ ଚାହାଁନ୍ତି, ସେମାନେ ମଧ୍ୟ ଆସିପାରନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସଂରକ୍ଷଣ ତାଲିକା: ବାଲୁଗାଁ ଓ ବାଣପୁର ଏନଏସିର କାଉନସିଲରଙ୍କ ପାଇଁ ପ୍ରକାଶ ପାଇଲା ସଂରକ୍ଷଣ ତାଲିକା

ସୀତାରାମ ଅଗ୍ରୱାଲ

ଚିଲିକା: ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟରେ ନିର୍ବାଚନ ପ୍ରଚାର ଆରମ୍ଭ ହୋଇଥିବା ବେଳେ ଏବେ ପୌରାଞ୍ଚଳ ନିର୍ବାଚନ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଆଜି ରାଜ୍ୟର ୧୦୭ ପୌରାଞ୍ଚଳ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। କାଉନସିଲରଙ୍କ ନିମନ୍ତେ ରାଜ୍ୟ ସରକାର ତାଲିକା ପ୍ରକାଶ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଓ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ଓ୍ଵାର୍ଡ ସଂରକ୍ଷଣର ଚୂଡାନ୍ତ ଚିଠା ବିଜ୍ଞପ୍ତି ଜାରି ହୋଇଛି।

ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ:

ୱାର୍ଡ ନମ୍ବର ୧- ଅଣସଂରକ୍ଷଣ

ୱାର୍ଡ ନମ୍ବର ୨- ଅନୁସୂଚିତ ଜାତି

ୱାର୍ଡ ନମ୍ବର ୩- ମହିଳା

ୱାର୍ଡ ନମ୍ବର ୪- ମହିଳା

ୱାର୍ଡ ନମ୍ବର ୫- ଅଣସଂରକ୍ଷଣ

ୱାର୍ଡ ନମ୍ବର ୬- ଅନୁସୂଚିତ ଜାତି ମହିଳା

ୱାର୍ଡ ନମ୍ବର ୭- ଅନୁସୂଚିତ ଜାତି ମହିଳା

ୱାର୍ଡ ନମ୍ବର ୮- ଅନୁସୂଚିତ ଜନଜାତି ମହିଳା

ୱାର୍ଡ ନମ୍ବର ୯- ଅଣସଂରକ୍ଷଣ

ୱାର୍ଡ ନମ୍ବର ୧୦- ମହିଳା

ୱାର୍ଡ ନମ୍ବର ୧୧- ଅଣସଂରକ୍ଷଣ

ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ:

ୱାର୍ଡ ନମ୍ବର ୧- ଅଣସଂରକ୍ଷଣ

ୱାର୍ଡ ନମ୍ବର ୨- ଅଣସଂରକ୍ଷଣ

ୱାର୍ଡ ନମ୍ବର ୩- ଅଣସଂରକ୍ଷଣ

ୱାର୍ଡ ନମ୍ବର ୪- ମହିଳା

ୱାର୍ଡ ନମ୍ବର ୫- ଅଣସଂରକ୍ଷଣ

ୱାର୍ଡ ନମ୍ବର ୬- ଅଣସଂରକ୍ଷଣ

ୱାର୍ଡ ନମ୍ବର ୭- ମହିଳା

ୱାର୍ଡ ନମ୍ବର ୮- ମହିଳା

ୱାର୍ଡ ନମ୍ବର ୯- ଅଣସଂରକ୍ଷଣ

ୱାର୍ଡ ନମ୍ବର ୧୦- ଅଣସଂରକ୍ଷଣ

ୱାର୍ଡ ନମ୍ବର ୧୧- ମହିଳା

ୱାର୍ଡ ନମ୍ବର ୧୨- ଅନୁସୂଚିତ ଜନଜାତି ମହିଳା

ୱାର୍ଡ ନମ୍ବର ୧୩-ଅନୁସୂଚିତ ଜାତି ମହିଳା

ୱାର୍ଡ ନମ୍ବର ୧୪- ମହିଳା

ୱାର୍ଡ ନମ୍ବର ୧୫- ମହିଳା